অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ୱାଲମାର୍ଟରୁ ଜୟପୁର- ପ୍ରତୀକଙ୍କ ଦି ଲିଭିଂ ଗ୍ରୀନ୍ ଯାତ୍ରା

ୱାଲମାର୍ଟରୁ ଜୟପୁର- ପ୍ରତୀକଙ୍କ ଦି ଲିଭିଂ ଗ୍ରୀନ୍ ଯାତ୍ରା

ପ୍ରତୀକଙ୍କ ଲକ୍ଷ

ନିଜକୁ କେବେ ପକ୍ଷୀ ଭାବି ଜୟପୁର ଆକାଶରେ ଉଡ଼ିବାର ସ୍ବପ୍ନ ଦେଖିଛନ୍ତି। ପାହାଡ଼ ଆଡୁ ଅଙ୍କାବଙ୍କା ଗଳି ସବୁ ସହରର ମଧ୍ୟ ଭାଗରେ ଏକାଠି ମିଶିବାର ମନୋରମ ଦୃଶ୍ୟ ଆପଣଙ୍କୁ ଆନନ୍ଦିତ କରିବ। ଏହାବ୍ୟତୀତ ଆପଣ ପାଣିର ଫୁଆରା, ସମ୍ଭ୍ରାନ୍ତ ମହଲ, ଏବଂ ହଳଦିଆ ଛାତର ଅସୀମ ତାଳିପକା କାମ ଦେଖିବାକୁ ପାଇବେ।

2013ରେ ପ୍ରତୀକ ତିୱାରୀ ଏହି ରଙ୍ଗରେ କିଛି ସବୁଜିମା ଭରିବାକୁ ମନସ୍ଥ କଲେ। ନାଗରିକମାନେ ନିଜ ଘରର ଛାତ ଉପରେ ଥିବା ଖାଲି ଜାଗାରେ ଗ୍ରୀନ୍ ହାଉସ୍ ତିଆରି କରି ସେଠାରେ ପନିପରିବା, ଫଳ, ମସଲା ଏବଂ ଅନ୍ୟାନ୍ୟ ସବୁଜ ଗୁଳ୍ମ ଉତ୍ପାଦନ କରିବାକୁ କହିଲେ।

ଏହା ମାଧ୍ୟମରେ ସେ ଦି ଲିଭିଙ୍ଗ ଗ୍ରୀନ୍ ପ୍ରତିଷ୍ଠା କଲେ, ଯାହା ଭାରତରେ ଗ୍ରାମୀଣ ଚାଷପ୍ରଣାଳୀକୁ ଆଗେଇ ନେବାକୁ ବାଟ ଦେଖାଇଲା।

ନିଜର ଖାଦ୍ୟକୁ ନିଜେ ଉତ୍ପାଦନ

ନିଜର ଖାଦ୍ୟକୁ ନିଜେ ଉତ୍ପାଦନ କରିବାର ଶୈଳୀ ଲୋକଙ୍କୁ ଶିଖାଇବା ପାଇଁ ବିଭିନ୍ନ ସହରରେ ବହୁ ସଂସ୍ଥା କାର୍ଯ୍ୟରତ ବୋଲି ପ୍ରତୀକ କୁହନ୍ତି। ତେବେ ଆମେ ଏପରି ଶିକ୍ଷା ଦେବାରେ ଆମେ ଏଠାରେ ପ୍ରଥମ ବୋଲି ସେ କହିଛନ୍ତି। “2012ମସିହାରେ ଏକ ଜୈବିକ କୃଷି ପ୍ରଣାଳୀରେ ଚାଷ ହେଉଥିବା ସଂସ୍ଥା ସହ କାମ କରୁଥିବା ବେଳେ ସିଧାସଳଖ କୃଷକମାନଙ୍କ ସଂସ୍ପର୍ଶରେ ଆସିଥିଲି। ତିନିବର୍ଷ ପରେ ମୁଁ ହୃଦବୋଧ କରିଥିଲେ ଯେ କେବେବି ତାହା ଶହେ ପ୍ରତିଶତ ଜୈବିକ ଶସ୍ୟ ହୋଇନପାରେ । କାରଣ ସେମାନେ ବହୁ ସମୟରେ ରାସାୟନିକ ପଦ୍ଧତିରେ ହେଉଥିବା ଚାଷର ସଂସ୍ପର୍ଶରେ ଆସୁଥିଲେ, ଯାହା ଚାଷ ଜମିର ଉପାଦେୟ କୀଟମାନଙ୍କ ପ୍ରତି ଅସୁରକ୍ଷିତ ରହୁଥିଲା। ଏହା ବ୍ୟତୀତ ବଜାରକୁ ଏହି ଉତ୍ପାଦ ଯିବା ପାଇଁ ମାଧ୍ୟମ ଠିକ୍ ନଥିଲା।”

ତିନିବର୍ଷ ପରେ ଏହି ସବୁ ଅସୁବିଧା କାରଣରୁ ପ୍ରକଳ୍ପକୁ ତାଙ୍କୁ ବନ୍ଦ କରିବାକୁ ପଡ଼ିଲା। ଏହି ସମୟ ମଧ୍ୟରେ ଆର୍ଥିକ କ୍ଷତି ସହ ନିଜର ବହୁ ସାଙ୍ଗ, ସଂପର୍କୀୟଙ୍କୁ ବି ହରାଇଲେ।

ୱାଲମାର୍ଟରେ ସଫଳ

ୱାଲମାର୍ଟରେ ସେ ନିଜର ବୃତ୍ତିରେ ସଫଳ ଥିଲେ। କିନ୍ତୁ କୃଷି ପଦ୍ଧତିରେ ଉନ୍ନତି ଆଣିବା ପାଇଁ କିଛି ଅଲଗା କରିବାର ଚିନ୍ତା ତାଙ୍କୁ ପ୍ରେତ୍ସାହିତ କରିଥିଲା। “ ମୋ ପାଖରେ ଦୁଇଟି ପନ୍ଥା ଥିଲା। ଦୁନିଆ ଯୁଆଡ଼େ ଯାଉଛି ଯାଉ। ନିଜର ଚାକିରୀକୁ ସୁରକ୍ଷିତ କରିରଖିବା ବା କିଛି ପରିବର୍ତ୍ତନ କରିବା ପାଇଁ ମୋତେ ହିଁ ଅଲଗା କିଛି କରିବାର ଥିଲା।“ ଏହା ପରେ ଗ୍ରାମାଞ୍ଚଳରେ ଜୈବିକ ପଦ୍ଧତିରେ ଚାଷ କରିବାର ଚିନ୍ତାଧାରା ତାଙ୍କ ମୁଣ୍ତରେ ଜୁଟିଥିଲା। ଜୟପୁରରେ ଉପଲବ୍ଧ ହେଉଥିବା ଫଳ ଓ ପନିପରିବାର ମାନ ଖରାପ ଥିଲା ଏବଂ ଘରର ଛାତଗୁଡ଼ିକ ଅବ୍ୟବହୃତ ଅବସ୍ଥାରେ ଥିଲା। ଏହାପରେ ୱାଲମାର୍ଟରୁ ନିଜର ଆରାମଦାୟକ ଚାକିରୀକୁ ଛାଡ଼ି ଦେଇ ମାଟିରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆଗେଇ ଆସିଲେ।

ଏବେ ଦିଲୀ, ଇନ୍ଦୋର ଏବଂ ଯୋଧପୁର ଠାରେ ଦି ଲିଭିଂ ଗ୍ରୀନ୍ ତାର ଶାଖା ଖୋଲିଛି ଯେଉଁଠାରେ ସଂସ୍ଥା ରୁଫଟଫ୍ ଗାର୍ଡେନ ପ୍ରସ୍ତୁତ କରିବା ପାଇଁ ସବୁ ଆବଶ୍ୟକ ସରଞ୍ଜାମ ସହ ସହାୟତା ବି ପ୍ରଦାନ କରୁଛି। ଗ୍ରୀନ ହାଉସରେ ବ୍ୟବହାର କରିବା ପାଇଁ କଂପାନୀ ଏପରି ଏକ ମାଟି ପ୍ରସ୍ତୁତ କରିଛି ଯାହା ଓଦା ମାଟି ଠାରୁ ହାଲୁକା ଏବଂ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ ଖୁବ୍ କମ୍ ପରିମାଣର ଏକ ନିର୍ଦିଷ୍ଟ ପାଉଡର ବ୍ୟବହାର କରିବାକୁ ପଡ଼ିଥାଏ। ସେହିପରି ଭୁଲମ୍ବ ଭାବରେ ରହିଥିବା ବଗିଚାରେ ମାଟି ବ୍ୟବହୃତ ନହୋଇ ବି ତାହାର ବୃଦ୍ଧି ଠିକ୍ ଭାବରେ ହୋଇଥାଏ। ଏଥିପାଇଁ ତାଙ୍କ ଟିମ ଏକ ନିର୍ଦ୍ଦିଷ୍ଟ ଧରଣର ପାତ୍ର ତିଆରି କରିଛି ଯାହା ପାଣିକୁ ବାରମ୍ବାର ବ୍ୟବହାର କରିବାରେ ସକ୍ଷମ ହୁଏ।

ସବୁ ଉତ୍ପାଦରେ ପରୀକ୍ଷାନିରୀକ୍ଷାର ସାମାନ୍ୟ ଉପଯୋଗ ହୋଇଥି ବୋଲି ପ୍ରତୀକ ସ୍ପଷ୍ଟୀକରଣ ଦିଅନ୍ତି। ବଜାରକୁ ଯାଉଥିବା ସବୁ ଉତ୍ପାଦ ଏବେ ଆଦୃତ ବୋଲି ସେ ଦାବୀ କରନ୍ତି। ସବୁ ଛୋଟ ପ୍ରସଙ୍ଗକୁ ମଧ୍ୟ ସେ ଗୁରୁତ୍ବର ସହ ଗ୍ରହଣ କରିଥାନ୍ତି ଏବଂ ତାହା ଉପରେ ସେ ପରୀକ୍ଷାନିରୀକ୍ଷା କରୁଥିବାରୁ ସଫଳତା ଆସେ ବୋଲି ସେ କୁହନ୍ତି। ସହାୟତା ଏବଂ ପ୍ରତିପାଳନ ପାଇଁ ତାଙ୍କ ସଂସ୍ଥା ମାସକୁ ଏକ ହଜାରରୁ ଏକ ହଜାର ପାଞ୍ଚଶହ ଟଙ୍କା ପର୍ଯ୍ୟନ୍ତ ଅର୍ଥ ନେଇଥାଏ । ସେ ପୁଣି କୁହନ୍ତି, ନିଜର ଉତ୍ପାଦକୁ ବିକିବା ପୂର୍ବରୁ ଜାଗା ସଂପର୍କରେ ଅନୁଧ୍ୟାନ କରନ୍ତି ଏବଂ ଗ୍ରାହକକୁ ସେହିଭଳି ନିର୍ଦ୍ଦେଶ ଦେଇଥାନ୍ତି। ବହୁ କ୍ଷେତ୍ରରେ ନିଜର ଘରେ ନିଜ ପାଇଁ ପନିପରିବା ଉତ୍ପାଦନ କରିବାରେ ସେମାନେ ସକ୍ଷମ ବୋଲି ସେ ସ୍ଵୀକାର କରନ୍ତି।

ଆଗାମୀ ଆର୍ଥିକ ବର୍ଷରେ ସ୍ଥାନୀୟ ବ୍ୟବସାୟୀଙ୍କ ମିଳିତ ସହଭାଗିତାରେ ଆଉ ଦଶଟି ସହରରେ ଦି ଲିଭିଂ ଗ୍ରୀନ୍ ତାର ଶାଖା ଖୋଲିବାକୁ ଯୋଜନା ରଖିଛି। ମଲ୍ଟି ନ୍ୟାସନାଲ କଂପାନୀରେ କାମ କରିବାକୁ ଅନିଚ୍ଛୁକ ନିଜ ସହରରେ ରହି ପରିବେଶ ପାଇଁ କିଛି କରିବାର ସ୍ଵପ୍ନ ଦେଖୁଥିବା ବହୁ ଯୁବବର୍ଗ ତାଙ୍କ ସହ ମେଲ୍ ମାଧ୍ୟମରେ ଯୋଗାଯୋଗରେ ରହିଛନ୍ତି ବୋଲି ପ୍ରତୀକ କୁହନ୍ତି। ଏହି ସଂପ୍ରସାରଣ ପରେ ସେମାନଙ୍କ ସଂସ୍ଥା ତୃତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ପାଇପାରିବ ବୋଲି ସେ କୁହନ୍ତି।

ତାଙ୍କର 19 ଜଣିଆ ଦଳ ସର୍ବଦା ଗବେଷଣାରତ। ଫ୍ଲାଟରେ ରହୁଥିବା ଲୋକମାନେ କିଭଳି ପନିପରିବା ନିଜର ସୀମିତ ଜାଗାରେ ଉତ୍ପାଦନ କରିବେ ସେ ଉପରେ ଏବେ ପରୀକ୍ଷା ଚାଲିଛି। ନିଜର ଜ୍ଞାନକୌଶଳକୁ ପ୍ରୟୋଗ କରି ଛାତର କମ୍ ଅଞ୍ଚଳରେ ପନିପରିବା ବା ଘାସ ଲଗାଯାଇ ପାରିବ ତା ଉପରେ କାର୍ଯ୍ୟଚାଲିଛି। ଶେଷରେ ନିଜର ଅଳିଆକୁ କଂପୋଷ୍ଟ କରି ତାକୁ ବି ବ୍ୟବହାର କରାଯିବ ସେ ଉପରେ ଏକ ମଡେଲ୍ ପ୍ରସ୍ତୁତି ଚାଲିଛି ବୋଲି ପ୍ରତୀକ କହନ୍ତି। ଏହି ବିଭାଗ ଆରମ୍ଭ କରିବାକୁ ଅନେକ ଆଗ୍ରହୀ ସଂସ୍ଥା ଆଗେଇ ଆସିଲେଣି। ବହୁ ଯୁବପିଢ଼ୀ ଏବେ ଚାଷ ପଦ୍ଧତିକୁ ଆପଣେଇବାକୁ ଆଗ୍ରହ ଦେଖି ଏହା ଯେ କେବଳ ଏକ ଅଭିନବ ଉପାୟ ନୁହେଁ ବରଂ ବ୍ୟବସାୟର ଏକ ମାଧ୍ୟମ ବୋଲି ପ୍ରତୀକ କୁହନ୍ତି .

ଆଧାର

yourstory

teamodia

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate