অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ରେଡଫୃଟ ଚାଷ

ବ୍ରେଡଫୃଟ  ଫଳ ଅପେକ୍ଷା ପନିପରିବା ରୂପେ ବେଶି ବ୍ୟବହୃତ ହୁଏ । ବ୍ରେଡଫୃଟରେ ବହୁତ ପ୍ରକାରର ସୁସ୍ଵାଦୁ ବ୍ୟଞ୍ଜନ ତିଆରି କରାଯାଏ । ବ୍ରେଡଫୃଟସୁପରମଧ୍ୟ ବହୁତ ଆଦର । ଏଥିରୁ ଚିପ ଓ ବିସ୍କୁଟ ମଧ୍ୟ ତିଆରି ହୁଏ । ସାଧାରଣତଃ ଫଳ ହିସାବରେ ଏହାକୁ କେହି ବ୍ୟବହାର କରନ୍ତି ନାହିଁ ।

ଉତ୍ପତ୍ତି : ମାଳୟ,ଆଚିପେଲଗୋ

ଜଳବାୟୁ

ଗ୍ରୀଷ୍ମମଣ୍ଡଳୀୟ ଫଳ । ଉଷ୍ମ,ଆଦ୍ର ଓ ବୃଷ୍ଟି ବହୁଳ ଅଞ୍ଚଳରେ ଏହାର ଚାଷ ଲାଭଜନକ ଭାବେ ହୁଏ । ଯେଉଁ ଅଞ୍ଚଳରେ ୨୪୦ ରୁ ୩୦୦ ସେ.ମି ବୃଷ୍ଟିପାତ, ୬୦ ଡିଗ୍ରୀ ଫ୍ୟାରେନହିଟରୁ ଉତ୍ତାପ ଓ ବାୟୁର ଆଦ୍ରତା ୭୦ ରୁ ୮୦ ଭାଗ ଥାଏ, ସେ ଅଞ୍ଚଳରେ ଏ ଚାଷ ଭଲ ହୁଏ । ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଏହାର ଚାଷ କରାଯାଇ ପାରିବ ।

ମୃତ୍ତିକା

ନିଗିଡା,ବାଲିଦୋରସା ଓ ଉର୍ବର ମାଟିରେ ଗଛ ଖୁବ୍ ଭଲ ହୁଏ । ତେବେ ପାହାଡିଆ ଅଞ୍ଚଳର ନାଲି ମାଟିରେ ମଧ୍ୟ ଭଲ ହୁଏ । ଏ ଚାଷ ପାଇଁ ଉତ୍ତମଭାବେ ଜଳ ନିଷ୍କାସନ ହୋଇ ପାରୁଥିବା ଜମି ଦରକାର । ଜମିରେ ପାଣି ରହିଲେ ଫଳ ଖସି ପଡେ ।

କିସମ

ଦୁଇ ପ୍ରକାର କିସମ ମିଳେ । ମଞ୍ଜିଥିବା ଫଳ ଓ ମଞ୍ଜି ନଥିବା ଫଳ । ମଞ୍ଜି ନ ଥିବା ବ୍ରେଡଫୃଟ ଲାଭଜନକ ଓ ବେଶି ପରିମାଣରେ ଚାଷ ହୁଏ । ଜମାଇକାର “ହଳଦିଆ କିସମ” ସବୁଠାରୁ ଲାଭ କିସମ ।

ବଂଶ ବିସ୍ତାର

ମଞ୍ଜିଥିବା କିସମକୁ ମଞ୍ଜିଦ୍ୱାରା ବଂଶ ବିସ୍ତାର କରାଯାଏ । ପାଚିଲା ଫଳ ତୋଳିବା ସାଙ୍ଗେ ସାଙ୍ଗ ପଣସ ପରି ଗଛ କରାଯାଏ । ମଞ୍ଜି ନଥିବା କିସମର ବଂଶ ବିସ୍ତାର ପାଇଁ ଗଛ ମୂଳରୁ ବାହାରୁଥିବା ପୁଆ ଦ୍ଵାରା,ଚେର କଲମୀ ଦ୍ଵାରା ଓ ଗୁଟି କଲମୀ ଦ୍ଵାରା ବଂଶ ବିସ୍ତାର କରାଯାଏ ।

ରୋପଣ

ଏକ ମିଟର ଗୋଳେଇ ଓ ଏକ ମିଟର ଗଭୀର କରି ଗାତ କରି ଗଛ ଲଗାଯାଏ । ଗାଟର ଦୂରତା ୧୦ ରୁ ୧୫ ମିଟରରେ ଦିଆଯାଏ । ଗଛ ଲଗାଇବା ବେଳେ ପ୍ରତି ଗାତରେ ୨/୩ ଟୋକେଇ ଖତସହ ୨କେଜି ଜୈବିକ ସାର ଦେଇ ଗଛ ଲଗାଯାଏ ।

ଜଳସେଚନ

ଗଛଲଗାଇବାର ପ୍ରଥମ ୨ବର୍ଷ ଗଛ ବଞ୍ଚିବା ପାଇଁ ଜଳସେଚନ ଦରକାର କରେ । ଦରକାର ଅନୁଯାୟୀ ସିତଦିନେ ଓ ଖରାଦିନେ ଜଳସେଚନ କରିବା ଦରକାର ।

ଖତ ଓ ସାର

ସାଧାରଣତଃ ବ୍ରେଡଫୁଟ ଗଛରେ ପରେ କେହି ସାର ଦିଅନ୍ତିନି ।  ତେବେ ପ୍ରତିବର୍ଷ ବର୍ଷା ଆରମ୍ଭରେ ଥରେ ଓ ବର୍ଷା ଶେଷରେ ଥରେ ବଗିଚାକୁ ଚାଷ କରି ଗଛ ପିଛା ୪/୫ ଟୋକେଇ ଖତ ଓ ୨କେଜି ଲେଖାଏଁ ଜୈବିକ ସାର ଦେଲେ ଭଲ ଅମଳ ମିଳେ ।

କାଟଛାଣ୍ଟ

ବ୍ରେଡଫୃଟ ଗଛରେ କାଟଛାଣ୍ଟ କରାଯାଏନି । ଗଛ ମୂଳରୁ ଦେଢ ମିଟର ପର୍ଯ୍ୟନ୍ତ ସିଧା ବଢିବାକୁ ଦିଆଯାଏ ।

ରୋଗପୋକ

ବ୍ରେଡଫୃଟ ଗଛରେ ସେପରି ଗୁରୁତର ରୋଗପୋକ ଲାଗେ ନାହିଁ । ବେଳେବେଳେ ଫଙ୍ଗସ ଜନିତ ରୋଗ ଯୋଗୁଁ ଫଳ ସଢି ଝଡିପଡେ ଓ ବିକୃତ ମଧ୍ୟ ହୁଏ । ୧୫ଦିନ ଅନ୍ତରରେ ବୋର୍ଡୋମିକଶ୍ଚର ପକାଇଲେ ଭଲ କାମ ଦିଏ ।

ଅମଳ

ମଞ୍ଜିରୁ ଲଗାଯାଇଥିବା ଗଛକୁ ୮/୧୦ ବର୍ଷ ପରେ ଓ ମଞ୍ଜି ବିହନ ଗଛରୁ ୫/୬ ବର୍ଷ ପରେ ଫଳ ମିଳିଥାଏ । ଗୋଟିଏ ଗଛରୁ ୫୦ ରୁ ୧୦୦ ଟି ଫଳ ମିଳେ । ପ୍ରତି ଫଳର ଓଜନ ପ୍ରାୟ ୫୦୦ଗ୍ରାମ । ଫୁଲ ଫୁଟିବାର ୨/୩ ମାସ ପରେ ଫଳ ତୋଳାଜାଏ । ଫଳ ପାଚିବା ପୂର୍ବରୁ ଫଳ ତୋଳାଜାଏ ଓ ତରକାରି ହିସାବରେ ବ୍ୟବହାର କରାଯାଏ । ପାଚିଲା ଫଳ ବ୍ୟବହାର କରାଯାଏ ନାହିଁ । ହେକ୍ଟର ପ୍ରତି ଆୟ ଟ. ୧୦,୦୦୦ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate