অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିର୍ମାଣ ଶ୍ରମିକଙ୍କୁ ବାସଗୃହ

ନିର୍ମାଣ ଶ୍ରମିକଙ୍କ କଲ୍ୟାଣ

ଯୋଗ୍ୟ ବିବେଚିତ ୧୮୩୪ ନିର୍ମାଣ ଶ୍ରମିକଙ୍କୁ ବାସଗୃହ ପ୍ରଦାନ କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ସୁପାରିସ କରିଛି ଶ୍ରମ ବିଭାଗ । ଏହି ନିର୍ମାଣ ଶ୍ରମିକଙ୍କ ନିଜସ୍ୱ ଜମିରେ ଘର ନିର୍ମାଣ ନିମନ୍ତେ ପଞ୍ଚାୟତିରାଜ ବିଭାଗ ସହାୟତା ଯୋଗାଇ ଦେବ ।

ସୂଚନା ଅନୁସାରେ ପଞ୍ଜୀକରଣର ୩ ବର୍ଷ ପୂର୍ଣ୍ଣ କରିଥିବା ରାଜ୍ୟର ନିର୍ମାଣ ଶ୍ରମିକମାନଙ୍କୁ ବାସଗୃହ ଯୋଗାଇ  ଘୋଷଣା କରାଯାଇଛି । ବାସଗୃହ ନିର୍ମାଣ ପାଇଁ ନିଜସ୍ୱ ଜମି ଥିବା ହିତାଧିକାରୀମାନେ  ଏହି ସହାୟତା ପାଇବେ । ସମ୍ପ୍ରତି ରାଜ୍ୟରେ ୮ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୯୮୬୯୬ଜଣ ୩ ବର୍ଷ ପୂର୍ଣ୍ଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଆବେଦନ କରିଥିବା ଶ୍ରମିକଙ୍କ ମଧ୍ୟରୁ ୧୮୩୪ ଜଣ ଶ୍ରମିକଙ୍କ ତାଲିକା ଶ୍ରମ ବିଭାଗ ପଞ୍ଚାୟତିରାଜ  ବିଭାଗକୁ ପ୍ରେରଣ କରିଛି ।

କଟକ ଜିଲ୍ଲା ସର୍ବାଧିକ ୪୭୪ ଜଣ ନିର୍ମାଣ ଶ୍ରମିକଙ୍କୁ ଘର ଯୋଗାଇ ଦେବା ପାଇଁ ଶ୍ରମ ବିଭାଗ ସୁପାରିସ କରିଛି । ସେହିପରି ସୋନପୁର ଜିଲ୍ଲାର ୧୭୬, ସମ୍ବଲପୁର ଜିଲ୍ଲାର ୧୩୮, ଢେଙ୍କାନାଳ ଜିଲ୍ଲାର ୧୦୧ ନିର୍ମାଣ ଶ୍ରମିକଙ୍କୁ ଘର ଯୋଗାଇ ଦିଆଯିବ । ତେବେ  ନୂଆପଡା, ନୟାଗଡ଼ ଓ ଗଜପତି ଜିଲ୍ଲାରେ କୌଣସି ହିତାଧିକାରୀ ଏହି ତାଲିକାରେ ସାମିଲ  ହୋଇ ପାରିନାହାନ୍ତି ।

ସାମାଜିକ ସୁରକ୍ଷା ଓ ବାସଗୃହ

ଅନୁରୂପ ଭାବରେ ୩୨ଟି ଶ୍ରମ ଜିଲ୍ଲା ମଧ୍ୟରୁ ଅନୁଗୋଳ ଜିଲ୍ଲାର ୧୭, ବାଲେଶ୍ଵର ଜିଲ୍ଲାର ୫୪, ବରଗଡ଼ ଜିଲ୍ଲାର  ୧୭, ଭଦ୍ରକ ଜିଲ୍ଲାର ୬୨, ବଲାଙ୍ଗୀର ଜିଲ୍ଲାର ୨୬, ବୌଦ୍ଧ ଜିଲ୍ଲାର ୬୬, ଛତ୍ରପୁରର ୧୧, ଢେଙ୍କାନାଳ ଜିଲ୍ଲାର ୭୭, ଗଞ୍ଜାମ ଜିଲ୍ଲାର ୨୧, ଜଗତ୍ସିଂହପୁର ଜିଲ୍ଲାର ୩୭, ଯାଜପୁର ୬୭, ଝାରସୁଗୁଡାର  ୧୭, କଳାହାଣ୍ଡି ଜିଲ୍ଲାର  ୮୫, କନ୍ଧମାଳ ଜିଲ୍ଲାର ୪୦, କେନ୍ଦ୍ରାପଡା ଜିଲ୍ଲାର ୨୬, କେନ୍ଦୁଝର ଜିଲ୍ଲାର ୬୭ଜଣ ଗୃହ ପାଇବାକୁ ଶ୍ରମ ବିଭାଗ ଦ୍ଵାରା ମନୋନୀତ ହୋଇଛନ୍ତି ।

ଏମାନଙ୍କ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାର ୯, କୋରାପୁଟ ଜିଲ୍ଲାର ୧୮, ମାଲାକାନଗିରି ଜିଲ୍ଲାର ୧୩, ମୟୂରଭଞ୍ଜ ଜିଲ୍ଲାର ୪୩, ନବରଙ୍ଗପୁର ଜିଲ୍ଲାର ୫୫, ପୁରୀ ଜିଲ୍ଲାର ୨୭, ରାୟଗଡ଼ା ଜିଲ୍ଲାର  ୩୫, ସୁନ୍ଦରଗଡ଼ ଜିଲ୍ଲାର ୧୬ ଓ ତାଳଚେର ଶ୍ରମ ଜିଲ୍ଲାର ୩୯ଜଣ ନିର୍ମାଣ ଶ୍ରମିକଙ୍କୁ ବାସଗୃହ ଯୋଗାଇ ଦେବାକୁ ଶ୍ରମ ବିଭାଗ ପଞ୍ଚାୟତିରାଜ  ବିଭାଗକୁ ଆବେଦନ କରାଯାଇଛି ।

ନିର୍ମାଣ ଶ୍ରମିକଙ୍କ କଲ୍ୟାଣ  ପାଇଁ ସାମାଜିକ ସୁରକ୍ଷା ଓ ବାସଗୃହ ପ୍ରଦାନ  ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜୀକୃତ ଓ ଯୋଗ୍ୟ ବିବେଚିତ ସମସ୍ତ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ପ୍ରଥମ ପର୍ଯ୍ୟାୟରେ ବାସଗୃହ ପାଇବା ନିମନ୍ତେ ସମସ୍ତ ସର୍ତ୍ତ ପୂରଣ କରାଯାଇ ହିତାଧିକାରୀଙ୍କୁ ଗୃହ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ଯୋଗ୍ୟ  ନିର୍ମାଣ ଶ୍ରମିକଙ୍କୁ ଗୃହ ପ୍ରଦାନ କରାଯିବ ।

ଆଧାର – ଶ୍ରମ ବିଭାଗ

Last Modified : 7/9/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate