অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଂଗୀତ ମାଧ୍ୟମରେ ସଚେତନତା

ରକ୍ ବ୍ୟାଣ୍ଡ୍ ଟିମ୍ ଅଭିଯାନ

ରକ୍ ବ୍ୟାଣ୍ଡ୍ କଥା କହିଲେ ଯୁବକ ଯୁବତୀମାନଙ୍କ ମଧ୍ୟରେ ରୋମାଂଚ ଭରିଯାଏ ।  ଏହା ଯେ କେବଳ ମନୋରଂଜନର ମାଧ୍ୟମ ବୋଲି ଅନେକ ଲୋକ ଭାବନ୍ତି ।  କିନ୍ତୁ ଏହା ଦ୍ୱାରା ସମାଜକୁ ବିଭିନ୍ନ ପ୍ରସଙ୍ଗରେ ସଚେତନତା ମଧ୍ୟ ସୃଷ୍ଟି କରାଯାଇପାରିବ ।  ବିଶେଷ କରି ସଂଗୀତ ଦ୍ୱାରା ସଚେତନତା କରାଇଲେ ଲୋକଙ୍କ ଉପରେ ଏହାର ଗଭୀର ପ୍ରଭାବ ମଧ୍ୟ ପଡେ । ରକ୍ ବ୍ୟାଣ୍ଡ୍ ଜରିଆରେ କନ୍ୟାଭ୍ରୁଣ ରୋକିବା ପାଇଁ କଟକର ଏକ ରକ୍ ବ୍ୟାଣ୍ଡ୍ ଗ୍ରୁପ ପ୍ରୟାସ ଜାରି ରଖିଛି ।  ଦେଶର ବିଭିନ୍ନ ସହରରେ ଏମାନେ ଶୋ କରିବା ପୂର୍ବରୁ କନ୍ୟାଭ୍ରୁଣ ହତ୍ୟାକୁ ରୋକିବା ସମ୍ପର୍କିତ ଗୀତରୁ ଆରମ୍ଭ ହୋଇଥାଏ କାର୍ଯ୍ୟକ୍ରମ ।  ଏହି ପ୍ରସଙ୍ଗ ଉଠାଇ ସେମାନେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ଏଭଳି ଅଭିଯାନ ଆରମ୍ଭ କରିଥିବା କଟକର ଏହି ଟ୍ରୁପ୍ ହେଉଛି ବିଘ୍ନାଜ୍ ବ୍ୟାଣ୍ଡ୍ ଗ୍ରୁପ୍ । ୨୦୦୭ରୁ ଏହି ଗ୍ରୁପ୍ ରକ୍ ବ୍ୟାଣ୍ଡ ସଂଗୀତ ପରିବେଷଣ କରୁଛି ।  ତେବେ ୨୦୧୬ରୁ ଏମାନେ ଏକ ଅଭିନବ ପ୍ରୟାସ ଭାବେ କନ୍ୟା ଭ୍ରୁଣ ହତ୍ୟା ରୋକିବା ଲାଗି ଏକ ପଦକ୍ଷେପ ନେଇଥିଲେ ।  କନ୍ୟାଭ୍ରୁଣ ସୁରକ୍ଷା ଆହ୍ୱାନ ଦେଇ ଏହି ଟ୍ରୁପ୍ ଏକ ଗୀତ ପ୍ରସ୍ତୁତ କରିଛି | ଏହାକୁ ହିନ୍ଦୀ, ତେଲୁଗୁ, ଓଡିଆ ଓ ଇଂରାଜୀ ଭାଷାରେ କରାଯାଇଛି । ସେମାନେ ଯେ କୌଣସି ସ୍ଥାନରେ ସଂଗୀତ ପରିବେଷଣ କରିବା ପୂର୍ବରୁ ଏହି ଗୀତଟିକୁ ପ୍ରଥମେ ଗାଇଥାନ୍ତି । ଲୋକେ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ବିଜୟୱାଡା, ବିଶାଖାପାଟଣା, ହାଇଦ୍ରାବାଦ, ଗ୍ୱାଲିଅର ଓ ପଣ୍ଡିଚେରୀ ଆଦି ସହରରେ ଏହି ବ୍ୟାଣ୍ଡ୍ ଗ୍ରୁପ୍ ଏହି ସଚେତନତାମୂଳକ ଗୀତକୁ ପରିବେଷଣ କରି ସାରିଛି ।

ବ୍ୟାଣ୍ଡ୍ ର ମୁଖ୍ୟ ତଥା କଣ୍ଠଶିଳ୍ପୀ ଦୁର୍ଗା କହନ୍ତି,ରକ୍ ବ୍ୟାଣ୍ଡ୍ ଏଭଳି ସଚେତନତାମୂଳକ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କେଉଁଠି ଦେଖିନଥିଲି । ତେବେ ଆମ ମନରେ ମଧ୍ୟ ଡର ଥିଲା ଯେ ଯୁବ ସମାଜ ଏହାକୁ କିପରି ଗ୍ରହଣ କରିବ । କିନ୍ତୁ ବିଭିନ୍ନ ଯାଗାରେ ଆମକୁ ଭଲ ରେସପନ୍ସ ଆସିଛି । କେତେକ ସ୍ୱେଚ୍ଛାସେବୀ ସଂଗଠନ ପାଇଁ ମଧ୍ୟ ଆମେ ଏଭଳି ଗୀତ ପରିବେଷଣ କରୁଛୁ ।

କନ୍ୟାଭ୍ରୁଣ ହତ୍ୟା ରୋକିବା ଉଦ୍ଦେଶ୍ୟରେ

ଏଇ ଜାନୁୟାରୀ ପ୍ରଥମ ସପ୍ତାହରେ ହାଇଦ୍ରାବାଦରେ କନ୍ୟାଭ୍ରୁଣ ହତ୍ୟା ରୋକିବା ଉଦ୍ଦେଶ୍ୟରେ ତେଲୁଗୁ ଗୀତ ‘ଡୋଲି-ଅର୍ଗୁ’ ରିଲିଜ୍ କରାଯାଇଥିଲା । ହିନ୍ଦୀ ଭର୍ସନ୍ ମାର୍ଚ୍ଚ ମାସରେ ଦିଲ୍ଲୀରେ ରିଲିଜ୍ ହେବ । ଓଡିଆ ଭର୍ସନକୁ କଟକରେ ରିଲିଜ୍ କରାଯିବ ।

ଏବେ ବି ଅନେକ ଲୋକଙ୍କ ଭାବନା ଯେ ଝିଅଟିଏ ପରିବାର ପାଇଁ ବୋଝ । ତେଣୁ ସେମାନେ କନ୍ୟା ଭ୍ରୁଣ ହତ୍ୟା କରିବାକୁ ପଛାନ୍ତି ନାହିଁ । ଏଭଳି ଅପରାଧକୁ ରୋକିବା ପାଇଁ ନିୟମ ଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଆସିନଥିବାରୁ ଏହା ଫଳପ୍ରଦ ହୋଇପାରୁନାହିଁ । ତେବେ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇପାରିଲେ, ଏହା ନିଶ୍ଚିତ ଭାବେ କମିବ । ବିଘ୍ନାଜ୍ ବ୍ୟାଣ୍ଡର ଏହି ପଦକ୍ଷେପ ନିଶ୍ଚୟ ସ୍ୱାଗତଯୋଗ୍ୟ । ଭୁବନେଶ୍ୱର-କଟକ ଟ୍ୱିନ୍ ସିଟିର ବିଭିନ୍ନ ବସ୍ତିରେ ମଧ୍ୟ ଏହି ବ୍ୟାଣ୍ଡ କନ୍ୟା ଭ୍ରୁଣ ହତ୍ୟା ରୋକିବା ରକ୍ ବ୍ୟାଣ୍ଡ୍ ସୋ କରିବାକୁ ଯୋଜନା କରିଛି । ଏହା ବେଟି ବଚାଅ, ବେଟି ପଢାଓ ଆହ୍ୱାନକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଏ ।

ଆଧାର - Akhand social worker, freelance journalist

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate