ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ (ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର)
ଅଧିବେଶନ ୭.୩
|
ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର କରିବା ସମୟରେ ଏହା “କରନ୍ତୁ ଓ କରନ୍ତୁ ନାହିଁ” I
|
ଉଦ୍ଦେଶ୍ୟ
|
ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଚାଷୀମାନଙ୍କ ସଚେତନତା ସ୍ତରକୁ ବଢାଇବା ସହ ଗ୍ରାମୀଣ ବଜାରରେ ପ୍ରଚଳିତ ଥିବା ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ ବିଷୟରେ ଚାଷୀମାନଙ୍କୁ ସମ୍ବେଦନଶୀଳ କରିବା I
|
ପଦ୍ଧତି
|
ସିଆରପିମାନେ ସଚିତ୍ର ପ୍ରଚାର-ପ୍ରସାର ସାମଗ୍ରୀ ସାହାଯ୍ୟରେ "ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ " ବିଷୟରେ ବୁଝାଇବେ ଏବଂ ଏହାପରେ "ନିଷ୍ପକ୍ଷ ବ୍ୟବସାୟ ଅଭ୍ୟାସ" ବିଷୟରେ କେୟାର ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏକ ଫିଲ୍ମ ପ୍ରଦର୍ଶନ କରିବେ I
|
ଅଂଶଗ୍ରହଣକାରୀ
|
କୃଷିକାର୍ଯ୍ୟ କରୁଥିବା ସ୍ୱୟଂ ସହାୟକ ଦଳ ଓ ସମୁଦାୟର ମହିଳା ସଦସ୍ୟା ତଥା ପରିବାରର ପୁରୁଷ ମାନେ I
|
ସଭା ସ୍ଥାନ
|
ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I
|
ଦରକାରୀ ସାମଗ୍ରୀ
|
ପୋଷ୍ଟର, ଫିଲ୍ମ ପ୍ରୋଜେକ୍ଟର ଏବଂ ଇଲେକ୍ଟ୍ରୋନିକ୍ ତରାଜୁ I
|
ସମୟସୀମା
|
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ – ୨୦ ମିନିଟ୍ |
|
ପୃଷ୍ଠଭୁମୀ
ଏହି ଅଧିବେଶନରେ ଓଜନ କରିବା ପାଇଁ ବିଭିନ୍ନ ପ୍ରକାର ତରାଜୁ ବିଷୟରେ ଆଲୋଚନା କରାଯାଇଛି, ଯଥା ଇଲେକ୍ଟ୍ରୋନିକ୍ ତରାଜୁ ଯାହା ଗ୍ରାମୀଣ ବଜାରରେ ଦିନକୁ ଦିନ ଲୋକପ୍ରିୟ ହେଉଛି I ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଇଲେକ୍ଟ୍ରୋନିକ୍ ଓଜନକରିବା ମେସିନର କାର୍ଯକାରିତା ବିଷୟରେ ଶିକ୍ଷାଦାନ କରିବ I
ସୋପାନ-ପର-ସୋପାନ କାର୍ଯ୍ୟକ୍ରମ
ସୋପାନ -୧ : ପ୍ରାରମ୍ଭିକ ଅଭ୍ୟାସ : ଏହି ସମୟ ପର୍ଯ୍ୟନ୍ତ ଚାଷୀମାନେ ଗ୍ରାମୀଣ ବଜାରରେ ଘଟୁଥିବା ବିଭିନ୍ନ ଅସାଧୁ ବ୍ୟାପାର ଅଭ୍ୟାସ ବିଷୟରେ ଏକ ସାଧାରଣ ଧାରଣା ପାଇଯାଇଥିବେ ଏବଂ ଏଥିରୁ ଉପୁଜୁଥିବା କ୍ଷତିକୁ କମ କରିବା ପାଇଁ ଉପାୟସବୁ ବିଷୟରେ ମଧ୍ୟ ସେମାନଙ୍କର ଏକ ଅବଧାରଣା ହୋଇଥିବ I ଆଲୋଚନାକୁ ଆରମ୍ଭ କରି ଚାଷୀମାନଙ୍କୁ ପଚାରନ୍ତୁ ଯେ ଆଜିକାଲି ବ୍ୟାପାରୀମାନେ ବ୍ୟବହାର କରୁଥିବା ଇଲେକ୍ଟ୍ରୋନିକ୍ ତରାଜୁ ବିଷୟରେ ସେମାନଙ୍କର ଅନୁଭୁତି କ'ଣ I
ସୋପାନ - ୨ : ଇଲେକ୍ଟ୍ରୋନିକ୍ ତରାଜୁ କିପରି ବ୍ୟବହାର କରିବେ (“କରନ୍ତୁ” ଓ “କରନ୍ତୁ ନାହିଁ”): ଇଲେକ୍ଟ୍ରୋନିକ୍ ତରାଜୁ ବ୍ୟବହାର କରିବା ସମୟରେ ବିଭିନ୍ନ ସାବଧାନତା ଅବଲମ୍ବନ କରିବା ବିଷୟରେ ତଳେ ଉଲ୍ଲେଖ କରାଯାଇଛି I ଅଧିବେଶନ ସଞ୍ଚାଳନ କରିବା ସମୟରେ ଏକ ଇଲେକ୍ଟ୍ରୋନିକ୍ ତରାଜୁକୁ ପ୍ରଦର୍ଶନ କରନ୍ତୁ କାରଣ ଏହାଦ୍ୱାରା ଅଂଶଗ୍ରହଣକାରୀ ଏହି ତରାଜୁ ସମ୍ବନ୍ଧରେ ଅଧିକ ଧାରଣା ପାଇବେ I
- ଜିନିଷ ଓଜନ କରିବା ପୁର୍ବରୁ ଓଜନ ଦର୍ଶାଉଥିବା ଜାଗାରେ ଶୁନ୍ୟ (୦) ଥିବା ସୁନିଶ୍ଚିତ କରନ୍ତୁ : ଓଜନ ଦର୍ଶାଉଥିବା ଜାଗାକୁ ଦେଖନ୍ତୁ ଏବଂ ସୁନିଶ୍ଚିତ କରନ୍ତୁ ଏହା ଶୁନ୍ୟ (୦)ରୁ ଆରମ୍ଭ ହୋଇଅଛି I ଅନ୍ୟଥା ବ୍ୟପାରୀକୁ ଟାରେ ବଟନକୁ ଦବାଇ ଓଜନ ପ୍ରଦର୍ଶନ ଜାଗାରେ ଶୁନ୍ୟ (୦) ଦେଖାଇବାକୁ କୁହନ୍ତୁ I
- ଆପଣ ତରାଜୁକୁ ସ୍ପଷ୍ଟ ଭାବେ ଦେଖିପାରୁଥିବା ଦରକାର : ସୁନିଶ୍ଚିତ କରନ୍ତୁ କି ପ୍ରଦର୍ଶନ ଯନ୍ତ୍ରଟି ସ୍ପଷ୍ଟ ଭାବରେ ଆପଣଙ୍କୁ ଦେଖା ଯାଉଛି I ପୋଷ୍ଟରରେ ଦେଖାଯାଇଥିବା ପରି ବେଳେ ବେଳେ ତରାଜୁର ପ୍ରଦର୍ଶନ ଯନ୍ତ୍ରରେ ଅଙ୍କସବୁ ଠିକ ଭାବେ ଦେଖାଯାଇ ନ ଥାଏ I
- ଓଜନ କରିବା ପୁର୍ବରୁ, ଏହା ଉପରେ ବାସ୍ତବିକ ଓଜନ ରଖି ତରାଜୁର ସଠିକତାକୁ ଯାଞ୍ଚ କରନ୍ତୁ: ଓଜନ କରିବା ପୁର୍ବରୁ ଏବଂ ମଝିରେ ତରାଜୁର ଅନୁସଂଶୋଧନ କରିବା ବାଧ୍ୟତାମୂଳକ I ତରାଜୁର ସଠିକତା ଜାଣିବା ପାଇଁ ଏହାର ମୂଳଭିତ୍ତି ଉପରେ ପରୀକ୍ଷା ମୂଳକ ଭାବେ କିଛି ଓଜନ ରଖନ୍ତୁ I ୩୦ ରୁ ୪୦ ବସ୍ତା ନିରନ୍ତର ଭାବେ ଓଜନ କରି ସାରିବା ପରେ ଏହି ଅନୁସଂଶୋଧନ ପ୍ରକ୍ରିୟାର ପୁନରାବୃତ୍ତି କରନ୍ତୁ I
- ସବୁବେଳେ ବ୍ୟପାରୀକୁ ଗ୍ରାମ ଓଜନକୁ ମଧ୍ୟ ବିଚାରକୁ ନେବାପାଇଁ ଜୋର ଦିଅନ୍ତୁ : ଓଜନିଆ ବସ୍ତା ଓଜନ କଲାବେଳେ ଅନେକ ସମୟରେ ବ୍ୟପାରୀମାନେ ଗ୍ରାମରେ ଥିବା ଓଜନକୁ ବିଚାରକୁ ନିଅନ୍ତି ନାହିଁ I ଏହି ଗ୍ରାମ ଓଜନକୁ ବିଚାରକୁ ନ ନେବା ଫଳରେ ଚାଷୀମାନେ କିଛି ପରିମାଣର ଉତ୍ପାଦର ମୁଲ୍ୟର କ୍ଷତି ସହନ୍ତି I ଉତ୍ପାଦର ସଠିକ ମୁଲ୍ୟାଙ୍କନ କରିବା ପାଇଁ ଏହାର ଯଥାର୍ଥ ଓଜନ କରିବା ମହତ୍ୱପୂର୍ଣ୍ଣ I ଉଦାହରଣ ସ୍ୱରୁପ ଯଦି ଓଜନ ୨୨ କେ.ଜି. ଏବଂ ୪୦୦ ଗ୍ରାମ ଦର୍ଶାଉଥାଏ, ସେମାନେ ଏହାକୁ ୨୨ କେ.ଜି.ରେ ପୁର୍ନାଙ୍କ କରିଦିଅନ୍ତି ଯାହାକୁ ଅନୁମତି ଦେବା ଉଚିତ ନୁହେଁ I
- ତରାଜୁର ପ୍ରଦର୍ଶନ ଯନ୍ତ୍ର ସ୍ଥିର ରହିଲା ପରେ ବସ୍ତାକୁ ତରାଜୁ ଉପରୁ କାଢନ୍ତୁ : ବସ୍ତାକୁ ଇଲେକ୍ଟ୍ରୋନିକ୍ ତରାଜୁ ଉପରେ ରଖିଲାବେଳେ ଓଜନ ସୂଚକ କଣ୍ଟା କିଛି ସମୟ ଦୋଳାୟମାନ ହେଉଥାଏ I ଯେତେବେଳେ ଏହା ସ୍ଥିର ହୋଇ ରହିଯିବ, ସେତେବେଳେ ଓଜନ ରେକର୍ଡ କରନ୍ତୁ I ଅଙ୍କଗୁଡିକର ଦୋଳାୟମାନ ଅବସ୍ଥାରେ ବସ୍ତାକୁ ବାହାର କରିଦେଲେ ପ୍ରକୃତ ଓଜନକୁ ଜାଣିବା କଷ୍ଟକର ହୋଇଥାଏ I ତେଣୁ ସଠିକ ଓଜନ ଜାଣିବା ପାଇଁ ସବୁତକ ଅଙ୍କ ସ୍ଥିର ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତI
- ଅଧିକ ବସ୍ତା ଓଜନ କରିବାକୁ ଥିଲେ ପ୍ରତ୍ୟେକ ବସ୍ତାର ଓଜନକୁ ଲେଖି ରଖନ୍ତୁ :ଯେତେବେଳେ ଚାଷୀମାନେ ଅଧିକ ସଂଖ୍ୟାରେ ବସ୍ତାଭର୍ତ୍ତୀ ଉତ୍ପାଦ ବିକ୍ରୟ କରିବା ପ୍ରକ୍ରିୟାରେ ଥାଆନ୍ତି, ପ୍ରତ୍ୟେକ ବସ୍ତାର ଓଜନକୁ ମନେରଖି ଉତ୍ପାଦର ମୋଟ ପରିମାଣ ହିସାବ କରିବା କଠିନ ହୋଇଥାଏ I ତେଣୁ ମୋଟ ପରିମାଣ ଜାଣିବା ପାଇଁ ପ୍ରତ୍ୟେକ ବସ୍ତାକୁ ଓଜନ କରିସାରିବା ପରେ ଏହାର ଓଜନ ଲେଖି ରଖିବା ଦରକାର I
ଉପସଂହାର
ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ଏହି ତରାଜୁକୁ ବ୍ୟବହାର କରିବା ସମୟରେ କିଛି ଖରାପ ଅନୁଭୁତି ଅଛି କି ? ଏହାସହ ଏହି ତରାଜୁର ପ୍ରାମାଣିକତା ବିଷୟରେ ଅଂଶଗ୍ରହଣକାରୀମାନଙ୍କର କିଛି ସନ୍ଦେହ ଥିଲେ ତାହାର ସମାଧାନ କରନ୍ତୁ I
ଆଧାର – ପୋର୍ଟାଲ ଟିମ
Last Modified : 8/8/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.