অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଲାଙ୍କୁ ପାଠ ପଢାଇବାକୁ ଖାଲି ପାଦରେ ଦୌଡୁଛନ୍ତି ବିନ୍ଦୁ

ପିଲାଙ୍କୁ ପାଠ ପଢାଇବାକୁ ଖାଲି ପାଦରେ ଦୌଡୁଛନ୍ତି ବିନ୍ଦୁ

ବିନ୍ଦୁଙ୍କ ଲକ୍ଷ୍ୟ

ଗ୍ରାମାଞ୍ଚଳ ପିଲାମାନେ ସ୍କୁଲ ଯିବେ ଆଉ ପାଠ ପଢିବେ । ଖାସ୍ ଏମିତି ଏକ ମହତ୍ ଇଚ୍ଛା ପାଇଁ ନିଜ ସଉକକୁ ଲକ୍ଷ୍ୟ କରି ଆଗେଇ ଚାଲିଲେ ବିନ୍ଦୁ ଉପାଧ୍ୟାୟ । ପିଲାଙ୍କୁ ଶିକ୍ଷା ଦେବାକୁ ଅର୍ଥ ଯୋଗାଡ କଲେ । ଲକ୍ଷ୍ୟରେ ପହଞ୍ଚିବାକୁ ସେ ଖାଲି ପାଦରେ ହାଫ୍ ମାରାଥନ୍ ଦୌଡିଲେ । ସେବେଠୁ ସେ ଆଉ ପଛକୁ ଚାହିଁନାହାନ୍ତି । କୁନି କୁନି ଗରିବ ପିଲାଙ୍କୁ ପାଠପଢା ପାଇଁ ଅର୍ଥ ଯୋଗାଡ କରିବା ଓ ସେମାନଙ୍କୁ ମୁହଁରେ ହସ ଦେବାକୁ ସେ ସେବେଠାରୁ ଦୌଡି ଚାଲିଛନ୍ତି । ଖାଲି ଦୌଡୁ ନାହାନ୍ତି ସମାଜ ପାଇଁ ଏକ ନିଆରା ଉଦାହରଣ ଛାଡିଛନ୍ତି । ସେ ଗତ ୭ ମାସ ହେବ ସେ ଖାଲି ପାଦରେ ଦୌଡୁଛନ୍ତି । ସେ ୱିପ୍ରୋ ହାଫ୍ ମାରାଥନ ସମ୍ପୂର୍ଣ୍ଣ କରି ସାରିଛନ୍ତି । ବିନ୍ଦୁ ଉପାଧ୍ୟାୟ ଜଣେ ଉଚ୍ଚ ଅଭିଳାଷ ରଖୁଥିବା ଝିଅ । ସେ ଦୌଡିବାକୁ ଭଲ ପାଆନ୍ତି । ଆଇଆଇଟି ମାଡ୍ରାସରେ ପଢିବା ବେଳେ ସେ ସେଠାକାର ଏକ ରନିଂ ଗ୍ରୁପ୍ ଫରେଷ୍ଟ ଗମ୍ପର ସଦସ୍ୟ ଥିଲେ । ହେଲେ ସେତିକିରେ ସେ ସନ୍ତୁଷ୍ଟ ନଥିଲେ । ନିଜ ଦୌଡିବା ସଉକକୁ ନିଜ ଇଚ୍ଛା ଭିତରେ ସୀମିତ ନ ରଖି ସମାଜ ପାଇଁ କିଛି କରିବାକୁ ସେ ଚିନ୍ତା କଲେ ।

ସେ ତାମିଲନାଡୁର ଗ୍ରାମାଞ୍ଚଳରେ ଥିବା ଗରିବ ପିଲାଙ୍କୁ ପାଠ ପଢିବାକୁ ଅର୍ଥ ସଂଗ୍ରହ କରିବାକୁ ଚେଷ୍ଟା କଲେ । ଏହି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେଇ ଭଲ ନାଗରିକ କରିବା ଉଦ୍ଧେଶ୍ୟରେ ସେ ଆଗେଇ ଚାଲିଲେ । ଏ ବିଷୟରେ ବିନ୍ଦୁ ହସି ହସି କୁହନ୍ତି, ମୋତେ ଯିଏ ବି ଦେଖିବ, ମୁଁ ମାରାଥନ୍ ଦୌଡୁଛି ବୋଲି କେବେବି ବିଶ୍ୱାସ କରିବନି । ମୁଁ ଟିକିଏ ଗୋଲଗାଲ । ହେଲେ ମୋଟା କି ପତଳା ନୁହେଁ, ନିଜ ଶରୀରର ଫିଟନେସ୍ ଉପରେ ଦୌଡିବା ସାମର୍ଥ୍ୟ ନିର୍ଭର କରେ ।

ହାଫ୍ ମାରାଥନ

ବିନ୍ଦୁ ହାଫ୍ ମାରାଥନ ଦୌଡିବାକୁ ପସନ୍ଦ କରନ୍ତି । ମାତ୍ର ଭାରତର ବହୁ କମ୍ ସହରରେ ଏହି ହାଫ୍ ମାରାଥନ୍ ହୁଏ। ତେବେ ବାଙ୍ଗାଲୋରରେ ହେଉଥିବା ହାଫ୍ ମାରାଥନକୁ ସେ ଅଧିକ ପସନ୍ଦ କରନ୍ତି । ଏଠାରେ ଦୌଡିବାକୁ ଟେକନିକ୍ ଉପରେ ବହୁ ପ୍ରଶିକ୍ଷଣ ଦିଆଯାଏ । ଏବେସୁଦ୍ଧା ସେ ମାରାଥନରେ ସଫଳ ହୋଇ ୬୬ହଜାର ୫୯୫ ଟଙ୍କା ସଂଗ୍ରହ କରି ସାରିଲେଣି । ଆଗାମୀ ଦୁଇ ମାସ ଭିତରେ ବିନ୍ଦୁ ଦେଢ ଲକ୍ଷ ଟଙ୍କା ସଂଗ୍ରହ କରିବାକୁ ଟାର୍ଗେଟ୍ କରିଛନ୍ତି । ଏହି ଟଙ୍କାରେ ସେ ଗାଁ ଗହଳିର ପିଲାଙ୍କୁ ପଢିବାରେ ସହାୟତା କରିବାର ଯୋଜନା କରିଛନ୍ତି ।

ପିଲାଙ୍କୁ ଶିକ୍ଷା ଦେବା ଉପରେ କାମ କରୁଥିବା ୟୁରେକା ଚାଇଲ୍ଡ ଫାଉଣ୍ଡେସନ ଠାରୁ ସେ ଏ ଦିଗରେ ଅଧିକ କାମ କରିବାକୁ ପ୍ରେରଣା ପାଇଥିଲେ । ତାମିଲନାଡୁର ଗ୍ରାମାଞ୍ଚଳ ପିଲାଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଏହି ଫାଉଣ୍ଡେସନ୍ ଚ୍ୟାରିଟି ସଂଗ୍ରହ କରେ । ବିନ୍ଦୁ କୁହନ୍ତି, ବହୁ ପିଲା ଅର୍ଥାଭାବରୁ ପଢି ପାରୁନାହାନ୍ତି । ଛୋଟ ପିଲା ହାତରେ ଶସ୍ତା ସାମଗ୍ରୀ ଧରି ଗଳି କନ୍ଦିରେ ବୁଲି ବୁଲି ବିକୁଥିବାର ମୁଁ ଦେଖିଛି । ଏହା ନ କରି ସେମାନେ ଗୋଟିଏ ଦିନ ସ୍କୁଲରେ ପାଠପଢି ବହୁ ମୂଲ୍ୟବାନ ଜ୍ଞାନ ପାଇପାରିବେ । ସ୍କୁଲର ଏମିତି କିଛି ଦିନ ହିଁ ସେମାନଙ୍କ ପୂରା ଭବିଷ୍ୟତକୁ ବଦଳାଇ ଦେଇପାରେ । ସେପ୍ଟେମ୍ବର ୨୧ରେ ବିନ୍ଦୁ ୱିପ୍ରୋ ହାଫ୍ ମାରାଥନ୍ ସମ୍ପୂର୍ଣ୍ଣ କରିଛନ୍ତି । ଆଗକୁ ଅକ୍ଟୋବର ୧୯ରେ ବାଙ୍ଗାଲୋରରେ ହେବାକୁ ଥିବା ମାରାଥନ୍ ଓ ଡିସେମ୍ବର ୭ରେ ୱିପ୍ରୋ ଚେନ୍ନାଇ ମାରାଥନ୍ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି ।

ତେବେ ମାରାଥନରେ ଦୌଡିବା ଇଚ୍ଛା ବିଷୟରେ ସେ କୁହନ୍ତି, ସ୍ୱାସ୍ଥ୍ୟ ଓ ଫିଟନେସ୍ କୁ ନେଇ ମୁଁ ବହୁତ ସଚେତନ। ମୋ ହିସାବରେ ସବୁ ଲୋକେ ନିଜ ସ୍ୱାସ୍ଥ୍ୟକୁ ନେଇ ଯଥେଷ୍ଟ ସଚେତନ ହେବା ଦରକାର । ଫଲରେ ସମସ୍ତେ ସୁସ୍ଥ ଜୀବନଯାପନ କରିପାରିବେ । ସେହିପରି ସୁଯୋଗ ଓ ଅର୍ଥ ଅଭାବରୁ ପାଠପଢି ପାରୁନଥିବା ଛୋଟ ପିଲାଙ୍କ ପଢାଇବା ଓ ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବାକୁ ମୁଁ ଚେଷ୍ଟା କରିଥିଲି ।

ତେବେ ବିନ୍ଦୁ ସ୍ୱାସ୍ଥ୍ୟକୁ ନେଇ ଏତେ ସିରିୟସ୍ ହେବାର ଆଉ ଏକ କାରଣ ବି ଥିଲା । ଡାକ୍ତର ବିନ୍ଦୁଙ୍କୁ ପରୀକ୍ଷା କରି ଥାଇରଏଡ୍ ଅସନ୍ତୁଳନ ଥିବା ରିପୋର୍ଟ ଦେଇଥିଲେ । ସେବେଠୁ ସେ ଦୌଡିବା ଆରମ୍ଭ କରିଥିଲେ । ପ୍ରଥମେ ୨୦୦ ମିଟର ଲମ୍ବା ଦୌଡରେ ସେ ହାଲିଆ ହୋଇ ଯାଉଥିଲେ । ପରେ ସେ ନିଜ ଅଭ୍ୟାସ ଜାରି ରଖିଥିଲେ । ଏହାର ଦୁଇ ବର୍ଷ ପ୍ରଶିକ୍ଷଣ ପରେ ବିନ୍ଦୁ ୧୦କିଲୋମିଟର ଲମ୍ବା ଦୌଡ ଓ ୫ଟି ହାଫ୍ ମାରାଥନ୍(୨୧.୧ କିଲୋମିଟର) ସମ୍ପୂର୍ଣ୍ଣ କରିଥିଲେ । ମନ ଭଲ ରଖିବାକୁ ସେ ନିୟମିତ ଦୌଡ ଓ ଶାରୀରିକ ବ୍ୟାୟମ କରନ୍ତି ।

ସବୁଠୁ ବଡ କଥା ହେଉଛି, ସବୁ ଲୋକେ ନିଜ ଇଚ୍ଛା ବା ଆବେଗକୁ ସମାଜର ମହତ୍ କାମରେ ବଦଳାଇ ପାରନ୍ତିନି। ହେଲେ ବିନ୍ଦୁ ଉପାଧ୍ୟାୟ ଏହାକୁ ସମ୍ଭବ କରି ଦେଖାଇଥିଲେ । ନିଜର ଶାରୀରିକ ସୁସ୍ଥତା ଚିନ୍ତା ଓ ପିଲାଙ୍କୁ ପାଠ ପଢାଇବା ଭଳି ମହତ୍ ଉଦ୍ଧେଶ୍ୟ ପାଇଁ କିଛି ବଞ୍ଚିତ ଶ୍ରେଣୀର ପିଲା ପାଠ ପଢିପାରୁଛନ୍ତି ।

ଆଧାର

Smrutiranjan biswal

Last Modified : 12/22/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate