ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା
ଉପକ୍ରମ
ଗ୍ରାମସ୍ତରରେ ଗରିବ ଲୋକଙ୍କ ସଂଗଠନ ଜରିଆରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟନେଇ ସ୍ଵର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ଵରାଜଗାର ଯୋଜନା (ଏସଜିଏସୱାଇ )କୁ କାର୍ଯ୍ୟକାରୀ କରାଯାଉଛି । ଏକ ନୂତନ ନିଯୁକ୍ତି କାର୍ଯ୍ୟକ୍ରମ ଭାବରେ ୧୯୯୯ ମସିହା ଏପ୍ରିଲ ୧ ତାରିଖରୁ ସ୍ଵର୍ଣ୍ଣ ଜୟନ୍ତୀ ସ୍ୱରୋଜଗାର ଯୋଜନାକୁ କାର୍ଯ୍ୟ କାରୀ କରାଯାଉଛି ।
ଏହି ଫଳରେ ପୂର୍ବରୁ ଅନୁରୂପ ଲକ୍ଷ୍ୟ ନେଇ କାର୍ଯ୍ୟକାରୀ କରାଯାଉଥିବା, ସମନ୍ଵିତ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ (ଆଇଆରଡିପି ),ଆତ ନିଯୁକ୍ତି ପାଇଁ ଗ୍ରାମାଞ୍ଚଳ ଯୁବକମାନଙ୍କ ତାଲିମ କାର୍ଯ୍ୟକ୍ରମ , (ଟ୍ରାଇଜମ୍) ଗ୍ରାମଞ୍ଚଳରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ , ଗଙ୍ଗା କଲ୍ୟାଣ ଯୋଜନା (ଜିକେୱାଇ )ତଥା ନିୟୁତ କୂପ ଯୋଜନା (ଏମଡବ୍ଲଏସ)କୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି ।
ମୌଳିକ ବ୍ୟବସ୍ଥା
- ଗ୍ରାମଞ୍ଚଳରେ ବସବାସ କରୁଥିବା ଦରିଦ୍ର ଲୋକଙ୍କ ପାଇଁ କାର୍ଯ୍ୟଦକ୍ଷତା ସୃଷ୍ଟି କାରି ଗ୍ରାମଞ୍ଚଳରେ ବହୁ ସଂଖ୍ୟାରେ ଛୋଟ ଧରଣର ବ୍ୟବସାୟ ପ୍ରତିଷ୍ଠାନ ସ୍ଥାପନ କରିବା ହେଉଛି ସ୍ଵର୍ଣ୍ଣଜୟନ୍ତୀ ସ୍ୱରୋଜଗାର ଯୋଜନାର ମୁଖ୍ୟ ଲକ୍ଷ୍ୟ ।
- ଏଥରେ କାର୍ଯ୍ୟପୁଞ୍ଜି ତିଆରି ଉପରେ ଗୁରୁତ୍ଵ ଦିଆଯାଇଥାଏ । ଏଥିପାଇଁ ପ୍ରତ୍ୟେକ ବ୍ଲକରେ ଗୋଟିଏ କିମ୍ବା ଦୁଇଟି ମୁଖ୍ୟ କାର୍ଯ୍ୟକଳାପକୁ ଚିହ୍ନଟ କରାଯାଇଥାଏ ।
- ପ୍ରତ୍ୟେକ ମୁଖ୍ୟ କାର୍ଯ୍ୟକଳାପକୁ ଏକ ପ୍ରକଳ୍ପର ରୂପରେଖ ଦିଆଯାଇଥାଏ ଏବଂ ପ୍ରତିଟି ମୁଖ୍ୟ କାର୍ଯ୍ୟକଳାପ ପାଇଁ ଏକ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ । ଏହି ପ୍ରକଳ୍ପ ଗୁଡିକ ପାଇଁ ଯେଭଳି ଯଥେଷ୍ଟ ଆର୍ଥିକ ସହାୟତାର ବ୍ୟବସ୍ଥା ହୋଇପାରିବ ଏବଂ ଏଥିପାଇଁ ରଣ ପାଇବାରେ ବିଳମ୍ବ ନହେବ ,ସେଥିପାଇଁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ସମୟରେ ହିଁ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡିକୁ ଅତି ନିକଟରୁ ସାମିଲ କରାଯାଇଥାଏ ।
- ଏହି କାର୍ଯ୍ୟପୁଞ୍ଜି ପାଇଁ ବର୍ତ୍ତମାନ ରହିଥିବା ଭିତ୍ତିଭୂମି ସମୀକ୍ଷ କରି ରହିଥିବା ଅସୁବିଧା ଓ ଅଭାବକୁ ଚିହ୍ନଟ କରାଯାଇଥାଏ । ଏ କ୍ଷେତ୍ରରେ ଅଭାବ ପୂରଣ କରିବାକୁ ପ୍ରତି ଜିଲ୍ଲାକୁ ଏସଜିଏସୱାଇ ଜରିଆରେ ଦିଆଯାଇଥିବା ମୋଟ ବ୍ୟୟ ବରାବର ସର୍ବାଧିକ ଶତକଡା ୨୦ ଭାଗ ଅର୍ଥ ବ୍ୟୟ କରାଯାଇ ପାରିବ । ସଂପୃକ୍ତି ଡିଆରଡିଏ ଏହି ଅର୍ଥକୁ ଏସଜିଏସୱାଇ ଭିତ୍ତିଭୂମି ପାଣ୍ଠି ଆକାରରେ ପରିଚାଳନା କରନ୍ତି ।
- କାର୍ଯ୍ୟକ୍ରମର ଗୁଣାତ୍ମକମାନ ସହ ସାଲିସ୍ ନକରି ସବୁଠୁ ଅଧିକ ସଂଖ୍ୟକ ପଞ୍ଚାୟତକୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ ସମୟରେ ଯଥେଷ୍ଟ ଧ୍ୟାନ ଦିଆଯିବା ଆବଶ୍ୟକ ।
ହିତାଧିକାରୀ
ଗ୍ରାମଞ୍ଚଳରେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକେ ଏହି ଯୋଜନାର ହିତାଧିକାରୀ ହୋଇପାରିବ । ଲକ୍ଷ୍ୟ ରଖାଯାଇ ଦଳଗୁଡିକୁ ମଧ୍ୟରେ ଅସୁରକ୍ଷିତ ତଫସିଲଭୁକ୍ତ ଜାତି ଓ ଉପଜାତି ୫୦ ଭାଗ, ମହିଳାମାନଙ୍କ ପାଇଁ ଶତକଡା ୪୦ ଭାଗ ଏବଂ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଶତକଡା ୩ ଭାଗ ସ୍ଥାନ ସଂରକ୍ଷିତ ରଖାଯାଇ ସେମାନଙ୍କ ସ୍ଵାର୍ଥର ସୁରକ୍ଷା କରାଯାଇଛି ।
ସଫଳ କାର୍ଯ୍ୟକାରିତା ଉପରେ ପଦକ୍ଷେପ
- କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ,ଜିଲ୍ଲା ଏବଂ ବ୍ଲକସ୍ତରୀୟ ସତର୍କତା ଓ ମନିଟରିଂ କମିଟି ଗଠନ କରାଯାଇଛି । ସ୍ଥାନୀୟ ପାର୍ଲିଆମେଣ୍ଟ ସଦସ୍ୟ ଓ ବିଧାୟକମାନେ ଏହି କମିଟିର ସଦସ୍ୟ ରହିଛନ୍ତି ।
- ପ୍ରତ୍ୟେକ ରାଜ୍ୟରେ ରାଜ୍ୟ / ଡିଆରଡିଏର କ୍ଷେତ୍ର କର୍ମଚାରୀମାନଙ୍କ ସହ ବ୍ୟାଙ୍କ କର୍ମଚାରୀମାନଙ୍କୁ କାର୍ଯ୍ୟକ୍ରମ ସଂପର୍କରେ ତାଲିମ ଦିଆଯାଇ ସଚେତନ କରାଯାଇଛି ।
- ରୁଣ ବ୍ୟବସ୍ଥା ସଂପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ,ନାବାର୍ଡ଼ ଓ ଅନ୍ୟ ବ୍ୟବସାୟିକ ବ୍ୟାଙ୍କ ଗୁଡିକ ସହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରାମର୍ଶ କରାଯାଉଛି ।
- ଉତ୍ପାଦନ କରାଯାଉଥିବା ସାମଗ୍ରୀର ବଜାର ବୃଦ୍ଧି କରି ଏସଜିଏସୱାଇ ଉତ୍ପାଦନ ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ ତିଆରି କରିବାର ଲକ୍ଷ୍ୟ ନେଇ ବିଭିନ୍ନ ରାଜ୍ୟର ସ୍ଵରୋଜଗାରୀମାନଙ୍କୁ ଉଭୟ ଜାତୀୟ ଓ ଅନ୍ତଜାତୀୟ ବାଣିଜ ମେଳା ଗୁଡିକରେ ଯୋଗଦେବାରେ ସୁଯୋଗ ଦିଆଯାଇଛି ।
- ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦେଇ,ଏ ଦିଗରେ ଖର୍ଚ୍ଚ ସୀମାକୁ ଶତକଡା ୪୦ ଭାଗ ପର୍ଯ୍ୟନ୍ତ ବଢାଯିବାକୁ ମଧ୍ୟ ବିଭିନ୍ନ ବର୍ଷ ଅନୁମତି ଦିଆଯାଇଛି ।
- ସ୍ଵୟଂସହାୟକ ଦଲଗୁଡିକର ବିକାଶ ଯଥା ଏଚଏଚଜିର ଗଠନ,ସେମାନଙ୍କ ଦକ୍ଷତା ବୃଦ୍ଧି ତାଲିମ,ବ୍ୟାଙ୍କ ରୁଣ ହାସଲ କରିବାର ସହାୟତା ଏବଂ ପ୍ରକଳ୍ପ ପରବର୍ତ୍ତୀ ମନିଟରିଂ ଆଦି କାର୍ଯ୍ୟରେ ଏନଜିଓ ମାନଙ୍କୁ ସାମିଲ କରାଯାଇଛି । ସ୍ଵୟଂସହାୟକ ଦଳର ସ୍ଵରୋଜଗାରୀମାନଙ୍କୁ ମହିଳା ସମବେୟ ନିଗମ ବୈଷୟିକ ତାଲିମ ଦେବାର ବନ୍ଦୋବସ୍ତ କରିଥାନ୍ତି।
- ମାସିକ, ଅର୍ଦ୍ଧ ବାର୍ଷିକ ଓ ବାର୍ଷିକ ରିପୋର୍ଟକୁ ଭିତ୍ତିକରି ରାଜ୍ୟ ଓ କେନ୍ଦ୍ରସ୍ତରରେ କାର୍ଯ୍ୟକ୍ରମର ନିୟମିତ ମନିଟରିଂ କରାଯାଇଛି ।
- ରାଜ୍ୟସ୍ତରୀୟ ସମନ୍ଵୟ ସମିତିର ବୈଠକରେ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥାଏ ।
ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.