অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିଙ୍ଗ ଭିତ୍ତିକ ଜୀବନ ଜୀଇଁବାର ଭିନ୍ନ ଉପାୟ ପାଇଁ ବିକଳ୍ପ ସଂସ୍ଥାନ

ବିକଳ୍ପ ସଂସ୍ଥାନ

ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଯୁବଶକ୍ତିର ବହୁ ପ୍ରଭାବ ରହିଛି। ଏହାକୁ ବିଶ୍ବାସ କରି ରାଜସ୍ଥାନର ଯୁବ ସାମାଜିକ କର୍ମୀମାନଙ୍କ ସଂସ୍ଥାବିକଳ୍ପ ସଂସ୍ଥାନ ଲିଙ୍ଗଭିତ୍ତିକ ହିଂସାକାଣ୍ଡକୁ ରୋକିବା ପାଇଁ ବହୁ ପରିବର୍ତ୍ତନଶୀଳ କାମ କରୁଛି। ସେମାନେ ଲିଙ୍ଗଭିତ୍ତିକ ହିଂସାକାଣ୍ଡର ପ୍ରକୃତ କାରଣ ଜାଣି ଏହାକୁ ରୋକିବା ଦିଗରେ ଯବପୀଢ଼ିକୁ ଶିକ୍ଷା ଦେଇ ସଚେତନ କରିଥାନ୍ତି। କିଛି ସମାଜସେବୀଙ୍କ ଦ୍ବାରା 2004ରେ ପ୍ରତିଷ୍ଠିତ ହୋଇଥିବା ଏହି ସଂସ୍ଥା ଲିଙ୍ଗ ସଂମାନତା, ନାବାଳିକାଙ୍କ ଶିକ୍ଷା, ବାଲ୍ୟ ବିବାହ ଏବଂ ମହିଳାମାନଙ୍କ ଉପରେ ଅତ୍ୟାଭଭାର ଭଳି ସମ୍ବେଦନଶୀଳ ପ୍ରସଙ୍କ ଉପରେ କାମ କରୁଛି। ଅସହିଷ୍ଣୁତା, ବୈଷମ୍ୟତା ଏବଂ ହିଂସା ଠାରୁ ମୁକ୍ତ ହୋଇ ସାଧାରଣ ଭାବରେ ମହିଳାମାନଙ୍କୁ ବଞ୍ଚିବାର ସୁଯୋଗ ଦେବାର ବିକଳ୍ପ ପାଇଁ ବିକଳ୍ପ ସଂସ୍ଥାନ ଉଦ୍ୟମକରୁଛି।

ବିକଳ୍ପ ସଂସ୍ଥାନ ବିଭିନ୍ନ ସ୍ତରର ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କାମ କରୁଛି। ଆମେ ପ୍ରଥମେ ଅଭିଯାନ ଏବଂ ସଭା କରି ଲୋକମାନଙ୍କୁ ସଚେତନ କରିଥାଉ ବୋଲି ବିକଳ୍ପ ସଂସ୍ଥାନର ପ୍ରୋଗ୍ରାମ ମ୍ୟାନେଜର ଯୋଗେଶ ବୈଷ୍ଣବ କହିଛନ୍ତି। ଆମେ ପ୍ରଥମେ ଗାଁ ଗାଁ ବୁଲି ଦଳଦଳ ଲୋକଙ୍କ ସହ କଥା ହେଇଥାଉ। ଆମେ ସେମାନଙ୍କ କଥାକୁ ମନ ଦେଇ ଶୁଣୁ ଏବଂ ଯେଉଁମାନେ ମହିଳାଙ୍କ ଅଧିକାର ସଂପର୍କରେ ସଚେତିତ ସେମାନଙ୍କୁ ଆମେ ଅଲଗା ବାଛିଥାଉ। ଏମାନେ ପରେ ତାଙ୍କ ସଂପ୍ରଦାୟର ଅନ୍ୟମାନଙ୍କୁ ସଭା କରି ସେମାନଙ୍କୁ ସଚେତନ କରିଥାନ୍ତି ବୋଲି ଯୋଗେଶ କହିଛନ୍ତି। ମୂଳସ୍ତରରୁ ବିକଳ୍ପ ସଂସ୍ଥାନ ତାର କାମ କରୁଛି। ଏହି ପଦକ୍ଷେପ ଦ୍ବାରା ଅଧିକରୁ ଅଧିକ ଯୁବବର୍ଗ ଆମ ସହିତ ଯୋଡ଼ି ହୋଇଥାନ୍ତି ବୋଲି ସେ କହିଛନ୍ତି।

ରାଜସ୍ଥାନରେ ଲିଙ୍ଗ ଅସମାନତା ବିପକ୍ଷରେ ସ୍ବର ଉତ୍ତୋଳନ

ରାଜସ୍ଥାନ ଏକ ପୁରୁଷ ପ୍ରଧାନ ରାଜ୍ୟ। ସମୟ ବଦଳିଥିଲେ ବି ଯୁଗ ଯୁଗରୁ ଏହି ପ୍ରଥା ରାଜସ୍ଥାନରେ ଚାଲି ଆସିଛି। ମହିଳାମାନଙ୍କ ସହ ପକ୍ଷପାତ ନୀତି ସମାଜରେ ଗ୍ରହଣ ହୋଇରହିଛି ବୋଲିନ ଯୋଗେଶ ମତ ଦିଅନ୍ତି। ସେଠାରେ ମହିଳାମାନଙ୍କୁ ଅଶୁଭ ଭାବରେ ଦେଖାଯାଏ ବୋଲି ସେ କହିଛନ୍ତି।

ଜନ୍ମ ପୂର୍ବରୁ ଲିଙ୍ଗ ନିରୁପଣ, ବାଲ୍ୟ ବିବାହ, ଯୌତୁକ, ପରଦା ପ୍ରଥା, ଘରୋଇ ଅତ୍ୟାଚାର, ବିଧବା ମହିଳାମାନଙ୍କ ଉପରେ ଅତ୍ୟାଚାର ଭଳି ଘଟଣାର ସଂଖ୍ୟା ରାଜସ୍ଥାନରେ ସବୁଠାରୁ ଅଧିକ। ବିକଳ୍ପ ଏଭଲି ଏକ ସମାଜ ଗଢ଼ିବାର ସ୍ବପ୍ନ ଦେଖୁଛି ଯେଉଁଠି ଉଭୟ ପୁଅ ଓ ଝିଅଙ୍କ ମଧଙ୍କୁ ସମାନ ଅଧିକାର ମିଳିବ। ଏହାକୁ ଗୁରୁତ୍ବର ନେବା ପାଇଁ ସଂସ୍ଥା ଯୁବ ବର୍ଗଙ୍କୁ ଏହି କାମରେ ନିୟୋଜିତ କରିଛି ଏବଂ ମହିଳାମାନଙ୍କ ଅଧିକାର ସଂପର୍କରେ ପରିବାରକୁ ସଚେତନ କରାଯାଉଛି ବୋଲି ଯୋଗେଶ କହିଛନ୍ତି। ପରିବର୍ତ୍ତନ ପ୍ରଥମେ ଘରୁ ଆରମ୍ଭ ହୋଇ ପରେ ସମାଜରେ ଗ୍ରହଣ ହେବା ଦରକାର ବୋଲି ବିକଳ୍ପ ସଂସ୍ଥାଲ ବିଶ୍ବାସ ରଖେ।

ଲିଙ୍ଗଭିତ୍ତିକ ଅସମାନତା ଦୂର କରିବା ପାଇଁ ବିକଳ୍ପ ରାଜସ୍ଥାନରେ ଖୁବ ଭଲ ପଦକ୍ଷେପ ଗ୍ରହଣ କରୁଛି। ସଚେତନତା ପାଇଁ ଆୱାର ଡଟର୍ସ ରାଇଟସ୍, ସେଣ୍ଡ ଆୱାର ଡଟର୍ସଟୁ ସ୍କୁଲ, ସ୍ମାଇଲିଂ ଡଟର୍ସ ଏବଂ ଉଇ କ୍ୟାନ ଏଣ୍ଡ ଭାଓଲେନ୍ସ ଏଗେନଷ୍ଟ ୱିମେନ୍ ଭଳି କ୍ୟାମ୍ପେନ ବିକଳ୍ପ ହାତକୁ ନେଇଛି।

ମହିଳାଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ସ୍ଵର

ବିଭିନ୍ନ ଭାବରେ ମହିଲାମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ। ଧର୍ଷଣ, କନ୍ୟା ଭ୍ରୁଣହତ୍ୟା ଏବଂ ଲିଙ୍ଗ ନିରୁପଣ, ଯୌତୁକଜନିତ ହତ୍ୟା, ଏବଂ ଘରୋଇ ଅତ୍ୟାଚାର ଭାବରେ ଏହା ବର୍ତ୍ତମାନର ସମାଜରେ ମୁଣ୍ଡ ଟେକିଛି। ଏହି ସବୁ ଅତ୍ୟାଚାରର ସମୁଳ ବିନାଶ ବିକଳ୍ପ ସଂସ୍ଥାନର ଲକ୍ଷ୍ୟ ବୋଲି ଯୋଗେଶ କହିଛନ୍ତି। ମହିଳାମାନଙ୍କୁ ପରାମର୍ଶ ଏବଂ ସୁରକ୍ଷା ଦେବା ପାଇଁ ଆମେ ବିଭିନ୍ନ ସେଣ୍ଟରମାନ ଖୋଲିଛୁ। ନିଜର ଆଇନଗତ ଅଧିକାର ଉପରେ ଏବଂ ଆବଶ୍ୟକସ୍ଥଳେ ସେମାନେ ନେଇପାରିବାକୁ ଥିବା କଠୋର ପଦକ୍ଷେପ ସଂପର୍କରେ ଆମେ ସେମାନଙ୍କୁ ଶିକ୍ଷା ଦେଉ ବୋଲି ଯୋଗେଶ କହିଛନ୍ତି।

ବିକଳ୍ପରେ ମହିଳାମାନଙ୍କୁ ନିଜକୁ ଭଲପାଇବା ଏବଂ ସମ୍ମାନ ଦେବା ଉପରେ ଶିକ୍ଷା ଦିଆଯାଏ। ନିଜ ଉପରେ ହେଉଥିବା ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ସ୍ବର ଉଠେଇବା ପାଇଁ ଆମେ କେବଳ ସେମାନହ୍କୁ ମନେପକାଇ ଦେଇଥାଉ ବୋଲି ଯୋଗେଶ କହିଛନ୍ତି।

ଝିଅଙ୍କୁ ଶିକ୍ଷା ଉପରେ ଗୁରୁତ୍ବ

ଝିଅଙ୍କୁ ପାଠ ପଢ଼ାଇବା ଖର୍ଚ୍ଚକୁ ଏଡାଇବା ପାଇଁ ପରିବାରରେ ସେମାନଙ୍କୁ ପଢ଼ିବାର ସୁଯୋଗ ଦିଆଯାଇନଥାଏ। ସେମାନେ ବିଶ୍ବାସ କରନ୍ତି ଯେ ଝିଅମାନେ କେବଳ ଘରେ ରହି, ଘରକରମଆ କାମରେ ସାହାଯ୍ୟ କରିବା ଆବଶ୍ୟକ। ଏହା ଫଳରେ ସେମାନଙ୍କୁ ସ୍କୁଲକୁ ଛଡ଼ାନଯାଇ ମୌଳିକ ଶିକ୍ଷାଦାନରୁ ବଂଚିତ କରାଯାଏ ବୋଲି ଯୋଗେଶ କହିଛନ୍ତି। ଝିଅଙ୍କୁ ପ୍ରାଥମିକ ଶିକ୍ଷା ପରିବାରକୁ ଆର୍ଥିକ ସୁରକ୍ଷା ସହ ଭଲ ସ୍ବାସ୍ଥ୍ୟ ଏବଂ ସଚେତନତା ଆଣିଦେଇଥାଏ ବୋଲି ବୁଝାଇବାର ଆବଶ୍ୟକତା ରହିଛି ବୋଲି ଯୋଗେଶ କହିଛନ୍ତି।

ଆମର ଆୱାର ଡଟର୍ସ ରାଇଟ୍, ସେଣ୍ଡ ଆୱାର ଡଟର୍ସ ଟୁ ସ୍କୁଲ ଏବଂ ସ୍ମାଇଲିଂ ଡଟର୍ସ ଭଳି ଅଭିଯାନ ସମାଜ ଦ୍ବାରା ଆଦୃତ ହେଉଛି ଏବଂ ଆମେ ସ୍ଥାନୀୟ ସ୍କୁଲ୍, କମ୍ୟୁନିଟି ଏବଂ ପରିବାର ମାନେ ଏଥିରେ ବହୁ ସଂଖ୍ୟାରେ ସାମିଲ ହୁଅନ୍ତୁ ବୋଲି ଆଶା କରୁଛୁ। ସ୍କୁଲରୁ ଅଧା ପାଠ ଛାଡୁଥିବା ଝିଅମାନଙ୍କୁ ସେମାନଙ୍କ ପଢ଼ା ସଂପୁର୍ଣ୍ଣ କରିବାକୁ ବିକାଶ ସଂସ୍ଥାନ ବିଶେଷ ପଦକ୍ଷେପ ଗ୍ରହଣ କରିଛି। ସଂସ୍ଥା 5200ରୁ ଅଧିକ ଏଭଳି ପିଲାଙ୍କୁ ସ୍କୁଲ ପଠାଇବାରେ ସଫଳ ହୋଇଛି ବୋଲି ଯୋଗେଶ କୁହନ୍ତି।

ଅଭିଶପ୍ତ ବାଲ୍ୟ ବିବାହ ବନ୍ଦ ପାଇଁ ପ୍ରୟାସ

ବାଲ୍ୟ ବିବାହ ଉଭୟ ପୁଅ ଏବଂ ଝିଅଙ୍କ ଭବିଷ୍ୟ ପାଇଁ କ୍ଷତିକାରକ, ବିଶେଷ କରି ଝିଅମାନଙ୍କ କ୍ଷେତ୍ରରେ ଏହା ଅଧିକ କ୍ଷତିକାରକ। ବାଲ୍ୟ ବିବାହ ଝିଅର ଶିକ୍ଷା, ତାର ଶାରିରୀକ ବିକାଶରେ ବାଧା ଉପୁଜାଇବା ସହ କମ୍ ବୟସରେ ମାତୃତ୍ବ ଲାଭ କରାଇବାର ଭୟ ରଖିଥାଏ ଯାହା ପରେ ଅନ୍ୟାନ୍ୟ ଶାରିରୀକ ଅସୁବିଧା ଘଟାଇଥାଏ। ଏହା ତାର ଅର୍ଥନୈତିକ କ୍ଷତି ଘଟାଇବା ସହ ତାର ବୁଦ୍ଧିମତାର ବିକାଶରେ ହ୍ରାସ ଏବଂ ଘରୋଇ ଅତ୍ୟାଚାରର ସମ୍ଭାବନା ବୃଦ୍ଧି କରିଥାଏ।

ଆମର ସର୍ବେକ୍ଷଣ ଏବଂ ପାରିପାର୍ଶିକ ସାମାଜିକ ସ୍ଥିତା ଅନୁଯାୟୀ ଝିଅକୁ ଶିକ୍ଷାଦାନ କରିବା ଦ୍ବାରା ତାର ବାଲ୍ୟ ବିବାହ ଭଳି ଘୃଣ୍ୟ ପ୍ରଥାରେ ପଡ଼ିବାର ସମ୍ଭାବନା କମିଯାଏ। ଆମେ ଏହି ବାର୍ତ୍ତାକୁ ଯେତେ ସମ୍ଭବ ଲୋକଙ୍କ ପାଖରେ ପହଞ୍ଚାଇପାରିବୁ ତାକୁ ପହଞ୍ଚାଇବାର ଚେଷ୍ଟା କରୁଛୁ ବୋଲି ଯୋଗେଶ କୁହନ୍ତି। ଝିଅମାନଙ୍କୁ, ତାଙ୍କ ପରିବାରବର୍ଗଙ୍କୁ, ବିଭିନ୍ନ ସ୍କୁଲ ଅଧିକାରୀମାନଙ୍କୁ ଭେଟି ସେମାନଙ୍କୁ ଅତି କମରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇବାକୁ ପ୍ରବର୍ତ୍ତାଇଥାଉ ବୋଲି ଯୋଗେଶ ବିସ୍ତ୍ରୃତ ଭାବରେ କୁହନ୍ତି। ଏପର୍ଯ୍ୟନନ୍ତ 875ଜଣ ବାଳିକାଙ୍କୁ ବାଲ୍ୟ ବିବାହରୁ ଦୂରେଇପାରିଛି ବିକଳ୍ପ ସଂସ୍ଥାନ।

ଚିରସ୍ଥାୟୀ ପରିବର୍ତ୍ତନର ଆବଶ୍ୟକତା

ବିକଳ୍ପ ସଂସ୍ଥାନ ଏକ ବ୍ୟାପକ ପରିବର୍ତ୍ତନର ଆଶାରେ କାମ କରୁଛି।ଏହାର ଏକ ଚିରସ୍ଥାୟୀ ସମାଧାନ ପାଇଁ ସମାଜର ବିଭିନ୍ନବର୍ଗ ଯେପରି ଯୁବକ, ମନ୍ଦିର ପୁଜକ, ଜାତିର ମୁଖିଆ, ପରିବାରର ବରିଷ୍ଠ ସଦସ୍ୟ, ପୋଲିସ, ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏହି ସମସ୍ୟାକୁ ଉପସ୍ଥାପନ କରିଥାନ୍ତି। ସେମାନଙ୍କ ଦ୍ବାରା ଯେତେ ସମ୍ଭବ ସେତେ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଛୁ। ଏଥିପାଇଁ ଆମେ ପଥପ୍ରାନ୍ତି ନାଟକ, କାନ୍ଥରେ ପୋଷ୍ଟର ମାରି, ବିଭିନ୍ନ ସ୍ତରରେ କର୍ମଶାଳା ଏବଂ ମତ ବିନିମୟ ମାଧ୍ୟମରେ ସଚେତନ କରୁଛୁ। ଆମେ ସଂପୁର୍ଣ୍ଣ ଭାବରେ ଆମର ମନ ଏବଂ ପ୍ରାଣ ଦେଇ ଏହି ଅଭିଯାନରେ ଲାଗିଛୁ ବୋଲି ଯୋଗେଶ କୁହନ୍ତି। ଆଶା କରୁଛୁ ଆଗାମୀ ଦିନରେ ବହୁତ ପରିବର୍ତ୍ତନ ହେବ।

ଆଧାର

Yourstory

Teamodia

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate