অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା

ଯୋଜନାର ବିସ୍ତୃତ ବିବରଣୀ

ଏହି ଯୋଜନା ଯେ କୌଣସି କାରଣରୁ  ମୃତ୍ୟୁଜନିତ ଜୀବନ ବୀମା ସୁରକ୍ଷା ପ୍ରଦାନ କରିଥାଏ ଯାହାର ଅବଧି ଏକ ବର୍ଷ ଏବଂ ଏହାକୁ ପ୍ରତିବର୍ଷ ନବୀକରଣ କରାଯାଇପାରେ ।

ଏହି ଯୋଜନା ଭାରତୀୟ ବୀମା ନିଗମ ଦ୍ଵାରା ପ୍ରବର୍ତ୍ତନ ଓ ପରିଚାଳିତ ହେବ ତଥା ଅନ୍ୟାନ୍ୟ ସ୍ଵୀକୃତ ପ୍ରାପ୍ତ ଜୀବନ ବୀମା କମ୍ପାନୀ ମଧ୍ୟ ସମାନ ସର୍ତ୍ତରେ ଏହାକୁ ପ୍ରବର୍ତ୍ତନ କରିପାରିବେ ।

  • ସୁରକ୍ଷା ବିସ୍ତାରର ପରିସର :
  • ୧୮ ବର୍ଷରୁ ୫୦ ବର୍ଷ ମଧ୍ୟରେ ଭାଗୀଦାରୀ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲିଥିବା ବ୍ୟକ୍ତିମାନେ କେବଳ ଗୋଟିଏ ପଲିସି ଏହି ଯୋଜନାରେ ଯୋଗଦାନ କରିପାରିବେ ।

  • ତାଲିକା ଭୁକ୍ତ ହେବାର ସମୟକାଳ :
  • ପ୍ରାରମ୍ଭରେ ୧ ଜୁନ୍ ୨୦୧୫ ରୁ ୩୧ ମେ ୨୦୧୬ ସମୟକାଳର ଅବଧି ପାଇଁ ଗ୍ରାହକମାନଙ୍କୁ ୩୧ ମେ ୨୦୧୫ ମଧ୍ୟରେ ତାଲିକାଭୁକ୍ତ ହେବାକୁ ଓ ସ୍ଵତଃ ଉଠାଣର (ଅଟୋ ଡେବିଟ୍ )ସମ୍ମତି ଦେବାକୁ ପଡିବ । ୧ ଜୁନ୍ ୨୦୧୬ ଠାରୁ ୩୧ ମେ ୨୦୧୭ ପାଇଁ ଏହା ନବୀକରଣ କରିବାକୁ ପଡିବ ।

  • ତାଲିକାଭୁକ୍ତ ହେବାର ଶୈଳୀ :
  • ଏହି ବୀମା ସୁରକ୍ଷାର ଅବଧି ୧ ଜୁନ୍ ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ବର୍ଷ ୩୧ ମେ ପର୍ଯ୍ୟନ୍ତ ହେବ । ଏଥିପାଇଁ ପ୍ରଥମ ବର୍ଷକୁ ଛାଡି ଦେଲେ ପ୍ରତ୍ୟେକ ବର୍ଷ ୩୧ ମେ ଆଗରୁ ଯୋଗଦାନ ଫର୍ମ ସହିତ ଯୋଜନା ସାମିଲ ହେବା ପାଇଁ ନିଜ ସଞ୍ଚୟ ଖାତାରୁ ବ୍ୟାଙ୍କ ସ୍ଵତଃ ପ୍ରିମିୟମ କାଟିଦେବା ପାଇଁ ନିର୍ଦ୍ଦେଶ ଦେବାକୁ ପଡିବ ।

ଉପକାରିତା

ପଲିସିଧାରୀଙ୍କ ଯେ କୌଣସି କାରଣରୁ ମୃତ୍ୟୁରେ ଦୁଇଲକ୍ଷ ଟଙ୍କା ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ମିଳିବ ।

  • ପ୍ରିମିୟମ୍ :
  • ପ୍ରତ୍ୟେକ ସଭ୍ୟଙ୍କ ପାଇଁ ବର୍ଷକୁ ୩୩୦ ଟଙ୍କା ପ୍ରିମିୟମ୍ ଦେବାକୁ ପଡିବ । ଏହି ଟଙ୍କା ସ୍ଵତଃ ଉଠାଣ ସୁବିଧା ମାଧ୍ୟମରେ ଗୋଟିଏ କିସ୍ତିରେ ୩୧ ତାରିଖ ଆଗରୁ ଦେଇଥିବା ସମ୍ମତି ପତ୍ର ବଳରେ ସଭ୍ୟଙ୍କ ସଞ୍ଚୟ ଖାତାରୁ କାଟି ଦିଆଯିବ ।

    ୩୧ ମେ ପରେ ଏହି ଯୋଜନାରେ ସାମିଲ ହେବା ପାଇଁ ପୂର୍ଣ୍ଣ ବାର୍ଷିକ ପ୍ରିମିୟମ୍ ସହିତ ଉତ୍ତର ସ୍ୱାସ୍ଥ୍ୟର ସ୍ଵ -ପ୍ରମାଣ ପତ୍ର ଦେବାକୁ ପଡିବ ।

  • ଯୋଗ୍ୟତାର ମାପକାଠି :
  • ୧୮ ବର୍ଷ (ପୂର୍ଣ୍ଣ) ରୁ ୫୦ ବର୍ଷ (ନିକଟତମ ଜନ୍ମ ତାରିଖ ) ବୟସ୍କ ବ୍ୟାଙ୍କର ସଞ୍ଚୟ ବ୍ୟାଙ୍କ ଖାତାଧାରା ଯିଏ ଏହି ଯୋଜନାରେ ଯୋଗଦେବା ପାଇଁ ସମ୍ମତି ଓ ପ୍ରିମିୟମର ସ୍ଵତଃ ଉଠାଣ ପାଇଁ ବ୍ୟାଙ୍କକୁ ଅଧିକାର ଦେଇଥିବେ ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

  • ମାଷ୍ଟର ପଲିସିଧାରକ :
  • ଯୋଗଦାନକାରୀ ବ୍ୟାଙ୍କ ହିଁ ମାଷ୍ଟର ପଲିସିଧାରକ ହେବେ । ଏକ ସରଳ ଏବଂ ସଭ୍ୟଙ୍କୁ ସୁହାଉଥିବା ଭଳି ବୀମା ପରିଚାଳନା ଓ ଦାବୀର ନିଷ୍ପତ୍ତି ବ୍ୟବସ୍ଥା, ବ୍ୟାଙ୍କର ସହଯୋଗରେ, ଏଲ୍.ଆଇ.ସି/ ଅନ୍ୟ ବୀମା କମ୍ପାନୀମାନେ ପ୍ରସ୍ତୁତ କରିବେ ।

ବୀମା ସୁରକ୍ଷାର ଅବସାନ

ସଭ୍ୟମାନଙ୍କର ଜୀବନ ଉପରୁ ବୀମା ସୁରକ୍ଷା ନିମ୍ନ ଯେ କୌଣସି କାରଣରୁ ବାତିଲ କରାଯାଇପାରିବ ।

  1. ୫୫ ବର୍ଷ (ଜନ୍ମ ତାରିଖର ନିକଟତର) ପୂରଣ ହୋଇଗଲେ, ଯଦି ସେହି ଦିନ ପର୍ଯ୍ୟନ୍ତ ବାର୍ଷିକ ନବୀକରଣ ହୋଇଥାଏ । (କିନ୍ତୁ ୫୦ ବର୍ଷ ବୟସ ପରେ ଏହି ଯୋଜନାରେ ପ୍ରବେଶ କରିପାରିବେ ନାହିଁ ) ।
  2. ବ୍ୟାଙ୍କରେ ଥିବା ସଞ୍ଚୟ ଖାତା ବନ୍ଦ କରିଦେଲେ ବା ସେଥିରେ ପ୍ରିମିୟମ୍ ପାଇଁ ଆବଶ୍ୟକୀୟ ବାଲାନ୍ସ ନଥିଲେ ।

ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗ ତରଫରୁ ନିମ୍ନଲିଖିତ ନୀତିଗୁଡ଼ିକ ପ୍ରଧାନ ମନ୍ତ୍ରୀ ଜ୍ୟୋତି ବୀମା ଯୋଜନା ପ୍ରଣୟନ କ୍ଷେତ୍ରରେ ୧ ଜୁନ୍ ୨୦୧୬ ଠାରୁ ଲାଗୁ କରାହୋଇଛି ।

  1. ନୂତନ ତାଲିକା ଭୁକ୍ତ ହେବା ପାଇଁ ହିତାଧିକାରୀ ସୁସ୍ଥ ବୋଲି ଘୋଷଣାନାମା ସ୍ଵାକ୍ଷର କରିବେ ।
  2. ପଞ୍ଜୀକରଣ ହେବା ଦିନ ଠାରୁ ୪୫ ଦିନ ମଧ୍ୟରେ ହିତାଧିକାରୀଙ୍କର ମୃତ୍ୟୁ ହେଲେ କୌଣସି ବୀମା ରାଶି ମିଳିବ ନାହିଁ । କିନ୍ତୁ ଉପରୋକ୍ତ ସମୟସୀମା ମଧ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ବୀମା ରାଶି ପ୍ରଦାନ କରାଯିବ ।

ଫର୍ମ

 

 

ଆଧାର -nabard

Last Modified : 12/7/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate