অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମହିଳା ସଶକ୍ତିକରଣରେ ଆଦିତ୍ୟ ଆଲୁମିନିୟମ୍

ମହିଳା ସଶକ୍ତିକରଣରେ ଆଦିତ୍ୟ ଆଲୁମିନିୟମ୍

ଆଦିତ୍ୟ ଆଲୁମିନିୟମ କମ୍ପାନୀ

ଓଡ଼ିଶାର ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ୍ ଅନ୍ତର୍ଗତ ଗ୍ରାମଗୁଡ଼ିକରେ ବସବାସ କରୁଥିବା ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି  ନିମନ୍ତେ ଆଦିତ୍ୟ ଆଲୁମିନିୟମ କମ୍ପାନୀ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି । ବିଶେଷତଃ ଗ୍ରାମାଞ୍ଚଳରେ ବସବାସ କରୁଥିବା ମହିଳାମାନେ ଉପଯୁକ୍ତ ଖାଦ୍ୟ ଓ ପୋଷାକ ପାଇପାରି ନଥାନ୍ତି। ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ କୁପୋଷଣ ଓ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ । ସାଧାରଣତଃ ଛୋଟ ଛୋଟ କୃଷି ଓ ଅନ୍ୟାନ୍ୟ କୃଷି କାର୍ଯ୍ୟରୁ ସେମାନେ ଛଅ ମାସ ପର୍ଯ୍ୟନ୍ତ ନିଜର ଆୟ ଉପାର୍ଜନ କରିଥାନ୍ତି । ଏହାପରେ ଏହିସବୁ ଚାଷୀମାନେ ଅନ୍ୟାନ୍ୟ ବିକଳ୍ପ ଧନ୍ଦା ଖୋଜିଥାନ୍ତି ଯାହାକି ସେମାନଙ୍କ ପରିବାର ଚଳାଇବା ପାଇଁ କଷ୍ଟକର ହୋଇପଡ଼େ । କିନ୍ତୁ ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ରେଙ୍ଗାଲି ବ୍ଲକ୍ ଭୁଲିଆଡିହି ଗ୍ରାମର ନିଖିଳ ସେଲ୍ଫ ହେଲ୍ପ ଗ୍ରୁପର ସଦସ୍ୟମାନଙ୍କ ପାଇଁ ଏକ ନୂତନ ବଞ୍ଚିବାର ରାହା ସୃଷ୍ଟି ହୋଇପାରିଛି ।

ପ୍ରାୟତଃ ଦେଢ଼ ବର୍ଷ ପୂର୍ବରୁ ଆଦିତ୍ୟ ବିର୍ଲା ଗ୍ରୁପର ଏକ ୟୁନିଟ୍ ଆଦିତ୍ୟ ଆଲୁମିନିୟମର ସିଏସ୍ଆର ଟିମ୍ ଏହି ଗ୍ରାମକୁ ଚିହ୍ନଟ କରିଥିଲେ ଏବଂ ଏଠାରେ ଏକ ସେଲ୍ଫ ହେଲ୍ପ ଗ୍ରୁପ୍ (SHG) ସ୍ଥାପନ ପାଇଁ ଏଠାକାର ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମରୁ ମାତ୍ର ୧୦ ଜଣ ମହିଳାଙ୍କୁ ନେଇ ଏହି ଗ୍ରୁପ୍ ଆରମ୍ଭ ହୋଇଥିଲା ଯେଉଁମାନଙ୍କୁ ସ୍ଥାନୀୟ ପୋଖରୀଗୁଡ଼ିକରେ ମାଛ ଚାଷ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା । ଏଥିପାଇଁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସ୍ଥାନୀୟ ବିଶେଷଜ୍ଞମାନଙ୍କ ସହିତ ପରାମର୍ଶ କରାଯାଇ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା । ଏହା ସାଙ୍ଗକୁ ସ୍ଥାନୀୟ ବ୍ୟାଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

SHGର  କାର୍ଯ୍ୟକ୍ରମ

ଗତ ଜୁଲାଇ ୨୦୧୩ରେ ନିଖିଳ ସେଲ୍ଫ ହେଲ୍ପ ଗ୍ରୁପର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସେମାନେ ସ୍ଥାନୀୟ ମତ୍ସ୍ୟ ବିଭାଗରୁ ୨୦୦୦ ମାଛ ଯାଆଁଳ କିଣିଥିଲେ ଓ ତାହାକୁ ନେଇ ସ୍ଥାନୀୟ ପୋଖରୀ ଗୁଡ଼ିକରେ ମାଛ ଚାଷ ଆରମ୍ଭ କରିଥିଲେ । ଆଠ ମାସ ପରେ ସେମାନେ ପାଖାପାଖି ୧ କ୍ୱିଂଟାଲ୍ ମାଛ ଅମଳ କରିଥିଲେ ଏବଂ ସେଥିରୁ ୧୨୦୦୦ ଟଙ୍କା ଲାଭ ପାଇଥିଲେ । ବର୍ତ୍ତମାନ ଏହି SHGର ବାର୍ଷିକ ଉତ୍ପାଦନ ପ୍ରାୟତଃ ୧୦ ରୁ ୧୨ କ୍ୱିଂଟାଲ୍ ଏବଂ ବାର୍ଷିକ ଲାଭ ପରିମାଣ ପ୍ରାୟ ୧ ଲକ୍ଷ ଟଙ୍କା ଅଟେ ।

ମହିଳାମାନଙ୍କୁ ପ୍ରୋତ୍ସାହନ -

ଆଦିତ୍ୟ ଆଲୁମିନିୟମର ସିଏସ୍ଆର ପଦକ୍ଷେପ ଅଧିନରେ ଜୀବିକା ନିର୍ବାହ ପାଇଁ ଏକ ନୂତନ ପଦକ୍ଷେପର ଶୁଭାରମ୍ଭ କରାଯାଇଛି । ଏଥିରେ ସ୍ଥାନୀୟ ମହିଳାମାନଙ୍କୁ ଶୁଖିଲା ଖାଦ୍ୟ ତିଆରି କରିବା ଓ ତାହାର ବିକ୍ରୟ ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ରେଙ୍ଗାଲି ବ୍ଲକର ୪ ଗୋଟି SHG –ସମଲେଶ୍ୱରି (ତିଳେଇମାଲ), ଓମେନ୍ସ ଷ୍ଟାର (ଲାହାମଣି), ଲକ୍ଷ୍ମୀ (ଲୁଧାପାଲି) ଏବଂ ଜୟ ମା ସନ୍ତୋଷି (ପୋଣ୍ଡାଲୋଇ) SHGର ପ୍ରାୟ ୪୦ ଜଣ ମହିଳାମାନଙ୍କୁ ଆଦିତ୍ୟ ବିର୍ଲା ଦ୍ୱାରା ଆୟୋଜିତ ତିନି ଦିବସୀୟ ତାଲିମ୍ କାର୍ଯ୍ୟକ୍ରମରେ ତାଲିମ୍ ପ୍ରଦାନ କରାଯାଇଥିଲା । ପ୍ରାଥମିକ ତାଲିମ୍ ସମାପ୍ତ ପରେ ତାଲିମ୍ ଦାତାଙ୍କ ସହାୟତାରେ ଏହିସବୁ ମହିଳାମାନେ ୫୦ କେଜି ସ୍ନାକ୍ସ ପ୍ରସ୍ତୁତ କରି ପ୍ଳାଣ୍ଟ ଓ କ୍ୟାଟିଂନ୍ ସାଙ୍ଗକୁ ସ୍ଥାନୀୟ ମାର୍କେଟରେ ବିକ୍ରୟ କରିଛନ୍ତି । ଏହି ଉତ୍ପାଦିତ ସ୍ନାକ୍ସର ବ୍ରାଣ୍ଡ ନାମ ଭାରତ ଓ ଗୃହିଣୀ ମିକ୍ସର ନାମରେ ରଖାଯାଇଛି ।

ଓମଲେଶ୍ୱରୀ ଗ୍ରୁପର ସମ୍ପାଦିକା ମିସ୍ ସୁରଭି ବାରିକ କହିଛନ୍ତି ଯେ ଆଦିତ୍ୟ ଆଲୁମିନିୟମ ଦ୍ୱାରା ପ୍ରଦାନ କରାଯାଇଥିବା ତାଲିମ୍ ବଳରେ ଆମେ ଆଜି ଏହି କାର୍ଯ୍ୟକୁ ସୁଚାରୁ ରୂପେ କରିପାରୁଛୁ ଓ ଭବିଷ୍ୟତରେ ଆମେ ଏହି ଉଦ୍ୟୋଗକୁ ଅଧିକ ବଢ଼ାଇବାକୁ ଆଶା କରିଛୁ ।

SHGର ବିକାଶ

ଏହି ଅଞ୍ଚଳର ମହିଳାମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସଦା ସର୍ବଦା ଯତ୍ନବାନ ରହିଛୁ । SHGର ବିକାଶ ଜରିଆରେ ଆମେ ସ୍ଥାନୀୟ ଲୋକମାନଙ୍କର ଔଦ୍ୟୋଗିକ ବିକାଶ ଓ ଜୀବିକା ନିର୍ବାହ ପାଇଁ ସୁବ୍ୟବସ୍ଥା କରିପାରିଥିବାରୁ ନିଜକୁ ଗର୍ବ ଓ ଗୌରବାନ୍ୱିତ ମନେ କରୁଛୁ । ସେମାନଙ୍କ ପାଇଁ ଆମ ପକ୍ଷରୁ ପ୍ରଦାନ କରାଯାଉଥିବା ତାଲିମ୍ ପ୍ରଦାନଗୁଡ଼ିକ ଖୁବ୍ ଉପଯୋଗୀ ହୋଇପାରୁଥିବା ଆମେ ଦେଖିପାରୁଛୁ ବୋଲି ଆଦିତ୍ୟ ଆଲୁମିନିୟମର ପ୍ରେସିଡେଣ୍ଟ ତଥା ୟୁନିଟ୍ ହେଡ୍ ବିଭୁ ମିଶ୍ର ପ୍ରକାଶ କରିଛନ୍ତି । ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଯୋଗାଇ ଦିଆଯାଉଥିବା ପଦକ୍ଷେପ ବଳରେ ମହିଳା ଉଦ୍ୟୋଗୀମାନେ ନିଜ ନିଜର ବ୍ୟବସାୟ ଯଥା ମାଛ ଚାଷ, କୁକୁଡା ଚାଷ ଆଉ ମଧ୍ୟ କିଛି ଧନ୍ଦାମୂଳକ ତାଲିମ୍ ଜରିଆରେ ସିଲାଇ ଓ ଅନେକ ଜୀବିକା ନିର୍ବାହମୂଳକ କାର୍ଯ୍ୟକ୍ରମ ଗ୍ରହଣ କରି ନିଜକୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି ବୋଲି ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି ।

ଆଧାର - ଇୟୋର ଷ୍ଟୋରି

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate