অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଏହି ମିଶନର ଲକ୍ଷ୍ୟ । ସ୍ଵାଧୀନତା ଦୀର୍ଘ ୭୫ବର୍ଷ ବିତିଯାଇ ଥିଲେ ବି ଏପର୍ଯ୍ୟନ୍ତ ଭାରତରେ ସମସ୍ତଙ୍କୁ ନିଜସ୍ୱ ବାସ ଗୃହ ଯୋଗାଇ ଦିଆଯାଇ ପାରିନାହିଁ । ଏହି ମିଶନ ଦ୍ଵାରା ସହରାଞ୍ଚଳରେ ବାସ କରୁଥିବା ଗରିବ ତଥା ବସ୍ତିବାସିନ୍ଦାଙ୍କୁ ମାଗଣା ବାସଗୃହ ଯୋଗାଇ ଦିଆଯିବ ।

  • ବସ୍ତିରେ ବସ୍ତିବାସିନ୍ଦାଙ୍କୁ ଯାଗାରେ ଘର ତିଆରି କରାଯିବ ।
  • ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଲୋକଙ୍କୁ ଋଣ ସୁବିଧା ଦ୍ଵାରା ବାସଗୃହ ଯୋଗାଣ ।
  • ସୁଲଭ ବାସଗୃହ ପବ୍ଲିକ / ପ୍ରାଇଭେଟ ସହ ଭାଗିତା ଦ୍ଵାରା ତିଆରି କରି ଯୋଗାଇଦିଆଯିବ ।
  • ବ୍ୟକ୍ତିଗତ ଭାବରେ ବାସଗୃହ ନିର୍ମାଣ କଲେ ହିତାଧିକାରୀଙ୍କୁ ସବସିତ ଯୋଗାଇ ଦିଆଯିବ ।

ହିତାଧିକାରୀ

  • ଏହି ଯୋଜନାରେ ଗରିବଙ୍କ ସହ ବସ୍ତି ବାସିନ୍ଦାଙ୍କୁ ସାମିଲ କରାଯାଇଛି । ଯେଉଁଠାରେ ୩୦୦ ଲୋକ କିମ୍ବା ୬୦ ରୁ ୭୦ ପରିବାର ଦରି, ପାଲ ଘେରା ପରେ ରହୁଥିବେ ସେଠାରେ ବିଶୁଦ୍ଧ ପାନୀୟ ଜଳ, ଶୌଚାଳୟର ସୁବିଧା ନଥିବ ତାହାକୁ ବସ୍ତି ଭାବରେ ବିବେଚନା କରାଯିବ ।
  • ଅର୍ଥନୈତିକ ଦୁର୍ବଳ ଶ୍ରେଣୀ, ସ୍ୱଳ୍ପ ଆୟକାରୀ (LIG) ଏବଂ ମଧ୍ୟମ ଆୟକାରୀ (MIG)ଙ୍କୁ ହିତାଧିକାରୀ ଭାବରେ ଗଣନା କରାହେବ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କର ବର୍ଷକୁ ଆୟ ୩ ଲକ୍ଷ ଟଙ୍କା, ସ୍ୱଳ୍ପ ଆୟକାରୀଙ୍କ ବାର୍ଷିକ ଆୟ ୩ – ୬ ଲକ୍ଷ ଟଙ୍କା, ମଧ୍ୟମ ବର୍ଗଙ୍କ ଆୟ ୬ – ୧୮ ଲକ୍ଷ ଟଙ୍କା ହୋଇଥିବ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ଗୃହ ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବା ବେଳେ ସ୍ୱଳ୍ପ ଓ ମଧ୍ୟମ ଆୟକାରୀଙ୍କ ସବସିଡ୍ ସହ ଋଣ ଯୋଗାଇ ଦିଆଯିବ ।
  • ସ୍ୱଳ୍ପ ଓ ମଧ୍ୟମ ଆୟକାରୀଙ୍କୁ ଚିହ୍ନଟ ପାଇଁ ସେମାନଙ୍କ ଦ୍ଵାରା ଆୟ ପ୍ରମାଣପତ୍ର ସହ ଋଣ ପାଇଁ ଆବେଦନ କରିବା ପାଇଁ ହେବ ।
  • ସ୍ଵାମୀ, ସ୍ତ୍ରୀ, ଅବିବାହିତା ପୁଅ ଓ ଝିଅ ଥିବା ପରିବାରକୁ ହିତାଧିକାରୀ ପରିବାର ଭାବରେ ଗଣାଯିବ ।
  • ହିତାଧିକାରୀଙ୍କର ସାରା ଭାରତବର୍ଷରେ କୌଣସି ଜାଗାରେ ପକ୍କା ଘର ନଥିବ । ସ୍ଵାମୀ, ସ୍ତ୍ରୀ, କିମ୍ବା ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ପକ୍କାଘର ନଥିଲେ ସେମାନେ ବାସଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।
  • ରାଜ୍ୟ ଓ  କେନ୍ଦ୍ର ଶାସିତ ଅଞ୍ଚଳରେ ସରକାର ନିଜର ସୁବିଧା ଅନୁଯାୟୀ ହିତାଧିକାରୀ ଚୟନ ପାଇଁ ତାରିଖ ନିର୍ଦ୍ଧାରଣ କରିବେ ।

ସୁଯୋଗ

ସହରାଞ୍ଚଳରେ ସମସ୍ତଙ୍କୁ ଘର ୨୦୧୫ – ୨୦୨୨ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ସରକାର ନିଯୁକ୍ତି ଦେଇଥିବା ଏଜେନ୍ସି କୁ ୨୦୨୨ ସୁଦ୍ଧା ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ ଜାରୀ କରିବେ। କେନ୍ଦ୍ର ପ୍ରୟୋଜିତ ଏହି ଯୋଜନାରେ ଋଣ ବ୍ୟବସ୍ଥା ଓ ରିହାତି ସମସ୍ତ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଏ ।

ଏହି ଯୋଜନା ୧୭.୦୬.୨୦୧୫ରେ ଆରମ୍ଭ ହୋଇଛି ଏବଂ ଏହା ୩୧.୦୩.୨୦୨୨ ମଧ୍ୟରେ ଶେଷ ହେବା ଉଚିତ୍ ।

ଅଞ୍ଚଳ ଏବଂ ସମୟ ସୀମା

  • ୨୦୧୧ ଜନ ଗଣନା ସର୍ତ୍ତ ଅନୁଯାୟୀ ୪୦୪୧ ସହର ମଧ୍ୟରୁ ୫୦୦ ସହର ତିନୋଟି ପର୍ଯ୍ୟାୟରେ ଶେଷ ହେବ ।
  • ଫେଜ ୧ (ଏପ୍ରିଲ ୨୦୧୫ – ମାର୍ଚ୍ଚ ୨୦୧୭) ୧୦୦ ସହର ଯୋଗ କରାଯିବ ।
  • ଫେଜ ୨ (ଏପ୍ରିଲ ୨୦୧୭ – ମାର୍ଚ୍ଚ ୨୦୧୯) ୨୦୦ ସହର ଯୋଗ କରାଯିବ ।
  • ଫେଜ ୩ (ଏପ୍ରିଲ ୨୦୧୯ – ମାର୍ଚ୍ଚ ୨୦୨୨) ବାକି ଥିବା ସମସ୍ତ ସହରକୁ ଯୋଗ କରାଯିବ ।
  • ଏହି ଯୋଜନାରେ ବାସଗୃହ ୩୦ ସ୍କୋୟାର ମିଟର କାର୍ପେଟ ଏରିଆରେ ନିର୍ମାଣ କରାଯିବ । ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଚାହିଁଲେ ବାସଗୃହର ଆକାର, ତଥା ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିପାରିବେ କିନ୍ତୁ ସେଥିପାଇଁ କୌଣସି ପ୍ରକାରର ଆର୍ଥିକ ସାହାଯ୍ୟ ମିଳିବ ନାହିଁ । ବସ୍ତି ଉନ୍ନୟନ ପ୍ରକଳ୍ପ ଓ ସୁଲଭ ବାସଗୃହ ପ୍ରକଳ୍ପ ସହଭାଗିତାରେ ସର୍ବନିମ୍ନ ଆବଶ୍ୟକତା ଯେପରି ପାଣି, ଶୌଚାଳୟ ସ୍ଵେରେଜ, ରାସ୍ତା, ବିଜୁଳି ଇତ୍ୟାଦି କରାଯିବ । ସହରାଞ୍ଚଳରେ ଋଣ ଓ ସବସିଡି କେନ୍ଦ୍ର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯିବ ତତ୍ ସହିତ ହିତାଧିକାରୀଙ୍କୁ ସଙ୍ଗିକ ସୁବିଧା କରିବାକୁ ପଡିବ ।

କାର୍ଯ୍ୟ ପ୍ରଣାଳୀ

ସିଟୁ ବସ୍ତି ପୁର୍ନବାସ

ଏହି ଧାରାରେ ଭୂମିକୁ ସମ୍ବଳ ବୋଲି  ଧରାଯାଏ । ଏହି ଯୋଜନାରେ ଯୋଗ୍ୟ ବସ୍ତିବାସିନ୍ଦାକୁ କେନ୍ଦ୍ର ସରକାରୀ, ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ କିମ୍ବା ବ୍ୟକ୍ତିଗତ ଜମିରେ ‘ସିଟୁ’ ଅନ୍ତର୍ଗତରେ ଘର ଯୋଗାଇ ଦିଆଯିବ । ଏହି ପ୍ରକଳ୍ପରେ ପ୍ରତ୍ୟେକ ଘର ତିଆରି ପାଇଁ ୧ ଲକ୍ଷ୍ୟ ଟଙ୍କା ଯୋଗାଇ ଦିଆଯିବ ।

ସରକାରୀ ସାହାଯ୍ୟ ସହ ଋଣ ସୁବିଧା

ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନ ଆୟକାରୀ ବ୍ୟକ୍ତିଙ୍କ ନିମନ୍ତେ ସରକାରୀ ସାହାଯ୍ୟ ସହ ଋଣ ସୁବିଧା ଯୋଗାଇ ଦିଆଯାଏ । ଏହି ଋଣ ବ୍ୟାଙ୍କ, ଗୃହ ଋଣ ଆର୍ଥିକ କମ୍ପାନୀଙ୍କ ଦ୍ଵାରା ଦିଆଯାଏ । ୬ ଲକ୍ଷ ପର୍ଯ୍ୟନ୍ତ ଋଣ ସୁବିଧା ନେଉଥିବା ବ୍ୟକ୍ତି ୬.୫% ସୁଧରେ ୨୦ ବର୍ଷ ଅବଧି ଦିଆଯାଏ । ୨.୩୦ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ ସରକାରୀ ସାହାଯ୍ୟ ମିଳେ । ନେଟ ପ୍ରେଜେଣ୍ଟ ଭ୍ୟାଲୁ ଦ୍ଵାରା ସବସିଡିର ସୁଧ ରିଆତି ସୁବିଧା ୯% ରଖି ହିସାବ କରାଯାଏ । ୬ ଲକ୍ଷରୁ ଉର୍ଦ୍ଧ ଋଣ ପାଇଁ କୌଣସି ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଆଯାଏ ନାହିଁ । ଏହି ଅର୍ଥକୁ ମାସିକ କିସ୍ତି ଭାବରେ ହିତାଧିକାରୀଙ୍କୁ ସୁଝିବାକୁ ପଡେ । ଗୃହର କାର୍ପେଟଏରିଆ ୩୦ ସ୍କୋୟାର ଫୁଟ । ନିମ୍ନ ଆର୍ଥିକ ଗୋଷ୍ଠୀର ଏହା ୬୦ ସ୍କୋୟାର ପର୍ଯ୍ୟନ୍ତ ହୋଇପାରିବ । ଏହାର ଅର୍ଥ ଯଦି ଆର୍ଥିକ ଦୁର୍ବଳ ଶ୍ରେଣୀ ହିତାଧିକାରୀଙ୍କର ଘରର ଆକାର ବୃଦ୍ଧି ପାଇବ ତେବେ ସେ ଏହି ଗୋଷ୍ଠୀ ଅନ୍ତର୍ଗତରେ ଥିବା ସୁବିଧା ପାଇବେ ନାହିଁ ।

ମହିଳା (ବିଧବାକୁ ପ୍ରଥମ), ହରିଜନ ବ୍ୟକ୍ତି ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ, ଭିନ୍ନକ୍ଷମ, ତୃତୀୟ ଲିଙ୍ଗଧାରୀ ସଂଖ୍ୟା ଲଘୁ ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯିବ । ୬ ଲକ୍ଷ ପର୍ଯ୍ୟନ୍ତ ଋଣରେ ହିତାଧିକାରୀଙ୍କୁ କୌଣସି ପ୍ରକାର ପ୍ରୋସେସିଙ୍ଗ ଫି ନେବାକୁ ପଡେ ନାହିଁ । ୬ ଲକ୍ଷ ରୁ ଋଣ ଉର୍ଦ୍ଧ ହେଲେ ହିତାଧିକାରୀ ପ୍ରୋସେ ଫି ଦେବେ ।

ମଧ୍ୟମ ଆୟକାରୀଙ୍କ ନିମନ୍ତେ ସରକାରୀ ସାହାଯ୍ୟ ପ୍ରାପ୍ତ ଋଣ

ମୁଖ୍ୟ ଅଂଶ : -

  • ମଧ୍ୟମ ଆୟକାରୀ ଯେଉଁ ମାନଙ୍କର ବାର୍ଷିକ ଆୟ ୬ ଲକ୍ଷ ରୁ ଉର୍ଦ୍ଧ ଏବଂ ୧୮ ଲକ୍ଷ ମଧ୍ୟରେ ସେମାନେ ସରକାରୀ ସାହାଯ୍ୟ ପ୍ରାପ୍ତ ଋଣ ପାଇବା ପାଇଁ ଯୋଗ୍ୟ । ଯେଉଁ ହିତାଧିକାରୀ ମାନେ ଗୃହ ଋଣ ୧ ଜାନୁୟାରୀ ୨୦୧୭ରେ ଆବେଦନ କରିଥିବେ ସେମାନେ ଋଣ ପାଇଁ ଯୋଗ୍ୟ ବିବେଚିତ ହେବେ ।
  • ହିତାଧିକାରୀ ପରିବାର କହିଲେ ସ୍ତ୍ରୀ, ସ୍ଵାମୀ ଏବଂ ଅବିବାହିତ ଝିଅ ଏବଂ ପୁଅ । ଅବିବାହିତ ବୟସ୍କ ଯିଏ ରୋଜଗାର କରୁଥିବେ ସେମାନେ ମଧ୍ୟ ସରକାରୀ ସାହାଯ୍ୟ ପ୍ରାପ୍ତ ଋଣ ପାଇଁ ଯୋଗ୍ୟ ହେବେ । ମହିଳା ଯଦି ବିଧବା ହୋଇଥିବେ, ଏକା ରହୁଥିବା ରୋଜଗାର କରୁଥିବା ମହିଳା, ହରିଜନ, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗ, ତୃତୀୟ ଲିଙ୍ଗ ଇତ୍ୟାଦିଙ୍କୁ ଅଗ୍ରାଧିକାର ଦିଆଯିବ ।
  • ସରକାରୀ ସାହାଯ୍ୟ ପ୍ରାପ୍ତ ସୁଧ ଯେଉଁ ମାନେ ୧୨ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବେ ସେମାନଙ୍କ ଘରର କାର୍ପେଟ ଏରିଆ ୧୨୦ ସ୍କୋୟାର ମିଟର, ଏବଂ ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ୧୫୦ ସ୍କୋୟାର ମିଟର ହୋଇଥିବା ଆବଶ୍ୟକ ।
  • ସମସ୍ତଙ୍କ ପାଇଁ ଗୃହ ଯୋଜନାରେ ଏହି ଲକ୍ଷ ୨୦୨୨ ସୁଦ୍ଧା ପୂରଣ କରାଯିବାକୁ ଧାର୍ଯ୍ୟ କରାଯାଇଛି ।
  • ହିତାଧିକାରୀ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୪% ସରକାରୀ ସାହାଯ୍ୟ ପାଇବେ । ୧୨ ଲକ୍ଷରୁ ୧୮ ଲକ୍ଷ ପର୍ଯ୍ୟନ୍ତ ୩% ସରକାରୀ ସାହାଯ୍ୟ ପାଇବେ । ମଧ୍ୟମ ବର୍ଗର ଆୟକାରୀ ମାନେ ୯ ଲକ୍ଷ  ଋଣରେ ୨.୩୫ ଲକ୍ଷ ୧୨ ଲକ୍ଷ ଋଣରେ ୨.୩୦ ଲକ୍ଷ ଟଙ୍କା ସୁଧ ସବସିଡି ପାଇବେ  ।
  • ଋଣ ଶୁଝିବା ପାଇଁ ୨୦ ବର୍ଷ ସମୟ ସୀମା ଧାର୍ଯ୍ୟ କରାଯାଇଛି ।
  • ଗୃହ ଆର୍ଥିକ କମ୍ପାନୀ, କ୍ଷେତ୍ରୀୟ ଗ୍ରାମ୍ୟ ବ୍ୟାଙ୍କ, ରାଜ୍ୟ ଏବଂ ସହର କର୍ପୋରେଟିଭ ବ୍ୟାଙ୍କ ମାନେ ହିତାଧିକାରୀଙ୍କ ଋଣ ଆବେଦନ ଗ୍ରହଣ କରିପାରିବେ ।
  • ହିତାଧିକାରୀ ମାନେ ସୁଧ ସବସିଡି ପାଇଁ  ସିଧାସଳଖ PLIକୁ ଆବେଦନ କରିପାରିବେ । ଆବେଦନ ଗୁଡିକୁ ଯାଞ୍ଚ କରିବା ପରେ ଏହା CNAକୁ ଦିଆଯିବ । ଏଥି ପାଇଁ କୌଣସି ପ୍ରୋସେସିଙ୍ଗ ଫିସ ଦେବାକୁ ପଡେ ନାହିଁ ।
  • ଜାତୀୟ ଗୃହ ବ୍ୟାଙ୍କ ଏବଂ ସହରାଞ୍ଚଳ ଗୃହ ଉନ୍ନୟନ ସଂସ୍ଥାକୁ କେନ୍ଦ୍ରୀୟ ନୋଡାଲ ସଂସ୍ଥା ଭାବରେ ନିଯୁକ୍ତି କରାଯାଇଛି ।

ଭାଗୀଦାରୀ ଦ୍ଵାରା ଗୃହ

ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ଗୃହ ନିର୍ମାଣ ପାଇଁ ୧.୫ ଲକ୍ଷ ଟଙ୍କା ଆର୍ଥିକ ସୁବିଧା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ ସହରର ଭାଗୀଦାରୀ ଦ୍ଵାରା ଯୋଗାଇ ଦିଆଯାଏ । ଭାଗ୍ୟଦାରି ଗୃହ, ଆର୍ଥିକ ଦୁର୍ବଳ ଶ୍ରେଣୀ, ନିମ୍ନ ଆୟକାରୀ ଏବଂ ମଧ୍ୟମ ଆୟକାରୀ ସବୁ ମିଶି କରାଯାଏ ।

ହିତାଧିକାରୀଙ୍କ ପାଇଁ ସବସିଡି ଏବଂ ବ୍ୟକ୍ତିଗତ ଗୃହ ନିର୍ମାଣ

ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗଙ୍କ ପାଇଁ ନୂଆ ଗୃହ ନିର୍ମାଣ କିମ୍ବା ତାଙ୍କର ଥିବା ଗୃହକୁ ବୃଦ୍ଧି କରିବା ପାଇଁ ସହାୟତା ଯୋଗାଇ ଦିଆଯାଏ । ନୂତନ ଭାବେ ୯.୦ ସ୍କୋୟାରମିଟର କାର୍ପେଟଏରିଆ ବୃଦ୍ଧି କରାଇଲେ ହିତାଧିକାରୀ ସେଣ୍ଟ୍ରାଲ ଆସିଷ୍ଟାଣ୍ଡ ଅଧିନରେ ଆସିବେ । ଏଭଳି ହିତାଧିକାରୀ ବସ୍ତିରେ ରହୁଥିବେ କିମ୍ବା ବସ୍ତି ବାହାରର ହୋଇଥିବେ । ବସ୍ତିରେ ରହୁଥିବା ହିତାଧିକାରୀ ତାଙ୍କର ପକା ଘର କିମ୍ବା ଅଧା ପକ୍କା ଘରକୁ ନୂତନ ଭାବେ ତିଆରି କରିପାରିବେ ।

ଟୁଲ ଫ୍ରୀ ନମ୍ବର  – CLSS

ଜାତୀୟ ଆବାସ ବୋର୍ଡ : ୧୮୦୦-୧୧- ୩୩୭୭,୧୮୦୦-୧୧-୩୩୮୮

ଏଚୟୁଡ଼ିସିଓ : ୧୮୦୦-୧୧-୬୧୬୩

ଆଧାର - ପ୍ରଧାନମନ୍ତ୍ରୀ ଆବାସ ଓ ସହର କାର୍ଯ୍ୟ ମନ୍ତ୍ରାଳୟ, ଭାରତ ସରକାର

ଅଧିକ ଜାଣିବା ପାଇଁ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate