অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲଙ୍କା ଚାଷ

ଉପକ୍ରମ

ଲଙ୍କା ଏକ ଅର୍ଥକାରୀ ଫସଲ । ସମଗ୍ର ପୃଥିବୀରେ ପ୍ରାୟ ୧୮.୯ ଲକ୍ଷ ହେକ୍ଟର କମିରେ ଲଙ୍କା ଚାଷ କରାଯାଇଥାଏ ଏବଂ ସେଥିରୁ ପ୍ରାୟ ୭ ନିୟୁତ ଟନ୍ ଲଙ୍କା ଅମଳ ହେଉଛି । ଲଙ୍କାକୁ ଏକ ଲାଭଜନକ ଫସଲ ହିସାବରେ ଭାରତ, ଚୀନ, ପାକିସ୍ତାନ, ମେକ୍ସିକୋ, ନାଇଜେରିଆ, ଥାଇଲାଣ୍ଡ, ତୁର୍କୀ ସ୍ପେନ ପ୍ରଭୃତି ଦେଶରେ ଚାଷ କରାଯାଏ । ସମଗ୍ର ପୃଥିବୀରେ ଲଙ୍କା ଉତ୍ପାଦନ ଓ ବ୍ୟବହାରରେ ଭାରତ ପ୍ରଥମ ଏବଂ ପୃଥିବୀରେ ଶତକଡା ୪୩ ଭାଗ ଲଙ୍କା ଏଠାରେ ଅମଳ ହୁଏ । ଆମଦେଶରେ ପ୍ରାୟ ୮.୧୦ ଲକ୍ଷ ହେକ୍ଟର ଜମିରେ ଲଙ୍କା ଚାଷ କରାହେଉଛି ଓ ସେଥିରୁ ପ୍ରାୟ ୧୩.୨୦ ଲକ୍ଷ ଟନ୍ ଲଙ୍କା ଅମଳ ହେଉଛି ।

ଉତ୍ପାଦନକାରୀ ରାଜ୍ୟ

ଆମଦେଶର ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ଓଡିଶା, ମଧ୍ୟପ୍ରଦେଶ, ବିହାରକୁ ଅଧିକ ଲଙ୍କା ଉତ୍ପାଦନକାରୀ ରାଜ୍ୟ ଭାବରେ ଗଣନା କରାଯାଏ । ସମଗ୍ର ଭାରତର ଶତକଡା ୫୮ ଭାଗ କନକ କେବଳ ଆନ୍ଧ୍ରପ୍ରଦେଶରେ ଅମଳ ହୁଏ । ଓଡିଶାରେ ବର୍ତମାନ ପ୍ରାୟତଃ ୭୫୭୨୩ ହେକ୍ଟର ଜମିରେ ଲଙ୍କା ଉତପାଦନ ହେଉଛି କିନ୍ତୁ ପରିତାପର ବିଷୟ ଲଙ୍କା ଚାଷ ପାଇଁ ଚାରା ଉତ୍ପାଦନ କୌଶଳ ଓ ଜମି ପ୍ରସ୍ତୃତ ଠିକ ସମୟରେ ହୋଇପାରୁ ନାହିଁ । ଅତଏବ ଏହାର ଚାଷ ପାଇଁ ଉତ୍ପାଦନ କୌଶଳ ଓ ଜମି ପ୍ରସ୍ତୃତ ସମ୍ପର୍କରେ ନିମ୍ନରେ ପ୍ରଦତ୍ତ କରାଯାଉଛି ।

ଚାଷ ପ୍ରଣାଳୀ

  • ଲଙ୍କା ଚାଷ ହେକ୍ଟର ପିଛା ୫୦୦ ରୁ ୬୦୦ ଗ୍ରାମ ମଞ୍ଜି ତଳି ପ୍ରସ୍ତୁତ ପାଇଁ ଦରକାର ହୋଇଥାଏ । ଯାହାକି ଶଙ୍କର ଜାତୀୟ କିସମ ପାଇଁ ହେକ୍ଟର ପିଛା ୨୫୦ ରୁ ୩୦୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।
  • ଲଙ୍କା ମଞ୍ଜି ଦ୍ଵାରା ବଂଶ ବିସ୍ତାର କରିଥାଏ । ଏହାର ମଞ୍ଜିରୁ ତଳିଘରାରେ ଚାରା ପ୍ରସ୍ତୁତ କରାଯାଏ ।  ଏକ ହେକ୍ଟର ଜମିରେ ଲଗାଇବା ପାଇଁ ୬୦୦ ରୁ ୭୫୦ ଗ୍ରାମ ବିହନ କିମ୍ବା ୬୨,୦୦୦ରୁ ୬୫,୦୦୦ ତଳି ବା ଚାରା ଆବଶ୍ୟକ । ଶଙ୍କର କିସମ ଚାଷ କରୁଥିଲେ ହେକ୍ଟର ପ୍ରତି ୨୫୦ ଗ୍ରାମ ବିହନ ଆବଶ୍ୟକ ହୋଇଥାଏ । ପ୍ରତି କିଲୋଗ୍ରାମ ବିହନ ସହିତ ୩ ଗ୍ରାମ ଥିରାମ କିମ୍ବା ୨ ଗ୍ରାମ କର୍ବେଣ୍ଡାଜିମ କିମ୍ବା ୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ ।
  • ଚାରା ପ୍ରସ୍ତୁତ ପାଇଁ ନିଗିଡା, ଉର୍ବର ଏବଂ ସୁର୍ଜ୍ଯାକିରଣ ପଡୁଥିବା ଉଚ୍ଚାସ୍ଥାନ ଆବଶ୍ୟକ । ୧ ମିଟର ଓସାର, ୧୫ ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁଯାଇ ୫ରୁ ୭ ମିଟର ଲମ୍ବର ତଳି ପଟାଳୀ ପ୍ରସ୍ତୃତ କରି ମାଟି ଗୁଣ୍ଡ କରି ଦିଅନ୍ତୁ । ୧ ହେକ୍ଟର ଜମିରେ କନକ ଚାଷ ପାଇଁ ୭୦-୮୦ ବର୍ଗମିଟର ତଳି କିଆରୀ ଆବଶ୍ୟକ । ବିହନ ବୁଣିବାର ୨୫ରୁ ୩୦ ଦିନ ପୂର୍ବରୁ ଏକ ବର୍ଗ  ମିଟର ବିଶିଷ୍ଟ ତଳି କିଆରି ପାଇଁ ୨ରୁ ୩ କିଲୋଗ୍ରାମ ଖତ ମାଟିରେ ମିଶାଇ ଖରା ଖାଇବା ପାଇଁ ଛାଡି ଦିଅନ୍ତୁ । ହାରାହାରି ବର୍ଗମିଟର ତଳିପଟାଳି ପ୍ରତି ୪୦ ଗ୍ରାମ ଏନ:ପି:କେ ସାର (୧୫:୧୫:୧୫) ଏବଂ ଏକଗ୍ରାମ କାର୍ବୋଫ୍ୟୁରାନ ଦାନାଦାର ପ୍ରୟୋଗ କରି ମାଟିରେ ମିଶାନ୍ତୁ । ଏହାପରେ ୫ ସେଣ୍ଟିମିଟର ବ୍ଯବଧାନରେ ସିଆର କରି ଅଗଭୀର ଭାବରେ ବିଶୋଧିଆତ ମଞ୍ଜିକୁ ପତଳା କରି ବୁଣି ତା’ ଉପରେ ହାଲୁକା ମାଟି ଘୋଡାଇ ଦିଅନ୍ତୁ । ଏହା ଉପରେ ନଡା ଦ୍ଵାରା ଛାଡିକରଣ କରି ଜଳସିଞ୍ଚନ କାଲେ ୭ରୁ ୧୦ ଦିନ ଭିତରେ ମଞ୍ଜିରୁ ଗଜା ବାହାରେ । ନଡାକୁ ବାହାର କରି (୦.୫%) ୟୁରିଆ ସହ ୦.୨% ମାନ୍କୋଜେବ ମିଶାଇ ପତ୍ରରେ ସ୍ପ୍ରେ କାଲେ ଚାରା ବଢିଥାଏ । ୨୫ରୁ ୩୦ ଦିନର ଚାରାଗୁଡିକ ଚେରକୁ ୧ ଲିଟର ପଣି ପ୍ରତି ୧୦ ଗ୍ରାମ କାର୍ବୋସଲଫାନ୍ ମିଶ୍ରିତ ଦ୍ରବଣ ୨୦ ମିନିଟ ପର୍ଯ୍ୟନ୍ତ ବୁଡାଇ ପରେ ରୋପଣ କାଲେ ମୁଖ୍ୟ ଜମିରେ ପ୍ରାୟ ମାସକ ପର୍ଯ୍ୟନ୍ତ ସେଥିରେ ପୋକ ଏବଂ ସୂତ୍ରଜୀବ ଆକ୍ରମଣ ଦେଖାଯାଏ ନାହିଁ । ଶୀତଋତୁରେ ଚଷକରିବା ପାଇଁ ଡିସେମ୍ବର- ଜାନୁୟାରୀ ମାସରେ ମଞ୍ଜି ବୁଣି ତଳି ପ୍ରସ୍ତୁତ କରନ୍ତୁ । କିନ୍ତୁ ତଳି ରୋଇବାର ୪-୫ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିବା ଆବଶ୍ୟକ । ଏହାଦ୍ଵାରା ଗଛ ସଶକ୍ତ ହୋଇ ମାଟିରେ ଦୃଢ ଭାବରେ ବଢିପାରେ । ମାଟିକୁ ପ୍ରଥମେ ଗଭୀର ଚାଷ କରିବା ପରେ ୩ରୁ ୪ ଥର ହଲ କରି ଗୁଣ୍ଡା କରନ୍ତୁ । ମାଟିରେ ସିଆର କରି ସେହି ସିଆରରେ ଆବଶ୍ୟକ ଖତ ମିଶାନ୍ତୁ । ଧାଡିକୁ ଧାଡି ୫୦-୬୦ ସେଣ୍ଟିମିଟର ଦୂରତାରେ ଗଛ ଲଗାନ୍ତୁ । ଏହି ହିସାବରେ ଡେଙ୍ଗା କିସମ ଲଙ୍କା ଅଧିକ ଦୂରତାରେ ଲଗାଉଥିବା ବେଳେ ଗେଡା ଗଛ କୁ କମ୍ ଦୂରତାରେ ଲଗାନ୍ତୁ । ତଳି ଲଗାଇବାର ୮ ରୁ ୧୦ ଦିନ ପର ମରିଯାଇଥିବା ସ୍ଥାନରେ ନୂଆ ଗଛ ଲଗାନ୍ତୁ ।

ସଂଗୃହିତ - ଅଶୋକ ବରଣ ଦାସ, କୃଷି ସମ୍ପ୍ରସାରଣ ବୈଜ୍ଞାନିକ,କୃଷି ବିଜ୍ଞାନ କେନ୍ଦ୍ର, ବୌଦ୍ଧ

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate