অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସଂପୂର୍ଣ୍ଣ ପରିମଳ ଯୋଜନା

ଉପକ୍ରମ

ସମ୍ବିଧାନ ୭୩ତମ ସଂଶୋଧନ ଜରିଆରେ ୧୯୯୧ ମସିହାରେ ପରିମଳ ବ୍ୟବସ୍ଥାକୁ ସମ୍ବିଧାନର ୧୧ତମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରାଯାଇଛି । ସଂପୂର୍ଣ୍ଣ ପରିମଳ ଯୋଜନା ଜରିଆରେ ପରିମଳ ବ୍ୟବସ୍ଥାର କାର୍ଯ୍ୟ କାରିତାରେ ଗ୍ରାମପଞ୍ଚାୟତକୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଦିଆଯାଇଛି । ପଞ୍ଚାୟତରାଜ ବ୍ୟବସ୍ଥାର ପ୍ରତ୍ୟେକ ସ୍ତରରେ ସଂପୂର୍ଣ୍ଣ ପରିମଳ ଅଭିଯାନକୁ କାର୍ଯ୍ୟକାରୀ କରାଯିବ । ସେମାନେ ଲୋକଙ୍କୁ ପାଇଖେନା ତିଆରି ଓ ବ୍ୟବହାର ପାଇଁ ପ୍ରବର୍ତ୍ତାଇବେ ଓ ଅଳିଆର ନିରାପଦ ନିଷ୍କାସନ କରି ସ୍ଵଚ୍ଛ ପରିବେଶକୁ ବଜାଇ ରଖିବେ । ନିର୍ଦ୍ଧାରିତ ଅନୁଷ୍ଠାନ ଗୁଡିକ ନିଜସ୍ୱ ପାଣ୍ଠିରୁ ଅତିରିକ୍ତ ସମ୍ବଳ ଯୋଗାଇ ଦେବେ ।

ସଂପୂର୍ଣ୍ଣ ପରିମଳ ଅଭିଯାନ ଅଧିନରେ ନିର୍ମିତ ଗୋଷ୍ଠୀ ପାଇଖାନା , ପରିବେସ  ସୁରକ୍ଷା ବ୍ୟବସ୍ଥା ଓ ଡ୍ରେନ ବ୍ୟବସ୍ଥାର ମାଲିକାନା ପଞ୍ଚାୟତ ହାତରେ ରହିବ । ପଞ୍ଚାୟତ ନିଜେ ମଧ୍ୟ ଉତ୍ପାଦନ କେନ୍ଦ୍ର /ଗ୍ରାମୀଣ ପରିମଳ ବଜାୟ ଖୋଲି ପାରିବ । ପାଇପ ଯୋଗେ ପାନୀୟ ଜଳଯୋଗାଣର ବ୍ୟବସ୍ଥା ଉପରେ ସଂପୂର୍ଣ୍ଣ ପରିମଳ ଅଭିଯାନରେ ଗୁରୁତ୍ଵ ଦିଆଯାଇଥାଏ ।

ଅଭିଯାନର ଉଦ୍ଦେଶ୍ୟ

  • ଗ୍ରାମଞ୍ଚଳରେ ସାଧାରଣ ଜୀବନ ଯାପନମାନରେ ଉନ୍ନତି ଆଣିବା ।
  • ଗ୍ରାମଞ୍ଚଳରେ ପରିମଳ ସଂକ୍ରାନ୍ତ ସଚେତନାକୁ ବୃଦ୍ଧି କରିବା ।
  • ସ୍ଵସ୍ଥା ଶିକ୍ଷା ଓ ସଚେତନତା ସୃଷ୍ଟି କରି ଲୋକଙ୍କ ମନରେ ପରିମଳଗତ ସୁବିଧା ସୁଯୋଗ ହାସଲ କରିବାକୁ ଆଗ୍ରହ ସୃଷ୍ଟି ।
  • ଗ୍ରାମଞ୍ଚଳରେ ବିଦ୍ୟାଳୟ,ଅଙ୍ଗନୱାଡିଗୁଡିକରେ ପରିମଳଗତ ସୁବିଧା ସୁଯୋଗ ଯୋଗାଇ ଦେଇ ,ଛାତ୍ରଛାତ୍ରୀମାନଙ୍କୁ ସ୍ଵସ୍ଥାରକ୍ଷା ସଂପର୍କୀୟ ଶିକ୍ଷା ଦେଇ ସେମାନଙ୍କୁ ପରିମଳର ଅଭ୍ୟାସରେ ଅଭ୍ୟସ୍ତ କରାଇବା ।
  • ପରିଷ୍କାର ଓ ପରିଚ୍ଛନ୍ନତା ରକ୍ଷାର ଉପଯୁକ୍ତ ଓ କାର୍ଯ୍ୟକାରୀ ଜ୍ଞାନକୌଶଳରେ ଉପଯୋଗକୁ ଉସ୍ରାହିତ କରିବା ।
  • ପାନୀୟ ଜଳ ଓ ଖାଦ୍ୟ ସଂଗ୍ରହ ର ସ୍ରୋତକୁ ସଂକ୍ରମଣରୁ ରକ୍ଷା କରିବା ଲାଗି ବାହାରେ ଝାଡା ଯିବାର ଅଭ୍ୟାସକୁ ବନ୍ଦ କରିବା ।
  • ଗ୍ରାମଞ୍ଚଳରେ ଯେଉଁଠି ଏବେ ମଧ୍ୟ ମଣିଷ ଦ୍ଵାରା ମଳ ସଫା କରିବାରେ ବ୍ୟବସ୍ଥା ରହିଛି ତାକୁ ବନ୍ଦ କରି , ଶୁଖିଲା ପାଇଖାନା ସ୍ଥାନରେ ଜଳ ଢାଳିବା ବ୍ୟବସ୍ଥା ପାଇଖାନାରେ ପ୍ରଚଳନ କରିବା ।

ଓଡିଶାରେ ଆରମ୍ଭ

ସୂଚନା ,ଶିକ୍ଷାଓ ଯୋଗାଯୋଗ (ଆଇଆଇସି )ଉପରେ ଜୋର ଦେଇ ଓଡିଶାରେ ୧୯୯୯ ମସିହାରେ ଏପ୍ରିଲ ମସିହାରେ  ସଂପୂର୍ଣ୍ଣ ପରିମଳ ଅଭିଯାନକୁ ଆରମ୍ଭ କରଯାଇଥିଲା । ଏ ବିଷୟ ପ୍ରତି ଲୋକଙ୍କ ଚାହିଦା ବୃଦ୍ଧି କରିବାରେ ଲକ୍ଷ୍ୟ ନେଇ ରାଜମିସ୍ତ୍ରୀ, ପଞ୍ଚାୟତିରାଜ ସଂସ୍ଥାଗୁଡିକ ଏବଂ ସରକାରୀ କର୍ମକର୍ତ୍ତା ମାନଙ୍କ ପାଇଁ ବଡ ଧରଣର ତାଲିମ କାର୍ଯ୍ୟକ୍ରମର ଆୟୋଜନ କରିବା ଏହି ଅଭିଯାନରେ ମୂଳ ଲକ୍ଷ୍ୟ ରଖାଯାଇଛି ।

ଆଧାର - ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate