অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ବାରମ୍ବାର ଉଠୁଥିବା ପ୍ରଶ୍ନାବଳୀ)

  1. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କଣ  ?
  2. ପ୍ରଧାନମାନତରୀ ଜନଧନ ଯୋଜନାରେ କିଏ ସଞ୍ଚୟ ଖାତା ଖୋଲି ପାରିବେ   ?
  3. ଏହି ଯୋଜନାରେ ମିଳିତ ସଞ୍ଚୟ ଖାତା ଖୋଲି ହେବ   ?
  4. ଏହି ଯୋଜନାରେ କୋଉଠି ଆକାଉଣ୍ଟ (ସଞ୍ଚୟ ଖାତା ) ଖୋଲି ହେବ   ?
  5. ବି.ଏସ.ବି.ଡି.ଏ ଆକାଉଣ୍ଟ କଣ  ?
  6. ବି.ଏସ.ବି.ଡି.ଏ ଖାତା ଖୋଲିବାକୁ ବୟସ , ରୋଜଗାର , ଜମାରାଶି ଇତ୍ୟାଦିର କୌଣସି ପ୍ରତିବନ୍ଧ ଅଛି କି  ?
  7. ରୂପେ ଡେବିଟ କାର୍ଡ କଣ ?
  8. ଏତତବ୍ୟତୀତ ଅନ୍ୟ କଣ ସ୍ଵତନ୍ତ୍ର ଫାଇଦା ମିଳିବ   ?
  9. ନିରକ୍ଷରମାନେ କଣ ରୂପେ ଡେବିଟ କାର୍ଡ ପାଇ ପାରିବେ   ?
  10. ରୂପେ ଡେବିଟ କାର୍ଡକୁ କେମିତି ଚାଲୁ ରଖାଯାଇ ପାରିବ  ?
  11. ଯଦି ଜଣଙ୍କର ଦୁଇ ବା ତତୋଧିକ ରୂପେ ଡେବିଟ କାର୍ଡ ଥାଏ ବା ଏକାଉଣ୍ଟ ଥାଏ ,ତାହେଲେ ଦୁର୍ଘଟଣା ବୀମାର ସୁବିଧା ସବୁ କାର୍ଡ /ସବୁ ସଞ୍ଚୟ ଖାତା ପାଇଁ ମିଳିବ  କି  ?
  12. ଯଦି ଜଣଙ୍କର ଆଗରୁ ବ୍ୟାଙ୍କ ଖାତା ଅଛି  ? ଦୁର୍ଘଟଣା ବୀମା / ଜୀବନ ବୀମା ସୁବିଧା ପାଇଁ ତାକୁ କଣ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଜନାରେ ଆଉ ଏକ ଖାତା  ଖୋଲିବାକୁ ପଡିବ   ?
  13. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲିଥିବା ସଞ୍ଚୟ ଖାତାରେ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ସାମୟିକ ଋଣ (ଓଭରଡ୍ରାଫ ) ମିଳିବାର ନିୟମ କଣ  ?
  14. ପରିବାର ଏକାଧିକ ସଞ୍ଚୟ ଖାତାରେ ଏହି ଓଭରଡ୍ରାଫ ମିଳିପାରିବ କି  ?
  15. ଦୁର୍ଘଟଣା ବୀମା କଣ ? ଏହାର ପ୍ରିମିୟମ କିଏ ଦେବ  ?
  16. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସଞ୍ଚୟ ଖାତା ଖୋଲିବାକୁ କଣ କଣ ଦସ୍ତାବିଜ ଦରକାର  ?
  17. ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମିଳିଥିବା ସଞ୍ଚୟ ଖାତାରେ ଚେକ ବହି ମିଳିପାରିବ କି  ?
  18. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖାତା ଖୋଲିଲେ କଣ କଣ ସ୍ଵତନ୍ତ୍ର / ପ୍ରତ୍ୟକ୍ଷ ସୁବିଧା ମିଳିବ   ?
  19. ମୋ ପାଖରେ ସଞ୍ଚୟ ଖାତା ଖୋଲିବାକୁ କୌଣସି ବୈଧ ସରକାରୀ ଦଲିଲ ନାହିଁ   ।  ତଥାପି ମୁଁ ଖାତା ଖୋଲି ପାରିବି କି  ?
  20. ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନା ଖୋଲିଥିବା ସଞ୍ଚୟ ଖାତାର ଜମା ଉପରେ କେତେ ସୁଧ ମିଳିବ   ?
  21. ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନାରେ ଓଭରଡ୍ରାଫ ବା ସାମୟିକ ଋଣରେ କେତେ ସୁଧ ଦେବାକୁ ପଡିବ   ।
  22. ଅଠର ବର୍ଷରୁ କମ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ଖାତା ଖୋଲି ପାରିବେ କି  ?
  23. ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲୁଥିବା ସଞ୍ଚୟ ଖାତା ଅନ୍ୟ ସହର ବା ରାଜ୍ୟକୁ ବଦଳି କରାଗଲା  ପାରିବ କି  ?
  24. ଯାହାର ଭିସା କାର୍ଡ ଅଛି ତାଙ୍କୁ କଣ ରୂପେ ଡେବିଟ କାର୍ଯ୍ୟ ମଧ୍ୟ ମିଳିବ  ?
  25. ଯଦି ବର୍ତ୍ତମାନ ଠିକଣା ପ୍ରମାଣ ପତ୍ର ମିଳୁନାହିଁ   ।  ତାହେଲେ କଣ କରିବା  ?
  26. ବ୍ୟକ୍ତିଗତ ଦୁର୍ଘଟଣା ବୀମାର କିଛି ବୟସ ସୀମା ଅଛି କି   ?
  27. ରୂପେ ଡେବିଟ କାର୍ଡ ପ୍ରଦାନ କରିବାର ୪୫ ଦିନ ମଧ୍ୟରେ ଯଦି ଦୁର୍ଘଟଣା ହୁଏ ଏବଂ ସେ ଖାତାରେ କିଛି କାରବାର ହୋଇ ନଥାଏ ତା ହେଲେ ଖାତାଧାଡ଼ି ବୀମା ରାଶି ପାଇବେ ତ ?
  28. ଦୁର୍ଘଟଣାର କେତେ ଦିନ ମଧ୍ୟରେ ବୀମା ଦାବୀ ଉପସ୍ଥାପନା ଦରକାର   ? ଏଥିପାଇଁ ନିମ୍ନଲିଖିତ କାଗଜଦି ଦେବାକୁ ପଡିବ   ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା କଣ  ?

ଆର୍ଥିକ ଅନ୍ତର୍ଭୂକ୍ତି ପାଇଁ ଏହା ଏକ ଜାତୀୟ ଅଭିଯାନ   । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମାଧ୍ୟମରେ ସମସ୍ତ ଜନସାଧାରଣଙ୍କୁ ସହଜଲବ୍ଧ ଉପାୟରେ ସବୁ ପ୍ରକାରର ଆର୍ଥିକ ସେବା ଯଥା ବ୍ୟାଙ୍କିଙ୍ଗ , ସଞ୍ଚୟ, ଜମାଖାତା , ଅର୍ଥପ୍ରେରଣ , ଋଣ , ବୀମା ଓ ପେନସନ ଆଦି ଯୋଗାଇ ଦେବାକୁ ସୁନିଶ୍ଚିତ କରାଯାଇଛି   ।

ପ୍ରଧାନମାନତରୀ ଜନଧନ ଯୋଜନାରେ କିଏ ସଞ୍ଚୟ ଖାତା ଖୋଲି ପାରିବେ   ?

କୌଣସି ବ୍ୟାଙ୍କରେ ଖାତା ନଥିବା ଯେକୌଣସି ଭାରତୀୟ ନାଗରିକ    ।

ଏହି ଯୋଜନାରେ ମିଳିତ ସଞ୍ଚୟ ଖାତା ଖୋଲି ହେବ   ?

ହଁ ! ଏହି ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମିଳିତ ସଞ୍ଚୟ ଖାତା ଖୋଲିହେବ  ।  କିନ୍ତୁ ଏହାର ପରିଚାଳନା “ ଯେ କେହି ବା ବଞ୍ଚିଥିବା “ ଭିତ୍ତିରେ କରିହେବ   ।

ଏହି ଯୋଜନାରେ କୋଉଠି ଆକାଉଣ୍ଟ (ସଞ୍ଚୟ ଖାତା ) ଖୋଲି ହେବ   ?

ଏହି ଯୋଜନାରେ ଯେକୌଣସି ବ୍ୟାଙ୍କ ଶାଖା ବା ବ୍ୟାଙ୍କଙ୍ଗ ସହଯୋଗୀ (ବ୍ୟାଙ୍କ ମିତ୍ର ଙ୍କ ପାଖରେ ସଞ୍ଚୟ ଖାତା ଖୋଲିହେବ   ।

ବି.ଏସ.ବି.ଡି.ଏ ଆକାଉଣ୍ଟ କଣ  ?

  • ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କର ବ୍ୟାଖ୍ୟା ଅନୁଯାୟୀ ବି.ଏସ.ବି.ଡି.ଏ ଆକାଉଣ୍ଟ ବା ମୌଳିକ ସଞ୍ଚୟ ବ୍ୟାଙ୍କ ଜମାଖାତାରେ ନିମ୍ନ ସୁବିଧାମାନ ଉପଲବ୍ଧ   ।
  • ସର୍ବନିମ୍ନ ଜମାରାସୀର ଆବଶ୍ୟକତା ନାହିଁ   ।
  • ଏ.ଟି.ଏମ ବୈଦ୍ୟୁତିକ ମାଧ୍ୟମ ସମେତ ବ୍ୟାଙ୍କ ଶାଖା ମାନଙ୍କରେ ଅର୍ଥ ଜମା ଓ ଉଠାଣ , ଚେକ ଜମା ଇତ୍ୟାଦି ସୁବିଧା ମାନ ଏଥିରେ ଉପଲ୍ଲବ୍ଧ   ।
  • ମାସକୁ ସର୍ବାଧିକ ଚାରିଥର ସଞ୍ଚୟଖାତାରୁ ଅର୍ଥ ଉଠାଣ କରି ହେବ   ।  କିନ୍ତୁ ଜମା କରିବାରେ କୌଣସି ବାଧା ନାହିଁ   ।
  • ଏ.ଟି.ଏମ କାର୍ଡ କିମ୍ବା ଏ.ଟି.ଏମ ଯୁକ୍ତ ଡେବିଟ କାର୍ଡର ସୁବିଧା   ।
  • ଏସମସ୍ତ ସେବା ବିନା ଅତିରିକ୍ତ ଖର୍ଚ୍ଚ ଉପଲ୍ଲବ୍ଧ   ।

ବି.ଏସ.ବି.ଡି.ଏ ଖାତା ଖୋଲିବାକୁ ବୟସ , ରୋଜଗାର , ଜମାରାଶି ଇତ୍ୟାଦିର କୌଣସି ପ୍ରତିବନ୍ଧ ଅଛି କି  ?

- ନାଁ ! ଦଶ ବର୍ଷରୁ ଉର୍ଦ୍ଧ୍ଵ ଯେ କୌଣସି ବ୍ୟକ୍ତି ଯେ କୌଣସି ବ୍ୟାଙ୍କରେ ବି.ଏସ.ବି.ଡି.ଏ ଖାତା ଖୋଲି ପାରିବେ   ।

ରୂପେ ଡେବିଟ କାର୍ଡ କଣ ?

ନେସିନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ  ଦ୍ଵାରା ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡେବିଟ କାର୍ଡକୁ ରୂପେ ଡେବିଟ କାର୍ଡ କହନ୍ତି  । ଏହି କାର୍ଡ ଦ୍ଵାରା ଦେଶର ସବୁ ଏ .ଟି.ଏମ ରୁ ଅର୍ଥ ଉଠାଣ  କରି ହେବ   ।  ଏହା ବ୍ୟତୀତ ପି.ଓ.ଏସ ମେସିନ ଥିବା ଦୋକାନକୁ ଏହି କାର୍ଡ ମାଧ୍ୟମରେ ବିନା ନଗଦ ଟଙ୍କା ପଇଠରେ କିଣା ବିକା କରି ହେବ   ।

ଏତତବ୍ୟତୀତ ଅନ୍ୟ କଣ ସ୍ଵତନ୍ତ୍ର ଫାଇଦା ମିଳିବ   ?

ରୂପେ ଡେବିଟ କାର୍ଡଧାଡ଼ିଙ୍କୁ ବିନା ଖର୍ଚ୍ଚରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମାର ଓ ତିରିଶ ହଜାର ଟଙ୍କାର ଜୀବନ ବୀମାର ସୁବିଧା ମିଳିଥାଏ   ।

ନିରକ୍ଷରମାନେ କଣ ରୂପେ ଡେବିଟ କାର୍ଡ ପାଇ ପାରିବେ   ?

ନିଶ୍ଚୟ ! ତେବେ ନିରକ୍ଷରମାନଙ୍କୁ ଏହି କାର୍ଡ ପ୍ରଦାନ କରିବା ଆଗରୁ ବ୍ୟାଙ୍କ ଶାଖା ପରିଚାଳକ ତାଙ୍କୁ ସମ୍ଭାବିତ ବିପଦ ସମ୍ପର୍କରେ ଅବଗତ କରାଇବେ   ।

ରୂପେ ଡେବିଟ କାର୍ଡକୁ କେମିତି ଚାଲୁ ରଖାଯାଇ ପାରିବ  ?

ଦୁର୍ଘଟଣା ବୀମାର ଫାଇଦା ନେବାପାଇଁ ଏହି କାର୍ଡ ମାଧ୍ୟମରେ ଅନ୍ତଃ ୪୫ ଦିନ ଭିତରେ ଥରେ କାରବାର  କରିବା ଦରକାର   ।

ଯଦି ଜଣଙ୍କର ଦୁଇ ବା ତତୋଧିକ ରୂପେ ଡେବିଟ କାର୍ଡ ଥାଏ ବା ଏକାଉଣ୍ଟ ଥାଏ ,ତାହେଲେ ଦୁର୍ଘଟଣା ବୀମାର ସୁବିଧା ସବୁ କାର୍ଡ /ସବୁ ସଞ୍ଚୟ ଖାତା ପାଇଁ ମିଳିବ  କି  ?

ନାଁ ! ଦୁର୍ଘଟଣା ବୀମା କେବଳ ଗୋଟିଏ ଖାତା ପାଇଁ ଜଣକୁ ମିଳିବ   ।

ଯଦି ଜଣଙ୍କର ଆଗରୁ ବ୍ୟାଙ୍କ ଖାତା ଅଛି  ? ଦୁର୍ଘଟଣା ବୀମା / ଜୀବନ ବୀମା ସୁବିଧା ପାଇଁ ତାକୁ କଣ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଯୋଜନାରେ ଆଉ ଏକ ଖାତା  ଖୋଲିବାକୁ ପଡିବ   ?

ଏହାର ଆବଶ୍ୟକତା ନାହିଁ   । ସେହି ପୁରୁଣା ସଞ୍ଚୟ ଖାତା ପାଇଁ ରୂପେ ଡେବିଟ କାର୍ଡ ପ୍ରାପ୍ତ ହେଲେ ଏ ସମସ୍ତ ସୁବିଧା ମିଳିପାରିବ   ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲିଥିବା ସଞ୍ଚୟ ଖାତାରେ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ସାମୟିକ ଋଣ (ଓଭରଡ୍ରାଫ ) ମିଳିବାର ନିୟମ କଣ  ?

ଗୋଟିଏ ପରିବାରର ଜଣେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଖୋଲିଥିବା ସଞ୍ଚୟ ଖାତାରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସାମୟିକ ଋଣ ଓ ଓଭରଡ୍ରାଫ ପାଇପାରିବେ   ।  କିନ୍ତୁ ଏହି ଖାତାରେ ଛଅ ମାସ ଧରି ସନ୍ତୋଷଜନକ କାରବାର ହୋଇଥିବା ଦରକାର   ।  ଆଧାର ନମ୍ବର ମଧ୍ୟ ଦରକାର  ।  ଯଦି ଆଧାର ନମ୍ବର ନାହିଁ ତାହେଲେ ବ୍ୟାଙ୍କ ଆବଶ୍ୟକୀୟ ପଚରାଉଚୁରା କରି ଖାତାଧିକାରୀଙ୍କୁ ଘୋଷଣା ନାମ ଦେବାକୁ କହିବେ   ।

ପରିବାର ଏକାଧିକ ସଞ୍ଚୟ ଖାତାରେ ଏହି ଓଭରଡ୍ରାଫ ମିଳିପାରିବ କି  ?

ନାଁ ! ପ୍ରତି ପରିବାରର ଜଣକୁ (ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ  ) ଏହି ସୁବିଧା ମିଳିପାରିବ   ।

ଦୁର୍ଘଟଣା ବୀମା କଣ ? ଏହାର ପ୍ରିମିୟମ କିଏ ଦେବ  ?

ଦୁର୍ଘଟଣା ଜନିତ କ୍ଷତି ଯଥା ଗୋଟିଏ ଉଭୟ ଅଙ୍ଗ ହାନୀ ବା ଜୀବନ ହାନୀ ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିବ   ।  ଏନ.ସି.ପି.ଆଇ ଏହାର ପ୍ରିମିୟମ ପ୍ରଦାନ କରିବ   ।

ଯଦି ଉଭୟ ସ୍ଵାମୀ ସ୍ତ୍ରୀ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସଞ୍ଚୟ ଖାତାଧାରୀନ୍କୁମିଳିବ .  । କିନ୍ତୁ ୫୦୦୦ ଟଙ୍କାର ଓଭରଡ୍ରାଫ କେବଳ ପରିବାରର ଜଣକୁ ମିଳିବ   ।  ମହିଳାମାନଙ୍କୁ ପ୍ରାଧାନ୍ୟ ଦିଆଯିବ   ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ସଞ୍ଚୟ ଖାତା ଖୋଲିବାକୁ କଣ କଣ ଦସ୍ତାବିଜ ଦରକାର  ?

(କ) ଯଦି ଆଧାର କାର୍ଡ ଥାଏ ତାହା ହେଲେ ଅନ୍ୟ କୌଣସି ଦସ୍ତାବିଜ ଦରକାର ନାହିଁ   । ଯଦି ଆଧାର କାର୍ଡର ଠିକଣା ବଦଳାଇବାକୁ ଅଛି ତାହାଲେ ନିଜେ ଗୋଟିଏ ଘୋଷଣା ପତ୍ର ଦେଲେ ଯଥେଷ୍ଟ   ।

(ଖ) ନିଜର ପରିଚୟ ପତ୍ର ( ଯେ କୌଣସି ଗୋଟିଏ )

  • ଭୋଟର ପରିଚୟ ପତ୍ର   ।
  • ଡ୍ରାଇଭିଙ୍ଗ ଲାଇସେନ୍ସ   ।
  • ପ୍ୟାନ କାର୍ଡ ।
  • ପାସ ପୋର୍ଟ   ।
  • ନରେଗା ପ୍ରମାଣ ପତ୍ର   ।

(୨) ବାସସ୍ଥାନର ପ୍ରମାଣ ପତ୍ର   -

ଯଦି ଉପରୋକ୍ତ ମଧ୍ୟରୁ କୌଣସିଟିରେ ଆପଣଙ୍କ ଠିକଣା ଥାଏ   ,  ତାହା ହେଲେ ଏହା ପରିଚୟ ପତ୍ର ଓ ବାସଗୃହର ପ୍ରମାଣ ପତ୍ର ହିସାବରେ ନିଆଯିବ   ।  ନଚେତ ରେଷଣ କାର୍ଡ , ଟେଲିଫୋନ ବିଲ , ଇଲେକ୍ଟ୍ରି ବିଲ ଇତ୍ୟାଦି ଯେଉଁତିରେ ଆପଣଙ୍କର ଠିକଣା ଲେଖାଥିବ ତାହା ଗ୍ରହଣୀୟ   ।

ଯଦି ଏ ସବୁ କିଛି ନାହିଁ   , ତାହାହେଲେ ନିଜ ଠିକଣା ଓ ଫଟୋ ଥିବା ରାଜ୍ୟ ବା କେନ୍ଦ୍ର ସରକାର ବା ରାଷ୍ଟ୍ରାୟତ୍ତ କମ୍ପାନୀ ପ୍ରଦତ୍ତ ପରିଚୟ ପତ୍ର ମଧ୍ୟ ଗ୍ରହଣୀୟ   ।  ଅଥବା କୌଣସି ଗେଜେଟେଡ ଅଫିସରର ଦ୍ଵାରା ସ୍ଵାକ୍ଷରିତ ପରିଚୟ ପତ୍ର ଓ ବାସସ୍ଥାନର ପ୍ରମାଣ ପତ୍ର ମଧ୍ୟ ଗ୍ରହଣୀୟ   ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ମିଳିଥିବା ସଞ୍ଚୟ ଖାତାରେ ଚେକ ବହି ମିଳିପାରିବ କି  ?

ଆବଶ୍ୟକୀୟ ବ୍ୟାଙ୍କ ସର୍ତ୍ତ (ସର୍ବନିମ୍ନ ଜମାରାସୀ ସମ୍ପର୍କରେ ) ପୂରଣ କରି ଚେକ ବହି ନେଇ ପାରିବେ   ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖାତା ଖୋଲିଲେ କଣ କଣ ସ୍ଵତନ୍ତ୍ର / ପ୍ରତ୍ୟକ୍ଷ ସୁବିଧା ମିଳିବ   ?

ସ୍ଵତନ୍ତ୍ର ସୁବିଧାମାନ ହେଲା  -

(କ) ଜମା ଉପରେ ସୁଧ   ।

(ଖ) ଜମା ଉପରେ ସୁଧ   ।

(ଗ)ସର୍ବନିମ୍ନ ଜମା ଆବଶ୍ୟକ ନାହିଁ   ।  କିନ୍ତୁ ରୂପେ ଏଟିଏମ କାର୍ଡ ବ୍ୟବହାର ପାଇଁ କିଛି ଜମା ରାଶି ଖାତାରେ ରହିବା ବାଞ୍ଛନୀୟ   ।

(ଘ) ତିରିଶ ହଜାର ଟଙ୍କାର  ଜୀବନ ବୀମା   ।

(ଙ) ସୁବିଧାରେ ଭାରତ ଭିତରେ ଅର୍ଥ ପ୍ରେରଣ   ।

(ଚ) ସରକାରୀ ହିତାଧିକାରୀ ମାନଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରେରଣ   ।

(ଛ) ଛଅ ମାସ ସନ୍ତୋଷ ଜଣକ କାରବାର କଲେ ପାଞ୍ଚ ହଜାର ପର୍ଯ୍ୟନ୍ତ ସାମୟିକ ଋଣ (ଓଭରଡ୍ରାଫ) ର ସୁବିଧା   ।

(ଜ) ପେନସନ ଓ ଅନ୍ୟାନ୍ୟ ବୀମାର ସୁବିଧା   ।

ମୋ ପାଖରେ ସଞ୍ଚୟ ଖାତା ଖୋଲିବାକୁ କୌଣସି ବୈଧ ସରକାରୀ ଦଲିଲ ନାହିଁ   ।  ତଥାପି ମୁଁ ଖାତା ଖୋଲି ପାରିବି କି  ?

ଭାରତୀୟ ରିଜର୍ଭ ବ୍ୟାଙ୍କ ୨୬ ଅଗଷ୍ଟ ୨୦୧୪ ରେ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ  :

କିଛି ବୈଧ ସରକାରୀ ପ୍ରମାଣପତ୍ର ନଥାଏ , ନିଜ ଦ୍ଵାରା ପ୍ରତି ସ୍ଵାକ୍ଷରିତ ଫଟୋ ଓ ସ୍ଵାକ୍ଷର ଦେଇ “ କ୍ଷୁଦ୍ର ଜମା ଖାତା “ ଖୋଲିହେବ   ।

  • ଏହି “ କ୍ଷୁଦ୍ର ଜମା ଖାତା  “ ରେ ବର୍ଷକୁ ଜମା ଏକ ଲକ୍ଷରୁ ଅଧିକ ହୋଇନଥିବ   ।
  • ମାସକୁ ଉଠାନ ଦଶ ହଜାରରୁ କମ ଥିବ   ।
  • ବଳକା ଜମା ପଚାଶ ହଜାର ଟଙ୍କାରୁ ଅଧିକ ହୋଇନଥିବ   ।
  • ଏହି ଖାତା ଏକ ବର୍ଷ ଯାଏ କାଏମ ରହିବ   ।
  • ଏହା ପରେ ମଧ୍ୟ ଯଦି ସଞ୍ଚଯ ଖାତାଧାରୀ ବୈଧ ପ୍ରମାଣ ପତ୍ର ପାଇଁ ଆବେଦନ କରିଥିବେ ତା ହେଲେ ପୁଣି ଏକ ବର୍ଷ ପାଇଁ ଏହା କାଏମ ରହିବ   ।

ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନା ଖୋଲିଥିବା ସଞ୍ଚୟ ଖାତାର ଜମା ଉପରେ କେତେ ସୁଧ ମିଳିବ   ?

ଅଧିକାଂଶ ବ୍ୟାଙ୍କରେ ସଞ୍ଚୟ ଖାତାରେ ବର୍ଷକୁ ୪ ପ୍ରତିଶତ ସୁଧ ମିଳେ   ।

ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନାରେ ଓଭରଡ୍ରାଫ ବା ସାମୟିକ ଋଣରେ କେତେ ସୁଧ ଦେବାକୁ ପଡିବ   ।

ବ୍ୟାଙ୍କର ମୌଲିକ ସୁଧ +ଦୁଇ ପ୍ରତିଶତ   ।

୨୩. ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନାରେ ସଞ୍ଚୟ ଖାତା ଖୋଲିବାକୁ କୌଣସି ଫି (ଶୁଳ୍କ ) ଦେବାକୁ ପଡିବ କି  ?

ନାଁ । ଏହା ସଂପୂର୍ଣ୍ଣ ନିଃଶୁକ୍ଳ   ।

ଅଠର ବର୍ଷରୁ କମ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ଖାତା ଖୋଲି ପାରିବେ କି  ?

ଜଣେ ଦଶ ବର୍ଷରୁ ଉର୍ଦ୍ଧ୍ଵ ନାବାଳକ ନିଜର ସଞ୍ଚୟ ଖାତା କୌଣସି ବ୍ୟାଙ୍କରେ ଖୋଲି ପାରିବେ   ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ଖୋଲୁଥିବା ସଞ୍ଚୟ ଖାତା ଅନ୍ୟ ସହର ବା ରାଜ୍ୟକୁ ବଦଳି କରାଗଲା  ପାରିବ କି  ?

ଯେହେତୁ ଏହି ଯୋଜନାରେ ଖାତା ଖୋଳୁଥିବା ବ୍ୟାଙ୍କ ସିବିଏସ (କୋର ବ୍ୟାଙ୍କିଙ୍ଗ ସଲ୍ୟୁସନ) ଦ୍ଵାରା କାର୍ଯ୍ୟ କରନ୍ତି ତେଣୁ ଏହି ଖାତା ସବୁ ତାଙ୍କର ଯେ କୌଣସି ଶାଖାକୁ  ସ୍ଥାନାନ୍ତରିତ ହୋଇପାରିବ   ।

ଯାହାର ଭିସା କାର୍ଡ ଅଛି ତାଙ୍କୁ କଣ ରୂପେ ଡେବିଟ କାର୍ଯ୍ୟ ମଧ୍ୟ ମିଳିବ  ?

ରୂପେ ଡେବିଟ କାର୍ଡ ପାଇବାକୁ ହେଲେ ଭିସା କାର୍ଡକୁ ଫେରସ୍ତ ଦେବାକୁ ପଡିବ   ।

ଯଦି ବର୍ତ୍ତମାନ ଠିକଣା ପ୍ରମାଣ ପତ୍ର ମିଳୁନାହିଁ   ।  ତାହେଲେ କଣ କରିବା  ?

ବାରମ୍ବାର ସ୍ଥାନାନ୍ତରିତ ଶ୍ରମିକ ମାନଙ୍କର ଠିକଣା ସବୁବେଳେ ବଦଳୁ ଥାଏ   । ତେଣୁ ସେ କ୍ଷେତ୍ରରେ ସ୍ଵ- ଘୋଷଣା ପତ୍ରକୁ ଗ୍ରହଣ କରାଯାଇପାରିବ   ।

ବ୍ୟକ୍ତିଗତ ଦୁର୍ଘଟଣା ବୀମାର କିଛି ବୟସ ସୀମା ଅଛି କି   ?

ଅଠର ବର୍ଷରୁ ସତୁରୀ ବର୍ଷ ବ୍ୟକ୍ତିମାନେ ଏହି ବୀମାର ଅନ୍ତର୍ଭୁକ୍ତ ହୋଇପାରିବେ   । ଏହାଠାରୁ କମ ବେଶୀ ବୟସର ଲୋକଙ୍କୁ ପାଇଁ ଏହା ଉପଲ୍ଲବ୍ଧ ନୁହେଁ   ।

ରୂପେ ଡେବିଟ କାର୍ଡ ପ୍ରଦାନ କରିବାର ୪୫ ଦିନ ମଧ୍ୟରେ ଯଦି ଦୁର୍ଘଟଣା ହୁଏ ଏବଂ ସେ ଖାତାରେ କିଛି କାରବାର ହୋଇ ନଥାଏ ତା ହେଲେ ଖାତାଧାଡ଼ି ବୀମା ରାଶି ପାଇବେ ତ ?

ହଁ ! ଏ କ୍ଷେତ୍ରରେ ନିୟମ କୋହଳ କରାଯାଇଅଛି   ।  କିନ୍ତୁ ଏହି କାର୍ଡ ମାଧ୍ୟମରେ ମାସକୁ ଅନ୍ତତଃ ଥରେ କାରବାର କରିବା ବାଞ୍ଛନୀୟ   ।

ଦୁର୍ଘଟଣାର କେତେ ଦିନ ମଧ୍ୟରେ ବୀମା ଦାବୀ ଉପସ୍ଥାପନା ଦରକାର   ? ଏଥିପାଇଁ ନିମ୍ନଲିଖିତ କାଗଜଦି ଦେବାକୁ ପଡିବ   ।

  • ଦୁର୍ଘଟଣାର ୬୦ ଦିନ ମଧ୍ୟରେ ବୀମା ରାସୀ ଦାବୀ ଉପସ୍ଥାପନା କରିବାକୁ ପଡିବ   । ଏଥିପାଇଁ ନିମ୍ନଲିଖିତ କାଗଜାଦି ଦେବାକୁ ପଡିବ   ।
  • ସଂପୂର୍ଣ୍ଣ ଭାବରେ ପୂରଣ ହୋଇଥିବା ଦାବୀ ଫର୍ମ   ।
  • ପୋଲିସ ଏଫ ଆଇ ଆର ର କପି   ।
  • ଶବ ବ୍ୟବଚ୍ଛେଦର ରିପୋର୍ଟ (ଆବଶ୍ୟକ ସ୍ଥଳେ ) ବା ସରକାରୀ ମେଡିକାଲ ରିପୋର୍ଟ   ।
  • ମୃତ୍ୟୁ କାରଣ ପ୍ରମାଣ ପତ୍ର  (ଆବଶ୍ୟକ ସ୍ଥଳେ  )
  • ମୃତ୍ୟୁ ପ୍ରମାଣ ପତ୍ର  (ଆବଶ୍ୟକ ସ୍ଥଳେ )
  • ଭିସ୍କେରା ରିପୋର୍ଟ (ଆବଶ୍ୟକ ସ୍ଥଳେ )
  • ପାସପୋର୍ଟ /ପ୍ୟାନକାର୍ଡ /ଆଧାରକାର୍ଡ ଏବଂ ବାସସ୍ଥାନର ପ୍ରମାଣ ପତ୍ର   ।

ଆଧାର :ରାଷ୍ଟ୍ରୀୟ କୃଷି ଏବଂ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ

Last Modified : 7/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate