অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବସ୍ତିପିଲାଙ୍କ ପାଇଁ ଥାନା ପାଲଟିଛି ସ୍କୁଲ

ପୋଲିସର ସହାୟତା

ପୁଲିସ୍ କଥା କହିଲେ ଲୋକଙ୍କ ମନରେ ଅଲଗା ଭାବନା ଆସେ । ଅନେକ ସମୟରେ ସେମାନେ ଦମନମୂଳକ କାମରେ ବ୍ୟସ୍ତ ଥାନ୍ତି ଓ ଲୋକଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିଜର ଭୟଙ୍କର ରୂପ ଦେଖାଇଥାନ୍ତି । କିନ୍ତୁ ଦିଲ୍ଲୀ ପୁଲିସ୍ ରେ ଚାକିରି କରିଥିବା କନଷ୍ଟେବଳ ମମତା ଓ ନିଶାଙ୍କ କ୍ଷେତ୍ରରେ ଏହି ଭାବନା ସଂପୂର୍ଣ୍ଣ ଭୁଲ୍ ପ୍ରମାଣିତ ହୁଏ ।  ଏହି ଦୁଇ ଜଣ ଗରିବ ପିଲାମାନଙ୍କୁ ପାଠ ପଢାଇବା କାମରେ ଲାଗିଛନ୍ତି ।

ଉତ୍ତର ଦିଲ୍ଲୀର ତିମାରପୁର ଓ ରୂପନଗର ପୁଲିସ୍ ଥାନା ଅଂଚଳରେ ଥିବା ବସ୍ତିପିଲାମାନଙ୍କୁ ଏମାନେ ପାଠ ପଢାଇବା ସହିତ ସେମାନଙ୍କୁ ବିଭିନ୍ନ ବିଷୟରେ ସଚେତନତା କରାଯାଉଛି ।  ଯାହା ଫଳରେ ସେମାନେ କୌଣସି ଅପରାଧିକ କାର୍ଯ୍ୟକଳାପ ବିରୋଧରେ ପୁଲିସର ସହାୟତା କରିପାରିବେ ।

ମମତା ଓ ନିଶାଙ୍କ ବାର୍ତ୍ତା

ମମତା କହନ୍ତି,“ତିମାରପୁର ଓ ରୂପନଗର ଥାନା ଅଂଚଳରେ ବହୁ ସଂଖ୍ୟାରେ ବସ୍ତି ରହିଛି ।  ଏହି ବସ୍ତିରେ ରହୁଥିବା ଅଧିକାଂଶ ଲୋକ ନିଜ ପରିବାର ଚଳାଇବା ପାଇଁ ଛୋଟବଡ କାମ କରନ୍ତି । ସ୍କୁଲ ସମୟ ପରେ ଏମାନେ ଏପଟ ସେପଟ ବୁଲନ୍ତି ଓ କୁସଙ୍ଗରେ ପଡି ଅପରାଧିକ କାର୍ଯ୍ୟକଳାପରେ ମାତିବାର ଆଶଙ୍କା ରହିଛି । ପୁଣି ଝିଅପିଲାଙ୍କ ଅବସ୍ଥା ତ ଆହୁରି ଖରାପ ।  ସେମାନଙ୍କ ସହ ଅପରାଧ ହେବାର ଆଶଙ୍କା ଅଧିକ ।”

ନିଶା କହନ୍ତି,ପ୍ରତ୍ୟେକ ଥାନାରେ ପ୍ରାୟ ୫୦ ପିଲା ପାଠପଢିବ ।  ଏଥିରୁ ଅଧିକାଂଶ ହେଉଛନ୍ତି ସରକାରୀ ସ୍କୁଲରେ ପଢୁଥିବା ପିଲା କିମ୍ବା କୌଣସି କାରଣରୁ ଅଧାରୁ ପାଠ ଛାଡିଥିବା ପିଲା ।  ଅଧିକାଂଶ ପିଲାଙ୍କ ମଧ୍ୟରେ ପ୍ରତିଭା ରହିଛି, କିନ୍ତୁ ଠିକ୍ ବାଟ ଓ ପରାମର୍ଶ ଅଭାବରୁ ସେମାନଙ୍କ ମଧ୍ୟରୁ କିଛି ପଛାଇ ଯାଇଛନ୍ତି । ଥାନାରେ ସ୍କୁଲ ସିଲାବସ୍ ବ୍ୟତୀତ ଇଂରେଜୀ, ଗଣିତ ଓ ସାଧାରଣ ‌ଜ୍ଞାନ ଆଦି ଉପରେ ବିଶେଷ ଭାବେ ପଢାଯାଇଥାଏ ।

ମମତା କହନ୍ତି,‘ମୁଁ ନିଜେ ଏକ ସରକାରୀ ସ୍କୁଲରେ ପଢିଛି ।  ଏହି ସ୍କୁଲମାନଙ୍କରେ କେବଳ ବିଭିନ୍ନ ବ୍ୟବସ୍ଥାରେ ଭାବ ଥାଏ ତାହା ନୁହେଁ, ଶିକ୍ଷକମାନେ କେବଳ ନାମକୁ ମାତ୍ରା ପଢାଇଥାନ୍ତି ।  ସମସ୍ତଙ୍କ ପାଖରେ ଟିଉସନ୍ ପଢିବାକୁ ପଇସା ନଥାଏ । କିନ୍ତୁ ଭଲକଥା ହେଉଛି ଯେ ବାପା ମାମାନେ ଗରିବ ଓ ଅଶିକ୍ଷିତ ହେଲେ ମଧ୍ୟ ସେମାନେ ପିଲାମାନଙ୍କୁ ପ୍ରତିଦିନ ଥାନାକୁ ପଢିବା ପାଇଁ ଛାଡୁଛନ୍ତି । ’

ନିଶା କହନ୍ତି, ମୁଁ ଦିଲ୍ଲୀ ପୁଲିସରେ ଯୋଗଦେବା ପୂର୍ବରୁ ପିଲାଙ୍କୁ ଟିଉସନ୍ କରୁଥିଲି ।  ପିଲାଙ୍କୁ ପଢାଇବା ବାହାନାରେ ନିଜକୁ ମଧ୍ୟ କିଛି ଶିଖିବାକୁ ପଡୁଛି ।  ଏଠାରେ ପଢୁଥିବା ପିଲାମାନଙ୍କ ଭିତରେ ବହୁତ ଭଲ ଗୁଣ ଅଛି । କେବଳ ସେମାନଙ୍କୁ ଠିକ୍ ରାସ୍ତାରେ ନେବାର ଆବଶ୍ୟକତା ରହିଛି ।

ଏଭଳି ପରିସ୍ଥିତିରେ ଏହି ଦୁଇ ପୁଲିସ୍ ଥାନାରେ କନଷ୍ଟେବଳ ମମତା ନେଗୀ(ତିମାରପୁର) ଓ କନଷ୍ଟେବଳ ନିଶା (ରୂପନଗର) ଏହି ପିଲାମାନଙ୍କୁ ପାଠ ପଢାଇବା ସହିତ ସେମାନଙ୍କୁ ଆତ୍ମରକ୍ଷା କରିବାର କୌଶଳ ଶିକ୍ଷା ଦେଉଛନ୍ତି ।

ଛାତ୍ରଛାତ୍ରୀଙ୍କ ମତ

ଏଠାରେ ପଢୁଥିବା ନିଖିଲ କହନ୍ତି, ମୋର ଇଂରେଜୀ ଭଲ ହେଉନଥିଲା ।  କିନ୍ତୁ ଏଠାରେ ପଢିବା ଦିନରୁ ଧୀରେ ଧୀରେ ଏଥିରେ ସୁଧାର ଆସିଛି ।  ଇଂରେଜୀ ପରୀକ୍ଷାରେ ଭଲ ନମ୍ବର ମଧ୍ୟ ରହୁଛି ।  ନିଶା ମାମ୍ ଆମକୁ ସବୁବେଳେ ବଡ ହୋଇ ଦେଶସେବା କରିବାକୁ କହନ୍ତି ।  ଯାହା ମୋତେ ବହୁତ ଭଲ ଲାଗେ ।

ଆଉଜଣେ ଛାତ୍ରୀ କାଜଲ କହନ୍ତି, ମମତା ମାମ୍ ଆମକୁ କେବଳ ପଢାଉନାହାନ୍ତି, ତାହା ସହିତ ସେ ନାଚ ଓ ଯୋଗ ମଧ୍ୟ ଶିଖାନ୍ତି । ପ୍ରତିଯୋଗୀତାରେ ଜିତିଲେ ସେ ଆମକୁ ଚକୋଲେଟ୍ ଓ ପେନ୍ ଦିଅନ୍ତି ।  ମାମ୍ ଆମକୁ ଅକ୍ଷରଧାମ ମନ୍ଦିର ବୁଲାଇବାକୁ ମଧ୍ୟ ନେଇ ଯାଇଥିଲେ।  ଯେଉଁଠାରେ ଆମେ ଆମ ସଂସ୍କୃତି ବିଷୟରେ ଅନେକ କିଛି ଶିଖିବାକୁ ପାଇଲୁ ।

‘ସି ଟୁ ଶକ୍ତି’ କାର୍ଯ୍ୟକ୍ରମ

ଦିଲ୍ଲୀ ପୁଲିସ୍ ର ‘ସି ଟୁ ଶକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ଏହା ଚାଲିଛି ।  ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହିଳା ସଶକ୍ତିକରଣ ।  ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଲ୍ଲୀ ପୁଲିସ୍ ବିଭିନ୍ନ କଲେଜରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ଟ୍ରେନିଂ ଦେଉଛନ୍ତି ଓ ଝିଅମାନଙ୍କୁ କମେଣ୍ଟ ପାସ୍ କରୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ଧାରିବା ଲାଗି ଅଭିଯାନ ହେଉଛି ।

ତେବେ ମମତା ଓ ନିଶା ନିଜର ଆଗ୍ରହ ଓ ଲୋକସେବା ମନୋବୃତ୍ତି ଯୋଗୁଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବସ୍ତିପିଲାମାଙ୍କୁ ପଢାଇ ଏକ ପୁଲିସ୍ ବିଭାଗରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି ।

ଆଧାର - Akhand social worker, freelance journalist

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate