অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତୀୟ ମହିଳା ବ୍ୟାଙ୍କ

ମହିଳାଙ୍କ ବିକାଶ

ଭାରତୀୟ ମହିଳା ବ୍ୟାଙ୍କ ବିତ୍ତୀୟ ସେବାଗୁଡ଼ିକର ଅନ୍ତର୍ଭୁକ୍ତ ଅଟେ । ନୂଆ ଦିଲ୍ଲୀଠାରେ ଅବସ୍ଥିତ ଏକ ବ୍ୟାଙ୍କିଂ କମ୍ପାନୀ । ଇନ୍ଦିରା ଗାନ୍ଧିଙ୍କ ୯୬ ତମ ଜନ୍ମବାର୍ଷିକୀ ଅବସରରେ ଏହି ବ୍ୟବସ୍ଥାକୁ ୨୦୧୩ ସେପ୍ଟେମ୍ବର ୧୯ ରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉଦ୍ ଘାଟନ କରିଥିଲେ ।

ଯଦିଓ ପ୍ରଥମରୁ ଜଣାଯାଇଛିଯେ ଏହି ବ୍ୟାଙ୍କ ମହିଳାମାନଙ୍କୁ ପ୍ରାଧାନ୍ୟ ଦେଇଥାଏ, ଏହା ସମସ୍ତଙ୍କଠାରୁ ଆସୁଥିବା ଜମାକୁ ଗ୍ରହଣକରିଥାଏ କିନ୍ତୁ କେବଳ ମହିଳାମାନଙ୍କୁ କେବଳ ଉଦ୍ଧାର ଦେଇଥାଏ । ସ୍ଵତନ୍ତ୍ର ଭାବେ ମହିଳାଙ୍କ ପାଇଁ କରାଯାଇଥିବା ଏପରି ବ୍ୟବସ୍ଥାରେ ସାରା ବିଶ୍ଵରେ ପାକିସ୍ଥାନ ଏବଂ  ତାଞ୍ଜାନିଆ ପରେ ଭାରତ ତୃତୀୟ ।

ମହିଳାଙ୍କ ଲାଗି ବ୍ୟାଙ୍କିଂ ସେବା

ବିଶ୍ଵ ବ୍ୟାଙ୍କର ଏକ ଅଧ୍ୟୟନରୁ ଜଣାଯାଏ ଯେ ଭାରତରେ ସାଧାରଣ ବିତ୍ତୀୟ ଅନୁଷ୍ଠାନମାନଙ୍କରେ ପୁରୁଷଙ୍କ ୪୬% ବ୍ୟାଙ୍କ ଆକାଉଣ୍ଟ ତୁଳନାରେ ୨୬% କେବଳ ମହିଳାଙ୍କର ଅଛି । ମହିଳାଙ୍କର ଏହା ଅର୍ଥ ମହିଳାଙ୍କର ଆକାଉଣ୍ଟଟି ଏକ ବ୍ୟାଙ୍କରେ, ଏକ କ୍ରେଡିଟ ୟୁନିଅନରେ, ଏକ ସମବାୟ ସଂସ୍ଥାରେ, ପୋଷ୍ଟ ଅଫିସରେ କିମ୍ବା ଏକ ମାଇକ୍ରୋଫାଇନାନ୍ସସଂସ୍ଥାରେ ଅଛି । ଆଉ ମଧ୍ୟ ମହିଳାଙ୍କ ମୁଣ୍ଡ ପିଛା ଆୟ ପୁରୁଷଙ୍କ ତୁଳନାରେ ୮୦ ପ୍ରତିଶତ କମ ।

୭୦ଟି ଦେଶର ୩୫୦ଟି ବିତ୍ତୀୟ ସଂସ୍ଥାମାନଙ୍କୁ ନେଇ ଏକ ଆନ୍ତର୍ଜାତିକ ସ୍ତରରେ ଅଧ୍ୟୟନ କରାଯାଇ ଆହୁରି ମଧ୍ୟ ଦେଖାଯାଇଛି ଯେ, ଅଧିକାଂଶ ମହିଳା ଦୁର୍ବଳ ଆର୍ଥିକ ବ୍ୟବସ୍ଥା, ନିମ୍ନ ଆୟ , ସମ୍ପତି କ୍ଷୟ, ଉଚିତ ବିନିଯୋଗ ନକରିବା ଦ୍ବାରା ଅର୍ଥ ହରାଇବା, ରୋଜଗାର ବୃଦ୍ଧିର ସାଧନ ନମିଳିବା ଇତ୍ୟାଦି ଦେଇ ଗତି କରୁଛନ୍ତି ।

ବୈଶିଷ୍ଟ୍ୟ

ଅର୍ଥନୈତିକ କାର୍ଯ୍ୟରେ ସହଯୋଗ ଦେବା ସହ ଦକ୍ଷତା ବୃଦ୍ଧିରେ ଆର୍ଥିକ ସହାୟତା ପ୍ରଦାନକୁ ଏହି ବ୍ୟାଙ୍କ ଗୁରୁତ୍ଵ ଦିଏ । ଏଥି ସହ ଉତ୍ପାଦଗୁଡ଼ିକ ଏହି ଭଳି ଆକାରରେ କରିଥାଏ ଯେଉଁଥିରେ ମହିଳାମାନଙ୍କୁ କିଛି ୠଣରେ ରିହାତି ମିଳିପାରିବ ।

ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପ୍ରୋତ୍ସାହନ ଦେବାକୁ ଏହି ବ୍ୟାଙ୍କ ମଧ୍ୟ ଲକ୍ଷ୍ୟ ରଖିଛି । ଉଷା ଅନନ୍ତସୁବ୍ରମଣ୍ୟନ (ସିଏମଡି)ଙ୍କ କହିବା ଅନୁସାରେ, ଏହି ବ୍ୟାଙ୍କ ଏନଜିଓମାନଙ୍କ ମିଳିତ ସହଯୋଗରେ, ଆଂଚଳିକସ୍ତରର ମହିଳାମାନଙ୍କୁ ବ୍ୟବସାୟିକ ରୋଜଗାର ଯଥା ଖେଳଣା ତିଆରି, ଟ୍ରାକ୍ଟର ଚାଳନ କିମ୍ବା ମୋବାଇଲ ମରାମତି ଆଦିରେ ପ୍ରଶିକ୍ଷଣ ନିଯୋଜନ କରିବାରେ ଯୋଜନା କରନ୍ତି ।(CMD)

ମହିଳା ଗ୍ରାହକମାନଙ୍କଙ୍କୁ ସମ୍ପତି ମାଲିକାନା ଅଧିକାରଦେବା ଏହି ବ୍ୟାଙ୍କର ଅନ୍ୟତମ ବୈଶିଷ୍ଟ୍ୟ । ଏକ ଅଧ୍ୟୟନରୁ ଜଣାଯାଏ, ମହିଳାମାନଙ୍କୁ ସମ୍ପତ୍ତି ମାଲିକାନା କରାଇବା ଦ୍ଵାରା ଘରୋଇ ହିଂସାର ଶିକାର ହେବାର ମାତ୍ରା ହ୍ରାସ ପାଇଛି ।  ବ୍ୟାଙ୍କିଂ ଆବଶ୍ୟକତା ପୁରଣ ସହ ମହିଳାମାନଙ୍କ ଉନ୍ନତି ସହ ଦେଶର ଆର୍ଥିକ ବିକାଶ କରିବା ।

ମୂଳଧନ

ଏହି ବ୍ୟାଙ୍କର ପ୍ରାରମ୍ଭିକ ମୂଳଧନ ୧,୦୦୦ କୋଟି ଅଟେ . ୨୦୧୪ ମାର୍ଚ୍ଚ ଶେଷ ସୁଦ୍ଧା ଏହି ବ୍ୟାଙ୍କର ୨୫ ଟି ଶାଖା ଏବଂ ଏହାର ପରିଚାଳନାର ଚତୁର୍ଥ ବର୍ଷ (୨୦୧୭) ସୁଦ୍ଧା ୫୦୦ ଟି ଶାଖା ଖୋଲାଯିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଭାରତର ପ୍ରଥମ ମହିଳାକୈନ୍ଦ୍ରିକ ବ୍ୟାଙ୍କ ସୂଚନା ପ୍ରଯୁକ୍ତି ଯୋଗାଇଦେବାକୁ ୟୁଏସ ସ୍ଥିତ ଏଫଆଇଏସ ଗ୍ଲୋବଲ, ଵିପ୍ରୋ ସହ ୧,୦୦୦ କୋଟି ଚୁକ୍ତିରେ ଅନୁବନ୍ଧିତ ହୋଇଛି  ।

ଶାଖାଗୁଡ଼ିକ

ବର୍ତ୍ତମାନ ଯାଏ ୪୨ ଟି ଶାଖା ଅଛି ଏବଂ ୨୦୧୫ ମାର୍ଚ୍ଚ ସୁଦ୍ଧା ସାରାଦେଶରେ ୮୦ ଟି ଶାଖା ଏବଂ ଏହି ଦୁଇ ବର୍ଷ ମଧ୍ୟରେ ୭୦୦ ଟି ଖୋଲାଯିବାର ଯୋଜନା ଚାଲିଛି । ଏବେ ଭାରତୀୟ ମହିଳା ବ୍ୟାଙ୍କର ଶାଖାଗୁଡ଼ିକ ନିମୋକ୍ତ ସ୍ଥାନମାନଙ୍କରେ ଅଛି : ମୁମ୍ବଈ – ନରିମନ ପଏଣ୍ଟ, ସେଣ୍ଟ୍ରାଲ ମୁମ୍ବଈ- ଘଟକୋପୁର , ଥାନେ , ପୁନେ , ଚଣ୍ଡିଗଡ, ଭୁବନେଶ୍ଵର, ପଂଚକୁଲା, କୋଚି, ଭଦୋଦରା, ଅହମଦାବାଦ, ଇନ୍ଦୋର, ଭୋପାଳ, ନୂଆଦିଲ୍ଲୀ-ନେହେରୁ ପ୍ୟଲେସ, ନୂଆଦିଲ୍ଲୀ-ମଡେଲ ଟାଉନ ,ଚଣ୍ଡିଗଡ, ଗୁରଗାଓଁ, ପଟନା, ରାଇପୁର, କଲିକତା, ଗୁଆହାଟି, ଶିମଲା, ସିଲଂ, ଗାଂଗଟକ, ଥିରୁଅନନ୍ତପୁରମ, ଚେନଇ, କୋଏମ୍ବାଟୁର, ବେଂଗଲୁରୁ, ମଂଗାଲୋର, ହାଇଦରାବାଦ, ଜୟପୁର, ଅଲଵାର, ଢୋଲପୁର, କୋମରଗିରି, କାକିନଡା, ଗୋଆ, ପାନାଜୀ, ଅଗରତାଲା, ଆଗ୍ରା, ହରିଦ୍ଵାର, କାନପୁର, ଲଖନୌ ଏବଂ ଡେରାଡୁନ ।

ପରିଚାଳନା ସୂତ୍ର

ଏହା ସମ୍ପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ଅଧିନ ଅଟେ । ପ୍ରାରମ୍ଭିକ ଭାବେ ଏହି ବ୍ୟାଙ୍କର ବୋର୍ଡ ନିର୍ଦ୍ଦେଶକ ଭାବେ ଆଠଜଣ ମହିଳା ଅଛନ୍ତି । ଶ୍ରୀମତୀ ଉଷା ଅନନ୍ତସୁବ୍ରମଣ୍ୟନ ଚେୟାରମ୍ୟାନ ଏବଂ ପରିଚାଳନା ନିର୍ଦ୍ଦେଶକ ଏବଂ ଏସଏମ ସ୍ବାତୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଟନ୍ତି । ବୋର୍ଡଟି ଜଣେ ବିଜିନେସ ଗ୍ରାଜୁଏଟ-ଛବି ରାଜଵତସରପଞ୍ଚ, ଦଲିତ ସ୍ଵାବଲମ୍ବୀ – କଳ୍ପନା ସରୋଜ, ଅବସରପ୍ରାପ୍ତ ପବ୍ଲିକ ବ୍ୟାଙ୍କର ନୂପୁର ମିତ୍ର, ଏକାଡେମିକ  ପାକିଜା ସମଦ, ପ୍ରାଇଭେଟ ଇକ୍ଵିଟୀ ପ୍ରଫେସନାଲରେଣୁକା ରାମନାଥ, ଗୋଦେରେଜ ଗୃପର କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ଦୁବାଶ, ଏବଂ ଜଣେ ସରକାରୀ ନୋମିନୀଙ୍କୁ ନେଇ ଗଠିତ । ଆପଣ ବ୍ୟାଙ୍କ ଵେବସାଇଟ www.bmb.co.in ରେ ବିସ୍ତୃତ ଦେଖି ପାରିବେ ।

ଆଧାର - Director of field publication, Govt. of India

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate