অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଟଳ ପେନସନ ଯୋଜନା ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ

ଅଟଳ ପେନସନ ଯୋଜନା ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ

  1. ପେନସନ କଣ ? ମୁଁ କାହିଁକି ଏହା ଆବଶ୍ୟକ କରୁଛି ?
  2. ଅଟଳ ପେନସନ ଯୋଜନା କଣ ?
  3. ଅଟଳ ପେନସନ ଯୋଜନାରେ କିଏ ସାମିଲ ହୋଇପାରିବେ   ?
  4. ଅନ୍ୟ କେଉଁ ସାମାଜିକ ନିରାପତ୍ତା ଯୋଜନାର ଉପଭୋକ୍ତା ଏପିୱାଇ ଅଧିନରେ ସରକାରୀ ସହ – ଅନୁଦାନ ପାଇବାକୁ  ଯୋଗ୍ୟ ନୁହନ୍ତି  ?
  5. ଏପିୱାଇ ଅଧୀନରେ କେତେ ପେନସନ ମିଳିବ   ?
  6. ଏପିୱାଇରେ ଜମା ଦେଇଥିବା ଅର୍ଥ କେମିତି ନିବେଶ କରାଯାଏ  ?
  7. ଏପିୱାଇ ଖାତା ଖୋଲିବାର ପ୍ରଣାଳୀ କଣ ?
  8. ଏହି ଯୋଜନାରେ ଯୋଗ ଦେବା ପାଇଁ ଆଧାର ନମ୍ବର କଣ ଜରୁରୀ  ?
  9. ସଞ୍ଚୟ ବ୍ୟାଙ୍କ ଖାତା ନଥାଇ ଏପିୱାଇ ଏକାଉଣ୍ଟ ଖୋଲି ହେବକି  ?
  10. କେଉଁ ପ୍ରଣାଳୀରେ ଏପିୱାଇ ଖାତାକୁ ଅର୍ଥ ପ୍ରେରଣ କରାଯାଏ   ?
  11. ଯଦି ଦେୟ ତାରିଖରେ ସଞ୍ଚୟ ବ୍ୟାଙ୍କ ଖାତାରେ   ,  ଅର୍ଥ ପ୍ରେରଣ ପାଇଁ ଯଥେଷ୍ଟ ଜମା ନଥାଏ ତା ହେଲେ କଣ ହେବ  ?
  12. ଯୋଜନାରେ ଯୋଗ ଦେବା ବେଳକୁ ମନୋନୟନ ପତ୍ର ଦେବା ଦରକାର କି  ?
  13. ଜଣେ କେତୋଟି ଏପିୱାଇ ଏକାଉଣ୍ଟ ଖୋଲିପାରିବ   ?
  14. ଅଧିକ ବା କମ ପେନସନ ରାଶି ପାଇଁ ମାସିକ ଜମା ରାଶି କମ ବେସୀ କରିବାର ଅଧବକାର ଅଛି  କି  ?
  15. ଏପିୱାଇରୁ ଓହରି ଯିବାର ପ୍ରଣାଳୀ କଣ  ?
  16. ଜମାର ସ୍ଥିତି କେମିତି ଜାଣି ହେବ
  17. ନେଣଦେଣର ଲିଖିତ ବିବରଣୀର ଦିଆଯିବକି ?

ପେନସନ କଣ ? ମୁଁ କାହିଁକି ଏହା ଆବଶ୍ୟକ କରୁଛି ?

ଯେତେବେଳେ ଲୋକଙ୍କର କୌଣସି ଆୟର ପନ୍ଥା ନଥାଏ   ,  ସେତେବେଳେ ପେନସନ ମାସିକ ରୋଜଗାର ଯୋଗାଇ ଥାଏ   ।

ପେନସନର ଆବଶ୍ୟକତା :-

  • ବୟସର ବୃଦ୍ଧି ସହିତ ସମ୍ଭାବିତ ରୋଜଗାର କ୍ଷମତା କମିଗଲେ   ।
  • କ୍ଷୁଦ୍ର ପରିବାରର ବୃଦ୍ଧି – ରୋଜଗାରକ୍ଷମ ବ୍ୟକ୍ତି ପରିବାରଠୁ ଅଲଗା ହେଲେ  ।
  • ଜୀବନଧାରଣର ଖର୍ଚ୍ଚ ବୃଦ୍ଧି   ।
  • ଆୟୁରେ ସୀମା ବୃଦ୍ଧି  ।

ନିଶ୍ଚିତ ମାସିକ ଆୟ , ବୃଦ୍ଧାବସ୍ଥାରେ ମଥାଟେକି ବଞ୍ଚିବାର ନିଶ୍ଚିତ କରାଏ   ।

ଅଟଳ ପେନସନ ଯୋଜନା କଣ ?

ଅଟଳ ପେନସନ ଯୋଜନା ଏକ ପେନସନ ଯୋଜନା ଯାହା ଭାରତୀୟ ନାଗରିକ ହୋଇଥିବା ଅଣ ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଉଦ୍ଧିଷ୍ଟ   ।  ଏହି ଯୋଜନା ମାଧ୍ୟମରେ ଉପଭୋକ୍ତାଙ୍କର ଜମାକରିଥିବା ରାଶି ଉପରେ ନିର୍ଭର କରି ୧୦୦୦,୨୦୦୦,୩୦୦୦,୪୦୦୦,ଓ ୫୦୦୦ ଟଙ୍କାର ନିଶ୍ଚିତ ସର୍ବନିମ୍ନ ପେନସନ ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିକୁ ପ୍ରଦାନ  କରାଯାଇଥାଏ   ।

ଅଟଳ ପେନସନ ଯୋଜନାରେ କିଏ ସାମିଲ ହୋଇପାରିବେ   ?

ଯେ କୌଣସି ଭାରତୀୟ ନାଗରିକ ଏପିୱାଇରେ ଯୋଗ ଦେଇପାରିବେ   ।  ତାଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଦରକାର   ।

କ) ଯୋଗଦାନକାରୀ ଙ୍କ ବୟସ ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ   ।

ଖ) ତାଙ୍କର ଏକ ସଞ୍ଚୟ ବ୍ୟାଙ୍କ ଖାତା ଥିବା ଆବଶ୍ୟକ  / ସଞ୍ଚୟ ବ୍ୟାଙ୍କ ଖାତା ଖୋଲିବା ଦରକାର   ।

ଗ) ସମ୍ଭାବ୍ୟ ଆବେଦନକାରୀଙ୍କର ଏକ ମୋବାଇଲ ଫୋନ ଥିବା ଆବଶ୍ୟକ ଏବଂ ଏହି ନମ୍ବର ବ୍ୟାଙ୍କରେ ତାଙ୍କ ବ୍ୟାଙ୍କ ଖାତା ଦରଜ ହୋଇଥିବା ଜରୁରୀ   ।

  • ୧ ଜୁନ ୨୦୧୫ ରୁ ୩୧ ଡିସେମ୍ବର ୨୦୧୫ ମଧ୍ୟରେ ଯୋଜନାରେ ଯୋଗ ଦେଉଥିବା ସଭ୍ୟମାନଙ୍କ ପାଇଁ ସରକାରୀ ସହ – ଅନୁଦାନ ପାଞ୍ଚବର୍ଷ ଅର୍ଥାତ ୨୦୧୫ -୧୬ ରୁ ୨୦୧୯ -୨୦ ପର୍ଯ୍ୟନ୍ତ ଉପଲ୍ଲବ୍ଧ   ।  କିନ୍ତୁ ଏଥି ନିମନ୍ତେ ଉପଭୋକ୍ତା ଅନ୍ୟ କୌଣସି ସାମାଜିକ ନିରାପତ୍ତା ଯୋଜନାରେ ସାମିଲ ହୋଇନଥିବେ କି ଆୟକର ଦାତା ହୋଇନଥିବେ ,

ଅନ୍ୟ କେଉଁ ସାମାଜିକ ନିରାପତ୍ତା ଯୋଜନାର ଉପଭୋକ୍ତା ଏପିୱାଇ ଅଧିନରେ ସରକାରୀ ସହ – ଅନୁଦାନ ପାଇବାକୁ  ଯୋଗ୍ୟ ନୁହନ୍ତି  ?

ବୈଧାନିକ ସାମାଜିକ ନିରାପତ୍ତା ଯୋଜନାରେ ସୁରକ୍ଷିତ ଉପଭୋକ୍ତା ସରକାରୀ ସହ – ଅନୁଦାନ ପାଇବାକୁ ଯୋଗ୍ୟ ନୁହନ୍ତି   ।  ଉଦାହରଣ ସ୍ୱରୂପ ନିମ୍ନଲିଖିତ ପ୍ରଣୀତ ଆଇନ ଅନୁଯାୟୀ ସାମାଜିକ ନିରପତ୍ତା  ସୁରକ୍ଷା ପାଉଥିବା ବ୍ୟକ୍ତିମାନେ ସରକାରୀ ସହ ଅନୁଦାନ ପାଇବାକୁ ଯୋଗ୍ୟ ନୁହଁନ୍ତି   ।

  • କର୍ମଚାରୀ ଭବିଷ୍ୟତନିଧି କୋଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୫୨  ।
  • କୋଇଲା ଖଣି ଭବିଷ୍ୟତନିଧି କୋଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୪୮
  • ଆସାମ ଚା ବଗିଚା ଭବିଷ୍ୟତନିଧି କୋଷ ଏବଂ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୫୫
  • ନାବିକମାନଙ୍କର ଭବିଷ୍ୟନିଧି କୋଷ ଆଇନ ୧୯୬୬
  • ଜମ୍ମୁ କାଶ୍ମୀର କର୍ମଚାରୀ ଭବିଷ୍ୟତନିଧି ଓ ଅନ୍ୟାନ୍ୟ ପ୍ରବନ୍ଧ ଆଇନ ୧୯୬୧
  • ଅନ୍ୟ କୌଣସି ସାମାଜିକ ନିରାପତ୍ତା ଯୋଜନା   ।

ଏପିୱାଇ ଅଧୀନରେ କେତେ ପେନସନ ମିଳିବ   ?

ଟ ୧୦୦୦,୨୦୦୦,୩୦୦୦,୪୦୦୦,ଓ ୫୦୦୦ ନିଶ୍ଚିତ ସର୍ବନିମ୍ନ ପେନସନ ୬୦ ବର୍ଷରେ ମିଳିବ   ।  ଏହା ସଭ୍ୟମାନଙ୍କର ନିଜ ଜମା ଉପରେ ନିର୍ଭର କରେ    ।

ଏପିୱାଇରେ ଜମା ଦେଇଥିବା ଅର୍ଥ କେମିତି ନିବେଶ କରାଯାଏ  ?

ଏପିୱାଇରେ ଜମା ଦେଇଥିବା ଅର୍ଥ , ବିତ୍ତ ବିଭାଗ  , ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ନିବେଶ କରାଯାଏ   । ଏପିୱାଇ ଯୋଜନା ପିଏଫଆରଡିଏ   /ସରକାରଙ୍କ ଦ୍ଵାରା ପରିଚାଳିତ   ।

ଏପିୱାଇ ଖାତା ଖୋଲିବାର ପ୍ରଣାଳୀ କଣ ?

କ) ଯୋଉଁଠି ସଞ୍ଚୟ ବ୍ୟାଙ୍କ ଖାତା ଅଛି ସେହି ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତି   ।

ଖ) ଏପିୱାଇ ରେଜିଷ୍ଟ୍ରେସନ ଫର୍ମ ଭରନ୍ତୁ   ।

ଗ) ଆଧାର / ମୋବାଇଲ ନମ୍ବର ଦିଅନ୍ତୁ   ।

ଘ) ସଞ୍ଚୟ ଖାତାରେ ଯଥେଷ୍ଟ ବାଲାନ୍ସ ରଖନ୍ତୁ ଯାହା ଦ୍ଵାରା ସେ ଖାତାରୁ ଏପିୱାଇ ଖାତାକୁ ମାସିକ ଜମାରେ କୌଣସି ଅସୁବିଧା ନ ହୁଏ   ।

ଏହି ଯୋଜନାରେ ଯୋଗ ଦେବା ପାଇଁ ଆଧାର ନମ୍ବର କଣ ଜରୁରୀ  ?

ଏପିୱାଇ ଆକାଉଣ୍ଟ ଖୋଲିବାର ଆଧାର ନମ୍ବର ଦେବା ବାଧ୍ୟତାମୂଳକ ନୁହେଁ   ।  କିନ୍ତୁ ଖାତା ଖୋଲିଲାବେଳେ କେୱାଇସି ଦସ୍ତାବିଜରେ ଆଧାର ନମ୍ବର ପ୍ରଥମିକତା ପାଇଥାଏ  ।  ଏହି ଉପରୋକ୍ତ ପରିଚୟ ,  ସ୍ଵାମୀ /ସ୍ତ୍ରୀଙ୍କ ନାମ ମନୋନୀତ ବ୍ୟକ୍ତି ଚିହ୍ନଟ କରିବାକୁ ସହଜ ହୁଏ ଯାହା ଦ୍ଵାରା ଦୀର୍ଘ ସୂତ୍ରୀ ପେନସନ ଏବଂ ଅର୍ଥ ପ୍ରାପ୍ତିରେ ବିବାଦକୁ ଏଡାଇ ଦିଆଯାଇପାରେ   ।

ସଞ୍ଚୟ ବ୍ୟାଙ୍କ ଖାତା ନଥାଇ ଏପିୱାଇ ଏକାଉଣ୍ଟ ଖୋଲି ହେବକି  ?

ନାଁ ! ଏପିୱାଇରେ ଯୋଗାଦାନ ପାଇଁ ସଞ୍ଚୟ ଖାତା ବାଧ୍ୟତାମୂଳକ   ।

କେଉଁ ପ୍ରଣାଳୀରେ ଏପିୱାଇ ଖାତାକୁ ଅର୍ଥ ପ୍ରେରଣ କରାଯାଏ   ?

ସଭ୍ୟମାନଙ୍କର ସଞ୍ଚୟ ବ୍ୟାଙ୍କ ଖାତାରୁ ସ୍ଵତଃ ଉଠାଣ ସୁବିଧା ବଳରେ ଅର୍ଥ ପ୍ରେରଣା କରାଯାଇଥାଏ   ।

ଯଦି ଦେୟ ତାରିଖରେ ସଞ୍ଚୟ ବ୍ୟାଙ୍କ ଖାତାରେ   ,  ଅର୍ଥ ପ୍ରେରଣ ପାଇଁ ଯଥେଷ୍ଟ ଜମା ନଥାଏ ତା ହେଲେ କଣ ହେବ  ?

ଅର୍ଥ ପ୍ରେରଣ ପାଇଁ ସଞ୍ଚୟ ଖାତାରେ ଦେୟ ତାରିଖରେ ଯଥେଷ୍ଟ ଅର୍ଥ ନ ରଖିଲେ ତାହାକୁ ଖିଲାପି ବୋଲି ବିବେଚନା କରାଯିବ  ।  ବ୍ୟାଙ୍କମାନେ ଡେରିରେ ଅର୍ଥ ଜମା ପାଇଁ ଅତିରିକ୍ତ ରାଶି ସଂଗ୍ରହ କରିବା ଆବଶ୍ୟକ   ।  ଏହି ରାଶି ଏକ ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ ନିମ୍ନ ମତେ ଆଦାୟ କରିବା ଦରକାର   ।

କ) ମାସିକ ୧ ଟଙ୍କା ୧୦୦ ଟଙ୍କାର ମାସିକ ଜମା ପାଇଁ   ।

ଖ) ମାସିକ ୨ ଟଙ୍କା ରୁ ୫୦୦ ଟଙ୍କାର ମାସିକ ଜମା ପାଇଁ ॰ ।

ଗ) ମାସିକ ୫ ଟଙ୍କା ୫୦୧ ରୁ ୧୦୦୦ ଟଙ୍କାର ମାସିକ ଜମା ପାଇଁ    ।

ଘ) ମାସିକ ୧୦ ଟଙ୍କା ୧୦୦୧ ଟଙ୍କା ଓ ତାହାଠୁ ଅଧିକ ମାସିକ ଜମାପାଇଁ   ।

ଯଦି ଅର୍ଥ ଜମା ବନ୍ଦ ହୋଇଯାଏ ତା ହେଲେ ନିମ୍ନମତେ କାର୍ଯ୍ୟାନୁଷ୍ଠାନ ହେବ   ।

୬ ମାସ ପରେ ଏକାଉଣ୍ଟକୁ ଫ୍ରିଜ କରି ଦିଆଯିବ  ।

୧୨ ମାସ ପରେ ଏକାଉଣ୍ଟ ନିଷ୍କ୍ରିୟ କରି ଦିଆଯିବ   ।

୨୪ ମାସ ପରେ ଏକାଉଣ୍ଟ ବନ୍ଦ କରି ଦିଆଯିବ   ।

ଗ୍ରାହକ ମାନେ ଧ୍ୟାନ ରଖିବା ଉଚିତ ଯେ ବ୍ୟାଙ୍କ ଖାତାରେ ଯଥେଷ୍ଟ ଟଙ୍କା ଜମା ରଖିବା ଦରକାର ଯାହା ଦ୍ଵାରା ସ୍ଵତଃ ଉଠାଣ ସମ୍ଭବ ହେବ   ।

ସ୍ଥାୟୀ ସୁଧରାଶି / ଜୋରିମାନା ପେନସନ ଖାତାର ଜମାର ଏକ ଅଂଶ ହୋଇ ରହିବ   ।

ଯୋଜନାରେ ଯୋଗ ଦେବା ବେଳକୁ ମନୋନୟନ ପତ୍ର ଦେବା ଦରକାର କି  ?

ନିଶ୍ଚୟ !ଏପିୱାଇ ଏକାଉଣ୍ଟରେ ମନୋନୀତ ବ୍ୟକ୍ତିଙ୍କର ବିସ୍ତୁତ ବିବରଣୀ ଦେବା ବାଧ୍ୟତାମୂଳକ   ।  ସ୍ଵାମୀ /ସ୍ତ୍ରୀଙ୍କର ବିସ୍ତୁତ ବିବରଣୀ ଦେବା ବାଧ୍ୟତାମୂଳକ  /  ଆଧାର ବିବରଣୀ ମଧ୍ୟ ଦେବା ଆବଶ୍ୟକ   ।

ଜଣେ କେତୋଟି ଏପିୱାଇ ଏକାଉଣ୍ଟ ଖୋଲିପାରିବ   ?

ଜଣେ ବ୍ୟକ୍ତି କେବଳ ଗୋଟିଏ ଏପିୱାଇ ଏକାଉଣ୍ଟ ଖୋଲି ପାରିବ ଏବଂ ତାହା ଅନନ୍ୟ ହୋଇଥିବ   ।

ଅଧିକ ବା କମ ପେନସନ ରାଶି ପାଇଁ ମାସିକ ଜମା ରାଶି କମ ବେସୀ କରିବାର ଅଧବକାର ଅଛି  କି  ?

ପେନସନ ଆକାଉଣ୍ଟ ଟଙ୍କା ଜମା ଦେବାର ଅବଧି ମଧ୍ୟରେ ଜମାକରି ପେନସନ ରାଶିକୁ କମ ବେସୀ କରିପାରିବେ ଯଦ୍ଵାରା  ମାସିକ ଜମାରାଶି କ ବେସୀ ହୋପରିବ । କିନ୍ତୁ ଏହି କାର୍ଯ୍ୟ କେବଳ ଏପ୍ରିଲ ମାସରେ ଥରଟିଏ କରି ପାରିବେ   ।

ଏପିୱାଇରୁ ଓହରି ଯିବାର ପ୍ରଣାଳୀ କଣ  ?

କ) ୬୦ ବର୍ଷ ବୟସ ପୁରିଗଲେ

ଏହି ବୟସରେ ପେନସନ ଫଣ୍ଡର ଜମା ଫେନସାନ ପ୍ରଦାନ ପାଇଁ  ସ୍ଥିର ହେବ ଏବଂ ସଭ୍ୟଙ୍କୁ ପେନସନ ମିଳିବ    ।

ଖ) ଜମାକାରୀଙ୍କର କୌଣସି କାରଣରୁ ମୃତ୍ୟୁ ହେଲେ ,

ଯଦି ଜମାକାରୀଙ୍କର ମୃତ୍ୟୁ ହୁଏ   ,  ତା ହେଲେ ତାଙ୍କର ସ୍ତ୍ରୀ / ସ୍ଵାମୀଙ୍କୁ ପେନସନ ମିଳିବ ଏବଂ ଯଦି ଦୁଇଜଣଯାକ ମୃତ୍ୟୁ ବରଣ କରନ୍ତି   , ମୂଳ ପେନସନ ଫଣ୍ଡର ଜମା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଫେରାଇ ଦିଆଯିବ   ।

ଗ) ୬୦ ବର୍ଷ ଆଗରୁ ଓହରି ଯିବା

କେବଳ ଅସାଧାରଣ ପରିସ୍ଥିତିରେ ୬୦ ବର୍ଷ ବୟସ ଆଗରୁ ଯୋଜନାରୁ ଓହରି ଯାଇ ହେବ ଯେମିତିକି ଉପଭୋକ୍ତାଙ୍କର ମୃତ୍ୟୁ ବା ମାରାତ୍ମକରୋଗ   ।

ଜମାର ସ୍ଥିତି କେମିତି ଜାଣି ହେବ

ଜମାର ସ୍ଥିତି ସଭ୍ୟଙ୍କର ପଞ୍ଜିକୃତ ମୋବାଇଲ ନମ୍ବରରେ ଏସ ଏମ ଏସ ଜରିଆରେ ସମୟ ସମୟରେ ଜଣେଇ ଦିଆଯିବ  ।  ତା ଛଡା ଜମାକାରୀଙ୍କୁ ଆକାଉଣ୍ଟର ବିବରଣୀ କପି ଦିଆଯିବ   ।

ନେଣଦେଣର ଲିଖିତ ବିବରଣୀର ଦିଆଯିବକି ?

ହଁ !ଏପିୱାଇ ଆକାଉଣ୍ଟର ସମୟ ସମୟର ନେଣଦେଣ ବିବରଣୀ ଜଣାଇ ଦିଆଯିବ  ।

୨୦. ଯଦି ଘର/ସହର ବଦଳି ଯାଏ ତା ହେଲେ ଏପିୱାଇ ଆକାଉଣ୍ଟରେ କେମିତି ଜମା କରିହେବ   ?

ସ୍ଵତଃ ଉଠାନ ପଦ୍ଧତିରେ ବ୍ୟାଙ୍କ ଖାତା ଜରିଆରେ ବିନା ବାଧାରେ ଜମା ରାଶି ପଠାଇ ହେବ   ।

୨୧. ସ୍ଵାବଲମ୍ବନ ଯୋଜନାର ସଭ୍ୟମାନଙ୍କର କଣ ହେବ   ?

  • ୧୮ ରୁ ୪୦ ବର୍ଷ ବୟସ୍କ ସମସ୍ତ ସ୍ଵାବଲମ୍ବନ ଯୋଜନାର ପାଞ୍ଜିକୃତ ସଭ୍ୟଙ୍କୁ ଏପିୱାଇକୁ ସ୍ଥାନାନ୍ତର କରାଯିବ   ।  ସେ ଚାହିଁଲେ ଏଥିରୁ ଓହରି ଯାଇପାରନ୍ତି   ।  କିନ୍ତୁ ସରକାରଙ୍କ ପାଞ୍ଚବର୍ଷର ଆର୍ଥିକ ବିନିଯୋଗର ସୁବିଧା ସ୍ଵାବଲମ୍ବନରେ ମିଳିଥିବା ସମୟକୁ ବାଦ ଦେଇ ମିଳିବ   ।
  • ଅର୍ଥାତ ଯଦି ସ୍ଵାବଲମ୍ବନ ଯୋଜନାରେ ଉପଭୋକ୍ତା ଏକ ବର୍ଷ ପାଇଁ ସରକାରୀ ଅନୁଦାନ ପାଇଛନ୍ତି ତା ହେଲେ ସେହି ଅନୁଦାନ ଏପିଵାଇ ଯୋଜନାରେ ଚାରିବର୍ଷ ପାଇଁ ପାଇପାରିବ   ।  ବାର୍ତ୍ତମାନର ସ୍ଵାବଲମ୍ବନ ଉପଭୋକ୍ତା ଯଦି ଏପିୱାଇ ଯୋଜନାରୁ ଓହରି ଯିବାକୁ ଚାହାନ୍ତି – ତା ହେଲେ ତାଙ୍କୁ ୨୦୧୬-୧୭ ଯାଏ ସରକାଋ ସହ ଅନୁଦାନ ପାଇବାକୁ ଯୋଗ୍ୟ ହେବେ   ।  ସେ କ୍ଷେତ୍ରରେ ତାଙ୍କର ସ୍ଵାବଲମ୍ବନ ଖାତା ବାହାର ହେବା ବୟସ ପର୍ଯ୍ୟନ୍ତ ଚାଲୁ ରହିବ   ।
  • ଅନ୍ୟ ୪୦ ବର୍ଷରୁ ଅଧିକ ବୟସ୍କ ଜମାକାରୀ ,  ଯେଉଁମାନେ ଖାତା ଚାଲୁ ରଖିବାକୁ ଚାହୁଁ ନାହାନ୍ତି  ,  ମୋଟାମୋଟି ଅର୍ଥ ନେଇ ଯୋଜନାରୁ ବାହାରି ଯାଇ ପାରିବେ   ।
  • ଅନ୍ୟ ୪୦ ବର୍ଷରୁ ଅଧିକ ବୟସ୍କ ଜମାକାରୀ ,  ଯୋଜନାରେ ରହିବାର ସମ୍ମତି ଦେଇ ପାରନ୍ତି ଏବଂ ତା ପରେ ପେନସନ ପାଇବାରେ ଯୋଗ୍ୟ ରହିବେ   ।
  • ପ୍ରଚଳିତ ସ୍ଵାବଲମ୍ବନ ଯୋଜନା ସ୍ଵତଃପ୍ରୋତଃ ଭାବରେ ଏପିୱାଇକୁ ସ୍ଥାନାନ୍ତର ହୋଇପାରିବ   ।

ଆଧାର  :ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ

Last Modified : 7/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate