অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ

ଲୋକଙ୍କୁ କାମ ଦେବା ପାଇଁ ପ୍ରତିଷ୍ଠା କଲେ ପ୍ରଥମ ଗ୍ରାମୀଣ ବିପିଓ

ଉପକ୍ରମ

ପାଠପଢା ପରେ କାମ ଅନ୍ୱେଷଣରେ ଗାଁରୁ ସହରକୁ ଯିବା ଏକ ସାଧାରଣ କଥା ।  ଦେଶ ସ୍ୱାଧିନ ହେବାର ଛଅ ଦଶନ୍ଧି  ବିତିଯାଇଥିଲେ ମଧ୍ୟ ଗାଁରେ ରୋଜଗାର ପାଇଁ ବହୁତ କମ୍ ସୁଯୋଗ ରହିଛି ।  ତେଣୁ ଗାଁରୁ ସହରକୁ ଆସୁଥିବା ଲୋକଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି ।  ଆଉ ଗ୍ରାମାଅଞ୍ଚଳର ବିକାଶରେ ଏହା ବାଧକ ସାଜୁଛି ।

ଦିଲ୍ଲୀର ଜଣେ ୱେବ ଡିଜାଇନର୍ ସଲୋନୀ ମାଲହୋତ୍ରା ଏମିତି ଏକ ପ୍ରୟାସ କରିଥିଲେ ଯାହା ଏକ ଉଦାହରଣ ପାଲଟିଯାଇଥିଲା।  ସଲୋନୀଙ୍କ ଉଦ୍ୟମ ଲୋକଙ୍କ ଭାବନା ବଦଳାଇଦେଇଥିଲା ।  କେବଳ ୨୩ ବର୍ଷ ବୟସରେ ସଲୋନୀ ତାମିଲନାଡୁର ଏକ ଗାଁରେ ଦେଶୀ କ୍ରୁ ନାମରେ ଏକ ବିପିଓ ଖୋଲିଲେ ।  ଆଉ କିଛି ବର୍ଷ ଭିତରେ ଏହା ଏକ ସଫଳ ବିପିଓ ଭାବେ ପ୍ରତିଷ୍ଠାଲାଭ କରିପାରିଲା ।  ଏହି ବିପିଓ ଜରିଆରେ ଗାଁରେ ରହି ଯୁବକମାନଙ୍କୁ କ୍ୟାରିୟର ଗଢିବାର ସୁଯୋଗ ମିଳିଥିଲା ।

ସଲୋନୀଙ୍କ ଯାତ୍ରା

ସଲୋନୀଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା ।  ଦ୍ୱାଦଶ ପର୍ଯ୍ୟନ୍ତ ସେ ଦିଲ୍ଲୀର ଏକ କନଭେଣ୍ଟ ସ୍କୁଲରେ ପଢିଥିଲେ ।  ଏହାପରେ ପୁନେର ଭାରତୀୟ ବିଦ୍ୟାପୀଠରେ ଇଂଜିନିୟର ପଢିଲେ ।  ଏହି ସମୟର ସେ ବିଭିନ୍ନ ଗ୍ରୁପ ସହ ସାମିଲ ହୋଇଥିଲେ ।  ଏଭଳିକି ସେ ଲିୟୋ ଗ୍ରୁପର ଅଧ୍ୟକ୍ଷା ଭାବେ ଗ୍ରାମାଅଞ୍ଚଳ ଲୋକଙ୍କ ବିକାଶ ପାଇଁ ଅନେକ କାମ କରିଥିଲେ ।  ଏହି ସମୟରେ ସେ ଅନେକ ନୂଆ ଅଭିଜ୍ଞତା ହାସଲ କରିଥିଲେ ।  କିଛି ଭଲ କାମ କରିବାର ସଂକଳ୍ପ ସେ ଏଇଠାରେ ହିଁ ନେଇଥିଲେ ।  ସେ କହନ୍ତି,“ମୁଁ ନିଷ୍ପତ୍ତି ନେଲି – ଏମତି କିଛି କାମ କରିବି ଯାହା ଗ୍ରାମାଂଚଳ ସମ୍ବନ୍ଧୀୟ ହୋଇଥିବ ।  କି କାମ କଲେ ଗାଁର ଯୁବକ  ଯୁବତୀମାନଙ୍କୁ ଫାଇଦା ମିଳିବ ? ଯେଉଁ କାମ କଲେ ମଧ୍ୟ ଅଭିଜ୍ଞତା ଓ ଅର୍ଥ ଆବଶ୍ୟକ | ତେଣୁ ଦିଲ୍ଲୀର ଏକ ୱେବ ଡିଜାଇନ୍ କମ୍ପାନୀରେ ଚାକିରି କଲି ।  ଲକ୍ଷ୍ୟ ଥିଲା ଯେ କମ୍ପାନୀ ଚଳାଇବାର କୌଶଳ ଶିଖିବା । ”

ଇତିମଧ୍ୟରେ ତାଙ୍କର ସାକ୍ଷାତ ମାଡ୍ରାସ୍ ଆଇଆଇଟି ପ୍ରଫୋସର ଅଶୋକ ଝୁନଝୁନୱାଲାଙ୍କ ସହ ହେଲା ।  ସେ ସଲୋନୀଙ୍କୁ ବହୁତ ସାହାଯ୍ୟ କରିଥିଲେ ।  ଆଉ ୨୦୦୭ ମସିହା ୨ ଫେବୃୟାରୀରେ ସଲୋନୀ ଗ୍ରାମୀଣ ବିପିଓ ‘ଦେଶୀ କ୍ରୁ’ ଆରମ୍ଭ କଲେ ।  କାମ ପାଇଁ ସହର ପଳାଉଥିବା ରୋକିବା ହିଁ ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

ଦେଶୀ କ୍ରୁ ଯୁବକମାନଙ୍କୁ ରୋଜଗାର ଦେବା କାର୍ଯ୍ୟ କଲା ।  ଚେନ୍ନଇର କୋଲ୍ଲୁମଗୁଡୀ ଅଂଚଳରେ ଚାରିଜଣଙ୍କୁ ନେଇ ଅଫିସ୍ ଖୋଲାଗଲା ।  ମାଡ୍ରାସ ଆଇଆଇଟି ଓ ଅନ୍ୟ ଜଣେ ନିବେଶକ ‘ଦେଶୀ କ୍ରୁ’କୁ ଖୋଲିବା ପାଇଁ ଅର୍ଥ ସହଯୋଗ କରିଥିଲେ | ସଲୋନୀ ଚେନ୍ନଇର ସ୍ଥାନୀୟ ଭାଷା ଜାଣିନଥିଲେ ।  ସେଠାରେ ସେ ପୂରା ନୂଆ ଥିଲେ ।  ତେଣୁ ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥିଲା ।  ତଥାପି ସେ ପଛକୁ ଚାହିଁ ନଥିଲେ ।  ସାହସର ସହ ଆଗକୁ ବଢିଥିଲୋ ଓ ଏବେ ଦେଶୀ କ୍ରୁ ସଫଳତାକୁ ଛୁଇଁଛି ।

ପ୍ରଶିକ୍ଷଣ

ଦେଶୀ କ୍ରୁ ତାମିଲନାଡୁରେ ଏବେ ୫ଟି ସେଂଟର ଖୋଲିଛି ଓ ଅନେକ ଯୁବକ ଯୁବତୀଙ୍କୁ ଏଠାରେ ରୋଜଗାର ମିଳିଛି ।  ଏହି ବିପିଓ ଆରମ୍ଭ ସମୟରେ କ୍ଲାଏଣ୍ଟମାନଙ୍କୁ ବୁଝାଇବା ଓ ସେମାନଙ୍କ ବିଶ୍ୱାସ ଜିତିବା ଥିଲା ବହୁତ ବଡ ଚ୍ୟାଲେଂଜ୍ ।  କାରଣ ଗ୍ରାମୀଣ ଅଞ୍ଚଳରେ ଇନଫ୍ରାଷ୍ଟ୍ରକଚର୍ ନଥିଲା ।  ପୁଣି ଗାଁର ଲୋକମାନେ କେବଳ ସ୍ଥାନୀୟ ଭାଷା ହିଁ ଜାଣିଥିଲେ ।  ଇଂରାଜୀ ଖୁବ୍ କମ୍ ଲୋକଙ୍କୁ ଆସୁଥିଲା ।  ତଥାପି ସଲୋନୀଙ୍କ ବିପିଓ ଉପରେ ଧୀରେ ଧୀରେ ସମସ୍ତେ ଭରସା କରିବାକୁ ଲାଗିଥିଲେ ।

ଦେଶୀ କ୍ରୁ କର୍ମଚାରୀମାନଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଏ ।  ଯେପରି ସବୁ ପରିସ୍ଥିତିରେ ସଫଳତାର ସହ କାମ କରିପାରିବେ । ଦେଶୀ କ୍ରୁ ତାମିଲନାଡୁ ଓ କର୍ଣାଟକର ବିଭିନ୍ନ କମ୍ପାନୀ ପାଇଁ ସେବା ଯୋଗାଇଆସୁଛି । ଏହା ବ୍ୟତୀତ ଅନ୍ୟ କିଛି କମ୍ପାନୀ ଏହା ସହିତ ସାମିଲ ହୋଇଛନ୍ତି । ଏମିତି ଅନେକ ବିପିଓ ଅଛନ୍ତି, ଯେଉଁମାନେ ଗ୍ରାମାଂଚଳ ଯୁବକ ଯୁବତୀମାନଙ୍କୁ ରୋଜଗାର ଦିଅନ୍ତି । କିନ୍ତୁ ଗ୍ରାମାଅଞ୍ଚଳ ରେ ଅଫିସ୍ ଖୋଲନ୍ତି ନାହିଁ । କିନ୍ତୁ ସଲୋନୀ ଗ୍ରାମାଂଚଳରେ ଅଫିସ୍ ଖୋଲି ଏକ ରିସ୍କ ଉଠାଇଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ ।

ସଲୋନୀଙ୍କ ଆଇଡିଆ ବେଶ୍ ଭଲ ଚାଲିଛି ।  ତାଙ୍କ ବିପିଓ କେବଳ ଗାଁ ଲୋକଙ୍କୁ ନୁହେଁ, ଦେଶର ବହୁ ଲୋକଙ୍କୁ ଆକର୍ଷଣ କରିଛି। ଏଥିପାଇଁ ଅନେକ ସୋଲନୀଙ୍କୁ ଅନେକ ସମ୍ମାନ ମିଳିଛି ।  ୨୦୧୧ରେ ଟିଆଇଆଇ ଶ୍ରୀ ଶକ୍ତି ଆୱାର୍ଡ, ୨୦୦୮ରେ ଏମଟିବି ଯୁଥ୍ ଆଇକନ୍ ପାଇଁ ନାମାଙ୍କିତ ହୋଇଥିଲେ । ୨୦୦୮ରେ ଇ ଏଣ୍ଡ ୱାଇ ଏଣ୍ଟରପ୍ରନ୍ୟୋର୍ ଅଫ୍ ଦି ୟିଅର ପାଇଁ ମନୋନୀତ ହୋଇଥିଲେ ।  ୨୦୧୩ରେ ଗ୍ଲୋବାଲ୍ ସୋର୍ସିଂ କାଉନସିଲ୍ ଆୱାର୍ଡରେ ଦ୍ୱିତୀୟ ସ୍ଥାନ ମିଳିଥିଲା । ୨୦୦୯ରେ ଫିକି ଏଫଏଲ୍‌ଓ ଶ୍ରେଷ୍ଠ ମହିଳା ଉଦ୍ୟୋଗୀ ଭାବେ ପୁରସ୍କୃତ ହୋଇଥିଲେ ।  ଏତେ କମ ବୟସରେ ଅନେକ ସଫଳତା ପାଇବା ବହୁତ ବଡ ଉପଲବ୍ଧି । ପ୍ରତିଷ୍ଠା ହେବାର କିଛି ବର୍ଷ ମଧ୍ୟରେ ଦେଶୀ କ୍ରୁ ଦଶ ଗୁଣା ବିସ୍ତାର କରିଯିବା ଏକ ରେକର୍ଡ ।

ଆଧାର -Akhand social worker, freelance journalist

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate