অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ଯୋଜନାର ମୁଖ୍ୟ ବିନ୍ଦୁ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

ଆମ ଦେଶରେ କୃଷକ ସର୍ବଦା ନିଜକୁ ଅସୁରକ୍ଷିତ ଅନୁଭବ କରିଆସିଛି, କେବେ ପ୍ରାକୃତିକ ବିପର୍ଯ୍ୟୟ ତ କେବେ ବଜାର ଦର ଖସିବା କାରଣରୁ ।

କୃଷକମାନଙ୍କ ପାଇଁ ବୀମା ଯୋଜନା ପୂର୍ବରୁ ମଧ୍ୟ ଥିଲା । କିନ୍ତୁ ଏହା ଅନେକ କାରଣରୁ ସଫଳ ହୋଇ ପାରୁନଥିଲା – କେବେ ପ୍ରିମିୟମର ଦର ଅତ୍ୟଧିକ, କେବେ କ୍ଷତିର ଦାବି ରାଶି ବହୁତ କମ୍ ତ କେବେ ସ୍ଥାନୀୟ କ୍ଷତି ଅନ୍ତର୍ଭୁକ୍ତ ନୁହେଁ । ପରିଣାମସ୍ୱରୂପ, ଅତି ବେଶିରେ ୨୦ ପ୍ରତିଶତ କୃଷକ ହିଁ ଏଥିରେ ସାମିଲ ହେଉଥିଲେ, ଏବଂ ନିଜର ଅଧିକାର ପାଇବା ପାଇଁ ସେମାନଙ୍କୁ ମଧ୍ୟ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା । ତେଣୁ, ବୀମା ଯୋଜନାଗୁଡିକ ଉପରୁ  କୃଷକଙ୍କ ଭରସା ଉଠିଯାଇଥିଲା ।

ଏହାକୁ  ଦୃଷ୍ଟିରେ ରଖି ରାଜ୍ୟଗୁଡିକ ସହ, କୃଷକ ମାନଙ୍କ ସହ ଓ ବୀମା କମ୍ପାନୀଗୁଡ଼ିକର ସହ ଗହନ ବିଚାର ବିମର୍ଶ ପରେ କୃଷକ ଭାଇ- ଭଉଣୀଙ୍କୁ ବ୍ୟାପକ ଲାଭ ପହଞ୍ଚାଉଥିବା ‘ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା’ ସମର୍ପିତ ହୋଇଛି । ଏହି ଯୋଜନାର ମୁଖ୍ୟ ବିନ୍ଦୁ ଗୁଡିକ ହେଉଛି :

  • ଫସଲ ବୀମାରେ ଏହା ସରକାରଙ୍କ ଏପର୍ଯ୍ୟନ୍ତର ସବୁଠାରୁ ବଡ ସହାୟତା  ।
  • ଫଳସ୍ଵରୂପ କୃଷକଙ୍କ ପାଇଁ ଏହା ଏପର୍ଯ୍ୟନ୍ତର ସବୁଠାରୁ କମ୍ ପ୍ରିମିୟମ ଦର ହେବ ।
  • ବଳକା ଭାର ସରକାରଙ୍କ ଦ୍ଵାରା ବହନ କରାଯିବ – ୯୦% ରୁ ଅଧିକ ହୋଇଥିଲେ ମଧ୍ୟ ।
  • ଖାଦ୍ୟାନ ଡାଲି, ତୈଳବୀଜ ଫସଲ ପାଇଁ ଏକ ଋତୁ, ଏକ ଦର ହେବ – ଜିଲ୍ଲାୱାରି ଏବଂ ଫସଲୱାରି ପୃଥକ-ପୃଥକ ଦରରୁ ଏବେ ମୁକ୍ତି  ମିଳିବ – ଖରିଫ : ମାତ୍ର ୨% ଓ ରବି : ମାତ୍ର ୧.୫ %
  • ସମ୍ପୂର୍ଣ୍ଣ  ସଂରକ୍ଷଣ ମିଳିବ – ବୀମା ଉପରେ କୌଣସି କ୍ୟାପିଂ ରହିବ ନାହିଁ ଏବଂ ଏହି କାରଣରୁ ଦାବି  ରାଶିରେ ହ୍ରାସ କିମ୍ବା କାଟ ମଧ୍ୟ କରାଯିବ  ନାହିଁ  ।
  • ପ୍ରଥମଥର ପାଇଁ ଜଳ କମିବାକୁ ସ୍ଥାନୀୟ ବିପଦ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଛି ।
  • ପ୍ରଥମ ଥର ପାଇଁ ସାରା ଦେଶରେ ଫସଲ ଅମଳ ପରେ ଘୂର୍ଣ୍ଣିବାତ୍ୟା ଏବଂ ଅସମୟ ବର୍ଷାର ବିପଦକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
  • ପ୍ରଥମ ଥର  ପାଇଁ ଠିକ୍ ଆକଳନ ଏବଂ ଶୀଘ୍ର ଦେୟ ପୈଠ ପାଇଁ ମୋବାଇଲ ଏବଂ ସାଟେଲାଇଟ୍  ଟେକ୍ନୋଲୋଜିର ବ୍ୟାପକ ଉପଯୋଗ ଜୋର୍ ଦିଆଯାଇଛି ।

ସକ୍ଷମ କୃଷକ, ସମୃଦ୍ଧ ଭାରତ

  • କୃଷକମାନଙ୍କ ପାଇଁ ସବୁଠାରୁ କମ୍ ବୀମା ଦର – ଏକ ଫସଲ –ଏକ ଦର (ଖରିଫ :୨ ପ୍ରତିଶତ, ରବି : ୧.୫ ପ୍ରତିଶତ, ବ୍ୟବସାୟିକ ଏବଂ ଉଦ୍ୟାନ କୃଷି ଫସଲ : ୫ ପ୍ରତିଶତ )
  • ପୂର୍ଣ୍ଣ ସୁରକ୍ଷା – ଦାବି ରାଶିରେ କୌଣସି ହ୍ରାସ କିମ୍ବା ଉଚ୍ଚତମ ସୀମା ନାହିଁ ।
  • ଆଖୁ ଚାଷୀଙ୍କ ପାଇଁ ପ୍ରଭାବୀ ନୀତିଗତ ନିଷ୍ପତ୍ତି – ବକେୟା ରାଶି ୨୧,୦୦୦ କୋଟିରୁ ହ୍ରାସ କରାଯାଇ ୨,୫୦୦ କୋଟି ଟଙ୍କା, ରପ୍ତାନି ଶୁଳ୍କ ବୃଦ୍ଧି, ଏଥେନଲ୍ ବ୍ଲେଣ୍ଡିଂରେ ୨୫୦ ପ୍ରତିଶତ ବୃଦ୍ଧି
  • ପ୍ରାକୃତିକ ବିପର୍ଯ୍ୟୟ ସହାୟତା ମାନଦଣ୍ଡ : କ୍ଷତିପୂରଣ ଦେଢଗୁଣ, ଯୋଗ୍ୟତା ୫୦ ପ୍ରତିଶତରୁ ହ୍ରାସ କରାଯାଇ ୩୩ ପ୍ରତିଶତ  କରାଯାଇଛି, ସରକାରୀ କ୍ରୟ ମାନବ କୋହଳ, ଋଣ ପରିଶୋଧ ଏବଂ ସମୟସୀମାରେ ପରିବର୍ତ୍ତନ, ଡିଜେଲରେ ସବ୍ ସିଡି ସହିତ ସବ୍ ସିଡିରେ ୫୦ ପ୍ରତିଶତ ବୃଦ୍ଧି ।
  • ଋଣ ପ୍ରାପ୍ତିକୁ ସହଜ କରିବା ପାଇଁ କୃଷି ଋଣ ସୀମା ବୃଦ୍ଧି କରି ୮.୫ ଲକ୍ଷ କୋଟି ଟଙ୍କା କରାଯାଇଛି ।
  • ବିଶ୍ଵ ବାଣିଜ୍ୟ ସଂଗଠନରେ କୃଷକଙ୍କ ଦୀର୍ଘକାଳୀନ ସ୍ଵାର୍ଥର ସୁରକ୍ଷା ।

ଅନ୍ତର୍ଭୁକ୍ତ କୃଷକ

ଋତୁ  ମଧ୍ୟରେ ଏକ  ବିଜ୍ଞପିତ  ଅଞ୍ଚଳର  ସମସ୍ତ  କୃଷକ  ବାଧ୍ୟତାମୂଳକ  ଭାବରେ  ଏହି  ଯୋଜନାରେ  ଅନ୍ତର୍ଭୁକ୍ତ  ହେବେ  । ଯୋଜନାରେ  ନାମ  ଅନ୍ତର୍ଭୁକ୍ତ  ପାଇଁ  । ବିଜ୍ଞପିତ  ଅଞ୍ଚଳର  ବିଜ୍ଞପିତ  ଫସଲ  ଯାହା  ପାଇଁ  ମାଲିକାନା  ସତ୍ତ୍ଵାଧିକାରୀ  । କୃଷକମାନେ  ବାଧ୍ୟତାମୂଳକ  ଭାବରେ  ନିମ୍ନଲିଖିତ  ସର୍ତ୍ତ  ପୂରଣ  କରୁଥିବେ   ।

  • ବିଜ୍ଞପିତ  ଅଞ୍ଚଳର  କୃଷକ  ଯାହାଙ୍କର  ଶସ୍ୟକରଣ  ଆକାଉଣ୍ଟ  ଥିବ / KCC ଆକାଉଣ୍ଟ  (ଋଣକର୍ତ୍ତା  କୃଷକ) ଯାହାକୁ  ଋଣ  ରାଶି  ଦିଆଯିବ  ।
  • ଅନ୍ୟ  କୃଷକ  ଯାହାକୁ  ସରକାର  ସ୍ଥିର  କରନ୍ତି  ।

ଉପରୋକ୍ତ ସର୍ତ୍ତ  ପୂରଣ  ନ କରୁଥିବା  କୃଷକ  ମାନଙ୍କୁ  ମଧ୍ୟ  ବେଳେବେଳେ  ସ୍ଵେଚ୍ଛାକୃତ  ଭାବରେ  ଅନ୍ତର୍ଭୁକ୍ତ  କରାଯାଏ   ।

ଯୋଜନାର  ଅନ୍ତର୍ଗତରେ  କ୍ଷତିର  ଆକଳନ

  • ଅମଳ  କ୍ଷତି (ବିଜ୍ଞପିତ  ଅଞ୍ଚଳର  ଅମଳ  ଶସ୍ୟ)
  • କୌଣସି  ପ୍ରତିରୋଧ ନ ହେବା  ପରି  ସମସ୍ୟା  ଦ୍ଵାରା  ଅମଳ  ଫସଲର   କ୍ଷତି  ହେବା, ପ୍ରାକୃତିକ  ଅଗ୍ନିକାଣ୍ଡ, ବିଜୁଳି  ବିତ୍ପାତ, ଝଡ, କୁଆପଥରଝଡ, ବାତ୍ୟା, ତୁଫାନ, ଘୂର୍ଣ୍ଣିଝଡ, ବନ୍ୟାର  ଆଶଙ୍କା, ଭୂସ୍ଖଳନ, ମରୁଡି, କୀଟନାଶକ, ରୋଗ ଇତ୍ୟାଦି  ଦ୍ଵାରା  କ୍ଷତିକୁ  ଆକଳନ  କରାଯାଏ   ।

  • ଯଦି  କୌଣସି  ବିଜ୍ଞପିତ  ଅଞ୍ଚଳର  ଚାଷୀ, ଶସ୍ୟର  ଗଛ ଦେଖାଇ  ପାରିବେ  ନାହିଁ,  କାରଣ  କୌଣସି  ପ୍ରାକୃତିକ  ବିପର୍ଯ୍ୟୟଯୋଗୁ  ସେ ମଞ୍ଜି  ବୁଣି  ପାରିନାହାନ୍ତି  ତେବେ  ସେ ବୀମା  ରାଶିର  ୨୫ ପ୍ରତିଶତ  ପାଇବେ   ।
  • ଯଦି  ଫସଲ  କଟା  ହେବା  ସମୟରେ  କିମ୍ବା  କଟା  ହୋଇ  କ୍ଷେତରେ  ପଡିଥିବା  ବେଳେ  କୌଣସି  ସମସ୍ୟା  ଯୋଗୁ  ଫସଲ  ନଷ୍ଟ  ହେଲେ,  ଚାଷୀକୁ  ବୀମା  ରାଶି  ମିଳିବ   ।
  • ଯଦି  କୌଣସି  ଜାଗାର  ସ୍ଥାନୀୟ  ସମସ୍ୟା  ଯେପରି ଭୂସ୍ଖଳନ  ଝଡ  ଇତ୍ୟାଦି  ପାଇଁ  ଫସଲ  ନଷ୍ଟ  ହୁଏ  ତେବେ  ଚାଷୀ କୁ  ବୀମା  ରାଶି  ମିଳିବ   ।

ଏହି ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ, କ୍ଲିକ କରନ୍ତୁ

ଆଧାର –"ନାବାର୍ଡ"

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate