ଅଧିବେଶନ ୮.୪ |
ଶୁଖାଇବା ଏବଂ ବର୍ଗୀ କରଣ I |
ଉଦ୍ଦେଶ୍ୟ |
ଖାଦ୍ୟ ଶସ୍ୟର ସଠିକ ଶୁଖାଇବା ଏବଂ ବର୍ଗୀକରଣ କରିବାର ଉପଯୁକ୍ତ ପଦ୍ଧତ୍ତି ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I |
ପଦ୍ଧତି |
ବ୍ୟାଖ୍ୟାନ ଏବଂ ପୋଷ୍ଟର ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଶ୍ରେଣୀ କକ୍ଷ ଅଧିବେଶନର ବିଷୟବସ୍ତୁ ବିଷୟରେ ବୁଝାଇବେ I ଏହା ପରେ ସେମାନଙ୍କୁ ଚାଷୀର କ୍ଷେତକୁ ନେଇ ଏହାର ପ୍ରଦର୍ଶନ କରାଯିବ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ ଏବଂ ଶସ୍ୟ ଶୁଖାଇବା ପାଇଁ ବ୍ୟବହୃତ ହେଉଥିବା ଖୋଲା ସ୍ଥାନ I |
ଦରକାରୀ ସାମଗ୍ରୀ |
ତାର୍ପୋଲିନ, ଗୋବର, ଶସ୍ୟ, ପରିବା, ଫଳ, କାର୍ଡ ବୋର୍ଡ ଡବା I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ପ୍ରଦର୍ଶନ – ୬୦ ମିନିଟ୍ | |
ଶସ୍ୟ ଜାତୀୟ ଫସଲ ଅମଳ ହେଲା ପରେ, ବଜାରରେ ବିକ୍ରୟ କରିବା ପାଇଁ କିମ୍ବା ବିହନ ଭାବେ ବ୍ୟବହାର କରିବା ପାଇଁ ଏହାକୁ କିଛି ସମୟ ସଂରକ୍ଷଣ କରି ରଖିବା ଆବଶ୍ୟକ I ଶସ୍ୟ ସଂରକ୍ଷଣର ଅବଧି ଅମଳ ହେବା ସମୟରେ ଏହାର ଅବସ୍ଥା ଏବଂ ଏହାକୁ କେତେ ଶୁଖାଯାଇଛି (ଜଳୀୟ ଅଂଶ ମାତ୍ରା ବାହାର କରିବାକୁ) ତାହା ଉପରେ ନିର୍ଭର କରେ I ସେହିପରି ବଜାରରେ ଭଲ ଦର ପାଇବା ପାଇଁ ଫଳ ଓ ପରିବାକୁ ବର୍ଗୀ କରଣ କରିବା ଆବଶ୍ୟକ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭକରି ଏକତ୍ରିତ ହୋଇଥିବା ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ସେମାନେ କିପରିଭାବେ ଖାଦ୍ୟଶସ୍ୟକୁ ଶୁଖାଇଥାଆନ୍ତି I ଶସ୍ୟକୁ ଅଧିକ ସମୟ ପାଇଁ ସଂରକ୍ଷଣ କରିବାକୁ ଶସ୍ୟ ଶୁଖିଗଲା ପରି କିପରି ଭାବେ ଜାଣିବେ ଚାଷୀମାନଙ୍କୁ ଶିକ୍ଷା ଦେବା ଦରକାର I ସେହିପରି ଭାବେ ସେମାନଙ୍କୁ ପରିବା ଓ ଫଳ ଶ୍ରେଣୀକରଣ କରିବା ପାଇଁ ସଚେତନ କରିବା ଉଚିତ କାରଣ ଏହାଦ୍ୱାରା ସେମାନେ ବଜାରରେ ଭଲ ମୂଲ୍ୟ ପାଇପାରିବେ I ତେଣୁ ଅଂଶଗ୍ରହଣକାରୀମାନଙ୍କୁ ଏହି ଅଧିବେଶନର ମହତ୍ୱ ବିଷୟରେ ବୁଝାନ୍ତୁ I
ସୋପାନ -୨: ଶସ୍ୟକୁ କିପରି ଭାବେ ଶୁଖାଯାଏ: ଚାଷୀମାନଙ୍କୁ କୁହନ୍ତୁ ଯେ ଶସ୍ୟକୁ ଅମଳ ପରେ ଭଲଭାବରେ ଶୁଖାଇଲେ ଏହାର ବହୁତ ଅଧିକ ଲାଭ ମିଳିଥାଏ I ଧାନ, ମୁଗ, ବିରି, ହରଡ ଆଦି ଶସ୍ୟକୁ ଅମଳ ପରେ ଦୁଇ ରୁ ତିନି ଦିନ ଖରାରେ ଶୁଖାଇ ଜଳୀୟ ଅଂଶ ମାତ୍ରାକୁ ଶତକଡା ୯ ରୁ ୧୦ ଭାଗକୁ ଆଣିବା ଆବଶ୍ୟକ I ଶସ୍ୟରେ ଜଳୀୟ ଅଂଶ ମାତ୍ରାକୁ ଜାଣିବା କଷ୍ଟକର ହୋଇଥାଏ I ତେଣୁ ଶସ୍ୟକୁ ଏକ ଖୋଲା ଜାଗାରେ ଖରାରେ ଶୁଖାଇବା ଉଚିତ I ଯେଉଁଠାରେ ଶସ୍ୟକୁ ଶୁଖାଯାଉଥାଏ, ସେଠାରେ ଏକ କିଲୋଗ୍ରାମ ଶସ୍ୟ ସକାଳେ ଅଲଗାଭାବେ ଶୁଖାନ୍ତୁ I ସନ୍ଧ୍ୟାରେ ଏହାକୁ ଓଜନ କରି ଦେଖନ୍ତୁ ଯେ ଜଳୀୟ ଅଂଶ ବାଷ୍ପୀକରଣ କାରଣରୁ କିଛି ଓଜନ ହ୍ରାସ ହୋଇ ଅଛି କି ? ଏହି ପ୍ରକ୍ରିୟାକୁ ପ୍ରତିଦିନ ପୁନରାବୃତ୍ତି କରିବା ଆବଶ୍ୟକ ଯେ ପର୍ଯ୍ୟନ୍ତ ଆଉ ଅଧିକ ଓଜନ ହ୍ରାସ ହେବାର ଲକ୍ଷଣ ଦୃଶ୍ୟମାନ ନ ହୁଏ I ଏହାପରେ ଆଉ ଅଧିକ ଶୁଖାଇବା ଆବଶ୍ୟକ ହୁଏ ନାହିଁ I ଯେଉଁ ଚଟାଣରେ ଶୁଖାଇବା ପାଇଁ ବ୍ୟବହାର କରା ଯାଉଥିବ, ଏହା ଆଦ୍ର ହେବା ଉଚିତ ନୁହେଁ I ଶସ୍ୟକୁ ଉପର ତଳ କରି ନିୟମିତ ଭାବେ ଘାଣ୍ଟିବା ଆବଶ୍ୟକ ଯେପରିକି ସବୁ ଶସ୍ୟ ଖରାରେ ଭଲଭାବେ ଶୁଖି ପାରିବ I ଏକ ଲମ୍ବା ଫାଉଡା ବ୍ୟବହାର କରି ଚାଷୀମାନଙ୍କୁ ଦେଖାନ୍ତୁ ସବୁ ଦାନାକୁ ଘାଣ୍ଟି କିପରି ଭାବେ ଖରାରେ ଶୁଖାଯାଏ I ଯେଉଁ ଚଟାଣ ଶୁଖାଇବା ପାଇଁ ବ୍ୟବହାର କରାଯାଏ, ତାହାକୁ ସିମେଣ୍ଟ କିମ୍ବା ଗୋବର ପାଣିରେ ଘଷି ଆବୃତ କରନ୍ତୁ I (ଗୋବର ପାଣି ପ୍ରସ୍ତୁତ କରି ଚଟାଣର ସବୁ ଗର୍ତ୍ତକୁ କିପରି ଭାବେ ବନ୍ଦ କରାଯାଏ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ ଆଉ କୁହନ୍ତୁ ଯେ ଏହାଦ୍ୱାରା ଛୋଟ ପୋକଜୋକ ଶସ୍ୟକୁ ସଂକ୍ରମଣ କରି ପାରି ନ ଥାନ୍ତି ) I ଯେଉଁ ଚଟାଣରେ ଶସ୍ୟ ଶୁଖାଯାଉଥାଏ ତାହାଉପରେ କୌଣସି ପ୍ରକାର ଫାଙ୍କ କିମ୍ବା ଗର୍ତ୍ତ ରହିବା ଉଚିତ ନୁହେଁ I
ସୋପାନ -୩: ବର୍ଗୀକରଣ କିପରି କରାଯାଏ: ଫଳ ଏବଂ ପନିପରିବା କ୍ଷେତ୍ରରେ ବର୍ଗୀକରଣ ଅମଳ କରିବାର ଯଥା ଶୀଘ୍ର କରିବା ଉଚିତ I ବର୍ଗୀକରଣଦ୍ୱାରା "ବଡ ଠାରୁ ଛୋଟ ଦାନା " ଏବଂ "କଞ୍ଚା ଫଳ ଠାରୁ ପାକଳ ଫଳ"କୁ ଅଲଗା କରାଯାଇଥାଏ I ଚାଷୀମାନଙ୍କୁ ପରାମର୍ଶ ଦିଅନ୍ତୁ ଯେ, ବର୍ଗୀକରଣ କଲେ ବଜାରରେ ଭଲ ମୂଲ୍ୟ ମିଳିଥାଏ I ଫଳ ଓ ପନିପରିବା ବର୍ଗୀକରଣ କରିବା ପାଇଁ ଚାଷୀମାନେ ନିମ୍ନ ଲିଖିତ ପ୍ରକ୍ରିୟା କରିବା ଉଚିତ:
ସୋପାନ -୪: ପ୍ୟାକିଙ୍ଗ କରିବା ସମୟରେ ସତର୍କତା: ଚାଷୀମାନେ ଜାଣିବା ଉଚିତ ଯେ ଫଳ ଏବଂ ପନିପରିବା ପ୍ୟାକିଙ୍ଗ୍ କରିବା ପାଇଁ ଅନେକ ଗୁଡିଏ ସତର୍କତା ଅବଲମ୍ବନ କରିବା ଉଚିତ I ସାଧାରଣତଃ ଫଳ ଏବଂ ପନିପରିବାକୁ ଦୂର ବଜାରକୁ ବିକ୍ରୟ ପାଇଁ ପଠାଇବା ପୂର୍ବରୁ ଏହାକୁ ବିଲଉପରେ ବର୍ଗୀକରଣ କରାଯାଇଥାଏ I ଏହାକୁ କାର୍ଡ ବୋର୍ଡ, କାଠ କିମ୍ବା ପ୍ଲାଷ୍ଟିକ ବାକ୍ସରେ ପ୍ୟାକିଙ୍ଗ୍ କରାଯାଇଥାଏ I (ଆପଣ ସାଙ୍ଗରେ ଆଣିଥିବା କିଛି କାର୍ଡ ବୋର୍ଡ ବାକ୍ସକୁ ଚାଷୀମାନଙ୍କୁ ଦେଖାନ୍ତୁ I ଏହାଭିତରେ ଥିବା ଫଳ ପାଇଁ ବାୟୁ ସଞ୍ଚାଳନ କରିବାକୁ ବାକ୍ସ ଉପରେ କିପରି ଭାବେ ଛୋଟ ଛୋଟ କଣା କରାଯାଏ ଅଂଶଗ୍ରହଣକାରୀମାନଙ୍କୁ ଦେଖାନ୍ତୁ) I ଗୋଟିଏ ବାକ୍ସ ଉପରେ ଆଉ ଗୋଟିଏ ବାକ୍ସକୁ ରଖନ୍ତୁ ନାହିଁ କାରଣ ଏହା ତଳ ବାକ୍ସରେ ଥିବା ଫଲସବୁକୁ ନଷ୍ଟ କରିଦେଇପାରେ I ପରିବହନ ସମୟରେ ଯତ୍ନ ନେବା ଉଚିତ ଯେ ଅତ୍ୟଧିକ ଉତ୍ତାପ କିମ୍ବା ଆର୍ଦ୍ରତା କାରଣରୁ ଫଳ ଏବଂ ପନିପରିବା ସବୁ ପଚି ନ ଯାଏ I
ସୋପାନ -୫: ଶୁଖାଇବା ଏବଂ ବର୍ଗୀ କରଣ କରିବାର ଉପାଦେୟତା: ଚାଷୀମାନଙ୍କୁ ଶୁଖାଇବା ଏବଂ ବର୍ଗୀକରଣର ମହତ୍ୱ ବିଷୟରେ ବୁଝାନ୍ତୁ ଏବଂ ସେମାନଙ୍କୁ ଏହାର ପ୍ରକ୍ରିୟା ବିଷୟରେ ବୁଝାନ୍ତୁ I ଉତ୍ପାଦ ଭଲ ଭାବରେ ଶୁଖିଥିବା କାରଣରୁ ଏହା ରୋଗ ପୋକ ଆକ୍ରମଣରୁ କମ ସଂକ୍ରମିତ ହୋଇଥାଏ ଏବଂ ଅଧିକ ସମୟ ପାଇଁ ଏହାକୁ ସଂରକ୍ଷଣ କରି ରଖାଯାଇ ପାରିବ I ବର୍ଗୀକରଣ କରିବା ଦ୍ୱାରା ଚାଷୀମାନେ ବଜାରରେ ଉତ୍ତମ ମୂଲ୍ୟ ପାଇଥାଆନ୍ତି I ସଠିକ ପ୍ୟାକିଙ୍ଗ୍ କରିବା ଫଳରେ କୃଷି ଜନିତ ଉତ୍ପାଦ ନଷ୍ଟ ହୋଇ ନ ଥାଏ କିମ୍ବା ପରିବହନ ସମୟରେ ପଚି ଯାଇ ନ ଥାଏ I
ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ଶୁଖାଇବା, ବର୍ଗୀକରଣ କରିବା ଏବଂ ପ୍ୟାକିଙ୍ଗ୍ ବିଷୟରେ ବୁଝିଛନ୍ତି ନା ନାହିଁ I ଏହି ତିନିଗୋଟି ପ୍ରକ୍ରିୟାର ମହତ୍ୱ ସେମାନଙ୍କୁ ବୁଝାଇବା ସହ କୁହନ୍ତୁ ଯେ ସେମାନେ ଏହି ପ୍ରକ୍ରିୟା ଆଦୃତ କଲେ ନିଜ କୃଷି ଉତ୍ପାଦ ପାଇଁ ବଜାରରେ ଉତ୍ତମ ଦର ପାଇ ପାରିବେ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020