অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମକାର ଏଫ୍.ଏ.କ୍ୟୁ. (FAQ) ମାନ

ଅଧିବେଶନ ୨.୨

ମକାର ଏଫ୍.ଏ.କ୍ୟୁ. (FAQ) ମାନ I

ଉଦ୍ଦେଶ୍ୟ

ଚାଷୀମାନଙ୍କୁ ଏଫ୍.ଏ.କ୍ୟୁ. (FAQ) ମାନ ବିଷୟରେ ସଚେତନ କରିବା I

ପଦ୍ଧତି

ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଧାନ ଶସ୍ୟର ଉତ୍ତମ ଦର ପାଇବା ପାଇଁ ଏହାର କିଛି ଗୁଣବତ୍ତାର ମାନକୁ ବଜାୟ ରଖିବାର ଆବଶ୍ୟକତା ଉପରେ ବ୍ୟାଖ୍ୟାନ ଏବଂ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ଏହାପରେ ଏହି ସମ୍ବନ୍ଧୀୟ ଏକ ଫିଲ୍ମ ପ୍ରଦର୍ଶନ କରାଯିବ I

ଅଂଶଗ୍ରହଣକାରୀ

ମକାଚାଷ କରୁଥିବା ମହିଳା ଚାଷୀ ଓ ସେମାନଙ୍କ ପରିବାରର ପୁରୁଷମାନେ କିମ୍ବା ଯେଉଁମାନେ ମକାଚାଷ କରିବାକୁ ଇଛୁକ I

ସଭା ସ୍ଥାନ

ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ I

ଦରକାରୀ ସାମଗ୍ରୀ

ପୋଷ୍ଟର ଓ କେୟାର ଇଣ୍ଡିଆ ଦ୍ୱାରା ଉତ୍ପାଦ ଗୁଣବତ୍ତା ବିଷୟରେ ପ୍ରସ୍ତୁତ କରାଯାଇଥିବା ଫିଲ୍ମ ପ୍ରଦର୍ଶନ କରିବା ପାଇଁ ଫିଲ୍ମ ପ୍ରୋଜେକ୍ଟର ଓ ଅନ୍ୟାନ୍ୟ ସରଞ୍ଜାମ I

ସମୟସୀମା

ଶ୍ରେଣୀ କକ୍ଷ ଅଧିବେଶନ- ୩୦ ମିନିଟ୍ | ଫିଲ୍ମ ପ୍ରଦର୍ଶନ –୫୦ ମିନିଟ୍ |

ପୃଷ୍ଠଭୁମୀ

ବଜାରରେ ଚାଷୀମାନେ ସେମାନଙ୍କ ଉତ୍ପାଦ ପାଇଁ କମ୍ ଦାମ ପାଇବାର ଅନେକ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଉତ୍ପାଦର ଖରାପ ମାନ I ଚାଷୀମାନେ ମକାର ଗୁଣବତ୍ତାର ମାନକୁ ବଜାୟ ରଖିବା ଦ୍ୱାରା ବଜାରରେ କିପରି ଏକ ଉତ୍ତମ ଦାମ ମିଳିଥାଏ ସେହି ବିଷୟରେ ଏହି ପ୍ରଶିକ୍ଷଣ ଟୁଲ୍ ଚାଷୀମାନଙ୍କୁ ଶିକ୍ଷାଦାନ କରିବ I

ସୋପାନ-ପର-ସୋପାନ କାର୍ଯ୍ୟକ୍ରମ

ସୋପାନ- ୧: ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ କି ସେମାନେ ବଳକା ଉତ୍ପାଦକୁ ବଜାରରେ ବିକ୍ରୟ କରନ୍ତିକି, ଯଦି କରୁଥାନ୍ତି ତେବେ ସେମାନେ ଏଥିପାଇଁ ଉଚିତ ଦର ପାଇଥାଆନ୍ତି କି ? ଯଦି ସେମାନେ ପାଉଥିବା ମୂଲ୍ୟ ଉପରେ ସନ୍ତୁଷ୍ଟ ନାହାନ୍ତି, ତେବେ ଉପଯୁକ୍ତ ମୂଲ୍ୟ ନ ପାଇବାର କାରଣ ବିଷୟରେ ସଚେତନ ଅଛନ୍ତି କି ? ଏହା ମଧ୍ୟ ପଚାରନ୍ତୁ କି ବଜାରରୁ ଉଚିତ ଦର ପାଇବା ପାଇଁ ସେମାନେ ଉତ୍ପାଦର କିଛି ଗୁଣବତ୍ତାର ମାନକୁ ବଜାୟ ରଖିବାର ଆବଶ୍ୟକତା ବିଷୟରେ ସଚେତନ ଅଛନ୍ତି କି ?

ସୋପାନ - ୨ :ଉତ୍ତମମାନ ଥିବା ଶସ୍ୟର ଗୁଣ : ପୋଷ୍ଟରକୁ ଦେଖାଇ ଚାଷୀମାନଙ୍କୁ ବୁଝାନ୍ତୁ ଯେ ବଜାରରେ କମ ଦର ପାଇବାର ମୁଖ୍ୟ କାରଣ ହେଇଛି ଉତ୍ପାଦର ଖରାପ ମାନ I ମକା ମୁଲ୍ୟ ନିର୍ଦ୍ଧାରଣ ପାଇଁ ଅନେକ ଦିଗ ଅଛି ଏବଂ ଏହି ସବୁ ଦିଗକୁ ବିଚାରକୁ ନେଇ ଦର ଦିଆଯାଇଥାଏ I ଏହାସବୁ ହେଲା ଶସ୍ୟର ପ୍ରକାର, ଗୋଟାଳିଆତା, ରୂପ ଓ ଆକାର, ରଙ୍ଗ, ବାହ୍ୟ ବସ୍ତୁର ଉପସ୍ଥିତି, ନଷ୍ଟ ହୋଇଯାଇଥିବା ଦାନା, ଭଙ୍ଗା ଦାନା, ନିମ୍ନ ମାନର ଶସ୍ୟର ଅପମିଶ୍ରଣ, ଆର୍ଦ୍ରତା, ସଂଦୂଷିତ ପଦାର୍ଥ ଇତ୍ୟାଦି I ମକାର ଗୁଣବତ୍ତାର ମାନ ବିଭିନ୍ନ ଉଦ୍ୟୋଗର ଆବଶ୍ୟକତା ଉପରେ ନିର୍ଭର କରିଥାଏ ଯେଉଁମାନେ ମକାକୁ ବିଭିନ୍ନ ପ୍ରକାର ଉତ୍ପାଦ ପାଇଁ ପ୍ରକ୍ରିୟାକରଣ କରିଥାନ୍ତି I

ସୋପାନ - ୩ : ମକାର ଫେଆର ଆଭରେଜ କ୍ୱାଲିଟି (ଏଫ୍.ଏ.କ୍ୟୁ.) ମାନଦଣ୍ଡ : ପୋଷ୍ଟରକୁ ଦେଖାଇ ଗୁଣବତ୍ତାର ମାନଦଣ୍ଡ ବିଷୟରେ ଦେଖାନ୍ତୁ ଏବଂ ଅଂଶଗ୍ରହଣକାରୀମାନଙ୍କୁ ବୁଝାନ୍ତୁ ମକାପାଇଁ କେଉଁସବୁ ଗୁଣବତ୍ତାର ମାନଦଣ୍ଡ ସବୁକୁ ବଜାୟ ରଖିବା ଆବଶ୍ୟକ I ତଳେ କୁକୁଡା ଉଦ୍ୟୋଗର ଆବଶ୍ୟକତା ଅନୁଯାୟୀ ଏଫ୍.ଏ.କ୍ୟୁ. ମାନଦଣ୍ଡ ଦିଆଯାଇଛି କାରଣ ଓଡିଶା ବଜାରର ଅଧିକାଂସ ମକା କୁକୁଡା ଖାଦ୍ୟ ଉଦ୍ୟୋଗରେ ବ୍ୟବହୃତ ହୋଇଥାଏ I

କ୍ର.ନଂ.

ଅପବର୍ତ୍ତନ (Refractions)

ମାନଦଣ୍ଡ ସାରଣୀ

ଅଧିକତମ ଅନୁମତିଯୋଗ୍ୟ ସୀମା (%)

ଭଙ୍ଗା ଦାନା

ନିଦା ଦାନା ଯାହାର ଆକାର ଏକ ଗୋଟା ଦାନାର ଆକାରରୁ ତିନି ଚତୁର୍ଥାଂଶ ଠାରୁ ବି କମ ହୋଇଥାଏ I ଖରାପ ଅମଳ-ପରବର୍ତ୍ତୀ ଅଭ୍ୟାସ ଯେପରିକି ମଞ୍ଜି ଛଡେଇବା ବା ପିଟିବା ସମୟରେ ଅଧିକାଂଶ ଦାନା ଭାଙ୍ଗିଥାଏ I

୨%

ଅପରିପକ୍ୱ, ବଙ୍କା ଓ ସୁକୁଟି ଯାଇଥିବା ଶସ୍ୟ

ମଞ୍ଜିସବୁ ସମ୍ପୁର୍ଣରୂପେ ବିକଶିତ ହୋଇ ନ ଥାଏ, ସମ୍ପୁର୍ଣ ପାକଳ ହୋଇ ନ ଥାଏ I

୧%

ନଷ୍ଟ ହୋଇଯାଇଥିବା କୀଟପତଙ୍ଗ ସଂକ୍ରମିତ

ଯେଉଁ ଦାନାସବୁ ଗଜା ହୋଇଯାଇଛି କିମ୍ବା କିମ୍ବା ଉତ୍ତାପ, ଆର୍ଦ୍ରତା, ପାଗ ଅଥବା ଅଣୁଜୀବଙ୍କଦ୍ୱାରା ଭିତରୁ ନଷ୍ଟ ହୋଇ ଯାଇଛି I ପୋକଜୋକ ଲାଗି ନଷ୍ଟ ହୋଇଥିବା ଦାନାରେ ସେମାନେ କଣାକରି ଦାନାକୁ ଫମ୍ପା କରିଦେଇଥାଆନ୍ତି I

୧%

ନିମ୍ନ ମାନ/ରଙ୍ଗର ଅପମିଶ୍ରଣ

ନିମ୍ନ ମାନ/ଆକାରର ଦାନା ଯାହା ଖରାପ ହୋଇ ରଙ୍ଗ ବଦଳି ଯାଇଛି I

୨%

ବାହ୍ୟ ପଦାର୍ଥ (ଅଣଜୈବିକ)

ଅଜୈବ ପଦାର୍ଥ ମଧ୍ୟରେ ବାଲି, ଗୋଡି, ମଇଳା, କ୍ଷୁଦ୍ର ପଥର ଗୋଲି, ପଥର, କାଚ ଓ ଧାତୁ ଖଣ୍ଡ, ମାଟି ଢେଲା ଓ କାଦୁଅ ଅନ୍ତର୍ଭୁକ୍ତ I

୧%

ବାହ୍ୟ ପଦାର୍ଥ (ଜୈବିକ)

ଜୈବିକ ପଦାର୍ଥ ମଧ୍ୟରେ ଚଷୁ, କୁଟା, ପାଳ, ଘାସ ମଞ୍ଜି ଏବଂ ଅନ୍ୟାନ୍ୟ ଖାଇବା ଯୋଗ୍ୟ ଶସ୍ୟ ଅନର୍ଭୁକ୍ତ I

୧%

ଫିମ୍ପି ଲାଗିଥିବା ଦାନା

ଫିମ୍ପି ଲାଗି ବେରଙ୍ଗ ହୋଇଥିବା ଦାନା I ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୁର୍ଣ ଗୁଣବତ୍ତାର ମାନଦଣ୍ଡ I ଅଧିକାଂଶ ବ୍ୟାପାରୀ ଶତକଡା ୦ ପ୍ରତିଶତ ଫିମ୍ପିଲଗା ଦାନା କିଣିବାକୁ ପସନ୍ଦ କରନ୍ତି I

୧%

ଜଳୀୟ ଅଂଶ ମାତ୍ରା

ଦାନାରେ ଥିବା ଜଳୀୟ ଅଂଶ ମାତ୍ରା I

୧୪%

ସୋପାନ - ୪ : ଉତ୍ପାଦର ମାନ ନିର୍ଦ୍ଧାରଣ କିପରି କରାଯାଏ : ମକାର ମାନ ନିର୍ଦ୍ଧାରଣ କରିବା ପାଇଁ ବ୍ୟାପାରୀମାନେ ଅନୁସରଣ କରୁଥିବା ପ୍ରକ୍ରିୟାସବୁକୁ ବୁଝାନ୍ତୁ I ଯେତେବେଳେ ଚାଷୀମାନେ ତାଙ୍କର ସବୁତକ ଉତ୍ପାଦ ବ୍ୟାପାରୀ ପାଖକୁ ନେଇଯିବେ, ବ୍ୟାପାରୀ ବିଭିନ୍ନ ବସ୍ତାରୁ ୧୦୦ ରୁ ୩୦୦ ଗ୍ରାମ ମକା ନମୁନା ଭାବରେ ସଂଗ୍ରହ କରି ଦାନାର ମାନକୁ ପରୀକ୍ଷା କରିବେ I ଏହି ନମୁନାରୁ ଉପରେ ଉଲ୍ଲେଖ କରାଯାଇଥିବା ଗୁଣବତ୍ତାର ମାନ ପ୍ରତିଶତ ନିର୍ଦ୍ଧାରଣ କରିବାପାଇଁ ସେମାନେ ବିଭିନ୍ନ ଉପକରଣ ଓ ପଦ୍ଧତ୍ତି ବ୍ୟବହାର କରିଥାଆନ୍ତି, ଯଥା ମଏଶ୍ଚର ମିଟର, ଶସ୍ୟ ଗଣତି ପଦ୍ଧତ୍ତି, ବିଭିନ୍ନ ବର୍ଗର ଦାନାକୁ ଅଲଗା କରିବା ପାଇଁ ଚାଲୁଣୀରେ ଚଲାଇବା ଇତ୍ୟାଦି I ବୃହତ ବଜାରରେ ବେପାର କରୁଥିବା ବ୍ୟାପାରୀମାନେ ଏହିସବୁ ଗୁଣବତ୍ତାର ମାନଦଣ୍ଡ ବିଷୟରେ ବହୁତ ଧ୍ୟାନ ଦିଅନ୍ତି ଏବଂ ଯଦି ଉତ୍ପାଦ ଅନୁମୋଦିତ ମାନର ହୋଇ ନ ଥାଏ, ତେବେ ସେମାନେ ପୁରା ଉତ୍ପାଦକୁ ପ୍ରତ୍ୟାକ୍ଷାନ କରିଦିଅନ୍ତି I କିନ୍ତୁ ସ୍ଥାନୀୟ ବଜାରରେ ମାନ ନିର୍ଧାରଣ କରିବା ପାଇଁ କେବଳ ଜଳୀୟ ଅଂଶ ମାତ୍ରାର ପରୀକ୍ଷା କରାଯାଏ I ବଜାରରେ ଉତ୍ପାଦର ମୂଲ୍ୟ ସମ୍ପୁର୍ଣ ଭାବେ ଏହାର ଗୁଣବତ୍ତାର ମାନ ଉପରେ ନିର୍ଭର କରିଥାଏ I

ସୋପାନ - ୫ : ଏଫ୍.ଏ.କ୍ୟୁ. ମାନକୁ କିପରି ହାସଲ କରିହେବ : ଚାଷୀମାନଙ୍କୁ ବୁଝାନ୍ତୁ କି ଏଫ୍.ଏ.କ୍ୟୁ. ମାନକୁ ହାସଲ କରିବାକୁ ହେଲେ, ପ୍ରଥମ ଅଧିବେଶନରେ ଆଲୋଚନା କରାଯାଇଥିବା ଅମଳ-ପରବର୍ତ୍ତୀ ସମସ୍ତ ଅଭ୍ୟାସକୁ ପାଳନ କରିବା ଦରକାର I ବଜାରରେ ଜଡିତ ହେବା ସମୟରେ ଚାଷୀମାନେ ଦୁଇଟି ମୁଖ୍ୟ ମାନଦଣ୍ଡକୁ ବିଚାରକୁ ନେବା ଉଚିତ ଅର୍ଥାତ୍ ଗୁଣବତ୍ତାର ମାନଦଣ୍ଡ ଅନୁଯାୟୀ ଶସ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଶୁଖାଇବା ତଥା ବାହ୍ୟ ବସ୍ତୁର ଅନୁମୋଦିତ ପ୍ରତିଶତତା ସୀମାକୁ ବଜାୟ ରଖିବା I ବିକ୍ରୟ କରିବା ପୁର୍ବରୁ ଚାଷୀମାନେ ଧାନର ଜଳୀୟ ଅଂଶ ମାତ୍ରାକୁ ପରୀକ୍ଷା କରି ସୁନିଶ୍ଚିତ ହେବା ମହତ୍ୱପୂର୍ଣ୍ଣ I

ଉପସଂହାର

ଅଧିବେଶନର ଶେଷ ଆଡକୁ କୌଣସି ଜଣେ ଅଂଶଗ୍ରହଣକାରୀଙ୍କୁ ଏହି ଅଧିବେଶନରେ ଶିକ୍ଷା ଦିଆଯାଇଥିବା ବିଷୟକୁ ବର୍ଣ୍ଣନା କରିବାକୁ କୁହନ୍ତୁ I ଏହା ମଧ୍ୟ ପଚାରନ୍ତୁ କି ଏକ ଗୁଣବତ୍ତାଯୁକ୍ତ ଦାନାର ବିଶିଷ୍ଟ ଲକ୍ଷଣ ସବୁ କ'ଣ I ଏହାସହ ଅଂଶଗ୍ରହଣକାରୀମାନଙ୍କର କୌଣସି ସନ୍ଦେହ ଥିଲେ ତାହାକୁ ଦୂର କରନ୍ତୁ I

ଆଧାର – ପୋର୍ଟାଲ ଟିମ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate