অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲିମ୍ କା ବୁକ୍ ଅଫ୍ ବିଶ୍ୱ ରେକର୍ଡ଼ରେ ଜଟଣୀର ପ୍ରଥମ ଓଡ଼ିଆ

ଦୃଢ଼ ଇଚ୍ଛା ଶକ୍ତି ଓ ନିଷ୍ଠା

ଅସାଧାରଣ ଉଦ୍ୟମ, ଦୃଢ଼ ଇଚ୍ଛା ଶକ୍ତି ଓ ନିଷ୍ଠା ଆଗରେ ସବୁକିଛି ହାର୍ ମାନେ। ଏହା ପ୍ରମାଣ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀର ବିଭୂତି ଭୂଷଣ ପଟ୍ଟନାୟକ। ଜଟଣୀ ସହରର ପ୍ରଥମ ଓଡ଼ିଆ ଭାବେ ସେ ନିଜର ନାମ ଲିମ୍ କା ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନିତ କରି ଏ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛନ୍ତି।

ବିଭୂତିଙ୍କର ନିରବଚ୍ଛିନ୍ନ ସାଧନା

ସ୍ଥାନୀୟ ଶ୍ରୀହରି ବିହାର ଠାରେ ନିଜ ପରିବାର ସହ ଅବସ୍ଥାନ କରୁଥିବା ଅବସରପ୍ରାପ୍ତ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ କର୍ମଚାରୀ ଶ୍ରୀ ପଟ୍ଟନାୟକ ଲିମ୍ କା ବୁକ୍ ଅଫ୍ ରେକର୍ଡ଼ଓରେ ଏକ ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରି ଏହି ଗୌରବ ଆଣିଛନ୍ତି। ଶ୍ରୀ ପଟ୍ଟନାୟକ ୪ଲକ୍ଷ ୫୦ହଜାରରୁ ଅଧିକ ଖବରକାଗଜ କଟିଂ ସଂଗ୍ରହ କରି ଏହି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଛନ୍ତି। ଏହି ଖବରକାଗଜ କଟିଂଗୁଡ଼ିକର ଓଡ଼ିଆ ଭାଷାର ହୋଇଥିବାବେଳେ ତାହା ୭୫ଟି ଫାଇଲ୍ ରେ ସଜା ହୋଇରହିଛି। ତାଙ୍କର ସଂଗୃହୀତ ତଥ୍ୟଗୁଡ଼ିକୁ ସେ ୬୬ଟି ଭାଗରେ ସଜାଇ ରଖିଛନ୍ତି। ତାଙ୍କର ଏହି କାର୍ଯ୍ୟ ବଳରେ ସେ ଜଣେ ତଥ୍ୟ ସଂଗ୍ରାହକ ଭାବେ ନିଜର ଏକ ସ୍ୱତନ୍ତ୍ର ନାମ ସୃଷ୍ଟି କରିଛନ୍ତି।  ୧୯୫୫ ମସିହା ମାର୍ଚ୍ଚ ୪ ତାରିଖରେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଜନ୍ମଗ୍ରହଣ କରିଥିବା ବିଭୂତି ପିଲାଟି ଦିନରୁ ବିଭିନ୍ନ ପ୍ରକାର ସାମଗ୍ରୀ ସଂଗ୍ରହ କରିବା ଆରମ୍ଭ କରିଥିଲେ। ୧୯୬୯ ମସିହାରେ ନବମ ଶ୍ରେଣୀରେ ପଢ଼ିଲାବେଳେ ପ୍ରଥମେ ଡାକଟିକଟ ସଂଗ୍ରହ ଆରମ୍ଭ ହୋଇଥିଲା। ପରେ ତାଙ୍କର ସଂଗ୍ରହର ବିଭାଗ ଅନେକ ପ୍ରକାରକୁ ବ୍ୟାପ୍ତ ହୋଇଥିଲା। କଏନ୍ , ନୋଟ୍ , ଦିଆସିଲି ଆଦି କେତେ କଣ ସଂଗ୍ରହ ଆରମ୍ଭ କରିଥିଲେ। ତେବେ ଖବରକାଗଜର ବିଭିନ୍ନ ତଥ୍ୟ ସଂଗ୍ରହ କରିବାକୁ ତାଙ୍କୁ ଭଲ ଲାଗୁଥିଲା। ସଂଗ୍ରହ କରୁଥିବା ତଥ୍ୟଗୁଡ଼ିକୁ ସେ ଅଲଗା ଅଲଗା ବିଭାଗ କରି ରଖୁଥିଲେ।  ସମ୍ପ୍ରତି ସେ ବାରାକ ଓବାମାଙ୍କ ପରି ବିଶ୍ୱର ବ୍ୟକ୍ତିତ୍ୱ, ଅଟଳ ବିହାରୀ ବାଜପେୟୀ, ଅବଦୁଲ୍ କାଲାମ, ନରେନ୍ଦ୍ର ମୋଦିଙ୍କ ପରି ଭାରତର ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକ, ସୁଦର୍ଶନ ପଟ୍ଟନାୟକଙ୍କ ପରି ଓଡ଼ିଶାର ବ୍ୟକ୍ତିତ୍ୱ, କୁକୁର, ସାପ, ଗଛ, ମ୍ୟୁଜିୟମ୍ , ସଂଗ୍ରାହକ ଇତ୍ୟାଦି ବିଭାଗରେ ସେ ସଂଗ୍ରହ ଜାରି ରଖିଛନ୍ତି। ଆଗାମୀ ଦିନରେ ସେ ଏହାର ଏକ ଡାଟାସିଟ୍ ପ୍ରସ୍ତୁତ କରିବାକୁ ଯୋଜନା ରଖିଛନ୍ତି।

ବିଶ୍ୱ ରେକର୍ଡ଼କୁ ସ୍ୱୀକୃତି

ତାଙ୍କର ଏହି ଦୀର୍ଘ ୪୧ ବର୍ଷର ଖବରକାଗଜ ତଥ୍ୟ ସଂଗ୍ରହର ନିରବଚ୍ଛିନ୍ନ ସାଧନାକୁ ଦେଖିଲାପରେ ନିକଟରେ ଲିମ୍ କା ବୁକ୍ ଅଫ୍ ରେକର୍ଡ଼ସ ପକ୍ଷରୁ ତାଙ୍କର ବିଶ୍ୱ ରେକର୍ଡ଼କୁ ସ୍ୱୀକୃତି ମିଳିଛି। ଲିମ୍ କା ବୁକ୍ ଅଫ୍ ରେକର୍ଡ଼ସର ସମ୍ପାଦକ ବିଜୟା ଘୋଷ ତାଙ୍କୁ ଇ-ମେଲ୍ ମାଧ୍ୟମରେ ଏହି ଖୁସି ଖବର ଜଣାଇବା ସହ ତାଙ୍କର ପ୍ରମାଣପତ୍ର ପ୍ରେରଣ କରିଛନ୍ତି। ଏହା ଜଟଣୀ ମାଟି ଓ ସାରା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି। ସୂଚନାଯୋଗ୍ୟ ଶ୍ରୀ ପଟ୍ଟନାୟକ ପୂର୍ବରୁ ବିନା ନମ୍ବରର ଗୋଟିଏ ୫୦ ଟଙ୍କିଆ ନୋଟ୍ ସଂଗ୍ରହ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସ୍ ରେ ନିଜର ନାମ ଦରଜ କରିଥିଲେ। ସେହିପରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ଦୁଇ ପୁଅ ମଧ୍ୟ ସଂଗ୍ରହ ଜାରି ରଖିଛନ୍ତି। ବଡ଼ପୁଅ ଦେବାଶିଷ ନିମନ୍ତ୍ରଣ ପତ୍ର ଓ ସାନ ପୁଅ ସୁଭାଶିଷ ବ୍ୟବହୃତ ରେଳ ଟିକେଟ୍ ସଂଗ୍ରହ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ସରେ ସ୍ଥାନ ପାଇଛନ୍ତି।

ଆଧାର -

"http://odiapua.com"

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate