অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ମହିଳା ଉଦ୍ୟୋଗୀଙ୍କ ପ୍ରେରଣା-କିରଣ ମଜୁମଦାରଶ

ଭାରତୀୟ ମହିଳା ଉଦ୍ୟୋଗୀଙ୍କ ପ୍ରେରଣା-କିରଣ ମଜୁମଦାରଶ

ଭାରତୀୟ ମହିଳା ଉଦ୍ୟୋଗୀ

ବିଶ୍ଵର ଏକ ଅଗ୍ରଣୀବାୟୋଟେକ କମ୍ପାନି ବାୟୋକନ  ର ପ୍ରତିଷ୍ଠାତା କିରଣ ମଜୁମଦାର ହେଉଛନ୍ତି ଭାରତୀୟ ନାରୀ ଶକ୍ତିର ଏକ ଉଜ୍ଜଳ ଚେହେରା ଗୋଟି ଏଗ୍ୟାରେଜରୁ ଆରମ୍ଭ ହୋଇ ଆଜିର ବିଶାଳ ବାୟକନ କମ୍ପାନି ଗଢିବାର ଯାତ୍ରା ଥିଲା ବେଶ ସଙ୍ଘର୍ଷମୟ,  କିନ୍ତୁ ଏହି କାହଣୀ ଏବେ ସାରା ଭାରତର ଯୁବ ସମାଜ ପାଇଁ ପ୍ରେରଣା ଦାୟୀ କ୍ୟାନସର ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2010ରେ ପ୍ରସିଦ୍ଧ ଟାଇମ୍ମା ଗାଜିନ କିରଣମଜୁମ ଦାରଶଙ୍କୁ ବିଶ୍ଵର ସବୁଠାରୁ ପ୍ରଭାବ ଶାଳୀ ମହିଳା ତାଲିକା ରେ ସ୍ଥାନ ଦେଇଥିଲା। ବାୟୋକନ ଓ ତାହାର ଶାଖା କମ୍ପାନୀ ମାନେ ମିଳିତ ଭାବେ ଭାରତର ବାୟୋଟେ କବାଜୈବ ପ୍ରଯୁକ୍ତି ବିପ୍ଲବର ଆଗଧାଡିରେ ରହି ଆସିଛନ୍ତି। ଏହି ଗ୍ରୁପ ଔଷଧ ଆବିଷ୍କାର ଠାରୁ ଆରମ୍ଭ କରି ଓ ରାଲଇନସୁଲିନ ଓ ଅନ୍ୟ କମ୍ପାନୀଙ୍କ ପାଇଁଠିକା ଗବେଷଣା ଆଦି ଅନେକ ଧରଣର କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିରଣଙ୍କ ପିତା ବିଭିନ୍ନ ଆଲକୋହଲ ପ୍ରସ୍ତୁତି କାରୀ କମ୍ପାନୀରେ ଜଣେ ପେସାଦାର କର୍ମଚାରୀ ଥିଲେ।

କିରଣଙ୍କ ସ୍ଵପ୍ନ

ପିଲା ବେଳୁ କିରଣ ଡାକ୍ତର ହେବାର ସ୍ଵପ୍ନ ଦେଖୁଥିଲେ କିନ୍ତୁ ପ୍ରବେଶିକା ପରୀକ୍ଷାରେ ଆବଶ୍ୟକୀୟ ନମ୍ବର ରଖିବାରୁ ଅଳ୍ପକେ ବଞ୍ଚିତ ହେଲେ। ତଥାପି ସେ ଡାକ୍ତରୀ ପଢିପାରିଥାନ୍ତେ ଓ ଜଣେ ଡାକ୍ତର ହୋଇପାରିଥାନ୍ତେ ଯଦି ତାଙ୍କ ପିତା ଏକ ମେଡିକାଲ କଲେଜ କୁ ମୋଟାଆକାର ର ଡୋନେସନ ଦେବାକୁ ରାଜି ହୋଇଥାନ୍ତେ। ଏପରି କରିବା ସେତେବେଳେ ଏକ ସାଧାରଣ କଥା ଥିଲା ଓ ଏବେ ମଧ୍ୟ ରହିଛି। କିନ୍ତୁ ତାଙ୍କ ପିତା ତାହାକରିବାକୁ ମନା କରିଦେଲେ। ପିତାଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଜଣାଇଲେ କିରଣ। ବିବାହ ପାଇଁ ଅର୍ଥ ସଞ୍ଚୟନ କରି ମେଡିକାଲ କଲେଜକୁ ଡୋନେସନ ବାକ୍ୟାପିଟେସନ ଫିଦେବାକୁ କିରଣ ଅନୁରୋଧ କଲେ। କିନ୍ତୁ ପିତା ଥିଲେ ଅବିଚଳିତ, ସୁତରାଂନିଷ୍ପତ୍ତି ବଦଳିଲା ନାହିଁ। ହତାଶ ହେଲେ କିରଣ, କିନ୍ତୁ ଗୋଟିଏ ଗୁରୁତ୍ତ୍ଵପୂର୍ଣ୍ଣ ଶିକ୍ଷା ପାଇଲେ-ନିଜ ଉଦ୍ୟମରେ ନିଜ ରଈପ୍ସିତସ୍ଥାନ ହାସଲ କରିବାକୁ ପଡିବ।  ସେ ଜୈବ ବିଜ୍ଞାନ ରେ ନାମ ଲେଖାଇଲେ ଓ ୱାଇନବାବିୟର ପ୍ରସ୍ତୁତି କାରୀ କ୍ଷେତ୍ରରେ ତାଲିମ ନେବା ପାଇଁ ସେ ଅଷ୍ଟ୍ରେଲିଆ ଗଲେ। ସଫଳତାର ସହତାଲିମ ସାରି ସେ ଭାରତକୁ ଫେରିଲେ। ତେବେ ନିଜ ଦେଶରେ ଆଉ ଏକ ହତାଶା ତାଙ୍କ ପାଇଁ ଅପେକ୍ଷା କରି ରହିଥିଲା। କେହି ତାଙ୍କୁ ନିଯୁକ୍ତି ଦେବାକୁ ରାଜି ହେଲେ ନାହିଁ-କାରଣ ସେ ପର୍ଯ୍ୟନ୍ତ ବ୍ରିଙ୍ଗ ପେସାରେ କେବଳ ପୁରୁଷମାନେ ହିଁ ସକ୍ରିୟଥିଲେ।

ଚାକିରି ସନ୍ଧାନରେ ଥିବା ବେଳେ ତାଙ୍କର ଜଣେ ବନ୍ଧୁ ବା ୟୋକନ ନାମକ ଏକ ଆଇରିସ କମ୍ପାନୀ ସହ ପରିଚିତ କରାଇଦେଲା, ଯାହାକି ଅମୃତ ଭଣ୍ଡାରୁ ଏନ ଜାଇମ ପ୍ରସ୍ତୁତ କରି ବାନି ମନ୍ତେ ଏକ ଭାରତୀୟ ସହ ଯୋଗୀ ଖୋଜୁ ଥିଲା। ମାତ୍ର 10 ହଜାର ଟଙ୍କାରେ ଏକ ଗ୍ୟାରେଜ ରେସେନିଜର ଏହି ଉଦ୍ୟୋଗ ଆରମ୍ଭ କଲେ। ବ୍ୟବସାୟଟି ବଢିଚାଲିଲା। ଶୀଘ୍ର ସେ ଅନେ କପ୍ରକାରର ଏନଜାଇ ମପ୍ରସ୍ତୁତ କରିବାରେ ଲାଗିଲେ। ଆମେ ଘରେ ଦହି ପ୍ରସ୍ତୁତି ପାଇଁ କିମ୍ବା ପାଉଁରୁଟିପ୍ରସ୍ତୁତି ପାଇଁ ଯେଉଁ ଇଷ୍ଟନାମକ ଏନଜାଇମ ବ୍ୟବହାରକରୁ, ତା ସମ୍ପର୍କ ରେ ଟିକିଏ ଚିନ୍ତା କରନ୍ତୁତ। ସେହିପରି ଆଉକିଛି ସ୍ଵତନ୍ତ୍ର ଧରଣର ଏନଜାଇମ ବ୍ୟବହାର କରିବିୟର ପ୍ରସ୍ତୁତି ଠାରୁ ଆରମ୍ଭ କରି ସ୍ଵତନ୍ତ୍ର ଧରଣର ପୋଷାକ ପ୍ରସ୍ତୁତି ପର୍ଯ୍ୟନ୍ତ ଅନେକ କିଛି କରାଯାଇଥାଏ। ଏ କ୍ଷେତ୍ରରେ ସଫଳତା ହାସଲ ପରେ କିରଣ ଆହୁରି ବଡ଼ବଡ଼ ସ୍ଵପ୍ନ ଦେଖିବା ଆରମ୍ଭକଲେ। ଏନଜାଇମ କ୍ଷେତ୍ରରେ ସୀମିତ ନରହିସେ ଔଷଧ ଅଣୁ ପ୍ରସ୍ତୁତି କରିବାକୁ ଚାହୁଁଥିଲେ। ମେହବାଡାଇବେଟିସ ପରି ରୋଗ ଭାରତ ପରି ଏକ ଗରିବ ମାତ୍ରଜନ ବହୁଳ ଦେଶରେ କିପରି ପ୍ରଭାବ ବିସ୍ତାର କରି ରହିଛି ତାହାକୁ ନେଇ ସେ ଚିନ୍ତିତ ଥିଲେ।

ଭାରତ ଆବଶ୍ୟକ ରେଶସ୍ତା ଓ ସହଜ ବ୍ୟବହାର ଯୋଗ୍ୟ ଔଷଧ ଅନେକ ଲୋକ ବିଶେଷ କରି ତାଙ୍କର ଅନେକ ଗ୍ରାହକ ଓ ଜଣେ ମୁଖ୍ୟ ପୃଷ୍ଠ ପୋଷକ ତାଙ୍କୁ ଏଥିରୁ ନିବୃତ କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ସେଥି ଲେଦୃଢ ପ୍ରତିଜ୍ଞ। ବାୟୋକନ ଓ ରାଲ ଇନସୁଲିନ ଉପରେ କାମ କରିବା ଆରମ୍ଭ କଲା ଓ ସମୟ କ୍ରମେ ନିଜର ଏନ ଜାଇମବ୍ୟବସାୟକୁ ସଂପୂର୍ଣ୍ଣ ଭାବେ ବିକିଦେଇ ଔଷଧ ଆବିଷ୍କାର ଓ ଗବେଷଣା ଉପରେ ସଂପୂର୍ଣ୍ଣ ଗୁରୁତ୍ତ୍ଵ ଦେବା ଆରମ୍ଭ କଲା। ଏବେ ବାୟୋକନରେ ପ୍ରାୟ 4 ହଜାର ଉଚ୍ଚ ଶିକ୍ଷିତ ବୈଜ୍ଞାନିକ, ଗବେଷକ ଓ ଉତ୍ପାଦନ କର୍ମଚାରୀ କାମ କରୁଛନ୍ତି। ଏମାନେ ଅନେକ ପ୍ରକାର ର ଔଷଧ ଓ ଡ୍ରଗଫର୍ମୁ ଲେସନ ପ୍ରସ୍ତୁତ କରୁଛନ୍ତି ଓ କମ୍ପାନୀ ଭାରତର ପ୍ରଥମ ବିଲିୟନ ଡଲାରବାୟୋଟେ କ୍ନୋଲୋଜୀ କମ୍ପାନୀ ହେବା ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଆଧାର

Tapan  moharana (freelancer journalist)

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate