অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଫଳ ଦୁଗ୍ଧ ଚାଷୀ ନମିତା

ନମିତା ପାଟ୍ଟଯୋଶୀଙ୍କ ପରିଚୟ

କୋରାପୁଟ ଜିଲା ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବେଶ୍ ସୁନାମ ଅର୍ଜନ କରିଛନ୍ତି ନମିତା ପାଟ୍ଟଯୋଶୀ। ଏହି ଜିଲାର ଜାନିଗୁଡାଠାରେ ଥିବା ‘କାଞ୍ଚନ ଡାଏରି’ ର ମାଲିକାଣୀ ହେଉଛନ୍ତି ସେ ।

କାଞ୍ଚନ ଡାଏରି ମାଧ୍ୟମରେ ନିଜେ ସ୍ଵାବଲମ୍ବୀ  ହେବା ସହ ଅନ୍ୟ ମହିଳାମାନଙ୍କୁ ବି ସେ ସ୍ଵାବଲମ୍ବୀ ହେବାର ବାଟ ଦେଖାଇଛନ୍ତି ।

ସଫଳ ଦୁଗ୍ଧ ଚାଷୀ

ତାଙ୍କ ଡାଏରି ଫାର୍ମରେ ବର୍ତ୍ତମାନ ୧୪ ଜଣ ଅସହାୟ ଗରିବ ମହିଳା ଓ ୪ଜଣ ପୁରୁଷ,ଏମିତି ମୋଟ ୧୮ଜଣ ନିୟୋଜିତ ହୋଇଛନ୍ତି । ସେମାନେ ମାସକୁ ୩ ହଜାରରୁ ୫ ହଜାର ଟଙ୍କା ଯାଏ ଦରମା ପାଉଛନ୍ତି । ତେବେ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ଖ୍ୟାତି ପାଇବା ପୂର୍ବରୁ ସେ ଥିଲେ ଜଣେ ସାଧାରଣ ଗୃହିଣୀ । ହେଲେ କିଛି କାମ କରି ଘରର ରୋଜଗାର ବଢାଇବା ସହିତ ୩ ସନ୍ତାନଙ୍କୁ  ଶୁଦ୍ଧ କ୍ଷୀର ଦେବା ପାଇଁ ୧୯୯୫ ମସିହାରେ ସେ ସ୍ଵାମୀ ନିରଞ୍ଜନ ପାଢୀଙ୍କ ଅନିଚ୍ଛା ସତ୍ତ୍ୱେ ନିଜର ଗହଣା ବନ୍ଧକ ରଖି ୫୪୦୦ଟଙ୍କା ଦେଇ ଏକ ଦୁଧିଆଳି ଗାଈ କିଣିଥିଲେ । ପିଲାମାନଙ୍କ ଆବଶ୍ୟକତା ମେଣ୍ଟିବା ପରେ ବଳକା କ୍ଷୀରକୁ ସେ ବିକ୍ରି କରିଦେଲେ । ଏମିତିରେ ସେ ମାସକୁ ପ୍ରାୟ ୨୦୦ଟଙ୍କା ରୋଜଗାର କଲେ । ପରେ ଏହି ବ୍ୟବସାୟକୁ ସେ ବଢାଇବାକୁ ଚାହିଁଲେ । ତାଙ୍କୁ ବ୍ୟାଙ୍କରୁ ୮ ହଜାର ଟଙ୍କାର ବ୍ୟକ୍ତିଗତ ଋଣ ନେଇ ଏକ ଜର୍ସି ଗାଈ କିଣିଲେ । ନିଷ୍ଠାର ସହ ଗାଈର ଯତ୍ନ ନେଲେ । ଆଉ ଲିଟର ପିଛା ୧୦ଟଙ୍କାରେ ଶୁଦ୍ଧ କ୍ଷୀର ବିକ୍ରି କଲେ । କ୍ରମେ ସେ ଗ୍ରହକମାନଙ୍କର ବିଶ୍ଵାସ ଭାଜନ  ହେବା ସହ ମାସିକ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିଲେ ।

ସେବେଠାରୁ ପାଟ୍ଟଯୋଶୀ ଏହି ଗୋପାଳକୁ ଏକ ଉଦ୍ୟୋଗ ଭାବରେ ଗ୍ରହଣ କରିଛନ୍ତି । ସେଇଥିରେ ସେ ଆଗେଇ ଚାଲିଛନ୍ତି । ଆଉ ପଛକୁ ଚାହିଁନାହାନ୍ତି । ବର୍ତ୍ତମାନ ତାଙ୍କ ଡାଏରୀରେ ୧୦୪ଟି ଦୁଧିଆଳି ଅଛି । ଦୈନିକ ୩୫୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ଆଉ ଲିଟର ପିଛା ୪୫ଟଙ୍କାରେ ବିକ୍ରି ହେଉଛି । ଫଳରେ ଆଜି ସେ ନିଜର ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରାଇ ପାରିଛନ୍ତି । ୩ ସନ୍ତାନ ବର୍ତ୍ତମାନ ଇଞ୍ଜିନିୟର ହେବା ସହିତ ଯଥାକ୍ରମେ ଆମେରିକା, ହାଇଦ୍ରାବାଦ ଏବଂ ଭୁବନେଶ୍ଵରରେ ଉଚ୍ଚ ବେତନରେ କାର୍ଯ୍ୟରତ ଅଛନ୍ତି । ତା’ସହ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ।

ସମ୍ମାନ ଓ ପୁରଷ୍କୃତ

ଏହି ସଫଳତା ଯୋଗୁ ୨୦୦୭ ମସିହାରେ ସମାଜ କୃଷି ଓ କୃଷକ ସମ୍ମାନ,୨୦୧୨ରେ ରାଜ୍ୟସ୍ତରୀୟ କୃଷକ ପ୍ରତିଭା ସମ୍ମାନ, ୨୦୧୨ରେ ପରେ ସମ୍ମାନ,୨୦୧୩ ମସିହାରେ ଆନ୍ତର୍ଜାତିକ ମହିଳା ଦିବସରେ ଶ୍ରେଷ୍ଠ ମହିଳା ଭାବେ ସମ୍ମାନୀତ ହୋଇଛନ୍ତି ।

ଶେଷକଥା

ଭବିଷ୍ୟତରେ ଆଉ ଅଧିକା ୫୦ଟି ଗାଈ ରଖିବା ସହ ଅଧିକା ୧୦୦ ଜଣ ଅସହାୟ ମହିଳାଙ୍କୁ ଏଥିରେ ନିୟୋଜିତ କରିବା ଲକ୍ଷ୍ୟ ରଖିଥିବା ପାଟ୍ଟଯୋଶୀ ପ୍ରକାଶ କରିଛନ୍ତି ।

ଯେବେ ଯେବେ ନାରୀ ଘରର ଏରୁଣ୍ଡି ଡେଇଁଛି ସଫଳତା ତା’ ପାଦ ଛୁଇଁଛି । ଆଉ ପ୍ରମାଣିତ କରିଦେଇଛି ସେ ନୁହେଁ ଦୂର୍ବଳା।

ଆଧାର – ଶିବାନୀ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate