অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସୁକନ୍ୟା ସମୃଦ୍ଧି ଯୋଜନା

ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଝିଅ ପିଲା ମାନଙ୍କ ପାଇଁ ଏକ ଛୋଟ ଡିପୋଜିଟ ଯୋଜନା ଯାହା ବେଟି ବଚାଓ ବେଟି ପଢାଓ ଅଭିଯାନର ଅଂଶ ବିଶେଷ ଏବଂ ଏଥିରେ ୯.୧ ପ୍ରତିଶତ ହାରରେ ସୁଧ ମିଳେ ଓ ଏଥିରେ ଆୟକର ଛା଼ଡ ମଧ୍ୟ ମିଳେ ଝିଅ ଜନ୍ମ ହେବା ଦିନ ଠାରୁ ଆରମ୍ଭ କରି ସେ ୧୦ ବର୍ଷ ହେବା ପର୍ଯ୍ୟନ୍ତ ଝିଅ ନାମରେ ଏକାଉଣ୍ଟ ଖୋଲା ଯାଇପାରେ । ଏଥିରେ ବାର୍ଷିକ ସର୍ବନିମ୍ନ ୧ ହଜାର ଟଙ୍କା ଓ ସର୍ବାଧିକ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରାଯାଇ ପାରେ । ଏକାଉଣ୍ଟ କୌଣସି ପୋଷ୍ଟ ଅଫିସ କିମ୍ବା ବାଣିଜ୍ୟ ବ୍ୟାଙ୍କର କୌଣସି ଅଧିକୃତ ଶାଖା ରେ ଖୋଲାଯାଇପାରେ ।

ଏହି ଯୋଜନାର ପ୍ରାଥମିକ ଉଦ୍ଦେଶ୍ୟ ହେଲା ଯ଼େ ପରିବାରର ସଂଚୟ ଓ ସମ୍ବଳର ସଠିକ ଭାଗ ଝିଅ ପିଲା ପାଇବାକୁ ସୁନିଶ୍ଚିତ କରିବା , ଯ଼େଉଁ ଥିରେ ତାକୁ ସାଧାରଣ ଭାବେ ପୁଅ ପିଲା ତୁଳନାରେ ତାକୁ ଭେଦଭାବ କରାଯାଇଥାଏ । ମାତାପିତାଙ୍କୁ ଝିଅ ନାମରେ ଖାତା ଖୋଲିବା ଓ ତାର କଲ୍ୟାଣ ପାଇଁ ନିର୍ଦ୍ଧାରିତ ସୀମା ପର୍ଯ୍ୟନ୍ତ ତାଙ୍କର ସଂଚୟର ସର୍ବାଧିକ ଡିପୋଜିଟ କରିବାପାଇଁ ପ୍ରୋତ୍ସାହିତ କରିବାକୁ ଚକ୍ରବୃଦ୍ଧି ହାରରେ ଉଚ୍ଚତର ସୁଧ ହାର ୯.୧ ପ୍ରତିଶତର ପ୍ରସ୍ତାବ ରଖାଯାଇଛି । ଏହି ଆର୍ଥିକ ବର୍ଷରେ ଏଥି ପାଇଁ ଆଯକର ରିହାତିର ମଧ୍ୟ ବ୍ୟବସ୍ଥା  କରାଯାଇଛି । ଏକାଉଣ୍ଟ ଖୋଲାଯିବାର ୨୧ ବର୍ଷ ପର୍ଯ୍ୟନ୍ତ କିମ୍ବା ୧୮ ବର୍ଷ ପରେ ଝିଅର ବାହାଘର ପର୍ଯ୍ୟନ୍ତ ଏହି ଏକାଉଣ୍ଟ କାମ କରିବ ଧରି କାମ କରିବ ଝିଅର ଉଚ୍ଚ ଶିକ୍ଷା ବେଳେ ଆର୍ଥିକ ଆବଶ୍ୟକତା  ପୂରଣ କରିବା ପାଇଁ ଝିଅର ୧୮ ବର୍ଷ ହେବା ବେଳକୁ ୫୦ ପ୍ରତିଶତ ଅର୍ଥ ନିଆଯିବାକୁ ଅନୁମତି ଦିଆଯିବ । ଝିଅ ମାନଙ୍କର ଶୀଘ୍ର ବିବାହକୁ ରୋକିବା ପାଇଁ ଝିଅ ୧୮ ବର୍ଷ ନ ହେଲା ଯାଏ ଏକାଉଣ୍ଟରୁ ଟଙ୍କା ବାହାର କରିବାକୁ ଅନୁମତି ଦେବାର ବ୍ୟବସ୍ଥା  ନାହିଁ ।

ଏକାଉଣ୍ଟ ଖୋଲା

କନ୍ୟା ସନ୍ତାନ ନାମରେ ଏକାଉଣ୍ଟ ତାର ପ୍ରାକୃତିକ ପିତା କିମ୍ବା ଆଇନଗତ ଅଭିଭାବକ କନ୍ୟା ଜନ୍ମ ହେବା ଠାରୁ ଆରମ୍ଭ କରି ୧୦ ବର୍ଷ ହେବା ପର୍ଯ୍ୟନ୍ତ ଖୋଲି ପାରିବେ ଏବଂ ଏହି ନିୟମ ଆରମ୍ଭ ହେବାର ଏକ ବର୍ଷ ପୂର୍ବ ପର୍ଯ୍ୟନ୍ତ ୧୦ ବର୍ଷ ହୋଇଥିବା କନ୍ୟା ସନ୍ତାନ ନାମରେ ମଧ୍ୟ ଏକାଉଣ୍ଟ ଖୋଲାଯାଇ ପାରିବ। ଏହି ନିୟମ ଅନୁସାରେ ଜଣେ ଜମାକାରୀ ଗୋଟିଏ କନ୍ୟା ପାଇଁ ଗୋଟିଏ ଏକାଉଣ୍ଟ ଅପରେଟ କରି ପାରିବ। ଯ଼େଉଁ କନ୍ୟା ନାମରେ ଏକାଉଣ୍ଟ ଖୋଲା ଯିବାର ଅଛି, ତାର ଜନ୍ମ ପ୍ରମାଣପତ୍ରକୁ ଅଭିଭାବକ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଜମା କରାଇବେ ଏହା ବ୍ୟତୀତ ଜମାକର୍ତ୍ତାଙ୍କ ପରିଚୟ  ଓ ଠିକଣା ପ୍ରମାଣପତ୍ର କାଗଜପତ୍ର ମଧ୍ୟ ଜମା କରାଇବାକୁ ପଡିବ। ପ୍ରାକୃତିକ ବା ଆଇନଗତ ଅଭିଭାବକଙ୍କୁ ଦୁଇଟି ଝିଅ ପାଇଁ ଏକାଉଣ୍ଟ ଖୋଲିବାକୁ ଅନୁମତି ଦିଆଯିବ। ପ୍ରାକୃତିକ ବା ଆଇନଗତ ଅଭିଭାବକଙ୍କୁ ତୃତୀୟ  କନ୍ୟା ସନ୍ତାନ ପାଇଁ ଏକାଉଣ୍ଟ ଖୋଲିବାକୁ ଅନୁମତି ସେତେବେଳେ ଦିଆଯିବ ଯ଼େତେବେଳେ ଦ୍ଵିତୀୟ  ଜନ୍ମ ବେଳେ ଯାଆଁଳା ଝିଅ ଜନ୍ମ ହୋଇଥିବେ ବା ପ୍ରଥମ ଜନ୍ମ ବେଳେ ତିନୋଟି ଝିଅ ଜନ୍ମ ହୋଇଥିବେ କେଉଁ ଠାରେ ଏହି ଯାଆଁଳା କିମ୍ବା ତିନୋଟି ଝିଅ ଜନ୍ମ ହେଲେ ତାର ପ୍ରମାଣ ପତ୍ର କର୍ତ୍ତୃପକ୍ଷଙ୍କ ଠାରୁ ନେଇ ଦେଲା ପରେ ତୃତୀୟ  ଏକାଉଣ୍ଟ ଖୋଲା ଯାଇପାରିବ ।

ସୁକନ୍ୟା ସମୃଦ୍ଧି ଜମାଖାତା

ପ୍ରାରମ୍ଭରେ ଏକାଉଣ୍ଟ ଏକ ହଜାର ଟଙ୍କା ଜମା କରି ଖୋଲାଯାଇ ପାରେ ଏବଂ ପରେ ଏକ ଶହ ଟଙ୍କାର ଗୁଣିତକ ହିସାବରେ ଟଙ୍କା ଜମା କରାଯାଇପାରେ ତେବେ ଏକ ଆର୍ଥିକ ବର୍ଷରେ ସର୍ବ ନିମ୍ନ ୧ ହଜାର ଟଙ୍କା ଜମା କରିବାକୁ ପଡିବ ଓ ଥରକରେ ହେଉ ବା ଅନେକ ଥରରେ ହେଉ ଜମା ରାଶି ବାର୍ଷିକ ଦେଢ ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ ।

ଏକାଉଣ୍ଟ ଖୋଲା ଯିବାର ୧୪ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ଏକାଉଣ୍ଟରେ ଜମା କରାଯାଇପାରେ। ଉପ ନିୟମ (୧)ରେ ଉଲ୍ଲେଖ କରାଯାଇଥିବା ଅନୁସାରେ ଟଙ୍କା ଜମା କରାଯାଉନ ଥିବା ଅନିୟମିତ ଏକାଉଣ୍ଟକୁ ୫୦ ଟଙ୍କା ଜୋରିମାନା ଓ ନିର୍ଦ୍ଧାରିତ ଡିଫଲ୍ଟର ସବସ୍କ୍ରିପସନ ସହିତ ଏକାଉଣ୍ଟ ୧୪ ବର୍ଷ ପର୍ଯ୍ୟନ୍ତ ଜମା କରାଯାଇ ନିୟମିତ କରାଯାଇପାରେ ।

ଝିଅର ଭବିଷ୍ୟତ ଉଜ୍ୱଳ କରିବା ପାଇଁ ଆଜି ହିଁ ନିକଟସ୍ଥ ଡାକଘରେ ଗୋଟିଏ “ସୁକନ୍ୟା ସମୃଦ୍ଧି ଜମାଖାତା” ଖୋଲନ୍ତୁ ।

ବୈଶିଷ୍ଟ୍ୟ

  • ସୁଧହାର : ବାର୍ଷିକ ୯.୨%
  • ଆୟକର ନିୟମ ଧାରା ୮୦ ‘ଗ’ ଅନୁଯାୟୀ ରିହାତି ମିଳେ ।
  • ଗୋଟିଏ ପରିବାରର ଦୁଇଟି ଝିଅ ପାଇଁ ଜମା ଖାତା ଖୋଲାଯାଇ ପାରିବ ।
  • ଦଶ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ମାନଙ୍କ ନାମରେ ଜମା ଖାତା ଖୋଲା କରାଯାଇ ପାରିବ ।
  • ସବୁଠାରୁ କମ ମୂଳ ଜମା ୧୦୦୦/- ଓ ସର୍ବାଧିକ ବର୍ଷକୁ ଦେଢଲକ୍ଷ ଟଙ୍କା ଜମା କରାଯାଇ ପାରିବ ।
  • ଜମା ଖାତା ଖୋଲିବାର ୨୧ବର୍ଷ କିମ୍ବା ଝିଅର ବାହାଘର ହେଲେ ପରିପକ୍ଵ ରାଶି ମିଳିପାରିବ ।

ଯୋଗାଯୋଗ

ସୁକନ୍ୟା ସମୃଦ୍ଧି ଜମାଖାତା ଖୋଲିବା ନିମନ୍ତେ ଦୟାପୂର୍ବକ ନିକଟସ୍ଥ ଡାକଘରେ ସମ୍ପର୍କ କରନ୍ତୁ କିମ୍ବା ଅଧିକ ଜାଣିବା ପାଇଁ ଫୋନ କରନ୍ତୁ ।

ସହାୟକ ନିର୍ଦେଶକ (ସଞ୍ଚୟ)

ସହାୟକ ଅଧିକ୍ଷକ (ସଞ୍ଚୟ)

୦୬୭୪-୨୫୧୪୧୬୭,୯୦୭୮୦୬୯୩୬୨

୯୪୩୭୧୨୪୦୫୮, ୭୦୭୭୯୨୪୦୫୮

ଏକାଉଣ୍ଟରେ ଜମା

ଏହି ନିୟମ ଅନୁସାରେ ଖୋଲା ଯାଇଥିବା ଏକାଉଣ୍ଟରେ ନଗଦ, କିମ୍ବା ଯ଼େଉଁ ଶାଖାରେ ଏକାଉଣ୍ଟ ରହିଛି, ସଂପୃକ୍ତ ପୋଷ୍ଟ ମାଷ୍ଟର କିମ୍ବା ସଂପୃକ୍ତ ବ୍ୟାଙ୍କର ମ୍ୟାନେଜରଙ୍କ ନାମରେ ଚେକ କିମ୍ବା ଡ୍ରାଫ୍ଟ ଜରିଆରେ ଜମା କରାଯାଇପାରେ । ଏହାର ପଛରେ ଜମାକାରୀଙ୍କ ନାମ ଓ ଏକାଉଣ୍ଟ ଧାରକଙ୍କ ନାମ ତଥା ଏକାଉଣ୍ଟ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇ ପାରେ , ଯ଼ଦି ଜମା ଡ୍ରାଫ୍ଟ କିମ୍ବା ଚେକ ଦ୍ଵାରା କରାଯାଏ ତେବେ ଏକାଉଣ୍ଟକୁ । ଯ଼େବେ ଟଙ୍କା ଏନକ୍ୟାସ ହେବ ସେବେ ଏକାଉଣ୍ଟକୁ କ୍ରେଡିଟ ହେବ ।

ଜମାରାଶିରେ ସୁଧ

ସରକାରଙ୍କ ଦ୍ଵାରା ଅଧିସୂଚିତ ସୁଧ ହାର, ବାର୍ଷିକ ଚକ୍ରବୃଦ୍ଧି, ଏକାଉଣ୍ଟ ୧୪ ବର୍ଷ ହେବା ପର୍ଯ୍ୟନ୍ତ କ୍ରେଡିଟ ହେବ । ଯ଼ଦି ଏକାଉଣ୍ଟ ଧାରକ ମାସିକ ସୁଧ ଚାହିଁବେ ତେବେ ହଜାର ଆକାରରେ ତାଙ୍କର ବାଲାନ୍ସକୁ ଗଣନା କରି ଏକାଉଣ୍ଟଧାରକଙ୍କୁ ପ୍ରଦାନ କରାଯିବ ଓ ହଜାରର ଦଶମିକ ବଳକା ଟଙ୍କାରେ ଚାଲୁ ସୁଧ ହାର ରହିବ ।

ଏକାଉଣ୍ଟ ଅପରେଟ

ଏକାଉଣ୍ଟ କୁ ପ୍ରାକୃତିକ କିମ୍ବା ଆଇନଗତ ଅଭିଭାବକ ଖୋଲି ପାରିବେ ଓ ଯ଼େ ପର୍ଯ୍ୟନ୍ତ ଝିଅ ୧୦ବର୍ଷର ନ ହୋଇଛି ସେ ପର୍ଯ୍ୟନ୍ତ ଅପରେଟ କରି ପାରିବେ। ୧୦ ବର୍ଷ ବୟସ ହୋଇଗଲେ ଏକାଉଣ୍ଟ ଧାରକ ଅର୍ଥାତ ଝିଅ ନିଜେ ଏକାଉଣ୍ଟକୁ ଅପରେଟ କରି ପାରିବ , ତେବେ ଏକାଉଣ୍ଟକୁ ଡିପୋଜିଟ ଅଭିଭାବକ ବା ଅନ୍ୟ କେହି ବ୍ୟକ୍ତି କରି ପାରିବେ।

ଏକାଉଣ୍ଟର ଅପରିପକ୍ଵ

ଏକାଉଣ୍ଟଧାରକଙ୍କର ମୃତ୍ୟୁ ହେଲେ କର୍ତ୍ତୃପକ୍ଷଙ୍କ ଠାରୁ ମୃତ୍ୟୁ ପ୍ରମାଣ ପତ୍ର ଆଣି ପ୍ରଦାନ କଲେ ଏକାଉଣ୍ଟ ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ ଓ ଏଥିରେ ଥିବା ରାଶି ସୁଧ ସହିତ ଏକାଉଣ୍ଟ ଧାରକଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯିବ । ଯ଼ଦି କେନ୍ଦ୍ର ସରକାରଙ୍କୁ ଲାଗିବ ଯ଼େ ଏକାଉଣ୍ଟ ଧାରକଙ୍କୁ ଏହା ଜାରୀ ରଖିବାକୁ ଖୁବ କଷ୍ଟ ହେଉଛି ତେବେ ସେ ଆଦେଶ ଦ୍ଵାରା ଲିଖିତ ଭାବେ କାରଣ ରେକର୍ଡ କରି ପରିପକ୍ଵ ହେବା ପୂର୍ବରୁ ଏକାଉଣ୍ଟ ବନ୍ଦ କରିପାରିବେ ତେବେ ଏହା ଅତ୍ୟନ୍ତ  କଠିନ ପରିସ୍ଥିତିରେ ହେବ ଯ଼େପରିକି ମେଡିକାଲ ସହାୟତା ଓ ଜୀବନକୁ ବିପଦ ଥିବା ରୋଗ ଆଦି ।

ପାସ ବୁକ

ଏକାଉଣ୍ଟ ଖୋଲିବା ବେଳେ ଜମାକର୍ତ୍ତାଙ୍କୁ ଏକ ପାସବୁକ ପ୍ରଦାନ କରାଯାଇଥାଏ, ଏଥିରେ ଝିଅ ପିଲାର ଜନ୍ମ ତାରିଖ, ଖାତା ଖୋଲିବାର ତାରିଖ, ଏକାଉଣ୍ଟ ନମ୍ବର, ଏକାଉଣ୍ଟ ଧାରକଙ୍କ ନାମ ଠିକଣା ଓ ଜମା କରାଯାଇଥିବା ରାଶି ଲେଖାଯାଇଥାଏ । ଟଙ୍କା ଜମା କରିବା, ସୁଧ ଗ୍ରହଣ କରିବା ଏବଂ ଏକାଉଣ୍ଟ ବନ୍ଦ କରିବା ଅବସରରେ ପୋଷ୍ଟ ଅଫିସ କିମ୍ବା ବ୍ୟାଙ୍କରେ ଏହି ପାସବୁକ କୁ ପ୍ରସ୍ତୁତ କରିବାକୁ ପଡିବ ।

ଏକାଉଣ୍ଟର ସ୍ଥାନାନ୍ତରଣ

ଯ଼ଦି ଯ଼େଉଁ ଝିଅ ପିଲାର ନାମରେ ଏକାଉଣ୍ଟ ରହିଛି, ସେ ଅନ୍ୟ ସ୍ଥାନକୁ ଚାଲିଯାଏ ତେବେ ଏହି ଏକାଉଣ୍ଟକୁ ଉକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପାରିବ ।

ପ୍ରତ୍ୟାହାର କରିବା

ଖାତାଧାରକର ବିତ୍ତୀୟ । ଆବଶ୍ୟକତା କୁ ପୂରଣ କରିବା ପାଇଁ ଉଚ୍ଚ ଶିକ୍ଷା ଏବଂ ବିବାହ ପାଇଁ ୫୦ ପ୍ରତିଶତ ଅର୍ଥ ଉଇଡ୍ରୟାଲ କରି ପାରିବେ ତେବେ ସବ ରୁଲ (୧) ଅନୁସାରେ ଏହି ଉଇଡ୍ରୟାଲ ଏକାଉଣ୍ଟଧାରକ ଝିଅକୁ ୧୮ ବର୍ଷ ହେଲା ପରେ ହିଁ ହୋଇପାରିବ ।

ପରିପକ୍ଵ ହେବା ପରେ ବନ୍ଦ ହେବା

ଏକାଉଣ୍ଟ ଖୋଲିବା ଦିନ ଠାରୁ ୨୧ ବର୍ଷ ପରେ ଏକାଉଣ୍ଟ ପରିପକ୍ଵ ହୁଏ ତେବେ ଏହି ୨୧ ବର୍ଷ ପୂରଣ ପୂର୍ବରୁ ଯଦି ଝିଅର ବାହାଘର ହୁଏ ତେବେ ବିବାହ ପର ପର୍ଯ୍ୟନ୍ତ ଏହି ଏକାଉଣ୍ଟ କୁ ଅପରେଟ କରାଯିବାକୁ ଅନୁମତି ଦିଆଯିବ ନାହିଁ । ଯ଼ଦି ଏକାଉଣ୍ଟ ପ୍ରଥମ ବ୍ୟବସ୍ଥା  ଅନୁସାରେ ଏକାଉଣ୍ଟ ବନ୍ଦ ହୁଏ ତେବେ ଏକାଉଣ୍ଟ ବନ୍ଦ ହେବା ବେଳକୁ ତାଙ୍କୁ ୧୮ ବର୍ଷରୁ କମ ହୋଇ ନାହିଁ ବୋଲି ସତ୍ୟପାଠ ଦେବାକୁ ପଡିବ । ପରିପକ୍ଵ ହେବା ପରେ ଜମା ରାଶି ଓ ସୁଧକୁ ଉଇଡ୍ରୟାଲ ଫର୍ମ ଓ ପାସବୁକ ଫେରାଇବା ପରେ ଏକାଉଣ୍ଟ ଧାରକଙ୍କୁ ପ୍ରଦାନ କରାଯିବ। ଯ଼ଦି ସବ ରୁଲ (୧) ର ବ୍ୟବସ୍ଥା  ଅନୁସାରେ ଏହା ବନ୍ଦ ହୋଇ ନାହିଁ ତେବେ ନିୟମ ୭ ର ବ୍ୟବସ୍ଥା  ଅନୁସାରେ ଏକାଉଣ୍ଟ ବନ୍ଦ ହେବା ପର୍ଯ୍ୟନ୍ତ ସୁଧ ଜମା ରାଶି ସହିତ ଫେରାଯିବ ।

ଆଧାର  - ଭାରତ ସରକାର

Last Modified : 6/24/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate