অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶିବାଙ୍ଗୀଙ୍କ କାହାଣୀ

ଖବରକାଗଜ ବିକିବାଠାରୁ IITର ଯାତ୍ରା,

ସୁପର ୩୦ ର ଆନନ୍ଦ କୁମାର ନିଜର ଜଣେ ଛାତ୍ରୀଙ୍କର ଏକ ପ୍ରେରଣାଦାୟୀ କାହାଣୀ ସମସ୍ତଙ୍କ ସହବାଣ୍ଟିଥିଲେ। ଆନନ୍ଦ ଶିବାଙ୍ଗୀଙ୍କ ବିଷୟରେ ଲେଖିଥିଲେ, ଯିଏ ଦିନେ ନିଜ ବାପାଙ୍କ ସହ ଖବରକାଗଜ ବିକ୍ରି କରୁଥିଲେ ଓ ପରେ ଆଜି IIT-JEEରେ ସଫଳତା ଲାଭ କରି ସମସ୍ତଙ୍କୁ ଗର୍ବିତ କରାଇଛନ୍ତି।

ଏକ ଫେସବୁକ ପୋଷ୍ଟ ରେ ଆନନ୍ଦ ମନେପକାନ୍ତି କିପରି ଶିବାଙ୍ଗୀ ଟଙ୍କା ବାପାଙ୍କ ସହ ମିଶି ଖବରକାଗଜ ଓ ମଗାଜିନ ବିକ୍ରି କରୁଥିଲେ। ଅନେକ କଷ୍ଟ ସତ୍ତ୍ୱେ ମଧ୍ୟ ଶିବାଙ୍ଗୀ ଶିକ୍ଷାରୁ ମୁହଁ ଫେରାଇ ନଥିଲେ। ସେ ସୁଯୋଗ ଓ ସମୟ ପାଇଲା ମାନେ ପଢିବାରେ ଲାଗିଯାଉଥିଲେ। ଉତ୍ତର ପ୍ରଦେଶର କାନପୁର ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ଛୋଟ ଅଞ୍ଚଳ, ଦେହାର ଏକ ସରକାରୀ ସ୍କୁଲରୁ ଇଣ୍ଟରମିଡ଼ିଏଟ ପାସ କରିଥିଲେ।

ସୁପର ୩୦

ଦିନେ ଶିବାଙ୍ଗୀ ସୁପର ୩୦ ବିଷୟରେ ଜାଣିବାକୁ ପାଇଥିଲେ। ଏବଂ ଆନନ୍ଦଙ୍କ ସହ ଦେଖା କରିବାକୁ ମନସ୍ଥ କଲେ। ଖୁବଶୀଘ୍ର ସେ ଏହି ଅନୁଷ୍ଠାନରେ ସାମିଲ ହେଇଗଲେ ଏବଂ ଦୁନିଆର ସବୁଠାରୁ କଷ୍ଟକର ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ଯତମ IIT-JEE ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ। ଶିବାଙ୍ଗୀ ଖୁବ ସହଜରେ ଆନନ୍ଦଙ୍କ ପରିବାର ସହ ମିଶିଯାଇଥିଲେ। ତାଙ୍କ ମା’ଙ୍କୁ ‘ଦାଦି’ ବୋଲି ଡାକୁଥିଲେ ଓ ଦେହ ଖରାପ ସମୟରେ ସେଇ ଦାଦିଙ୍କ ପାଖରେ ଶୋଉଥିଲେ।

ଶିବାଙ୍ଗୀ IIT-JEEରେ ସଫଳତା ଲାଭ କରି IIT ରୁର୍କିରେ ପାଠପଢା ଆରମ୍ଭ କରିଛନ୍ତି। ଆନନ୍ଦ ମନେପକାନ୍ତି କିପରି ଶିବାଙ୍ଗୀ ଯିବା ଦିନ ତାଙ୍କ ପରିବାରବୃନ୍ଦ ନିଜ ଝିଅ ଘର ଛାଡି ଗଲା ଭଳି ଭାବବିହ୍ଵଳ ହେଇପଡ଼ିଥିଲେ। ଆଜି ମଧ୍ୟ ଶିବାଙ୍ଗୀ ସମୟ ପାଇଲା ମାତ୍ରେ ଆନନ୍ଦ ଏବଂ ତାଙ୍କ ପରିବାର ସହ ଯୋଗାଯୋଗ କରନ୍ତି।

ଆଧାର ଓଡିଶା ରେପୋଟର

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate