অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ବୀମା

 

ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ (ଏଆଇସି) ର ବୀମା ଉତ୍ପାଦ

ଭାରତ ସରକାରଙ୍କ ପକ୍ଷରୁ ଏଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ (ଏଆଇସି) ସ୍ଥାପନା କରାଯ଼ାଇଛି . 2002-2003 ବିତ୍ତୀଯ ବର୍ଷର ସାଧାରଣ ବଜେଟରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ଭାଷଣରେ ଏ ସମ୍ପର୍କରେ ଘୋଷଣା କରିବା ପରେ ଏହି କମ୍ପାନୀର ସ୍ଥାପନା ହୋଇଥିଲା . ଅର୍ଥ ମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଯ଼େ ଚାଷୀ ମାନଙ୍କର ଆବଶ୍ୟକତା ପୂରଣ କରିବା ସହ ଦୀର୍ଘସ୍ଥାଯୀ ଚାଷ କ୍ଷେତ୍ର ପ୍ରସ୍ତୁତ କରିବା ଦିଗରେ ଅଗ୍ରସର ହେବା ପାଇଁ କୃଷି ବୀମା କର୍ପୋରେସନ ସ୍ଥାପନା କରିବାକୁ ପ୍ରସ୍ତାବ ଦିଆଯ଼ାଉଛି. .

ଏଆଇସି ନ୍ଯାସନାଲ ଏଗ୍ରିକଲଚରାଲ ଇନସୁରାନ୍ସ ସ୍କିମ (ଏନଏଆଇଏସ) ର କାର୍ଯ଼କାରିତା କୁ ନିଜ ନିୟନ୍ତ୍ରଣରେ ନେଇଥିଲା ଯ଼ାହା 2002-2003 ପୂର୍ବରୁ ଜେନେରାଲ ଇନସୁରାନ୍ସ କମ୍ପାନୀ ଦ୍ବାରା କାର୍ଯ଼କାରୀ କରାଯ଼ାଉଥିଲା କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ସମ୍ପର୍କିତ ଅନ୍ୟ ବୀମାକୁ ମଧ୍ୟ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆଇସି ବିନିମୟ କରିଥାଏ .

ବର୍ତମାନ ଏଆଇସି ଦ୍ବାରା ନିମ୍ନ ଲିଖିତ ଉତ୍ପାଦ ପ୍ରଦାନ କରାଯ଼ାଉଛି

  • ରାଷ୍ଟ୍ରୀୟ କୃଷି ବୀମା ଯ଼ୋଜନା
  • ଡବଲୁବିସିଆଇଏସ– ପାଣିପାଗ ଆଧାରିକ ଫସଲ ବୀମା ଯ଼ୋଜନା
  • ଏମଏନଏଆଇଏସ ମୋଡିଫାଏଡ ନ୍ଯାସନାଲ ଏଗ୍ରିକଲ୍ଚରାଲ ଇନସୁରାନ୍ସ ସ୍କିମ -
  • ବାଇଓ ଫୁଏଲ ପ୍ଲାଣ୍ଟ ଇନସୁରାନ୍ସ
  • କାର୍ଡମୋମ ପ୍ଲାଣ୍ଟ ଏଣ୍ଡ ଇଲ୍ଡ ଇନସୁରାନ୍ସ
  • କୋକୋନଟ ପାମ ଇନସୁରାନ୍ସ ସ୍କିମ (ସିପିଆଇଏସ)
  • ପପ ବୁଡ ଟ୍ରି ଇନସୁରାନ୍ସ ପଲିସି
  • ରେନ ଫଲ ଇନସୁରାନ୍ସ ସ୍କିମ ଫର କଫି ( ଆରଆଇସିଏସ) 2011
  • ରବର ପ୍ଲାଣ୍ଟେସନ ଇନସୁରାନ୍ସ
  • ବର୍ଷା ବୀମା ରେନ ଫଲ ଇନସୁରାନ୍ସ
  • ପାଣିପାଗ ବୀମା (ରବି)
  • ଡାଉନଲୋଡ ହୋଇ ପାରୁଥିବା ଫର୍ମ

    ଏଆଇସି ବେବସାଇଟରୁ ଉପରୋକ୍ତ ବୀମା ଉତ୍ପାଦର ଫର୍ମ ପାଇଁ ଏଠାରେ କ୍ଲିକ କରନ୍ତୁ

    ଗ୍ରିକଲଚର ଇନସୁରାନ୍ସ କମ୍ପାନୀ ଅଫ ଇଣ୍ଡିଆ ଲିମିଟେଡ

    ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା

    ଫସଲ ବୀମା ଯୋଜନାର ବିଶେଷତା :
    • କମ୍ ପ୍ରିମିୟମ୍
    • ୯୦ ପ୍ରତିଶତରୁ ଅଧିକ ହେବା ପରେ ମଧ୍ୟ ଶେଷ ଭାର ସରକାରଙ୍କ ଦ୍ଵାରା ବହନ କରାଯିବ ।
    • ଖାଦ୍ୟାନ୍ନ, ତୈଳବୀଜ ଓ ଡାଲି ଜାତୀୟ ଫସଲ ପାଇଁ ଗୋଟିଏ ଋତୁ, ଗୋଟିଏ ଦର ରହିବ- ଜିଲ୍ଲା ଭିତିକ ଓ ଫସଲ ଭିତିକ ଅଲଗା ଦରଠାରୁ ମୁକ୍ତି : ଖରିଫ୍- ୨ ପ୍ରତିଶତ, ରବି: ୧․୫ ପ୍ରତିଶତ
    • ସମ୍ପୂର୍ଣ ସଂରକ୍ଷଣ: ବୀମା ଉପରେ କୌଣସି କେପିଂ ହେବ ନାହିଂ ଆଉ ଏହି କାରଣରୁ ପ୍ରତିଶ୍ରୁତି ଅର୍ଥ ଉପରେ କମ୍ ବା କାଟ କରାଯିବ ନାହିଂ ।
    • ଜଳ ଭରଣା କୁ ସ୍ଥାନୀୟ ସମସ୍ୟା ମଧ୍ୟରେ ସାମିଲ କରାଯାଇଛି
    • ଫସଲ କଟାଇ ପରେ ବାତ୍ୟା ଏବଂ ଋତୁ ଅନୁଯାୟୀ ବର୍ଷା ନ ହେବା ସମସ୍ୟାକୁ ସାମିଲ ।
    • ସଠିକ ଆକଳନ ଓ ଶୀଘ୍ର ପୈଠ ପାଇଁ ମୋବାଇଲ ଓ ସେଟଲାଇଟ ଟେକ୍ନୋଲୋଜି ର ବ୍ୟାପକ ଉପଯୋଗ ଉପରେ ଗୁରୁତ୍ଵ ଦିଆଯାଉଛି ।

    ଆଗାମୀ ଖରିଫ ଫସଲ ମଧ୍ୟରେ ଏହି ଯୋଜନା ଲାଗୁ କାରାଯିବ । ଏହି ଯୋଜାନାରେ ନିଜକୁ ସାମିଲ କରାଇବା ସରଳ ଓ ଅଧିକ ସୁରକ୍ଷା ରହିଛି

    ସମ୍ପର୍କିତ ସମ୍ବଳ

    1. ଗ୍ରାମୀଣ ବୀମା ଯ଼ୋଜନା

    Last Modified : 11/18/2020



    © C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
    English to Hindi Transliterate