অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୫ ବର୍ଷର ଦିଶା ନିଶା ବିରୋଧୀ ଅଭିଯାନ

୫ ବର୍ଷର ଦିଶା ନିଶା ବିରୋଧୀ ଅଭିଯାନ

ଉପକ୍ରମ

ଯଦି ସମାଜକୁ ନୂତନ ଦିଗ ଦେଖାଇବାର ମନୋବୃତି ଅଛି, ତେବେ ସେହି କ୍ଷେତ୍ରରେ ବୟସ ଏକ ପ୍ରତିବନ୍ଧକ ନୁହେଁ । ଏହା ପ୍ରମାଣିତ କରିଛନ୍ତି ଇନ୍ଦୋରରେ ରହୁଥିବା ୧୧ ବର୍ଷୀୟ ଦିଶା ତିୱାରୀ । ଦିଶା ନିଶା ବିରୋଧରେ ସ୍ୱର ଉଠାଇଥିଲେ, ଯେତେବେଳେ ତାଙ୍କୁ ମାତ୍ର ୫ ବର୍ଷ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ସେ ତିନି ହଜାର ଲୋକଙ୍କୁ ସିଗାରେଟ୍ ପିଇବା ଠାରୁ ମୁକ୍ତ କରିପାରିଛନ୍ତି । ସ୍କୁଲ ଓ ଘରେ ପାଠ ପଢା ବ୍ୟତୀତ ଆଉ ଯେଉଁ ସମୟ ମିଳେ ଦିଶା ସେହି ସମୟ ନିଜ ଅଭିଯାନ ସଫଳ କରିବାକୁ ଲଗାଇଥାନ୍ତି ।

ଦିଶାର କାହାଣୀ

ଛଅ ବର୍ଷ ତଳର ପୁରୁଣା ଘଟଣା । ଇନ୍ଦୋରର ଏକ ଖୋଲା ରେଷ୍ଟୁରାଣ୍ଟରେ ବସି କିଛି ଯୁବକ ସିଗାରେଟ୍ ଟାଣୁଥିଲେ । ହଠାତ୍ ଏକ ପାଂଚ ବର୍ଷର ପିଲାଟିଏ ସେମାନଙ୍କ ପାଖକୁ ଆସି ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲା । ଅଙ୍କଲ, ଆପଣ ସିଗାରେଟ୍ କାହିଁକି ଟାଣୁଛନ୍ତି .. ସିଗାରେଟ୍ ଟାଣିଲେ କଣ ଉପକାର ମିଳେ . . ଆପଣଙ୍କୁ ଜଣାଅଛି କି ଆପଣଙ୍କର ଏହି ଖରାପ ଅଭ୍ୟାସ ଆପଣଙ୍କ ସହ ଆପଣଙ୍କ ଆଖପାଖରେ ଥିବା ଲୋକମାନଙ୍କର ମଧ୍ୟ କ୍ଷତି କରୁଛି . . . ଆପଣଙ୍କୁ ଜଣାଅଛି କି ନାହିଁ, ଏହି ଖରାପ ଅଭ୍ୟାସ ଫଳରେ ଆପଣ ଅକାଳରେ ପ୍ରାଣ ହରାଇବେ . . . ଏମିତି ପ୍ରଶ୍ନ ବାଣରେ ସିଗାରେଟ୍ ଟାଣୁଥିବା ଲୋକମାନେ ଚକିତ ହୋଇଯାଇଥିଲେ । ସେମାନଙ୍କ ମୁହଁରୁ ଜଳନ୍ତା ସିଗାରେଟ୍ ଛଡାଇ ଆଣିଥିଲା ଏହି ଝିଅଟି । ଆଉ ଏହି ଝିଅଟି ଥିଲା ଦିଶା । ସେ ସେତେବେଳେ ନିଜ ବାପା ମାଙ୍କ ସହ ରେଷ୍ଟୁରାଣ୍ଟରେ ଖାଇବାକୁ ଯାଇଥିଲା । ସିଗାରେଟ୍ ପିଉଥିବା ଲୋକମାନେ ଦିଶାଙ୍କ ବାପା ମାଙ୍କ ପାଖକୁ ଆସିଲେ ଏବଂ କହିଲେ – ଆଜ୍ଞା, ଆମକୁ ଅନେକ ଲୋକ ସିଗାରେଟ୍ ଛାଡିବାକୁ କହିଛନ୍ତି, କିନ୍ତୁ ତାର ପ୍ରଭାବ ଆମ ଉପରେ ପଡିନାହିଁ, କିନ୍ତୁ ଆପଣଙ୍କ ଝିଅର କଥା ଆମ ଭିତରେ ଗଭୀର ପ୍ରଭାବ ପକାଇଛି । ଆମେ ଆଜି ଠାରୁ ସିଗାରେଟ୍ କିମ୍ବା ଅନ୍ୟ କିଛ ନିଶା ଦ୍ରବ୍ୟ ଛୁଇଁବୁ ନାହିଁ । ଦିଶାଙ୍କ ବାପା ଅଶ୍ୱିନୀ ତିୱାରୀ ଯେତେବେଳେ ଏ ବାବଦରେ ଝିଅକୁ ପଚାରିଲେ, ସେ କହିଲେ,ମୁଁ କୌଣସି ଲୋକଙ୍କୁ ସିଗାରେଟ୍ ଟାଣିବା ଦେଖିଲେ ମୋତେ ଲାଗେ ମୋ ଜେଜେଙ୍କ ଭଳି ସେ ବି ଶୀଘ୍ର ମରିଯିବେ ।ତେଣୁ ମୁଁ ତାକୁ ଏଥିରୁ ରୋକିବାକୁ ଚାହେଁ ।

ଅଶ୍ୱିନୀ ନିଜ ଝିଅକୁ ପରାମର୍ଶ ଦେଲେ ଏହାକୁ ଏକ ମିଶନ ଭାବେ ନେଇ ସେ କାର୍ଯ୍ୟ କରିପାରିବ । ଆଉ ପରିବାର ପକ୍ଷରୁ ସବୁ ପ୍ରକାର ସହାୟତା ମିଳିବ । ଏହା ପରେ ଦିଶା ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମେ ନିଜର ସୋସାଇଟିରେ ସିଗାରେଟ୍ ଟାଣୁଥିବା ଲୋକଙ୍କୁ ଖୋଜିଲେ । ସେ ସେମାନଙ୍କ ରକୁ ଗଲେ । ସିଗାରେଟ୍ ଟାଣିବାର ହାନି ସମ୍ପର୍କରେ ବୁଝାଇଲେ ଓ ତାଙ୍କୁ ସିଗାରେଟ୍ ଛାଡିବାର ଶପଥକରାଇଲେ । ତାଙ୍କ ଘର ଫୋନ୍ କିମ୍ବା ମୋବାଇଲ୍ ନମ୍ବର ଆଣି ଫେରନ୍ତି। କିଛି ଦିନ ପରେ ଫୋନ୍ କରି ସେ କରିଥିବା ଶପଥ ବିଷୟରେ ମନେ ପକାନ୍ତି ।

ଦିଶା ଅଭିଯାନ

ଦିଶାଙ୍କ ଏହି ଅଭିଯାନ ସୋସାଇଟିରୁ ନିଜ କଲୋନୀକୁ ବ୍ୟାପିଲା। ପରେ ଅନ୍ୟ କୋଲନୀରେ ସେ ଅଭିଯାନ ଚଳାଇଲେ । ବର୍ତମାନ ଅନ୍ୟ ଅଂଚଳକୁ ଏହା ବ୍ୟାପିଲାଣି । ଦିଶାଙ୍କ ସହ ଅନେକ ଲୋକ ସାମିଲ ମଧ୍ୟ ହେଲେଣି । ଦିଶାର ଫୋଟ ଓ ନିବେଦନ ଥିବା ପୋଷ୍ଟର ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ମରାଗଲା । ୨୦୧୨ରେ ୱାର୍ଲଡ୍ ନୋ ଟୋବାକୋ ଡେ ଅବସରରେ ସେ ବିଭିନ୍ନ ପାନ ଦୋକାନକୁ ଯାଇ ଘଣ୍ଟାଏ ପାଇଁ କୌଣସି ତମ୍ବାଖୁ ଉତ୍ପାଦ ବିକ୍ରି କରିବାକୁ ନିବେଦନ କରିଥିଲେ। ଏହାର ପ୍ରଭାବ ମଧ୍ୟ ପଡିଥିଲା । ଏବେ ପ୍ରତିବର୍ଷ ଏହି ଦିନ ଘଣ୍ଟାଏ ପାଇଁ ତମ୍ବାକୁ ଉତ୍ପାଦ ବିକ୍ରି ବନ୍ଦ ରହୁଛି । ଦିଶାଙ୍କ ଏହି କାମ ପାଇଁ ତାଙ୍କୁ ସବୁ ଆଡୁ ପ୍ରଶଂସା ମିଳିଛି ।

ଦିଶାଙ୍କ ପ୍ରୟାସ ଫଳରେ ହଜାର ହଜାର ଲୋକ ଧୂମପାନ ଛାଡିଛନ୍ତି । କଲୋନୀରେ ଯେଉଁମାନେ ଧୂମପାନ ଛାଡିନାହାନ୍ତି, ଦିଶାକୁ ଦେଖିବା ମାତ୍ରେ ହାତରେ ଥିବା ସିଗାରେଟ୍ ଫୋପାଡି ଦେଇଥାନ୍ତି । ବର୍ତ୍ତମାନ ଦିଶା ପଂଚମ କ୍ଲାସ୍ ରେ ପଢୁଛନ୍ତି । ଭଲ ପାଠ ପଢିବା ସହ ସ୍କୁଲ୍ ର ସବୁ କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି। ଆଉ ସମୟ ବାହାର କରି ନିଶା ବିରୋଧୀ ଅଭିଯାନ ଚଳାଇଛନ୍ତି । ଦିଶା ନିଜ ଜେଜେଙ୍କୁ ଖୁବ୍ ଭଲ ପାଉଥିଲା । ତାଙ୍କ ସଙ୍ଗେ ଖେଳୁଥିଲା, ବଗିଚାରେ ବୁଲୁଥିଲା ଓ ତାଙ୍କ ଠାରୁ ଗପ ଶୁଣୁଥିଲା । କିନ୍ତୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ସେତେବେଳକୁ ଦିଶାକୁ ମାତ୍ର ତିନି ବର୍ଷ ହୋଇଥିଲା । ତାଙ୍କୁ ପାଂଚବର୍ଷ ହେଲା ବେଳକୁ ବାପାଙ୍କ ଠାରୁ ଜାଣିଲେ ଯେ ଜେଜେଙ୍କ ମୃତ୍ୟୁ ଅଧିକ ସିଗାରେଟ୍ ଟାଣିବା ଯୋଗୁଁ ହୋଇଛି । ସେହି ଦିନ ଠାରୁ ସେ ଧୂମପାନ ବିରୋଧରେ ଅଭିଯାନ ଆରମ୍ଭ କରିଦେଇଥିଲେ । ଆଉ ଏହି ଆଭିଯାନ କେତେବେଳେ ବଡ ରୂପ ନେଇଗଲା, ଜଣା ପଡିଲା ନାହିଁ।

ଶେଷକଥା

ଦିଶା ନିକଟରେ ତମାଖୁ ବିରୋଧରେ ଗୋଟିଏ ବହି ଲେଖିଛନ୍ତି । ଯାହାର ନାମ ‘ନଇ ଦିଶା- ବଦଲତେ ରାସ୍ତେ’(ନୂଆ ଦିଶା-ପରିବର୍ତ୍ତିତ ପଥ) । ଏହି ବହିରେ ଦିଶା ନିଜ ଜେଜେଙ୍କ ସହ ବିତାଇଥିବା ସ୍ମରଣୀୟ ମୂହୁର୍ତ୍ତ, ସିଗାରେଟ୍ କାରଣରୁ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଓ ପରେ ମୃତ୍ୟୁ କଥା ସ୍ଥାନ ପାଇଛି । ନିଶା ଯୋଗୁ ବର୍ବାଦ ହୋଇଥିବା ଲୋକ ଓ ନିଶା ଛାଡିବା ପରେ ନୂଆ ଜୀବନ ପାଇଥିବା ଲୋକଙ୍କ ବିଷୟରେ ମଧ୍ୟ ବିଭିନ୍ନ କଥା ଏଥିରେ ରହିଛି । ଖୁବ ଶୀଘ୍ର ଏହି ବହି ସ୍କୁଲ ପିଲାଙ୍କୁକଣ୍ଟାଯିବ । ଦିଶାଙ୍କ ବାପା ଜଣେ ବ୍ୟବସାୟୀ । କିନ୍ତୁ ଝିଅର ଏହି କାମରେ ସେ ସମୟ ବାହାର କରି ସାମିଲ ହେଉଛନ୍ତି ।

ଆଧାର – Akhand social worker, freelance journalist

indiamediacentre@gmail.com

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate