ପ୍ରାରମ୍ଭିକ ଗ୍ରାମୀଣ ଉଦ୍ୟମିତା କାର୍ଯ୍ୟକ୍ରମ
ଉଦ୍ୟୋଗ ବିକାଶ ନିମନ୍ତେ ଏକ ସୁଯୋଗ
ପ୍ରାରମ୍ଭିକ ଗ୍ରାମୀଣ ଉଦ୍ୟମିତା କାର୍ଯ୍ୟକ୍ରମ (SVEP), ଓଡିଶା ଜୀବିକା ମିଶନ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଦ୍ଵାରା ପରିଚାଳିଆ ଏକ ଯୋଜନା ଯାହାକି ଗ୍ରାମୀଣ ଉଦ୍ୟମିତା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଓଡିଶାର ୨ଟି ବ୍ଲକ (ରଣପୁର ଏବଂ ମୋରଡା) ରେ ପରିଚାଳିତ ହେଉଅଛି ।
ପ୍ରାରମ୍ଭିକ ଗ୍ରାମୀଣ ଉଦ୍ୟମିତା କାର୍ଯ୍ୟକ୍ରମ ଓଡିଶାରେ ୪ ବର୍ଷ (୨୦୧୬ - ୨୦୧୯) ପାଇଁ ୨ଟି ବ୍ଲକ (ମୋରତା ଓ ରଣପୁର) ରେ ଅନୁନ୍ୟ ୩୧୭୨ ଉଦ୍ୟୋଗ ବିକାଶ ନିମନ୍ତେ ଲକ୍ଷ୍ୟ ରଖିଅଛି । ଏହି କାର୍ଯ୍ୟକ୍ରମକୁ ପ୍ରଣୟନତ ତଥା ବୈଷୟିକ ସହାୟତା ନିମନ୍ତେ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥାନ, ଅହମଦାବାଦକୁ ଜାତୀୟ ସମ୍ବଳ ଅନୁଷ୍ଠାନ ଭାବେ ଦାୟିତ୍ଵ ଦିଆଯାଇଛି ।
ଲକ୍ଷ୍ୟ ଓ ଉଦ୍ଦେଶ୍ୟ
- ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଉଦ୍ୟୋଗ ମାଧ୍ୟମରେ ସ୍ୱାବଲମ୍ବୀ କରି ସେମାନଙ୍କର ଜୀବନ ଧାରଣର ମାନ ବୃଦ୍ଧି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
- ଉଦ୍ୟମିତା ବିକାଶ ନିମନ୍ତେ ଆବଶ୍ୟକୀୟ ଜ୍ଞାନ କୌଶଳ, ତାଲିମ, ଓ ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି ଯୋଗାଇ ଦେବା ସହ ବଜାର ସଂଯୋଗୀକରଣ ତଥା ବ୍ୟବସାୟ ବୃଦ୍ଧି ନିମନ୍ତେ ସହାୟତା ଯୋଗାଇଦେବା ।
- ମହିଳା ମାନଙ୍କ ଅନୁଷ୍ଠାନ ଯଥା, ସ୍ଵୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଓ ପଂଚାୟତ ସ୍ତରୀୟ ସଂଘ ମାଧ୍ୟମରେ ଏକ ବ୍ଲକ ସ୍ତରୀୟ ସାଧନ କେନ୍ଦ୍ର (BRC), ପ୍ରତିଷ୍ଠା କରି ଯୋଜନାକୁ ପରିଚାଳନା କରିବା ।
- ଉଦ୍ୟୋଗ ପ୍ରୋତ୍ସାହନ ନିମନ୍ତେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି (ଉଦ୍ୟୋଗ ମିତ୍ରା) ଙ୍କୁ ଉପଯୋଗ କରାଇ ଉଦ୍ୟମିତା ବିକାଶ କରାଇବା ।
- ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ଯୋଗସୂତ୍ର ରଖି ଗ୍ରାମୀଣ ଉଦ୍ୟମିତା ବିକାଶ ଦିଗରେ କାର୍ଯ୍ୟ କରିବା ।
- ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ମହିଳା ତଥା ଅଭାବି ଓ ନିଃସହାୟ ପରିବାରକୁ ଉଦ୍ୟୋଗ ପ୍ରୋତ୍ସାହନ ନିମନ୍ତେ ଆଗ୍ରାଧିକାର ଦେବା ।
ବ୍ଲକ ସାଧନ କେନ୍ଦ୍ର (BRC) ର ଭୂମିକା
- ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ଥିବା ସଭ୍ୟା କିମ୍ବା ସେମାନଙ୍କ ପରିବାର ଯୋଗ୍ୟ ବ୍ୟକ୍ତିଙ୍କୁ ଉଦ୍ୟମିତା ନିମନ୍ତେ ପ୍ରୋତ୍ସାହନ ଦେବା ।
- ଓଡିଶା ଜୀବିକା ମିଶନ/ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ସଂଘ ମଧ୍ୟରେ ସମନ୍ଵୟ ରକ୍ଷା କରି ଉଦ୍ୟୋଗ ବିକାଶ ନିମନ୍ତେ କାର୍ଯ୍ୟ କରିବା ।
- ଉଦ୍ୟୋଗ ମିତ୍ରଙ୍କ ସହାୟତାରେ ଉଦ୍ୟୋଗୀ ଚିହ୍ନଟ, ବ୍ୟବସାୟିକ ପରିଯୋଜନା ପ୍ରସ୍ତୁତି, ତାଲିମ, ଉଦ୍ୟୋଗ ପ୍ରତିଷ୍ଠାନ ତଥା ବ୍ୟବସାୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ସେବା ଯୋଗାଇଦେବା ।
- ବ୍ଲକ ସ୍ତରୀୟ ପ୍ରକଳ୍ପ ସମୀକ୍ଷା କମିଟି ଗଠନ କରି ବ୍ୟବସାୟିକ ପରିଯୋଜନାର ସମୀକ୍ଷା କରାଇ ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି ତଥା ଋଣର ବ୍ୟବସ୍ଥା କରାଇବା ।
- ଗୋଷ୍ଠୀ ସ୍ତରୀୟ ଅନୁଷ୍ଠାନ, ଉଦ୍ୟୋଗ ମିତ୍ର ଓ ଉଦ୍ୟୋଗୀ ମାନଙ୍କ ଦକ୍ଷତା ବିକାଶର ବ୍ୟବସ୍ଥା କରାଇବା
- ବ୍ୟାଙ୍କ ସଂଯୋଗୀକରଣ, ବଜାରୀକରଣ ତଥା ବୈଷୟିକ ଜ୍ଞାନ କୌଶଳ ଯୋଗାଇଦେବା
- ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ଯୋଗସୂତ୍ର ରକ୍ଷା କରିବା
- ଉଭୟ ବ୍ୟକ୍ତିଗତ ତଥା ଦଳଗତ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ସହ ବ୍ଲକ ସ୍ତରରେ ଏକ ସାଧନ କେନ୍ଦ୍ର ଭାବରେ ପରିଚାଳିତ ହେବା ।
- ଉଦ୍ୟୋଗୀ ମାନଙ୍କର ଉଦ୍ୟୋଗ ବିକାଶ ନିମନ୍ତେ ଅନୁନ୍ୟ ୬ ମାସ ପର୍ଯ୍ୟନ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା ।
- ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି ତଥା ସରକାରଙ୍କ ଦ୍ଵାରା ଦିଆଯାଉଥିବା ପାଣ୍ଠିର ସୁବିନିଯୋଗକୁ ନିଶ୍ଚିତ କରାଇବା ।
- ଓଡିଶା ଜୀବିକା ମିଶନର ନିୟମାନୁଯାୟୀ ପରିଚାଳିତ ହେବା ସହ ସଭ୍ୟାଙ୍କ ପାଖରେ ଉତରଦାୟୀ ରହିବା ।
ଉଦ୍ୟୋଗ ମିତ୍ର / ଗୋଷ୍ଠୀ ସମ୍ବଳ ଅଧିକାରୀ – ଉଦ୍ୟୋଗ ପ୍ରୋତ୍ସାହକ (CRP - EP)ଙ୍କ କାର୍ଯ୍ୟ
- ଉଦ୍ୟୋଗୀ ଚିହ୍ନଟିକରଣ ଚୟନ କରିବାରେ ସାହାଯ୍ୟ କରିବା
- ଉଦ୍ୟମିତା ବିକାଶ ଉପରେ ପ୍ରଶିକ୍ଷଣ ଦେବା ସହ ବ୍ୟବସାୟିକ ପରିଯୋଜନା ପ୍ରସ୍ତୁତି କରିବାରେ ସାହାଯ୍ୟ କରିବା
- ନୂତନ କିମ୍ବା ପୁରାତନ ଉଦ୍ୟୋଗର ବିକାଶ ନିମନ୍ତେ କାର୍ଯ୍ୟ କରିବା ସହ ମହିଳା, ଅଭାବୀ ଓ ନିଃସହାୟଙ୍କୁ ଆଗାଧିକାର ଦେବା ।
- ଉଦ୍ୟୋଗ ଆରମ୍ଭର ଅନୁନ୍ୟ ୬ ମାସ ପର୍ଯ୍ୟନ୍ତ ଆବଶ୍ୟକୀୟ ସହାୟତା ତଥା ଜ୍ଞାନ କୌଶଳ ପ୍ରଦାନ କରିବା ।
- ବ୍ୟାଙ୍କ ସଂଯୋଗୀକରଣ, ବଜାରୀକରଣ, ବ୍ୟବସାୟ ପରିଚାଳନା, ନଥିପତ୍ର କରଣ ଇତ୍ୟାଦିରେ ଉଦ୍ୟୋଗୀଙ୍କୁ ସହାୟତା ଦେବା ।
- ଓଡିଶା ଜୀବିକା ମିଶନ ତଥା ବ୍ଲକ ସାଧନ କେନ୍ଦ୍ରର ନିୟମାନୁଯାୟୀ କାର୍ଯ୍ୟ ସମ୍ପାଦନ କରିବା ।
ଉଦ୍ୟୋଗୀ ନିମନ୍ତେ ଆବଶ୍ୟକୀୟ ଯୋଗ୍ୟତା
- ସେ ଜଣେ SHG ସଭ୍ୟା କିମ୍ବା ତାଙ୍କ ପରିବାରର ସଦସ୍ୟ / ସଦସ୍ୟା ହୋଇଥିବେ ।
- ବୟସ ୧୮ ବର୍ଷରୁ ଅଧିକ ହୋଇଥିବ ।
- ସେ ଜଣେ ଋଣ ଖିଲାପି ହୋଇନଥିବେ କିମ୍ବା ତାଙ୍କର ଗୋଷ୍ଠୀରେ ୨୫,୦୦୦ ଟଙ୍କା ରୁ ଅଧିକ ଋଣ ବକେୟା ନଥିବ
- ସେ SVEP ଅନୁଯାୟୀ ଉଦ୍ୟୋଗ ବିକାଶ ଉପରେ ପ୍ରଶିକ୍ଷଣ ନେଇଥିବେ ।
- ତାଙ୍କର ବ୍ୟବସାୟିକ ପରିଯୋଜନା ଉଦ୍ୟୋଗ ମିତ୍ରଙ୍କ ସହାୟତାରେ ପ୍ରସ୍ତୁତି ହୋଇ SHG – CLF – GPLF ମାଧ୍ୟମରେ BRC ରେ ଆବେଦନ ହୋଇଥିବ ।
- ମହିଳା, ଅଭାବୀ ତଥା ଅସହାୟ ବ୍ୟକ୍ତିଙ୍କୁ ଉଦ୍ୟୋଗୀ ନିମନ୍ତେ ପ୍ରାଧାନ୍ୟ
- ସମସ୍ତ ଅଣ – କୃଷି ଜନିତ ବ୍ୟବସାୟ, ସେବା ତଥା ଉତ୍ପାଦନ ଭିତ୍ତିକ ଉଦ୍ୟୋଗକୁ ପ୍ରୋତ୍ସାହନ ।
ଗୋଷ୍ଠୀ ଉଦ୍ୟୋଗ ପାଣ୍ଠି (CEF)
- ଉଦ୍ୟୋଗ ସ୍ଥାପନ ତଥା ବିକାଶ ନିମନ୍ତେ ଜଣେ ଉଦ୍ୟୋଗୀଙ୍କୁ ବ୍ୟବସାୟିକ ପରିଯୋଜନା ଆଧାରରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ, ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ ୯% ସୁଧ ହାରରେ ଋଣ ଯୋଗାଇ ଦିଆଯାଏ ।
- ଏଥି ନିମନ୍ତେ ଉଦ୍ୟୋଗୀ ତାଙ୍କର ବ୍ୟବସାୟିକ ପରିଯୋଜନା ଉଦ୍ୟୋଗ ମିତ୍ରଙ୍କ ସହାୟତାରେ ପ୍ରସ୍ତୁତି କରି SHG – CLF – GPLF ମାଧ୍ୟମରେ ବ୍ଲକ ସାଧନ କେନ୍ଦ୍ରକୁ ସମୀକ୍ଷା ତଥା ମଞ୍ଜୁରି ନିମନ୍ତେ ପ୍ରଦାନ କରିବେ ।
ବ୍ଲକ ସାଧନ କେନ୍ଦ୍ରର ମଞ୍ଜୁରି ଆଧାରରେ ଓଡିଶା ଜୀବିକା ମିଶନ ଉଦ୍ଦୀଷ୍ଠ GPLF କୁ CEF ପ୍ରଦାନ କରିଥାନ୍ତି ଯାହାକୁ GPLF ଉଦ୍ୟୋଗୀଙ୍କୁ SHG ମାଧ୍ୟମରେ CEF ଋଣ ପ୍ରଦାନ ତଥା ପରିଶୋଧ କରିଥାନ୍ତି ।
ଆଧାର- ଓଡିଶା ଜୀବିକା ମିଶନ ଓ ଜାତୀୟ ଗ୍ରାମୀଣ ଜୀବିକା ମିଶନ
Last Modified : 1/10/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.