অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗୋପବନ୍ଧୁ ଗ୍ରାମୀଣ ଯୋଜନା

ଉପକ୍ରମ

ଲକ୍ଷ୍ୟ ରଖାଯାଇଥିବା ଏଗାରଟି ଜିଲ୍ଲାରେ ଅତିରିକ୍ତ ବିକାଶ ସାହାୟତା ଯୋଗାଇ ଦେବାକୁ ଗୋପବନ୍ଧୁ ଗ୍ରାମୀଣ ଯୋଜନା ବ ଜି. ଜି.ଵାଇକୁ କାର୍ଯ୍ୟକାରୀ କରାଯାଉଛି । ଏହି ଏଗାରଟି ଜିଲ୍ଲାରେ ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି ବା ବିଆରଜଏଫ କାର୍ଯ୍ୟକାରୀ ହୋଇନଥାଏ । ଏହି ଯୋଜନା ୨୦୦୬-୦୭ରୁ ଆରମ୍ଭ ହୋଇ ଏକାଦଶ ପଞ୍ଚବାର୍ଷିକ ଯୋଜନା ଶେଷ ଆର୍ଥିକ ୨୦୧୧-୧୨ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବ ।

ଯୋଜନା

ଲକ୍ଷ୍ୟ ରଖାଯାଇଥିବା ୧୧ଟି ଜିଲ୍ଲାର ପ୍ରତ୍ୟେକ ରାଜସ୍ଵ ଗ୍ରାମକୁ ବିଜୁଳୀ,ସଡକ ଓ ପାଣି ଭଳି ପ୍ରାଥମିକ ଭିତ୍ତିଭୂମିର ସୁବିଧା ପାଇଁ ଅତିରିକ୍ତ ଉନ୍ନୟନ ପାଣ୍ଠି ଯୋଗାଇ ଦେବା ଗୋପବନ୍ଧୁ ଗ୍ରାମୀଣ ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ଯୋଜନାର ଅର୍ଥ ବ୍ୟୟକରି ଗ୍ରାମ ଭିତର ପକ୍କା ସଡକ, ଗ୍ରାମ ଭିତରେ ବିଜୁଳୀ ବତୀର ବ୍ୟବସ୍ଥା ଯାହାର ପରିଚାଳନ ଖର୍ଚ୍ଚ ପଞ୍ଚାୟତ ବହନ କରିବ ଏବଂ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ପାରିବ ।

ଲକ୍ଷ୍ୟ ରଖାଯାଇଥିବା ପ୍ରତ୍ୟେକ ଜିଲ୍ଲାକୁ ପ୍ରତି ବର୍ଷ ୧୦ କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯିବ ଏବଂ ଏହି ଛଅ ବର୍ଷ ଅର୍ଥାତ୍ ୨୦୧୧ -୧୨ ମସିହା ପର୍ଯ୍ୟନ୍ତ ଚାଲିବ ।

ଏହି ଯୋଜନା ଅଧିନରେ ଯୋଗାଇ ଦିଆଯାଇଥିବା ଅତିରିକ୍ତ ପାଣ୍ଠି ଅଣ ବନ୍ଧିତ ବା ଅନ୍ ଟାଏଡ୍ ପାଣ୍ଠି ଭାବରେ ପୂର୍ବରୁ କୁହାଯାଉଥିବା କ୍ଷେତ୍ରରେ ଚାଲିଥିବା ଅନ୍ୟାନ୍ୟ ଯୋଜନାର କାର୍ଯ୍ୟକାରୀକୁ ପରିପୂର୍ଣ୍ଣ କରିବା ଦିଗରେ ବ୍ୟବହାର କରାଯିବ । ଏହା ଫଳରେ ଅନ୍ୟାନ୍ୟ ବିକାଶମୁଖୀ କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ସମତଳ ଓ ସମ୍ମିଶ୍ରଣ ସୃଷ୍ଟି ହୋଇପାରିବ ।

ଯୋଜନା ବିକାଶମୁଖୀ

  • ସଡକ
  • ସଡକ କ୍ଷେତ୍ରରେ ଗାଁ ମଧ୍ୟରେ କଂକ୍ରିଟ୍ ରାସ୍ତା ନିର୍ମାଣକୁ ଅଗ୍ରାଧିକାର ଦିଆଯିବ । ଯଦି ଏହାର ଆବଶ୍ୟକତା ନଥାଏ ତେବେ ମୁଖ୍ୟ ରାସ୍ତାଠାରୁ ଗାଁକୁ ସଂଯୋଗ କରିପାରିଥିବା ସଡକ କାମ ହାତକୁ ନିଆଯାଇପାରିବ । ଗ୍ରାମ ମଧ୍ୟରେ କଂକ୍ରିଟ୍ ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ବ୍ୟବସ୍ଥା କୁ ପ୍ରଧାନ୍ୟ ଦିଆଯିବ । ରାସ୍ତା ପାଇଁ ଉଦ୍ଦିଷ୍ଟ ପାଣ୍ଠିର ଶତକଡା ୯୦ ଭାଗ କଂକ୍ରିଟ୍ ରାସ୍ତା ଓ ପିଚୁ ରାସ୍ତାପାଇଁ ବ୍ୟବହାର କରାଯିବ ।

  • ବିଜୁଳି
  • ଗାଁ ଭିତରେ ପଥ ପାର୍ଶ୍ଵ ବିଦ୍ୟୁତ ଆଲୋକ, ଜନଗହଳୀ ସ୍ଥାନମାନଙ୍କରେ ଉଜ୍ଜଳ ଆଲୋକ ଏବଂ ସରକାରୀ ଆବାସିକ /ଅଣଆବାସିକ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ କାରଣ କାର୍ଯ୍ୟ ଗୁଡିକ ଏହି ଯୋଜନରେ ଅନ୍ତର୍ଭୁକ୍ତ   କରାଯାଇଛି । ଯେକୋଣସି ବିଦ୍ୟୁତିକରଣ କାର୍ଯ୍ୟ ନେବା ପୂର୍ବରୁ ବିଦ୍ୟୁତ ଶୁଳ୍କ,ମରାମତି ଓ ରକ୍ଷଣାବେକ୍ଷଣ ଇତ୍ୟାଦି ସଂପୃକ୍ତ ଗ୍ରାମ ପଞ୍ଚାୟତ ଏବଂ ସରକାରୀ ବିଦ୍ୟାଳୟ ବହନ କରିବେ ବୋଲି ଏକ ଲିଖିତ ଚୁକ୍ତିନାମା ଦାଖଲ କଲାପରେ କାର୍ଯ୍ୟ ଆରମ୍ଭ କରାଯିବ ।

    ତେବେ ଗ୍ରାମ ଶ୍ରମିକ ମୁଖିଆଙ୍କ ଦ୍ଵାରା ବିଦ୍ୟୁତି କରଣ କାର୍ଯ୍ୟ କରାଯିବ ନାହିଁ  । ଏହା କେବଳ ପଞ୍ଜିକୃତ ବିଦ୍ୟୁତ ବିଭାଗରେ ଠିକାଦାର ମାନଙ୍କ ଦ୍ଵାରା କରାଯିବ । ଅଟକଳଗୁଡିକୁ ବିଦ୍ୟୁତ ବିଭାଗର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ଵାରା ଅନୁମୋଦିତ ହେବ ।

  • ଜଳଯୋଗାଣ
  • ଜଳ ଯୋଗାଣ କ୍ଷେତ୍ରରେ ଗ୍ରାମ୍ୟ ଜଳାଶୟ ଗୁଡିକ ଖନନ,ପୁର୍ନଉଦ୍ଧାର /ପଙ୍କୋଉଦ୍ଧାର/ଆଡି ,ପଥର ବନ୍ଧେଇ,ତୁଠ ନିର୍ମାଣ/ସ୍ଲଇପ୍ ଓ ସରପ୍ଲସ ଜଳ ଅମଳ ପ୍ରକଳ୍ପ ନିର୍ମାଣ, ପାଣି ନାଳ ଖନନ ଇତ୍ୟାଦି କାର୍ଯ୍ୟଗୁଡିକୁ ପ୍ରାଧାନ୍ୟ ଦିଆଯିବ । ଯାହାକି ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଜଳସେଚନ ସୁବିଧାକୁ ବୃଦ୍ଧିକରିବ ।

    ନଳକୂପ ଖନନ, ପାଇପ୍ ଜଳଯୋଗାଣ ପ୍ରକଳ୍ପଗୁଡିକୁ ସ୍ଵଜଳଧାରା ଏବଂ ଅର୍ଥ କମିଶନ ଅନୁଦାନ ଦ୍ଵାରା ମି9ଲିଟ ଯୋଜନରେ କରାଯାଇପାରିବ । କିନ୍ତୁ ଆବଶ୍ୟକ ଅନୁଭବ  କରାଗଲେ ଏହି ଯୋଜନରେ ମଧ୍ୟ କରାଯାଇ ପାରିବ ।

    ଏହି ଯୋଜନାରେ ଯୋଗାଇ ଦିଆଯାଉଥିବା ଅତିରିକ୍ତ ଉନ୍ନୟନ ସମ୍ବଲକୁ ଅନବଦ୍ଧ ପାଣ୍ଠିଭାବେ ବ୍ୟବହାର କରାଯିବ ଏବଂ ଏହା ପୂର୍ବୋକ୍ତ ବିଭାଗ ଗୁଡିକୁ ପାଇଁ ଯେଉଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବ ତାହାକୁ ସହାୟତା ଯୋଗାଇ ଦେବା ସହିତ ବିବିଧ ଉନ୍ନୟନମୂଳକ କାର୍ଯ୍ୟଧାରାକୁ ଅଧିକ କ୍ରିୟାଭିମୁଖୀ କରାଇବା ।

ଯୋଜନରେ ସାମିଲ ଜିଲ୍ଲା

ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଅନୁଗୋଳ, ବାଲେଶ୍ଵର, ବରଗଡ, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡା, ଖୋର୍ଦ୍ଧା, ନୟାଗଡ, ଓ ପୁରୀଜିଲ୍ଲାକୁ ସାମିଲ କରାଯାଉଛି ।

ଗ୍ରାମଗୁଡିକୁପାଣ୍ଠି ଆବଣ୍ଟନ

ଚିହ୍ନଟ କରାଯାଇଥିବା ଏଗାରଟି ଜିଲ୍ଲାର ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ବିଜୁଳୀ, ସଡକ ଓ ପାଣିର ବ୍ୟବସ୍ଥା କରିବାକୁ ଆବଶ୍ୟକ  ଭିତ୍ତିଭୂମି ଯୋଗାଇ ଦେବା ହେଉଛି ଗୋପବନ୍ଧୁ ଗ୍ରାମୀଣ ଯୋଜନାର ମୁଖ୍ୟ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ହାସଲ କରିବାକୁ ନିମ୍ନ ଲିଖିତ ପଦ୍ଧତି ଅନୁସରଣ କରି ପାଣ୍ଠି ଯୋଗାଇ ଦିଆଯାଏ ।

  • ୫୦୦ ଲୋକସଂଖ୍ୟାକୁ କମ୍ ଥିବା ଗ୍ରାମକୁ ସବୁଠୁ ଅଧିକ ଟଙ୍କା ଦିଆଯିବ ।
  • ୫୦୦ ରୁ ଅଧିକ କିନ୍ତୁ ୧ ହଜାରରୁ କମ୍ ଲୋକ ସଂଖ୍ୟା ଥିବା ଗ୍ରାମକୁ ସର୍ବାଧିକ  ଟଙ୍କା ଦିଆଯିବ ।
  • ୧  ହଜାରରୁ ୨୫ ଶହ ଲୋକସଂଖ୍ୟା ଥିବା ଗ୍ରାମକୁ ସବୁଠୁ ଅଧିକ  ଟଙ୍କା ଦିଆଯିବ ।
  • ୨୫ ଶହରୁ ୫ ହଜାର ଲୋକସଂଖ୍ୟା ଥିବା ଗ୍ରାମକୁ  ଟଙ୍କା ଦିଆଯିବ ।
  • ୫ ହଜାରରୁ ଅଧିକ ଓ ୧୦ ହଜାର ଲୋକ ସଂଖ୍ୟା ଥିବା ଗ୍ରାମକୁ  ଟଙ୍କା ଦିଆଯିବ ।
  • ୧୦ ହଜାରରୁ ଉର୍ଦ୍ଧ୍ଵ ଲୋକସଂଖ୍ୟା ଥିବା ଗ୍ରାମକୁ  ଦିଆଯିବ ।

ଏହି ଯୋଜନର କାର୍ଯ୍ୟ କାରିତା ପାଇଁ ୧୯୯୧ ମସିହା ବଦଳରେ ୨୦୦୧ ଜନଗଣନାକୁ ନେଇ ଗ୍ରାମର ଜନସଂଖ୍ୟା ବିଚାର କରାଯାଇଥାଏ । ଏକାଦଶ ପଞ୍ଚବାର୍ଷିକ ଯୋଜନରେ ଶେଷସୁଦ୍ଧା ସମସ୍ତ ରାଜସ୍ୱ ଗ୍ରାମକୁ ଏହି ଯୋଗଦାନର ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଯଦି କୌଣସି ଗ୍ରାମରେ ବିଜୁଳି ,ସଡକଓ ପାଣିର ବ୍ୟବସ୍ଥା ହୋଇସାରିଥାଏ ତେବେ ପଲ୍ଲୀସଭାର ଅନୁମୋଦନ କ୍ରମେ ଏବଂ ଜିଲ୍ଲାସ୍ତରୀୟ କମିଯିର ସ୍ୱୀକୃତି ନେଇ ଗୋପବନ୍ଧୁ ଗ୍ରାମୀଣ ଯୋଜନର ଅର୍ଥକୁ ଗ୍ରାମରେ ଅନ୍ୟାନ୍ୟ ଭିତ୍ତିଭୂମି ତିଆରି ପାଇଁ ଖର୍ଚ୍ଚ କରାଯାଇପାରିବ ।

ସରପଞ୍ଚଙ୍କ ଭୂମିକା

  • ଗ୍ରାମ ସଭାର ସଭାପତି ଭାବରେ ସବୁଠୁ ଅଧିକ ଜରୁରୀ ଅସଂପୂର୍ଣ୍ଣ  ପ୍ରକଳ୍ପର କାର୍ଯ୍ୟକୁ ହାତକୁ ନେବା ପାଇଁ ଗ୍ରାମସଭାରେ ପ୍ରସ୍ତାବ ଗ୍ରହଣ କରିବାରେ ସରପଞ୍ଚଙ୍କ ଗୁରୁତ୍ଵପୂର୍ଣ ଭୂମିକା ରହିଛି ।
  • ଯେହେତୁ ଗୋପବନ୍ଧୁ ଗ୍ରାମୀଣ ଯୋଜନର ପାଣ୍ଠି ଅନାବଦ୍ଧ ପାଣ୍ଠିଭାବେ ଗ୍ରାମପଞ୍ଚାୟତକୁ ଯୋଗାଇ ଦିଆଯାଇଥାଏ ତେଣୁ ଅତି ଆବଶ୍ୟକ ଥିବା ଅନ୍ୟ ଯୋଜନାର   ଅସଂପୂର୍ଣ୍ଣ କାମକୁ ସଂପୂର୍ଣ୍ଣ କରିବା ଦିଗରେ ସରପଞ୍ଚ ହୋଇଛନ୍ତି ସବୁଠୁ ଗୁରୁତ୍ଵପୂର୍ଣ୍ଣ ବିଚାରକ ।
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା ଅଧିନରେ ଜିଲ୍ଲାସ୍ତରୀୟ କମିଟିକୁ ପ୍ରକଳ୍ପ ତାଲିକା ପଠାଯିବା ପୂର୍ବରୁ ବ୍ଲକ ସ୍ତରୀୟ ପ୍ରାଥମିକତା ତାଲିକାରେ ନିଜ ପଞ୍ଚାୟତରୁ ଆସିଥିବା ପ୍ରସ୍ତାବକୁ ସାମିଲ କରିବା ପାଇଁ ବିଡିଓଙ୍କ ସହ କଥାବାର୍ତ୍ତା କରି ଉଦ୍ୟମ କରିପାରିବେ ।
  • ଏହି ଯୋଜନର ଅର୍ଥ ବିନିଯୋଗ ଓ କାର୍ଯ୍ୟ ଅଗ୍ରଗତି ସଂପର୍କ ସ୍ଵଚ୍ଛତା ରକ୍ଷା କରିବାକୁ ଏହାର ସାମାଜିକ ସମୀକ୍ଷା ଜରିଆରେ ସରପଞ୍ଚ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।

ଆଧାର –ସେଣ୍ଟର ଫର୍ ରୁରାଲ୍ଡେଭେଲ୍ପମେଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate