ଅଧିବେଶନ ୪.୧ |
ପରିବାରର ଆର୍ଥିକ ପରିଚାଳନା I |
ଉଦ୍ଦେଶ୍ୟ |
ପରିବାରର ଆୟପାଇଁ ମହିଳାମାନଙ୍କ ଯୋଗଦାନକୁ ମାନ୍ୟତା ଦେବା ଏବଂ ଆର୍ଥିକ ନିଷ୍ପତ୍ତି ନେବାରେ କିପରି ପୁରୁଷ ଓ ମହିଳା ଉଭୟଙ୍କ ସମାନ ମତ ରହିବା ଦରକାରI |
ପଦ୍ଧତି |
ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ଆଲୋଚନା ଏବଂ ପାରସ୍ପରିକ ବିମର୍ଶ |
ଅଂଶଗ୍ରହଣକାରୀ |
ମହିଳା ଚାଷୀ ଏବଂ ସେମାନଙ୍କର ସ୍ୱାମୀ I |
ସଭା ସ୍ଥାନ |
ଗୋଷ୍ଠୀ କେନ୍ଦ୍ର/ ଅଂଶଗ୍ରହଣକାରୀମାନଙ୍କ ବସିବା ପାଇଁ ତଥା ପୋଷ୍ଟର ଓ କାର୍ଡ୍ ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସ୍ଥାନ I |
ଦରକାରୀ ସାମଗ୍ରୀ |
ଗଛର ଚିତ୍ର ଥିବା ଏକ ପୋଷ୍ଟର, ପୁରୁଷ ଓ ମହିଳାଙ୍କର ଚିତ୍ରଥିବା ପ୍ଲା କାର୍ଡ଼, ମୁଖ୍ୟ ଆୟ ଏବଂ ବ୍ୟୟକୁ ଦର୍ଶାଉଥିବା ଚିତ୍ରିତ କାର୍ଡ଼, ରଙ୍ଗୀନ୍ ମାର୍କର, ଖାଲିଥିବା ରଙ୍ଗୀନ୍ ସୂଚକ କାର୍ଡ଼, ଟେପ୍ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ – ଏକ ଘଣ୍ଟା I |
ଲିଙ୍ଗ ସାମ୍ୟତା ଏକ ପ୍ରକାର କ୍ଷମତା ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଭିନ୍ନ କ୍ଷମତା ପାଇଥାଆନ୍ତି I କିନ୍ତୁ ଆମ ସମାଜରେ ଆର୍ଥିକ କାରବାର କରିବାର ନିଷ୍ପତ୍ତି ସାଧାରଣତଃ ପରିବାର ମୁଖ୍ୟଙ୍କ ଦ୍ୱାରା ନିଆ ଯାଇଥାଏ ଯିଏ ପ୍ରାୟ ସବୁବେଳେ ପୁରୁଷ ହୋଇ ଥାଆନ୍ତି I ଏହି ଅଭ୍ୟାସ ପରିବାରକୁ ଏହାର ଆୟର ଉତ୍ସ ଏବଂ ଏହା କିପରି ଭାବେ ଖର୍ଚ୍ଚ କରାଯାଏ, ତାହାକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ I ଏହି ଅଭ୍ୟାସ ଦ୍ୱାରା ଉଭୟ ସ୍ୱାମୀ ଓ ସ୍ତ୍ରୀ କେଉଁ ସବୁ ଜିନିଷ କିଣିବା ପାଇଁ ପ୍ରାଥମିକତା ଦେବା ଉଚିତ ଏବଂ କେଉଁ ସବୁ ବସ୍ତୁ ପାଇଁ ଖର୍ଚ୍ଚକରିବା ଅନାବଶ୍ୟକ, ଏହି ବିଷୟରେ ନିର୍ଣୟ କରିବାକୁ ସୁଯୋଗ ପାଇବେ ଏବଂ ଏହି ନିଷ୍ପତ୍ତି ପରିବାର ପାଇଁ ନିବେଶକରିବା ପରିସରକୁ ବୃଦ୍ଧି କରିବ I ଏହି ଟଙ୍କା ପ୍ରବାହ ଅଭ୍ୟାସ ପ୍ରଦର୍ଶନ ଦ୍ୱାରା ଉଭୟ ସ୍ୱାମୀ ଓ ସ୍ତ୍ରୀ ଜାଣି ପାରିବେ ଯେ ଅନାବଶ୍ୟକ ଖର୍ଚ୍ଚକୁ କମ କରିବାପାଇଁ ମିଳିତ ନିଷ୍ପତ୍ତି ସାହାଯ୍ୟ କରିବା ସହ ଖର୍ଚ୍ଚକୁ ଆୟକାରୀ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇ ପାରିବ I
ସୋପାନ - ୧: ପ୍ରାରମ୍ଭିକ ଅଭ୍ୟାସ: ଅଂଶଗ୍ରହଣକାରୀମାନଙ୍କୁ ଏକତ୍ର କରାଇ ଏହି ଅଭ୍ୟାସକୁ ବୁଝାନ୍ତୁI ସେମାନଙ୍କୁ କୁହନ୍ତୁ ଯେ ଏହି ଅଭ୍ୟାସ ନିମ୍ନ ଲିଖିତ ଦିଗକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ:
ସୋପାନ -୨: ଗଛ ପୋଷ୍ଟର ଅଭ୍ୟାସ: ଅଧିବେଶନକୁ ଆରମ୍ଭକରି ଗଛର ଏକ ଚିତ୍ରକୁ ଦେଖାନ୍ତୁ ଯାହାକୁ ଅଭ୍ୟାସ ସମୟରେ ପରିବାରର ଆୟ ଏବଂ ବ୍ୟୟ ଶୈଳୀକୁ ବୁଝାଇବା ପାଇଁ ବ୍ୟବହାର କରାଯିବ I ପରିବାରକୁ ସବୁପ୍ରକାର ଉତ୍ସ ଯଥା କୃଷି ଓ ଅଣକୃଷି କାର୍ଯ୍ୟରୁ ଆସୁଥିବା ଆୟକୁ ଗଛର ଚେରସବୁ ପ୍ରଦର୍ଶିତ କରିଥାଏ I ଭୂମୀ ତଳେ ଥିବା ସବୁଠାରୁ ଗଭୀର ଓ ସବୁଠାରୁ ମୋଟା ଚେର ପରିବାରର ମୁଖ୍ୟ ଆୟର ଉତ୍ସକୁ ପରିମାଣ ଅନୁଯାୟୀ ଦର୍ଶାଇ ଥାଏ ଏବଂ ଅନ୍ୟ ଚେରସବୁ ଆକାର ଅନୁସାରେ ଅନ୍ୟାନ୍ୟ ଆୟ ପରିମାଣକୁ ଦର୍ଶାଇ ଥାଆନ୍ତି I ପରିବାରରେ ହେଉଥିବା ବିଭିନ୍ନ ଖର୍ଚ୍ଚକୁ ଭୂମୀ ଉପରେ ଗଛର ଡାଳସବୁ ଦର୍ଶାଇ ଥାଆନ୍ତି I ସବୁଠାରୁ ଉଚ୍ଚରେ ଥିବା ଏବଂ ସବୁଠାରୁ ଲମ୍ବା ଡାଳ ପରିବାରର ସବୁଠାରୁ ଅଧିକ ଖର୍ଚ୍ଚକାରୀ ପଦାର୍ଥକୁ ଦେଖାଇଥାଏ I କମ୍ ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚସବୁ ତଳେ ଥିବା ଛୋଟ ଛୋଟ ଡାଳ ଦର୍ଶାଇ ଥାଆନ୍ତି I
ସୋପାନ ୩ : ଏହି ଅଭ୍ୟାସକୁ ଖେଳିବା : ଅଂଶଗ୍ରହଣକାରୀମାନଙ୍କୁ ଦୁଇଟି ଅଲଗା ଅଲଗା ଦଳରେ ବିଭକ୍ତ କରନ୍ତୁ (ପୁରୁଷ ଓ ମହିଳା) I ପ୍ରତ୍ୟେକ ଦଳକୁ ଆୟର ଉତ୍ସସବୁକୁ ଦର୍ଶାଉଥିବା କାର୍ଡ଼କୁ ଗଛର ଚେର ଉପରେ ରଖିବାକୁ କୁହନ୍ତୁ ଏବଂ ଖର୍ଚ୍ଚକୁ ଦର୍ଶାଉଥିବା କାର୍ଡ଼ସବୁକୁ ଗଛର ଡାଳ ଉପରେ ରଖିବାକୁ କୁହନ୍ତୁ I ଆୟର ଉତ୍ସରୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ 'ଏହି କାମ ପାଇଁ କିଏ ଉତ୍ତରଦାୟୀ' ? ପରିବାରକୁ ଉପାର୍ଜନ କିଏ ଆଣେ? ପ୍ରତ୍ୟେକ ଚେର ପାଖରେ ଏକ ପୁରୁଷ କିମ୍ବା ଏକ ମହିଳାଙ୍କ (କିମ୍ବା ଉଭୟଙ୍କ) ଚିତ୍ର ରଖନ୍ତୁ ଯାହା ଏକ ଆୟର ଉତ୍ସକୁ ଦର୍ଶାଇ ଥାଏ I ତା'ପରେ ଡାଳ ପାଖକୁ ଯାଇ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ, 'ସାଧାରଣଭାବେ କିଏ ଏହି ଖର୍ଚ୍ଚ କରନ୍ତି' ?
ଏହି ବିଷୟରେ ଶେଷ ନିଷ୍ପତ୍ତି କାହା ଉପରେ ଥାଏ ? ପ୍ରତ୍ୟେକ ଡାଳ ପାଖରେ ଏକ ପୁରୁଷ କିମ୍ବା ଏକ ମହିଳାଙ୍କ (କିମ୍ବା ଉଭୟଙ୍କ) ଚିତ୍ର ରଖନ୍ତୁ ଯାହା ଖର୍ଚ୍ଚକୁ ଦର୍ଶାଇ ଥାଏ I ନିଜ ଦଳରେ ଥିବା ଗଛର ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରନ୍ତୁ I ଉଭୟ ଦଳର ଫଳାଫଳକୁ ଚାର୍ଟ କାଗଜରେ ଦର୍ଶାନ୍ତୁ ଯାହା ଉଭୟ ପୁରୁଷ ଓ ମହିଳାମାନଙ୍କୁ ଆଲୋଚନା କରିବାରେ ସାହାଯ୍ୟ କରିବ ଏବଂ ସେମାନେ ଜାଣି ପାରିବେ ଯେ ପରିବାରର ଆୟ ଓ ବ୍ୟୟ ସଠିକ ଅଛି ନା ନାହିଁ କିମ୍ବା ଏଥିପାଇଁ କିଛି ସଂଶୋଧିତ ଉପାୟ ଦରକାର ଇ
କିପରି ବ୍ୟାଖ୍ୟାକରିବେ :
ପରିବାରରେ ମହିଳାମାନଙ୍କ ପ୍ରକୃତ ଯୋଗଦାନ ବିଷୟରେ ଏହି ଅଭ୍ୟାସ ପୁରୁଷମାନଙ୍କୁ ବୁଝାଇବାରେ ସାହାଯ୍ୟ କରିବ ଏବଂ ଆୟକାରୀ କାର୍ଯ୍ୟକଳାପରେ ମହିଳାମାନଙ୍କର ଅଧିକ ସମ୍ମିଳିତ ହେବା ଦ୍ୱାରା ପାରିବାରିକ ଆୟ କିପରି ଭାବେ ବୃଦ୍ଧି ହୋଇଥାଏ ପୁରୁଷମାନେ ଜାଣି ପାରିବେ I
କିପରି ବ୍ୟାଖ୍ୟାକରିବେ:
ନିଷ୍ପତ୍ତି ଗ୍ରହଣ ସମୟରେ ମହିଳାମାନଙ୍କ ମତାମତକୁ ସମ୍ମିଳିତ କରିବା ପାଇଁ ଏହି ଅଭ୍ୟାସ ପୁରୁଷମାନଙ୍କୁ ସାହାଯ୍ୟ କରିବ I
କିପରି ବ୍ୟାଖ୍ୟାକରିବେ :
ପରିବାରରେ ମହିଳାମାନଙ୍କ ପ୍ରକୃତ ଯୋଗଦାନ ବିଷୟରେ ଏହି ଅଭ୍ୟାସ ପୁରୁଷମାନଙ୍କୁ ବୁଝାଇବାରେ ସାହାଯ୍ୟ କରିବ ଏବଂ ଆୟକାରୀ କାର୍ଯ୍ୟକଳାପରେ ମହିଳାମାନଙ୍କର ଅଧିକ ସମ୍ମିଳିତ ହେବା ଦ୍ୱାରା ପାରିବାରିକ ଆୟ କିପରି ଭାବେ ବୃଦ୍ଧି ହୋଇଥାଏ ପୁରୁଷମାନଙ୍କ ସହ ଆଲୋଚନାକରି ଜାଣି ପାରିବେ I
କିପରି ବ୍ୟାଖ୍ୟାକରିବେ :
ନିଷ୍ପତ୍ତି ଗ୍ରହଣ ସମୟରେ ମହିଳାମାନଙ୍କ ମତାମତକୁ ସମ୍ମିଳିତ କରିବା ପାଇଁ ଏହି ଅଭ୍ୟାସ ପୁରୁଷମାନଙ୍କୁ ସାହାଯ୍ୟ କରିବ I
ସୋପାନ ୪ : ଉଭୟ ଅଭ୍ୟାସର ପ୍ରତିଫଳନ ଏବଂ କାର୍ଯ୍ୟବାହୀ : ନିମ୍ନ ଲିଖିତ ବିଷୟ ଉପରେ ଦଳକୁ ପ୍ରଶ୍ନ ପଚାରି ପୁରୁଷ ଓ ମହିଳାମାନଙ୍କଦ୍ୱାରା କରାଯାଇଥିବା ଅଭ୍ୟାସର ଫଳାଫଳକୁ ସମୀକ୍ଷା କରିବାକୁ ଚେଷ୍ଟା କରନ୍ତୁ :
ଏହି ସବୁ ବିଷୟରେ ଆଲୋଚନା କରିବାଦ୍ୱାରା ଟଙ୍କା-ପ୍ରବାହ ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ପରିବାର ମଧ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସ୍ୱଚ୍ଛତା ଆଣିବ I
ଅଧିବେଶନକୁ ସମାପ୍ତ କରିବା ସମୟରେ ପରିବାରର ଆୟ/ବ୍ୟୟର ଦୃଷ୍ଟାନ୍ତକୁ ଲିପିବଦ୍ଧ କରନ୍ତୁ ଏବଂ ଯେଉଁ ସବୁ ବିଷୟ ଯଥା ନିଷ୍ପତ୍ତି ଗ୍ରହଣ, ଲିଙ୍ଗ ସମ୍ବେଦନଶୀଳତା, ପୌଷ୍ଟିକତା, କଠିନ ଶ୍ରମ ଇତ୍ୟାଦି ବିଷୟରେ ପୁରୁଷ ଓ ମହିଳାମାନେ ଅଧିକ ପ୍ରଶିକ୍ଷଣ ଆବଶ୍ୟକ କରୁଥିବେ ଚିହ୍ନଟ କରନ୍ତୁ I ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ କୁହନ୍ତୁ ଯେ ଏହି ଅଭ୍ୟାସ ପରିବାରରେ ଆୟ ଓ ବ୍ୟୟ ସମ୍ବନ୍ଧରେ ମିଳିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ସହ ଉଭୟ ପୁରୁଷ ଓ ମହିଳାଙ୍କ ମିଳିତ ଉଦ୍ୟମରେ ଅନାବଶ୍ୟକ ଖର୍ଚ୍ଚକୁ କମ କରି ଉପାର୍ଜନର ଉତ୍ସସବୁକୁ ବଢାଇ ବଳକା ପାଣ୍ଠି (ସଞ୍ଚୟ)କୁ ବୃଦ୍ଧି କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ I
ଆଧାର – ପୋର୍ଟାଲ ଟିମ
Last Modified : 3/4/2020