অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରହିବାକୁ ଘର ନାହିଁ, କିନ୍ତୁ ଗରିବ ରୋଗୀକୁ ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ରହିବାକୁ ଘର ନାହିଁ, କିନ୍ତୁ ଗରିବ ରୋଗୀକୁ ଦେଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ଔଷଧ

ଓଁକାରନାଥ ଶର୍ମା ରୁ ମେଡ଼ିସିନ୍ ବାବା

ସାଧାରଣତଃ ବାବା କହିଲେ ଆମ ମନକୁ ଆସେ କେହି ଜଣେ ବୃଦ୍ଧ ବ୍ୟକ୍ତି ନିଜ ଧର୍ମ ପ୍ରଚାର ପାଇଁ କାମ କରୁଥିବେ ।  କିନ୍ତୁ  ଦିଲ୍ଲୀରେ ଏମିତି ଜଣେ ବାବା ଅଛନ୍ତି, ଯିଏ ଧର୍ମ, ଜାତି ଉପରକୁ ଉଠି ମାନବଧର୍ମ ବିଷୟରେ ଭାବନ୍ତି ଓ ଗରିବ ଲୋକଙ୍କର ସହାୟତା କରିବାକୁ ନିଜ ଜୀବନର ଲକ୍ଷ୍ୟ ବୋଲି ମାନି ନେଇଛନ୍ତି ।  ଗରିବ ଲୋକମାନଙ୍କର ଜୀବନ ପରିବର୍ତ୍ତନ ପାଇଁ କାର୍ଯ୍ୟକରୁଛନ୍ତି ।  ସେ ଭିନ୍ନକ୍ଷମ ଓ ବୟସ ୭୯ ହେଲାଣି । ତଥାପି ସେ ନିଜ ଉଦ୍ଦେଶ୍ୟରୁ ପଛକୁ ହଟିନାହାନ୍ତି ।  ଏବେ ବି ସେ ଯୁବକମାନଙ୍କୁ ପଛରେ ପକାଇବାର ସାହସ ରଖନ୍ତି ।

ହଁ, ସେ ହେଉଛନ୍ତି ଦିଲ୍ଲୀରେ ରହୁଥିବା ବୟୋବୃଦ୍ଧ ମେଡିସିନ୍‌ ବାବା ।  ଯିଏକି ଅନେକ ବର୍ଷ ଧରି ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁଡଗାଁଓର ଗଳି ଗଳି ବୁଲି ଔଷଧ ଦାନ କରିବାକୁ ଲୋକଙ୍କୁ ନିବେଦନ କରନ୍ତି । ତାଙ୍କ ପ୍ରକୃତନାମ ହେଉଛି ଓଁକାରନାଥ ଶର୍ମା ।  ତାଙ୍କ କାମ ଦେଖି ଲୋକେ ତାଙ୍କୁ ମେଡିସିନ୍ ବାବା ବୋଲି ଡାକୁଛନ୍ତି ।  ସେ ନୋଏଡାର କୈଳାଶ ହସ୍ପିଟାଲ୍‌ ରେ ଟେକ୍ନିସିଆନ୍ କାମ କରୁଥିଲେ ।

ମେଡିସିନ୍ ବାବା କୁହନ୍ତି, “ଦିଲ୍ଲୀର ଲକ୍ଷ୍ମୀ ନଗର ଇଲାକାରେ ମେଟ୍ରୋ କନଷ୍ଟ୍ରକସନ୍‌ ଦୁର୍ଘଟଣା ସମୟରେ କେତେକ ଗରିବ ଶ୍ରମିକ ପ୍ରାଣ ହରାଇଥିଲେ ଓ ଅନ୍ୟ କେତେକ ଆହତ ହୋଇଥିଲେ ।  ଏହି ଘଟଣା ମୋତେ ଶକ୍ତ ଧକ୍କା ଦେଇଥିଲା ।  ଏଭଳିକି ମୁଁ ଶୋଇପାରିନଥିଲି ।  ମୁଁ ଦେଖିଲି ଯେ ସେମାନଙ୍କ ପାଖରେ ଔଷଧ କିଣିବାକୁ ପଇସା ନାହିଁ । ପୁଣି ଡାକ୍ତର କହୁଛନ୍ତି ଡାକ୍ତରଖାନାରେ ଔଷଧ ନାହିଁ ।  ଏଭଳି ସ୍ଥିତିରେ ସେମାନଙ୍କର ଚିକିତ୍ସାରେ ସମସ୍ୟା ଦେଖାଯାଇଥିଲା ।  ପୁଣି ଔଷଧ ଅଭାବରୁ ଅନ୍ୟ କେତେକ ରୋଗ ମଧ୍ୟ ମାଡିବସେ । ”

ସେହି ଘଟଣାପରେ ଓଁକାରନାଥ ଗେରୁଆ ରଂଗର କୁର୍ତ୍ତାରେ ନିଜ ଫୋନ୍ ନମ୍ବର, ଇମେଲ୍ ଆଦି ବଡ ବଡ ଅକ୍ଷରରେ ଲେଖିଲେ ।  ଏହାକୁ ପିନ୍ଧି ସେ ଦିଲ୍ଲୀର ରାଜରାସ୍ତାରେ ବୁଲି ଗରିବମାନଙ୍କ ପାଇଁ ଔଷଧ ମାଗିବା ଆରମ୍ଭ କଲେ ।  ସେହି ଅଭିଯାନ ଆଜି ପର୍ଯ୍ୟନ୍ତ ଚାଲିଛି । ସେ ଘର ଘର ବୁଲି ସେମାନଙ୍କ ପାଖରେ ଥିବା ଔଷଧ ଦାନ କରିବା ପାଇଁ ନିବେଦନ କରନ୍ତି ।  ଔଷଧ ସଂଗ୍ରହ କରି ଡାକ୍ତରଖାନାର ଡାକ୍ତରମାନଙ୍କୁ ଦେଇଦିଅନ୍ତି । ଯାହା ଫଳରେ ସେହି ଔଷଧରେ କେହି ଗରିବ ରୋଗୀଟିଏ ଭଲ ହୋଇପାରିବ।

ଗରିବଙ୍କ ପାଇଁ ସାହାରା

ମେଡିସିନ୍ ବାବା ପ୍ରତିମାସରେ ଲକ୍ଷାଧିକ ଟଙ୍କାର ଔଷଧ ଦାନ କରନ୍ତି ।  ସେ ଦିଲ୍ଲୀର ଏମ୍ସ, ରାମ ମନୋହର ଲୋହିଆ ହସ୍ପିଟାଲ୍,  ଲେଡି ହାର୍ଡିଂ ମେଡିକାଲ କଲେଜ୍ ଓ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଔଷଧ ଦିଅନ୍ତି ।

ଆଜି ଦେଶର ବିଭିନ୍ନ ସ୍ଥାନରୁ ଓ ବିଦେଶରୁ ମଧ୍ୟ ଲୋକେ ମେଡିସିନ୍‌ ବାବାଙ୍କୁ ଔଷଧ ପଠାଉଛନ୍ତି ।  ଯେମିତି ଗରିବ ରୋଗୀମାନେ ଏଥିରୁ ଉପକୃତ ହୋଇପାରିବେ । ଏହା ବ୍ୟତୀତ ଲୋକମାନେ ହ୍ୱିଲ ଚେୟାର, ଅକ୍ସିଜେନ୍ ସିଲିଣ୍ଡର, ବେଡ୍‌, ସିରିଂଜ୍‌ ଆଦି ମଧ୍ୟ ଦେବା ଆରମ୍ଭ କଲେଣି । ଉତ୍ତରାଖଣ୍ଡ ବିପଦ ସମୟରେ ମଧ୍ୟ ମେଡିସିନ୍‌ ବାବା ଲକ୍ଷାଧିକ ଟଙ୍କାର ଔଷଧ ପ୍ରଭାବିତ ଅଂଚଳକୁ ପଠାଇଥିଲେ ।

ମେଡିସିନ୍‌ ବାବା କହନ୍ତି, ଔଷଧକୁ ରକ୍ଷଣବେକ୍ଷଣ କରିବାରେ ଅସୁବିଧା ହେଉଛି ।  ସେ ଏକ ଭଡା ଘରେ ରହୁଛନ୍ତି ଓ ସେଇଟା ହିଁ ତାଙ୍କର ଅଫିସ୍ ଭଳି କାମ କରୁଛି ।  ତାଙ୍କ ପାଖେ ଥିବା ସବୁକିଛି ସେ ଏହି କାମରେ ଲଗାଇଛନ୍ତି ।  ଯଦି କିଛି ସରକାରୀ ସାହାଯ୍ୟ ମିଳନ୍ତା, ତେବେ ତାଙ୍କ କାମକୁ ଆହୁରି ବ୍ୟାପକ ଭାବେ କରିପାରନ୍ତେ । ସେ ଭବିଷ୍ୟତରେ ଗୋଟିଏ ମେଡିସିନ୍ ବ୍ୟାଙ୍କ୍ କରିବା ପାଇଁ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି, ଯେଉଁଠାରେ ଲୋକଙ୍କୁ ମାଗଣାରେ ଔଷଧ ମିଳିପାରିବ ।

ଶେଷକଥା

ମେଡିସିନ୍ ବାବା ଠିକ୍‌ ରେ ଚାଲିପାରୁନାହାନ୍ତି ।  କିନ୍ତୁ ଲୋକଙ୍କୁ ସାହାଯ୍ୟ କରିବାର ଇଛା ତାଙ୍କୁ ସବୁବେଳେ ଆଗକୁ ବଢିବାର ପ୍ରେରଣା ଦେଉଛି ।  ସେ ଏହି କାମକୁ ନିସ୍ୱାର୍ଥପର ଭାବରେ କରିଚାଲିଛନ୍ତି ଓ ଦେଶକୁ ସୁସ୍ଥ ଦେଖିବାକୁ ଚାହୁଁଛନ୍ତି ।  ସମର୍ଥଲୋକମାନେ ଦେଶର ଗରିବଲୋକମାନଙ୍କୁ ପାଇଁ ସହାଯ୍ୟର ହାତ ବଢେଇବା ଜରୁରୀ ବୋଲି ସେ ମତ ଦେଇଛନ୍ତି ।

ଆଧାର - Akhand social worker, freelance journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate