ଏହି ଯନ୍ତ୍ରଟିର ଗୋଟିଏ ପଟ ସରୁ ନାଳ ବା ସିଆର କରିବା ପାଇଁ ଗୃହିତ ପରି ଏବଂ ତାର ଅନ୍ୟ ପଟଟି ହଣାହଣି ଓ ଖୁସାଖୁସି କରିବା ପାଇଁ କୋଦାଳ ପରି ହୋଇଥାଏ । ଏଥିରେ ଗୋଟିଏ ଲାମ୍ବା ବେଣ୍ଟ ଲାଗିଥାଏ । ବେଣ୍ଟକୁ ଧରି ଠିଆ ହୋଇ ବା ଅଳ୍ପ ନଇଁ ପଡି କୋଡା ଖୁସା କାମ ସହଜରେ କରିହୁଏ । ଧାଡି ଧାଡି ହୋଇ ଲଗାହୋଇଥିବା ଫସଲରେ କାମ କରିବା ପାଇଁ ସୁବିଧା ହୁଏ । ବୁଣା ଫସଲରେ ମଧ୍ୟ ଗଛ ଉଠିବାର 20 – 25 ଦିନ ଗଛ ଛୋଟଥିବା ଅବସ୍ଥାରେ ଏହା ବ୍ୟବହାର କରାଯାଇପାରେ ।
ବଗିଚାରେ ମାଟି ଗୁଣ୍ଡ କରିବା ପାଇଁ , ଧାଡି ବା ସିଆର ଟାଣି ମଞ୍ଜି ବୁଣିବା ପାଇଁ ଏହା ଏକ ଉପଯୁକ୍ତ ଯନ୍ତ୍ର । ଲୁହା ଖଣ୍ଡେ – ପତଳା , ଚେପ୍ ଟା । ଭିତର ପଟକୁ ସାମାନ୍ୟ ବଙ୍କା । ଏଥିରେ ଗୋଟିଏ ଲାମ୍ବା ବେଣ୍ଟ ଲାଗିଥାଏ । ଏହି ଛୋଟ ଯନ୍ତ୍ରଟି ଧରି ଠିଆହୋଇ ଧାଡି ଟଣାଯାଇପାରେ । ଅଳ୍ପ ଖୁସାଖୁସି କାମ ମଧ୍ୟ କରାଯାଇପାରେ ।
ଏହା ଗୋଟିଏ ଛୋଟ ବିଦା । ଗୋଟିଏ ପତଳା ଲୁହା ଦସ୍ତାରେ ୩ଟି ଲୁହା ଦାନ୍ତି ଲାଗିଥାଏ । ଏହି ଦଣ୍ଡାର ଦୁଇ ପଟୁ ପଛକୁ ଲମ୍ବ ବେଣ୍ଟ ୨ଟି ଲାଗିଥାଏ । ଲମ୍ବ ବେଣ୍ଟ ଦୁଇଟିକୁ ଏକାଠି ଯୋଡି ଧରିବା ପାଇଁ ସିଡିରେ କଇଁଆ ଲାଗିଲା ଭଳି ଦୁଇବେଣ୍ଟ ମଝିରେ ଓ ଶେଷ ଆଡକୁ ଦୁଇଟି କଇଁଆ ଲାଗିଥାଏ । ବେଣ୍ଟର ଶେଷରେ ବଙ୍କୁଲି ମୁଠା । ଅଖ ଦଣ୍ଡାର ଆଗକୁ ଗୋଟିଏ ଚକ ଲାଗିଥାଏ । ବିଦାଟିକୁ ଆଗକୁ ଓ ପଛକୁ ସହଜରେ ପେଲିବା ପାଇଁ ହକା ସାହାଯ୍ୟ କରେ । ଲୁହା ଦାନ୍ତି ସାହାଯ୍ୟରେ ମାଟି ଖୋଳି ହୋଇଯାଏ । ଅନାବନା ଘାସ ଉପୁଡି ପଡେ । ଏହାର ଓଜନ ପ୍ରାୟ ୪.୫ କି.ଗ୍ରା. ଏହାକୁ ଧରି ୨ ହାତରେ ଠିଆ ହୋ କାମ କରିହୁଏ ।
ଧାଡି ରୁଆ ଫସଲରେ ଧାଡିରୁ ଘାସ ବାଛିବା ପାଇଁ ଏହା ଏକ ସହଜ ଓ ସରଳ ଉପଯୋଗୀ ଉପକରଣ । ବିଆଳି ଧାନ, ଗହମ, ସୋରିଷ, ଚିନାବାଦାମ ଇତ୍ୟାଦି ଫସଲ ଧାଡିରେ ଲଗା ହୋଇଥିଲେ ଏ ଉପକରଣ ଦ୍ଵାରା ଖୁସାଇବା ସୁବିଧା ହୋଇଥାଏ ।
ଏହି ଉପକରଣ ସାହାଯ୍ୟରେ ପଟାଳିରୁ ଘାସ, ପଥର, କୁଟା କାଠି ଓ ଅନ୍ୟାନ୍ୟ ଅନାବନା ପଦାର୍ଥ ସହଜରେ ଟାଣିଆଣି ଏକାଠି କରାଯାଇପାରେ । ମଞ୍ଜି ବୁଣିବା ପୂର୍ବରୁ ବୁଣା ଫସଲର ଗଜା ଉଠିବା ପରେ ଏ ଉପକରଣ ସାହାଯ୍ୟରେ ଅଳ୍ପଖୁସା ଯାଇପାରେ । ଏହାକୁ ଟାଣି ମଧ୍ୟ ମାଟି ଉପର ସର ବା ବଳକା ଭଙ୍ଗାଯାଇପାରେ ।
ଏହି ଉପକରଣଟି ଭଲ ଦସ୍ତା ପତରରେ ତିଆରି । ଏହା ସାହାଯ୍ୟରେ ଛୋଟ ଛୋଟ ପହଣି ମଧ୍ୟ ଟଣାଯାଇପାରେ । ଏହାକୁ ଟାଣିଲା ବେଳେ ଦୁଇ ପଟର ଦନ୍ତୁରିତ ଧାରା ସାହାଯ୍ୟରେ ମାଟି ଖୋଳି ହୋଇଯାଏ ଏବଂ ହୁଡା ମଧ୍ୟ ଦିଆ ହୋଇଯାଏ । ଓସାରିଆ ଧାଡିରେ ଲଗାଯାଇଥିବା ଫସଲ କପା, ଆଳୁ, କୋବି ଇତ୍ୟାଦି ଫସଲରେ ଅନ୍ତଃଚାଷ ପାଇଁ ଏହା ଉପଯୁକ୍ତ । ଏହି ଉପକରଣଟିର ଓଜନ ପ୍ରାୟ ୧.୨୫ କି.ଗ୍ରା. ।
ଏହିସବୁ ଉପକରଣ ବ୍ୟତୀତ ଦା,ଦାଇଲି, ଖୁରୁପି, ନେଡେଣି, କଟୁରୀ କୋଦାଳ କାଙ୍କ, ଗଇନ୍ତି, କୋଡି ଇତ୍ୟାଦି ସବୁ ଅପରିହାର୍ଯ୍ୟ କୃଷି ଉପକରଣ ଅଟେ । ଏଗୁଡିକ ଛୋଟ ହେଲେହେଁ ଅତି ଉପକାରୀ , ଦରକାରୀ ଓ ଅପରିହାର୍ଯ୍ୟ ଉପକରଣ ଅଟେ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/11/2021