অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା

ପ୍ରଧାନମନ୍ତ୍ରୀ ସୁରକ୍ଷାବୀମା ଯୋଜନା (PMJJBY ଯୋଜନା୧ – ଦୁର୍ଘଟଣା ମୃତ୍ୟୁ ନିମନ୍ତେ ବୀମା)

ଯୋଗ୍ୟତା

  • ବ୍ୟକ୍ତିଙ୍କ ବୟସ  ୧୮ରୁ ୭୦ବର୍ଷ ମଧ୍ୟରେ ହୋଇଥିବ । ବର୍ଷକୁ ୧୨ଟଙ୍କା ଦେୟ । ଏହି ଦେୟ ଆପଣାଛାୟ ଆପଣଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ ।
  • ଦୁର୍ଘଟଣାରେ ମୃତ୍ୟୁହେଲେ – ୨ଲକ୍ଷ
  • ଦୁର୍ଘଟଣାରେ ଆହାତ ହୋଇ ଦିବ୍ୟାଙ୍ଗ ହେଲେ  -  ୧ ଲକ୍ଷ ।

ଯେକୌଣସି ବ୍ୟକ୍ତି ନିଜର ବ୍ୟାଙ୍କ ଆକାଉଣ୍ଟରେ ଆଧାର ନଂ କୁ ଯୋଡି ବ୍ୟାଙ୍କରେ  ପ୍ରତ୍ୟକ ବର୍ଷ ଜୁନ୍ ମାସ ପୂର୍ବରୁ ଏକ ଫର୍ମ ଦାଖଲ କରିବେ ଯେଉଁତିରେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଉଲ୍ଲେଖ ଥିବ । କିମ୍ବା ଜଣେ ବ୍ୟକ୍ତି ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କକୁ ଦୀର୍ଘ ମିଆଦି ସୂତ୍ରରେ ବ୍ୟାଙ୍କକୁ ଦାୟିତ୍ଵ ଦେଇଥିବେ ଯେ ବ୍ୟାଙ୍କ ସିଧାସଳଖ ତାଙ୍କ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁବର୍ଷ ଟଙ୍କା କାଟି ପାରିବେ ।

କାହାଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେବ ?

ଏହି ଯୋଜନାରେ ପ୍ରତ୍ୟେକ ପବ୍ଲିକ ସେଣ୍ଟର ଅଧିନରେ କାମ କରୁଥିବା ବୀମା କମ୍ପାନୀ ମାନେ ବ୍ୟାଙ୍କ ସହ ଯୋଡ଼ି ହୋଇ ଏହା କାର୍ଯ୍ୟକାରୀ କରିବେ ।

ସରକାରୀ ଭାଗିଦାରିତା

ବିଭିନ୍ନ ମନ୍ତ୍ରଣାଳୟ ଦ୍ଵାରା କିଛି ଅର୍ଥ ପବ୍ଲିକ ୱେଲଫେୟାର ଫଣ୍ଡ ବୀମା କରାଯିବାର ବ୍ୟବସ୍ଥା ରହିଛି । ଯାହା ପ୍ରତ୍ୟେକ ବର୍ଷ ସ୍ଥିର କରାଯାଏ ।

ଆଧାର – ପିଆଇବ

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (PMJJBY ଯୋଜନା ୨ – ଜୀବନ ବୀମା)

୧୮ ରୁ ୫୦ ମଧ୍ୟରେ ଥିବା ବ୍ୟକ୍ତି ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଏହି ଯୋଜନାରେ ୫୫ବର୍ଷ ପର୍ଯ୍ୟନ୍ତ ଜଣେ ପ୍ରିମିୟମ ପ୍ରଦାନ କରିବ  ।

ପ୍ରିମିୟମ

  • ବର୍ଷକୁ ୩୩୦ଟଙ୍କା  ଯାହାକି ବ୍ୟକ୍ତିଙ୍କ ନିଜସ୍ୱ ଆକାଉଣ୍ଟରୁ ଗୋଟିଏ କିସ୍ତିରେ କଟିଯିବ ।
  • ମୃତ୍ୟୁ ହେଲେ ୨ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ମିଳିବ ।
  • ଏହି ଯୋଜନାରେ ଜଣେ ବ୍ୟକ୍ତି ପ୍ରତ୍ୟେକ ବର୍ଷ ନିଜ ବୀମା ପଲିସର ଦେୟ ପ୍ରଦାନ କରିବେ ନିଶ୍ଚିତ ଦୀର୍ଘ ମିଆଦି ସୂତ୍ରରେ ଏହା ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କର କିସ୍ତି ଆପେ କଟିଯିବ ।

ଆଧାର - ପିଆଇବ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate