অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଇକ୍‌ରେ ତିଆରି ହୋଇଛି ଆମ୍ବୁଲାନ୍ସ, ରୋଗୀଙ୍କୁ ଦେଉଛି ଜୀବନ

ବାଇକ୍‌ରେ ତିଆରି ହୋଇଛି ଆମ୍ବୁଲାନ୍ସ, ରୋଗୀଙ୍କୁ ଦେଉଛି ଜୀବନ

ଆମ୍ବୁଲାନ୍ସ

କିଛି କରି ଦେଖାଇବାର ଇଚ୍ଛା ଥିଲେ ମଣିଷ ଅନେକ କିଛି କରିପାରେ। ଦୃଢ ମନୋବଳ ଓ ଉଦ୍ୟମ ଥିଲେ ହେଲା। ହାଇଦ୍ରାବାଦର ମହମ୍ମଦ ସରୋଜ ନାମକ ଜଣେ ବ୍ୟକ୍ତି ଗରିବ ଲୋକଙ୍କ ପାଇଁ ଏମିତି କିଛି କରି ଦେଖାଇଛନ୍ତ॥ ଯାହା ଆପଣ ବି ଜାଣିଲେ ଖୁସି ହେବେ। ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହେଉଥିବା ଗରିବ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସରୋଜ ନିଜ ମୋଟର ସାଇକେଲ ବା ବାଇକ୍‌କୁ ଆମ୍ବୁଲାନ୍ସର ରୂପ ଦେଇଛନ୍ତି। ତାଙ୍କର ଏହି ବାଇକ୍-ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀଙ୍କୁ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚାଉଛନ୍ତି ସରୋଜ।

ରୋଗୀଙ୍କୁ ଦେଉଛି ଜୀବନ

କୌଣସି ଦୁର୍ଘଟଣା ଘଟୁଥିଲେ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଆମ୍ବୁଲନ୍ସ ସେବା ପହଞ୍ଚି ପାରେନାହିଁ। ଯାହାଦ୍ୱାରା ସେମାନେ ଅନେକ ହଇରାଣ ହୋଇଥାଆନ୍ତି। ଏହି ସମୟରେ ସରୋଜ ଦେବଦୂତ ଭଳି ତାଙ୍କ ବାଇକ୍-ଆମ୍ବୁଲାନ୍ସ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଉଛନ୍ତି।

ରୋଗୀମାନଙ୍କ ପାଇଁ ତାଙ୍କର ଏହି ଆମ୍ବୁଲାନ୍ସରେ ସମସ୍ତ ସୁବିଧା ବି ଖଞ୍ଜାଯାଇଛି। ସେଥିରେ ରିହିଛି ଗୋଟେ ବେଡ୍, ଗୋଟିଏ ଫାଷ୍ଟଏଡ୍ ବକ୍ସ, ଅକ୍ସିଜେନ୍ ସିଲିଣ୍ଡର ଏବଂ ରୋଗୀଙ୍କୁ ଏହି ଆମ୍ବୁଲାନ୍ସରୁ ବାହାର କରିବା ପାଇଁ ଗୋଟିଏ ଷ୍ଟ୍ରେଚର।

ମହମ୍ମଦଙ୍କ ମତରେ, ମୋ ପାଇଁ ଜଣେ ମଣିଷର ଜୀବନ ସବୁଠୁ ମୂଲ୍ୟବାନ। କିନ୍ତୁ ଆମ୍ବୁଲାନ୍ସ ସେବା ଠିକ ଭାବରେ ନ ପହଞ୍ଚିବାରୁ ଅନେକ ଲୋକଙ୍କ ଜୀବନ ଯାଉଛି। ତେଣୁ ସେମାନଙ୍କୁ ଏହି ସେବା ଯୋଗାଇ ଦେଇ ଜୀବନ ବଞ୍ଚାଇବା ଭଳି ମହତ କର୍ଯ୍ୟରେ ଲାଗି ପଡିଛନ୍ତି ସରୋଜ। ପୂର୍ବରୁ ସରୋଜ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ କାର୍, ବାଇକ୍ ଏବଂ ସ୍କୁଟର ତିଆରି କରି ସାରିଛନ୍ତି। ଏବେ ସେ ଯେଉଁ ଆମ୍ବୁଲାନ୍ସ ତିଆରି କରିଛନ୍ତି, ତାକୁ ଆଇନଗତ ଭାବେ ସେବାରେ ଲଗାଇବାକୁ ସରକାରଙ୍କ ଅନୁମିତକୁ ସେ ଅପେକ୍ଷା କରିଛନ୍ତି। ସରକାର ତାଙ୍କର ଏହି ଆମ୍ବୁଲାନ୍ସକୁ ସ୍ୱୀକୃତି ଦେଲେ ଏହି ସେବା ଆହୁରି ଆଗକୁ ଯାଇପାରିବ ବୋଲି ସେ ଆଶା କରନ୍ତି।

ଆଧାର: ଓଡିଶା ରିପୋଟର

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate