অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖାଦ୍ୟର ଅଧିକାର

ଖାଦ୍ୟ ଓ ପୋଷଣ ସୁରକ୍ଷା

ରାଷ୍ଟ୍ରୀୟ ରନ୍ଧା ମଧ୍ୟlହ୍ନ ଭୋଜନ କାର୍ଯ୍ୟକ୍ରମ, ଆଇ.ସି.ଡି.ଏସ କିଶୋରୀ ଶକ୍ତି ଯୋଜନା, କିଶୋରୀ ମାନଙ୍କ ପାଇଁ ପୋଷଣ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗ୍ରାମୋଦୟ ଯୋଜନା ଜରିଆରେ ପୋଷଣ ସୁରକ୍ଷା ଉପରେ ଧ୍ୟlନ ଦିଆଯାଉଛି ।

ମଧ୍ୟlହ୍ନ ଭୋଜନ ଯୋଜନା

ମଧ୍ୟlହ୍ନ ଭୋଜନ ହେଉଛି ବିଶ୍ଵର ସବୁଠାରୁ ବଡ ପିଲା ମାନଙ୍କୁ ସ୍କୁଲରେ ଖାଦ୍ୟ ଦେବାର ଯୋଜନା ଓ ଏଥିରେ ସମଗ୍ର ଦେଶର ୧୨.୬୫ ବିଦ୍ୟାଳୟ ଓ ଇଜିସି କେନ୍ଦ୍ର ର ୧୨ କୋଟି ପିଲାଙ୍କୁ ସାମିଲ କରାଯାଇଛି । ସମଗ୍ର ଦେଶରେ ପ୍ରାଥମିକ ଉଚ୍ଚ ପ୍ରାଥମିକ ସ୍ତରର ପିଲା ମାନଙ୍କୁ ଏହା ଦିଆଯାଉଛି । ସରକାରୀ ସ୍କୁଲ, ସ୍ଥାନୀୟ ପ୍ରଶାସନ ଦ୍ଵାରା ପରିଚାଳିତ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ଶିକ୍ଷା ଗାରଣ୍ଟି ଯୋଜନାରେ ଚାଲୁଥିବା କେନ୍ଦ୍ର, ଅଲ୍ଟରନେଟିଭ ଏଣ୍ଡ ଇନୋଭେଟିଊ.ଏଜୁକେସନ ଏବଂ ନେସନାଲ ଚିଲ୍ଡରେନ ଲେବର ପ୍ରଜେକ୍ଟ ସ୍କୁଲ ମାନଙ୍କରେ ପଢୁଥିବା ପିଲା ମାନଙ୍କୁ ନାମଲେଖାକୁ ବଢାଇବା, ସେମାନଙ୍କୁ ସ୍କୁଲରେ ରଖିବା ତଥା ଦେଶରେ ପିଲାମାନଙ୍କର ପୋଷଣର ମାତ୍ରାକୁ ବଢାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ । ଖରା ଛୁଟିରେ ମରୁଡି ପ୍ରଭାବିତ ଅଞ୍ଚଳରେ ମଧ୍ୟ ମିଡଡେ ମିଲ ଦିଆଯାଏ ।

ବିଦ୍ୟାଳୟ ମାନଙ୍କରେ ମଧ୍ୟlହ୍ନ ଭୋଜନ ହେଉଛି ଭାରତ ସରକାରଙ୍କ ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ସମଗ୍ର ଦେଶରେ ପ୍ରାଥମିକ ଉଚ୍ଚ ପ୍ରାଥମିକ ସ୍ତରର ପିଲା ମାନଙ୍କୁ ଏହା ଦିଆଯାଉଛି ,ସରକାରୀ ସ୍କୁଲ, ସ୍ଥାନୀୟ ପ୍ରଶାସନ ଦ୍ଵାରା ପରିଚାଳିତ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ଶିକ୍ଷା ଗାରଣ୍ଟି ଯୋଜନାରେ ଚାଲୁଥିବା କେନ୍ଦ୍ର, ଅଲ୍ଟରନେଟିଭ ଏଣ୍ଡ ଇନୋଭେଟିଊ.ଏଜୁକେସନ ଏବଂ ନେସନାଲ ଚିଲ୍ଡରେନ ଲେବର ପ୍ରଜେକ୍ଟ ସ୍କୁଲ ମାନଙ୍କରେ ପଢୁଥିବା ପିଲା ମାନଙ୍କୁ ନାମଲେଖାକୁ ବଢାଇବା, ସେମାନଙ୍କୁ ସ୍କୁଲରେ ରଖିବା ତଥା ଦେଶରେ ପିଲାମାନଙ୍କର ପୋଷଣର ମାତ୍ରାକୁ ବଢାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ ଖରା ଛୁଟିରେ ମରୁଡି ପ୍ରଭାବିତ ଅଞ୍ଚଳରେ ମଧ୍ୟ ମିଡଡେ ମିଲ ଦିଆଯାଏ ।.

ଜାତୀୟ ଖାଦ୍ୟ ନିରାପତ୍ତା ବିଲ

ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧ୍ୟlଦେଶ ୨୦୧୩ ରୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ବିଲ ଆସିଛି, ଯାହାକୁ ୨୦୧୩ ଜୁଲାଈ ୫ ତାରିଖ ଦିନ ସରକାର ଆଣିଥିଲେ । ଦେଶର ୬୭ ପ୍ରତିଶତ ଲୋକଙ୍କୁ ସବସିଡାଇଜଡ ମୂଲ୍ୟରେ ଖାଦ୍ୟ ଶସ୍ୟ ଉପଲବ୍ଧ କରାଇ ଏହି ବିଲ୍ ଖାଦ୍ୟ ଓ ପୋଷଣ ସୁରକ୍ଷାର ଅଧିକାରକୁ ଆଇନଗତ ଅଧିକାରରେ ପରିଣତ କରିବାକୁ ଚାହେଁ ।

ଏହି ବିଲର କିଛି ମୁଖ୍ୟ ବିନ୍ଦୁ

  • ସମସ୍ତ ଅନ୍ତୋଦୟ ଅନ୍ନ ଯୋଜନା ବା ଗରୀବ ମାନଙ୍କ ମଧ୍ୟରେ ଗରୀବ ଗୋଷ୍ଠୀ ମାସିକ ପ୍ରତି ବ୍ୟକ୍ତି ସାତ କିଲୋ ସବସିଡିଯ଼ୁକ୍ତ ଖାଦ୍ୟ ଶସ୍ୟ ଅର୍ଥାତ ପ୍ରତ୍ୟେକ ପରିବାକୁ ମାସିକ ୩୫କିଲୋ ଖାଦ୍ୟ ଶସ୍ୟପାଇବା ପାଇଁ ପ୍ରାଥମିକତା ଗୋଷ୍ଛୀରେ ରହିବେ. ସାଧାରଣ ପରିବାର ଗୁଡିକ ଅତି କମରେ ତିନି କିଲୋ ପ୍ରତି ବ୍ୟକ୍ତି ପ୍ରତି ମାସ ଖାଦ୍ୟ. ଶସ୍ୟପାଇବା ପାଇଁ ହକଦାର ହେବେ. ଗ୍ରାମୀଣ ଅଞ୍ଚଳର ୭୫ ପ୍ରତିଶତ ତଥା ସହର ଅଞ୍ଚଳର ୫୦ପ୍ରତିଶତ ଜନସଂଖ୍ୟl ଏହି ବିଲର୍ କଭର ହେବେ । ଏହା ମଧ୍ୟରୁ ଗ୍ରାମୀଣ ଜନସଂଖ୍ୟlର ୪୬ପ୍ରତିଶତ ଓ ସହର ଅଞ୍ଚଳର ୨୮ପ୍ରତିଶତ ଜନସଂଖ୍ୟlକୁ ପ୍ରାଥମିକତା ପରିବାର ଭାବେ ଚିହ୍ନିତ କରାଯ଼ିବ . ବଳକା ପରିବାର ଗୁଡିକ ସାଧାରଣ ପରିବାର ଭାବେ ଚିହ୍ନିତ ହେବେ ।
  • ଗର୍ଭବତୀ ଓ ଲେକ୍ଟେଟିଂ ମାତା ମାନେ ଭୋଜନ ଓ ମାତୃତ୍ବ ବେଳେ ମିଳୁଥିବା ସୁବିଧା ପାଇବାକୁ ହକଦାର ଓ ଏହା ୬ ହଜାର ଟଙ୍କାରୁ କମ ହେବ ନାହିଁ ତେବେ ଏହା ଦୁଇଟି ସନ୍ତାନ ପର୍ଯ୍ୟନ୍ତ ସୀମିତ ।
  • ୧୮ ବର୍ଷ କିମ୍ବା ତଦୁର୍ଦ୍ଧ ଘରର ସବୁଠାରୁ ବୟସ୍କ ମହିଳା ରାସନକାର୍ଡ ଜାରି କରିବା ଉଦ୍ଦେଶ୍ୟରେ ଘରର ମୁଖ୍ୟ ହେବେ ।
  • ହିତାଧିକାରୀ ମାନଙ୍କୁ ଚାଉଳ ପ୍ରତି କିଲୋ ତିନି ଟଙ୍କା ତଥା ଗହମ ପ୍ରତି କିଲୋ ଦୁଇ ଟଙ୍କାରେ କିଣିବାକୁ ପଡିବ । ପ୍ରଥମ ତିନି ବର୍ଷ ପରେ ଏହି ମୂଲ୍ୟ ଗୁଡିକ ସଂଶୋଧିତ କରାଯାଇ ପାରେ ଓ ଏହା ସର୍ବନିମ୍ନ ସହାୟକ ମୂଲ୍ୟ ପର୍ଯ୍ୟନ୍ତ ( ଯାହା କେନ୍ଦ୍ର ଚାଷୀ ମାନଙ୍କୁ ଶସ୍ୟ କିଣିଲା ପରେ ସୁନିଶ୍ଚିତ କରିଥିବା ମୂଲ୍ୟ ପ୍ରଦାନ କରେ )

ସରକାର କିଶୋରୀ ଶକ୍ତି ଯୋଜନାକୁ ମଧ୍ୟ ସାର୍ବଜନୀନ କରିଛନ୍ତି । ୧୧ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଝିଅ ମାନଙ୍କର ପୋଷଣ ଓ ସ୍ୱାସ୍ଥ୍ୟ ସୁଧାର କରିବାକୁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହା ବ୍ୟତୀତ ୪୮୮୨ କୋଟି ଟଙ୍କାର ନେସନାଲ ଫୁଡ ସିକୁରିଟି ମିଶନ ମଧ୍ୟ ସରକାର ଆରମ୍ଭ କରିଛନ୍ତି ।

ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଯୋଜନା ନିୟମ

ରାଷ୍ଟ୍ରୀୟ ସ୍ତରରେ ରୋଜଗାରର ଅଧିକାର ପାଇଁ ଆଇନ ପ୍ରଣୟନ କରିବା ଖାଦ୍ୟର ଅଧିକାର ଅଭିଯାନ ଏବଂ ( ଭାରତରେ ଶ୍ରମିକ ଆନ୍ଦୋଳନ)ର ସବୁଠାରୁ ବଡ ଓ ବହୁ ପୁରୁଣା ଦାବି ଥିଲା ଏହି ଦାବି ଆଂଶିକ ଭାବେ ୨୦୦୫ ମଧ୍ୟ ଭାଗରେ ପୂରଣ ହେଲା ଏବଂ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆକ୍ଟ ୨୦୦୫ରେ ପ୍ରଣୟନ ହେଲା ।  ଏହି ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଯେ କୌଣସି ପ୍ରାପ୍ତ ବୟସ୍କ ବ୍ୟକ୍ତି ଯ଼ଦି ସାଧାରଣ ଶ୍ରମର କାମ କରିବାକୁ ଚାହିଁବ ତେବେ ସର୍ବନିମ୍ନ ମଜୁରୀରେ ୧୫ ଦିନ ମଧ୍ୟରେ ସ୍ଥାନୀୟ ସାର୍ବଜନିକ କାମ ମିଳିବ ,ପ୍ରତି ଘର ବାର୍ଷିକ ୧୦୦ ଦିନ ପର୍ଯ୍ୟନ୍ତ କାମ ମିଳିବାର ସୀମା ରହିଛି ।

ସାର୍ବଜନିକ ବିତରଣ ପ୍ରଣାଳୀ

ଖାଦ୍ୟ ସୁରକ୍ଷା ପାଇଁ ସାର୍ବଜନିକ ବିତରଣ ପ୍ରଣାଳୀ ପ୍ରମୁଖ ଭୂମିକା ଗ୍ରହଣ କରେ ଏହି ପ୍ରଣାଳୀର ୪ ଲକ୍ଷ ଫେଆର ପ୍ରାଇସ ସପ (ଏଫପିଏସ)ର ନେଟବର୍କ ରହିଥିବା ବେଳେ ବାର୍ଷିକ ୧୬ କୋଟି ପରିବାରକୁ ୧୫୦୦୦ କୋଟି ଟଙ୍କାର ଖାଦ୍ୟ ସାମଗ୍ରୀ ବିତରଣ କରୁଥିବା ଦାବି କରାଯାଏ । ଭାରତରେ ପିଡିଏସ ବୋଧ ହୁଏ ସମଗ୍ର ବିଶ୍ଵରେ ଏପରି ସବୁଠାରୁ ବଡ ବିତରଣ ନେଟବାର୍କ।

ଶସ୍ୟ ବ୍ୟାଙ୍କ ଯୋଜନାରେ ସଂଶୋଧନ

ଗାଁର ଶସ୍ୟ ବ୍ୟାଙ୍କ ଯୋଜନାରେ ସଂଶୋଧନ କରି ଏଥିରେ ବିଶେଷ ଧ୍ୟାନ ଦେବା ସହିତ ଏହାକୁ ବିସ୍ତୃତ କରାଯାଇଛି । ଏହାକୁ ମରୁଡି ଏବଂ ପ୍ରାକୃତିକ ବିପର୍ଯୟ ସମୟରେ କ୍ଷୁଧା ବିରୁଦ୍ଧରେ ସେଫଗାର୍ଡ ଭାବେ ରଖା ଯାଇଛି । ପୂର୍ବରୁ ଏହି ଯୋଜନାରେ ଜନଜାତି ମାନଙ୍କର ଲୋକ ତଥା ଜନଜାତୀୟ ଅଞ୍ଚଳ ଚାହୁଁଥିବା ଅନୁସୂଚିତ ଜାତି ବର୍ଗର ଲୋକଙ୍କୁ ସାମିଲ କରାଯାଉଥିଲା । ବର୍ତ୍ତମାନ ଏହି ଯୋଜନାରେ ଦୁର୍ଭିକ୍ଷର ଆଶଙ୍କା ଥିବା ଅଞ୍ଚଳ, ମରୁଭୂମି ଅଞ୍ଚଳ ଓ ଖାଦ୍ୟର ଅଭାବ ରହୁଥିବା ପାହାଡିଆ ଦାରିଦ୍ରର ସୀମାରେଖା ତଳେ ରହୁଥିବା ଲୋକ ମାନଙ୍କୁ ସାମିଲ କରେ । ଗତ ଚାରି ବର୍ଷ ମଧ୍ୟରେ ଅନୁମୋଦନ କରାଯାଇଥିବା ଗ୍ରାମ ଶସ୍ୟ ବ୍ୟାଙ୍କ ୪୮୫୮ ରୁ ୧୮୧୨୯ କୁ ବୃଦ୍ଧି ପାଇଛି ।

ଅନ୍ତୋର୍ଦୟ ଅନ୍ନ ଯୋଜନା (ଏଏବାଇ)

ଅନ୍ତୋର୍ଦୟ ଅନ୍ନ ଯୋଜନା ଅତିରିକ୍ତ ୧ କୋଟି ପରିବାରକୁ ବଢାଇ ଦିଆଯାଇଛି ଅର୍ଥାତ କଭରେଜରେ ୬୭ ପ୍ରତିଶତ ବୃଦ୍ଧି କରାଯାଇଛି । ନ୍ୟlସନାଲ ସେମ୍ପଲ ସର୍ଭେ ର ତଥ୍ୟ ଅନୁସାରେ ଦେଶର ମୋଟ ଜନସଂଖ୍ୟlର ୫ ପ୍ରତିଶତ ଦୁଇ ଓଳି ଭୋଜନ ନ ଖାଇ ରହେ । ଜନସଂଖ୍ୟlର ଏହି ବର୍ଗକୁ ଭୋକିଲା କୁହାଯାଏ । ଟିପିଡିଏସକୁ ଅଧିକ କେନ୍ଦ୍ରିତ କରିବାକୁ ଓ ଏହି ବର୍ଗର ଲୋକଙ୍କୁ ଲକ୍ଷ୍ୟକରି କୋଟି କୋଟି ଗରୀବ ପରିବାର ପାଇଁ ଅନ୍ତୋର୍ଦୟ ଅନ୍ନ ଯୋଜନା ଡିସେମ୍ବର ୨୦୦୦ ରେ ଶୁଭାରମ୍ଭ କରାଯାଇଥିଲା । ରାଜ୍ୟ ମଧ୍ୟରେ ଟିପିଡିଏସ ଯୋଜନାରେ କଭର ହେଉଥିବା ବିପିଏଲ ପରିବାର ମଧ୍ୟରୁ ଅନ୍ତୋର୍ଦୟ ଅନ୍ନ ଯୋଜନା ଏକ କୋଟି ଗରୀବରୁ ଗରୀବ ପରିବାରଙ୍କ କଥା ବିଚାର କରି ୨ ଟଙ୍କା କିଲୋରେ ଗହମ ଓ ତିନି ଟଙ୍କା କିଲୋରେ ଚାଉଳ ଅତି ସବସିଡି ମୂଲ୍ୟରେ ପ୍ରଦାନ କରେ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାର ମାନେ ବିତରଣ ମୂଲ୍ୟ , ଡିଲରକୁ ମାର୍ଜିନ ଓ ପରିବହନ ଖର୍ଚ୍ଚକୁ ବହନ କରନ୍ତି. ତେଣୁ ସଂପୂର୍ଣ୍ଣ ଖାଦ୍ୟ ସବସିଡିକୁ ଗ୍ରାହକ ମାନଙ୍କୁ ଏହି ଯୋଜନାରେ ପହଞ୍ଚାଯାଉଛି ।

ଆଧାର - ଭାରତ ସରକାର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate