অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିନ୍ନକ୍ଷମ ପିଲାଙ୍କୁ ସହଯୋଗ କରିବାରେ ତମାହାର

ଭିନ୍ନକ୍ଷମ ପିଲାଙ୍କୁ ସହଯୋଗ କରିବାରେ ତମାହାର

ତମାହାରର ଯାତ୍ରା

ଲୋକଙ୍କୁ ସଶକ୍ତୀକରଣ ଦ୍ୱାରା ଯଥା ସଂଭବ ଆତ୍ମସ୍ୱାଧୀନ କରିବା ପରିବର୍ତେ ସେମାନଙ୍କୁ ଯତ୍ନ ଦେବାରେ ବହୁଳ ପରିମାଣରେ  ଅର୍ଥ ଖର୍ଚ୍ଚ କରାଯାଉଛି, ମତ ରଖନ୍ତି ତମାହାରର ପ୍ରତିଷ୍ଠାତ୍ରୀ ଏବଂ ନିର୍ଦ୍ଧେଷିକା ବୈଶାଳୀ ପାଇ । ଏଠାରେ ସେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ଲୋକ ଶବ୍ଦଟି ବ୍ୟବହାର କରିଛନ୍ତି । ତାଙ୍କ ଅନୁଷ୍ଠାନ ମାଧ୍ୟମରେ ସେ ବେଙ୍ଗୁାଲୁର ଓ ପଲିରେ ଦୁଇଟି କେନ୍ଦ୍ର ଖୋଲି ଶାରିରୀକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସର ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସହଯୋଗ କରୁଛନ୍ତି ।

ଆମେ ବିଶ୍ୱାସ କରୁ ଯେ ପିଲାମାନଙ୍କୁ ଭାବିବା, ଗ୍ରହଣ କରିବା, ହୃଦୟଙ୍ଗମ କରିବା ଏବଂ ପରେ ମନେ ରଖିବା ଆଦି ଶିକ୍ଷା ଦିଆଯିବା ଆବଶ୍ୟକ । ଏହା ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ । ଏହା କେବଳ ସେମାନଙ୍କ ବୁଝିବା ଭଳି ସରଳ ଓ ସାବଳୀଳ ଭାବରେ ପ୍ରଶ୍ନ ପଚରାଯିବା ଓ ସେମାନଙ୍କୁ ବୁଝିବା ପାଇଁ ଅଧିକ ସମୟ ଦେବା ଉପରେ ନିର୍ଭର କରେ ବୋଲି ବୈଶାଳୀ ମତ ରଖନ୍ତି ।

ଅକୁପେସନାଲ୍ ଥେରାପିରେ ଏକ ସ୍ନାତୋକତର ଡିଗ୍ରୀ ଧରି ୨୫ ବର୍ଷ ତଳେ ବୈଶାଳୀ ମୁମ୍ମାଇରୁ ଆସି ବେଙ୍ଗାଲୁରରେ ପହଂଚିଥିଲେ । ମୁଁ କର୍ଣ୍ଣାଟକର ଇନ୍ଦିରାନଗର ସ୍ଥିତ ଦ ସ୍ପାସ୍ଟିକ୍ସ୍ ସୋସାଇଟିରେ କାମ କରିବା ଆରମ୍ଭ କଲି । ସେଠାରୁ ୧୯ କିମି ଦୂରତାରେ ରହୁଥିଲି ଓ ମତେ କାମରେ ପହଂଚିବାକୁ ୩ଟି ବସ ବଦଳାଇବାକୁ ପଡୁଥିଲା । ଏହି ସମୟରେ ଅନେକ ପରିବାର ସେମାନଙ୍କ ପିଲାମାନଙ୍କ ସହ ଦୂର ସ୍ଥାନକୁ ଅତି କଷ୍ଟରେ ଯାତ୍ରା କରୁଥିବାର ବାରମ୍ବାର ଦେଖିବାକୁ ମିଳିଲା । ଏପରି ଭିଡ ଯେ ସେମାନେ ଠିକ ଭାବରେ ଚାଲି କିମ୍ବା ଘୁଂଚି ପାରୁନଥିଲେ, ସେ ମନେ ପକାନ୍ତି ।

ସେହି ସମୟରେ ସେ ଉତ୍ତର-ପଶ୍ଚିମ ବେଙ୍ଗାଲୁରର ଗଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହର ଅଂଚଳରେ ତମାହାର ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସ୍ଥିର କଲୋ ସହରାଂଚଳରେ ଏହା ୭ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଓ ଗ୍ରାମାଂଚଳରେ ୧୫-୨୦ କିମି ବ୍ୟାସାର୍ଦ୍ଧ ବିଶିଷ୍ଟ ଅଂଚଳକୁ କେନ୍ଦ୍ର କରି କାର୍ଯ୍ୟ କରିବାର ଏକ ନିର୍ଦ୍ଧିଷ୍ଟ ଏଜେଣ୍ଡା ରଖି ସେ ଏହାକୁ ଆରମ୍ଭ କଲେ ।

କାର୍ଯ୍ୟ ଶୈଳୀ

ଆମେ ପିଲାମାନଙ୍କ ସହ ମିଶିବା ସମୟରେ, ସେମାନଙ୍କୁ ଗତି ଅବା ଶବ୍ଦ ଶିଖାଇବା ବେଳେ ସଂପୂର୍ଣ୍ଣ ରୂପେ ସେମାନଙ୍କ ମସ୍ତିଷ୍କକୁ ନିବେଦନ କରିଥାଉ, ଭାଗ ଭାଗରେ ନୁହେଁ ବୋଲି ସେ କୁହନ୍ତି । ତମାହାର ବିଭିନ୍ନ ଥେରାପିର ଉପଯୋଗ କରୁଥିଲେ ମଧ୍ୟ ରିକ୍ରିଏସନାଲ ଆକ୍ଟିଭିଟିଜ ଏହାର ଶିକ୍ଷାଶୈଳୀର କେନ୍ଦ୍ର ଅଟେ । ସେମାନେ ଅନ୍ୟମାନଙ୍କର କ୍ରୀଡାକୁ ବୁଝିବା ପାଇଁ ଇନଡୋର ଓ ଆଉଟଡୋର ଖେଳକୁ ମଧ୍ୟ ଶିକ୍ଷା ଖସଡା ଭୁକ୍ତ କରାଯାଇଛି । କେତେକ ପିଲା ଶାରିରୀକ ଭାବେ କ୍ରୀଡାରେ ଅଂଶଗ୍ରହଣ କରି ନପାରିଲେ ମଧ୍ୟ ସେମାନେ ଏହାକୁ ଦେଖି ଆନନ୍ଦ ନେଇପାରିବେ । ପରିବାର ଓ ସମାଜ ପାଇଁ ସେମାନଙ୍କର ଭୂମିକାକୁ ନେଇ ଭିନ୍ନକ୍ଷମ ପିଲାମାନେ ବହ ଅସୁବିଧାରେ ଥାନ୍ତି । ଏହି ଅସୁବିଧାକୁ ଦୂର କରିବା ପାଇଁ ମା, ଭାଇ ଭଉଣୀ ଓ ଅନ୍ୟାନ୍ୟ ସଂପର୍କୀୟମାନଙ୍କ ପାଇଁ ସେମାନଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିଛି । ତମାହାର ତରଫରୁ ଏ ନେଇ ସେମାନଙ୍କ ପରିବାରକୁ ମଧ୍ୟ ସେମାନଙ୍କ ସହ ଭାବ ବିନିମୟ ପାଇଁ ପ୍ରଶିକ୍ଷଣ ଦିଆଯାଇଥାଏ । ଭିନ୍ନକ୍ଷମମାନେ ସାଧାରଣ ଜୀବନ ସହ ଖାପଖୁଆଇ ପାରିବେ ନାହିଁ । ଏପରି ଧାରଣାକୁ ଦୂର କରି ସମାଜରେ ଭିନ୍ନକ୍ଷମମାନଙ୍କୁ ସହଜରେ ଗ୍ରହଣ କରାଯାଇ ପାରିବ, ଧାରଣାକୁ ବଳବତ୍ତର କରିବାକୁ ସେମାନେ ଦୃଢ ପରିକର ।

ଅନେକ ପିତାମାତା ସେମାନଙ୍କ ପିଲାମାନଙ୍କୁ ଅନ୍ୟମାନଙ୍କ ପରି ସାଧାରଣ ଭାବେ ଦେଖିବାକୁ ଚାହାଁନ୍ତି କିନ୍ତୁ ଏହାଏକମାତ୍ର ରାସ୍ତା ନୁହେଁ । ବରଂ ସେମାନେ ନିଜ ପିଲାର ଆବଶ୍ୟକତାକୁ ବୁଝିପାରିଲେ ସବୁଠୁ ଭଲ ଥେରାପିଷ୍ଟ ହୋଇପାରିବେ ବୋଲି ବୈଶାଳୀ ଦୃଢୋକ୍ତି ପ୍ରକାଶ କରନ୍ତି ।

ତାଙ୍କ ଟିମ ବିଷୟରେ ସେ କୁହନ୍ତି, ଜଣେ ଟିମ ମେମ୍ବରର ଶିକ୍ଷାଗତ ଯୋଗ୍ୟତା ଅପେକ୍ଷା ପିଲାମାନଙ୍କୁ ଭଲ ପାଇବା ଓ ସେମାନଙ୍କୁ ଶିଖାଇବାର ଆନ୍ତରିକତା ଅଧିକ ଗୁରୁତ୍ୱ ପୂର୍ଣ୍ଣ । ଯୋଗ ଥେରାପି, କ୍ଲିନିକାଲ ସାଇକୋଲୋଜି, ମ୍ୟୁଜିକ ଥେରାପି, ଫିଜିଓଥେରାପି ଓ ଅରଗାନିକ ଫାରମିଂ ପରି କେତେକ ନିର୍ଦ୍ଧିଷ୍ଟ କ୍ଷେତ୍ର ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ କରେ । ଆର୍ଥିକ ବ୍ୟବସ୍ଥା ନେଇ କୁହନ୍ତି, ପରିବାରର ଆର୍ଥିକ ସ୍ଥିତି ଓ କେନ୍ଦ୍ରକୁ ଆସୁଥିବା ଦୂରତାକୁ ବିଚାର କରି ସେମାନଙ୍କ ଠାରୁ ସର୍ବନିମ୍ନ ଅର୍ଥ ନିଆଯାଇଥାଏ । କାରଣ ଆମେ ଭାବୁ ମାଗଣାରେ ଉତ୍ତମ ସେବା ଯୋଗାଇ ହେବନାହିଁ ।

କେନ୍ଦ୍ରଗୁଡିକ ସଂପୂର୍ଣ୍ଣ ରୂପେ ଦାନରେ ପରିଚାଳିତ ହେଉଥିବା ବେଳେ ବିଦ୍ୟାଳୟରେ ବ୍ୟବହୃତ କେତେକ ସରଂଜାମ ବୈଶାଳୀଙ୍କ ପରିବାର ଯୋଗାଇଥାଏ । ସେ କୁହନ୍ତି ଏହାର ପରିଚାଳନା ଚ୍ୟାଲେଞ୍ଜିଂ ହୋଇପାରେ ମାତ୍ର କିଛି ବି ଅସମ୍ଭବ ନୁହେଁ । ଆର୍ଥିକ ଦିଗରୁ କେନ୍ଦ୍ରଗୁଡିକ ସ୍ୱୟଂ ସଂପୂର୍ଣ୍ଣ ନ ହେଲେ ମଧ୍ୟ ପରିଚାଳନାରେ ସେମାନେ ସଂପୂର୍ଣ୍ଣ ରୂପେ ସ୍ୱାଧୀନ ।

ଏହି ପିଲାମାନେ ସୁଯୋଗରୁ ବଂଚିତ ହେଉଥିବାରୁ ସମାଜର ଅନେକ ମାନବ ସମ୍ବଳ ଅଯଥାରେ ଅପଚୟ ହେଉଛି । ଆମର ପ୍ରଚେଷ୍ଟା ଆରମ୍ଭ ମାତ୍ର । ଆଗାମୀ ଦିନରେ ଆମେ ବସ୍ତିରୁ ବଡ ସହର ଯାଏ ଆମର ସେବାକୁ ବିସ୍ତୃତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କୁହନ୍ତି ।

ଆଧାର -Team Odia writer

Last Modified : 2/13/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate