অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩

ରାଜ୍ୟ କୃଷି ନୀତି ୨୦୧୩

ଉପକ୍ରମ

ରାଜ୍ୟ କୃଷି ନୀତି ୨୦୧୩ଓଡ଼ିଶା ସରକାର ୧୯୯୬ ମସିହାରେ ଏକ ରାଜ୍ୟ କୃଷି ନୀତି ଘୋଷଣା କରିଥିଲେ । ଏକ ଦଶନ୍ଧିରୁ ଅଧିକ ବର୍ଷ ପରେ ୨୦୦୮ ମସିହାରେ ରାଜ୍ୟ କୃଷି ନୀତିରେ ପରିବର୍ତ୍ତନ ଅଣାଯାଇ ଏହାର ସୁଯୋଗକୁ ପରିବ୍ୟାପ୍ତ କରାଯାଇଥିଲା ଓ ରାଜ୍ୟ କୃଷିର ବିଭିନ୍ନ ଦିଗକୁ ଏଥିରେ ସାମିଲ କରାଗଲା । ରାଜ୍ୟ କୃଷି ନୀତି ୨୦୦୮ ଦ୍ୱାରା ଓଡ଼ିଶାର କୃଷି କ୍ଷେତ୍ରରେ ଅନେକ ଉନ୍ନତି ସାଧିତ ହୋଇଥିଲା । ଏହା ଘରୋଇ ଉଠା ଜଳସେଚନ ଓ କୃଷି ଶିଳ୍ପ ଅଗ୍ରଗତିରେ ସହାୟକ ହୋଇଥିଲା । ଏହି ସମୟରେ ୧,୦୦,୦୦୦ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପିତ ଇଥିଲା ଓ ରାଜ୍ୟରେ ଅନେକ କୃଷିଭିତ୍ତିକ ଶିଳ୍ପର ବିକାଶ ଘଟିଥିଲା । କୃଷି ଯାନ୍ତ୍ରିକୀକରଣ ନୂତନ ସୋପାନରେ ପହଁଞ୍ଚି ପାରିଲା । ୧୯୯୯-୨୦୦୦ ମସିହାରେ ମାତ୍ର ୨୦୦ଗୋଟି ଟ୍ରାକ୍ଟର ବିକ୍ରି ହୋଇଥିବା ବେଳେ ୨୦୧୧-୧୨ରେ ୫,୦୦୦ଗୋଟି ଟ୍ରାକ୍ଟର ବିକ୍ରି ହୋଇଥିଲା । ଓଡ଼ିଶା ପାୱାର ଟିଲର ବିକ୍ରିରେ ସର୍ବଶ୍ରେଷ୍ଠ ରାଜ୍ୟ ଭାବରେ ବିବେଚିତ ହେଲା । କୃଷି କ୍ଷେତ୍ରରେ ନିରନ୍ତର ଓ ଦ୍ରୁତ ଅଭିବୃଦ୍ଧି ସାଧିତ ହୋଇଥିଲା । ରାଜ୍ୟ କୃଷି ନୀତି-୨୦୧୩ ଏହି ଦିଗରେ ଅନ୍ୟ ଏକ ନୂତନ ସୋପାନ । ଏହା ବିଗତ ଦଶନ୍ଧି କୃଷି ସ୍ଥିତିର ଅଭୁ୍ୟଦୟ ଘଟାଇବା ସଙ୍ଗେ ସଙ୍ଗେ ନୂତନ କୃଷକ ପିଢ଼ିକୁ ପ୍ରୋତ୍ସାହିତ କରିବ ଯେଉଁମାନେ କି ନୂତନ ଶତାବ୍ଦୀର ଆହ୍ୱାନକୁ ବିଶ୍ୱାସ ସହିତ ମୁକାବିଲା କରିବାରେ ସକ୍ଷମ ହୋଇପାରିବେ । ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ । ରାଜ୍ୟର ଶତକଡ଼ା ୭୦ଭାଗ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ । କୃଷି କ୍ଷେତ୍ରର ମୋଟ୍‍ ରାଜ୍ୟ ଘରୋଇ ଉତ୍ପାଦକୁ ମାତ୍ର ୧୬ ଶତାଂଶ ଅବଦାନ ଥିବା ସ୍ଥଳେ ୭୦ଶତାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରୁଥିବାରୁ ଏହି କ୍ଷେତ୍ରରେ ମୁଣ୍ଡପିଛା ଆୟର ପରିମାଣ ମଧ୍ୟ ଖୁବ୍‍ କମ୍‍ । ପରିଣାମତଃ କୃଷିକ୍ଷେତ୍ର ଓ ଅଣକୃଷି କ୍ଷେତ୍ରରେ ମୁଣ୍ଡପିଛା ଆୟର ବୈଷମ୍ୟ ମଧ୍ୟ ଖୁବ୍‍ ଅଧିକ । କୃଷକଙ୍କ ଆୟବୃଦ୍ଧିକୁ ପ୍ରଭାବିତ କରୁଥିବା ବିଷୟ ସମ୍ବନ୍ଧୀୟ କାର୍ଯ୍ୟକରିବା ଆବଶ୍ୟକ । ନିକଟ ଅତୀତରେ ମୋଟ ଘରୋଇ ଉତ୍ପାଦର ଅଧିକ ଅଭିବୃଦ୍ଧିକୁ ବିବେଚନା କରି ଏହାକୁ ଅଧିକ ସାମୂହିକ କରିବା ପାଇଁ ଏହି ନୀତି ଏକ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଆବଶ୍ୟକ କରିଥାଏ । କୃଷି ଅଭିବୃଦ୍ଧିରେ ଅବନତି ଓ କୃଷି କ୍ଷେତ୍ରରୁ ସ୍ୱଳ୍ପ ଲାଭ ତୁଳନାରେ ଅଣକୃଷି କ୍ଷେତ୍ରରେ ଦ୍ରୁତ ଅଗ୍ରଗତି ବର୍ତ୍ତମାନ ସମୟର ମୁଖ୍ୟ ସମସ୍ୟା । କୃଷକଙ୍କ ନିମନ୍ତେ ଜାତୀୟ ନୀତି ୨୦୦୭ କୃଷି ଉତ୍ପାଦନ ଅପେକ୍ଷା କୃଷକର ଆର୍ଥିକ ସ୍ୱଚ୍ଛଳତା ପାଇଁ ଅଧିକ ଧ୍ୟାନ ଦେବା ଉପରେ ଗୁରୁତ୍ୱ ଦେଇଛି । ଉପଯୁକ୍ତ ନୀତିର ମନ୍ଥର ପ୍ରବର୍ତ୍ତନ ଯୋଗୁଁ କୃଷି କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ସମୟସାପେକ୍ଷ ପରିପ୍ରେକ୍ଷୀରେ ବର୍ତ୍ତମାନର ଆବଶ୍ୟକତା ହେଉଛି ଅଧିକ ସରକାରୀ ପୁଞ୍ଜି ନିବେଶ । ଅଧିକ ପୁଞ୍ଜି ନିବେଶ ଉତ୍ପାଦନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପୁଞ୍ଜି ସୃଷ୍ଟିରେ ସହାୟକ ହୋଇପାରିବ ଯାହା କୃଷିକ୍ଷେତ୍ର ନିମନ୍ତେ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ଭାରତର ୭୦% ଲୋକ ଏବେ ବି ଗ୍ରାମାଞ୍ଚଳରେ ବାସ କରୁଛନ୍ତି । ବ୍ୟାପକ ଆର୍ଥିକ ଅଭିବୃଦ୍ଧି ଓ ବିକାଶ ତଥା ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ କୃଷି ଅଭିବୃଦ୍ଧି ଏବେ ବି ଇଞ୍ଜିନ୍‍ ଭଳି କାର୍ଯ୍ୟ କରୁଛି । ଏହାହିଁ ଖାଦ୍ୟ ନିରାପତ୍ତା ଆଣିଦେବ ଓ ଦାରିଦ୍ର୍ୟ ଦୂରୀକରଣ କରିାରିବ । କୃଷିର ଉନ୍ନତି ନିମନ୍ତେ ତ୍ୱରାନ୍ୱିତ ନିବେଶ ଏକାନ୍ତ ଆବଶ୍ୟକ । ଏହା କୃଷିକୁ ଏକ ଉନ୍ନତ ମାର୍ଗରେ ପରିଚାଳିତ କରିବା ସହିତ ଏହାକୁ ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ଏକ ସମ୍ମାନଜନକ ବୃତ୍ତିରେ ପରିଣତ କରିବ । ବିଶ୍ୱ ବାଣିଜ୍ୟ ସଂଗଠନର ପରବର୍ତ୍ତୀ ଅଧ୍ୟାୟରେ କୃଷି ଉନ୍ନତିର ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖାଦେଇଛି । ତେଣୁ ପରବର୍ତ୍ତୀ ପରିସ୍ଥିତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୃଷିକ୍ଷେତ୍ର ଆହ୍ୱାନର ସମ୍ମୁଖୀନ ହେବା ନିମନ୍ତେ କୃଷି ନୀତି ପ୍ରଣୟନ କରିବା ଆବଶ୍ୟକ । କେବଳ ଉତ୍ପାଦନ ଓ ଅଭିବୃଦ୍ଧି ଉପରେ ଲକ୍ଷ୍ୟ ଦିଆ ନ ଯାଇ ୨୦୦୮ ବର୍ଷରୁ କୃଷକର ଅର୍ଥନୈତିକ ହିତ ସାଧନ ପୂର୍ବକ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ରାଜ୍ୟରେ ଏକାଦଶ ଯୋଜନାରେ ଏକ ସୁସଙ୍ଗତ ଅଭିବୃଦ୍ଧି ହାସଲ କରିବାରେ ସହାୟକ ହୋଇଛି । ରାଜ୍ୟ କୃଷି ନୀତି ୨୦୦୮ ସହିତ ସମତାଳରେ କାର୍ଯ୍ୟକରି ନୂତନ ରାଜ୍ୟ କୃଷି ନୀତି ରାଜ୍ୟର ହିତ ସାଧନ କରିବ ।

ଓଡ଼ିଶାରେ କୃଷି

ରାଜ୍ୟ କୃଷି ନୀତି ୨୦୧୩ରାଜ୍ୟର ମୋଟ ଭୌଗୋଳିକ କ୍ଷେତ୍ରଫଳ ହେଉଛି ୧୫୫.୭୧୧ ଲକ୍ଷ ହେକ୍ଟର ଓ ଏହାର ୪୧.୧୬ ପ୍ରତିଶତ ଅର୍ଥାତ୍ ୬୪.୦୯ ଲକ୍ଷ ହେକ୍ଟର ହେଉଛି ଚାଷୋପଯୋଗୀ ଜମି । ଚାଷ କରାଯାଉଥିବା ମୋଟ ଜମିର କ୍ଷେତ୍ରଫଳ ହେଉଛି ୬୧.୫୦ ଲକ୍ଷ ହେକ୍ଟର । ଚାଷୋପଯୋଗୀ ଜମି ମଧ୍ୟରୁ ପ୍ରାୟ ୪୦.୧୭ ଲକ୍ଷ ହେକ୍ଟର ଜମିର ମାଟି ହେଉଛି ଅମ୍ଳୀୟ ଓ ପ୍ରାୟ ୪ ଲକ୍ଷ ହେକ୍ଟର ଜମି ଲବଣ ପ୍ରଭାବିତ । ଏହା ବ୍ୟତୀତ ପ୍ରାୟ ୩ ଲକ୍ଷ ହେକ୍ଟର ଚାଷୋପଯୋଗୀ ଜମି ଜଳମଗ୍ନ ହୋଇ ରହେ । ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଡି.ଏସ୍.ଡ଼ି.ପି.)କୁ କୃଷିର ଅବଦାନ ହେଉଛି ୧୬ ପ୍ରତିଶତ । ସମୁଦାୟ କର୍ମଶକ୍ତିର ୬୫ ପ୍ରତିଶତ ନିଯୁକ୍ତି / ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାଆନ୍ତି । ରାଜ୍ୟରେ ହାରାହାରି ଜମିର ଆକାର ହେଉଛି ୧.୨୫ ହେକ୍ଟର । ମୋଟ ଚାଷୀ ସଂଖ୍ୟାର ୮୩ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ । ମୃତ୍ତିକାର ଗଠନ, ଆର୍ଦ୍ରତା, ସ୍ଥାନର ଉଚ୍ଚତା, ସ୍ଥଳାକୃତି, ଉଦ୍ଭିଦ, ବୃଷ୍ଟିାତ ଓ ଅନ୍ୟାନ୍ୟ କୃଷି ଜଳବାୟୁ ଭିତ୍ତିରେ ରାଜ୍ୟକୁ ୧୦ ଗୋଟି କୃଷି ଜଳବାୟୁ ମଣ୍ଡଳରେ ବିଭକ୍ତ କରାଯାଇଛି । ରାଜ୍ୟରେ ହାରାହାରି ବୃଷ୍ଟିାତ ହେଉଛି ୧୪୫୨ ମି.ମି., ଯାହାର ୮୦ ପ୍ରତିଶତ ମୌସୁମୀ ଋତୁ (ଜୁନ୍-ସେପ୍ଟେମ୍ବର)ରେ ସୀମିତ । ସୃଷ୍ଟି କରାଯାଇଥିବା ମୋଟ ସମ୍ଭାବ୍ୟ ଖରିଫ୍‍ ଜଳସେଚନ ହେଉଛି ୩୦.୮୯ ଲକ୍ଷ ହେକ୍ଟର ଓ ରବି ଜଳସେଚନ ହେଉଛି ୧୫.୦୧ ଲକ୍ଷ ହେକ୍ଟର । ଧାନ ରାଜ୍ୟର ମୁଖ୍ୟ ଫସଲ ଅଟେ । ରାଜ୍ୟରେ ୨୦୧୨-୧୩ ବର୍ଷରେ ଅଟକଳ କରାଯାଇଥିବା ମୋଟ ଚାଉଳ ଉତ୍ପାଦନ ହେଉଛି ୯୪.୨୯ ଲକ୍ଷ ଟନ୍ । ଏହା ରାଜ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ । ଅତୀତରେ ଅଧିକ ଉତ୍ପାଦନ ରେକର୍ଡ଼ ଥିବା ୨୦୦୭-୦୮ ବର୍ଷରେ ଏହା ହେଉଛି ୭୬.୫୫ ଲକ୍ଷ ଟନ୍ । ଓଡ଼ିଶାରେ କୃଷିର ଉତ୍ପାଦକତା କମ୍ ହେବାର ବହୁତ ଗୁଡ଼ିଏ କାରଣ ରହିଛି । ଏଗୁଡ଼ିକ ହେଲା, ସମସ୍ୟା ବହୁଳ ମାଟି (ଅମ୍ଳୀୟ, ଲୁଣି ଓ ଜଳମଗ୍ନତା), ନିଶ୍ଚିତ ଜଳସେଚନର ଅଭାବ, ସ୍ୱଳ୍ପ ବିହନ ପ୍ରତିବଦଳ ହାର, ସ୍ୱଳ୍ପ ସାର ବ୍ୟବହାର (ଜାତୀୟ ହାର ହେକ୍ଟର ପ୍ରତି ୧୪୦ କି.ଗ୍ରା. ତୁଳନାରେ ରାଜ୍ୟର ହାର ହେକ୍ଟର ପ୍ରତି ୬୩ କି.ଗ୍ରା.), ନିମ୍ନ ହାରରେ ଯାନ୍ତ୍ରିକୀକରଣ ଇତ୍ୟାଦି । ସମ୍ଭାବ୍ୟ ଅମଳ ଓ ଜ୍ଞାନକୌଶଳ ପ୍ରସାରଣରେ ରହିଥିବା ବ୍ୟବଧାନ ଉତ୍ପାଦନ ଓ ଉତ୍ପାଦକତାର ଆଖିଦୃଶିଆ ବୃଦ୍ଧି ନିମନ୍ତେ ରାଜ୍ୟକୁ ଏକ ଉତ୍ତମ ସୁଯୋଗ ପ୍ରଦାନ କରିଥାଏ । ପାହାଡ଼ିଆ ଅଞ୍ଚଳରେ ଉଦ୍ୟାନକୃଷି ଲୋକପ୍ରିୟ ହେଉଛି । ଉଦ୍ୟାନକୃଷି ବିଶେଷତଃ ପନିରିବା ଚାଷ ଓ ଅଣୁ ଜଳସେଚନରେ ଓଡ଼ିଶାରେ ଯଥେଷ୍ଟ ସମ୍ଭାବନା ରହିଛି । ପିଆଜ ସବୁଠୁ ମୁଖ୍ୟ ଉଦ୍ୟାନକୃଷି ଫସଲ । ତା’ପରକୁ ପନିରିବା ରହିଛି । ବ୍ୟବସାୟିକ ଫୁଲଚାଷ ମଧ୍ୟ ବୃଦ୍ଧି ପାଉଛି । ସମ୍ପ୍ରତି ଗଞ୍ଜାମରେ ପ୍ରତିଷ୍ଠା କରାଯାଇଥିବା ଫୁଲ ଉତ୍ପାଦନକାରୀଙ୍କ ବଜାର ଏହି କ୍ଷେତ୍ର ଅଭିବୃଦ୍ଧିର ପୂର୍ବସୂଚକ । ବ୍ୟବସାୟିକ ଗୋପାଳନ ମଧ୍ୟ ଗୁରୁତ୍ୱ ଲାଭ କରୁଛି । ମଧୁର ଓ ଲୁଣି ମାଛ ଚାଷ, ବିଶେଷତଃ ଚିଙ୍ଗୁଡ଼ି ଚାଷ ଅର୍ଥନୀତିରେ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାଏ । ଚିଙ୍ଗୁଡ଼ି ଓଡ଼ିଶାର ମୁଖ୍ୟ କୃଷି ରପ୍ତାନୀ ଦ୍ରବ୍ୟ । ଜଳସେଚନ ଓ କୃଷି ସାମଗ୍ରୀ ଅଭାବ, କୃଷକମାନଙ୍କ ଦ୍ୱାରା ସ୍ୱଳ୍ପ ପୁଞ୍ଜିନିବେଶ, ପୁରୁଣା ଚାଷ ପଦ୍ଧତି ଓ ବଜାରର ଅଭାବ ଯୋଗୁ ଓଡ଼ିଶାର ଉତ୍ପାଦକତା ଅପେକ୍ଷାକୃତ କମ୍‍ ରହିଛି । ଏ ସମସ୍ତ ପରିସରରେ ରାଜ୍ୟ କୃଷିନୀତିର ପ୍ରୟାସ ଯୋଗୁ ଏକ ସକ୍ଷମ ପରିବେଶ ସୃଷ୍ଟି କରାଯିବ ।

ଆଭିମୁଖ୍ୟ

ଏବେ ମଧ୍ୟ ଓଡ଼ିଶାର କୃଷି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ନିର୍ଭର କରିଥାଏ । ପାରମ୍ପରିକ କୃଷି ପଦ୍ଧତି, ସ୍ୱଳ୍ପ ପୁଞ୍ଜି ସୃଷ୍ଟି ଓ ସ୍ୱଳ୍ପ ପୁଞ୍ଜି ନିବେଶ, ଅପର୍ଯ୍ୟାପ୍ତ ଜଳସେଚନ ସୁବିଧା, ନିମ୍ନ ଜଳ ବିନିଯୋଗ ଦକ୍ଷତା, କ୍ଷୁଦ୍ର ଜମି ଆକାର ଯୋଗୁ କୃଷିରେ ସ୍ୱଳ୍ପ ଉତ୍ପାଦକତା ପରିଲକ୍ଷିତ ହୋଇଥାଏ । ସାମ୍ପ୍ରତିକ ପରିସ୍ଥିତିରେ କୃଷି ଉନ୍ନୟନ ଯୋଜନା ସାମଗ୍ରିକ, ସ୍ପଷ୍ଟ ସଂଜ୍ଞା ନିରୂଣ କରିବା ଓ କୃଷକ ସମାଜର ହିତସାଧନ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଏହି ପୃଷ୍ଠଭୂମିରେ କୃଷି ନୀତି ପ୍ରସ୍ତୁତ କରାଯାଇଛି ଯାହାକି ଭବିଷ୍ୟତବାଦୀ, ଦେଖାଦେଉଥିବା ସମସ୍ୟା ସମାଧାନ ପାଇଁ ନମନୀୟ ହେବ, ସମ୍ଭାବ୍ୟ ଉନ୍ନୟନର ମାର୍ଗ ଚିହ୍ନଟ କରିବ ଓ କୃଷିର ବିକାଶ ପାଇଁ ଏକ ସ୍ପଷ୍ଟ କାର୍ଯ୍ୟସୂଚୀ ବହନ କରିବ । ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ଗୁଡ଼ିକ ହେଲା :
  • ବର୍ତ୍ତମାନର ଜୀବନଧାରଣ କୃଷିକୁ ଏକ ଲାଭଜନକ ବ୍ୟବସାୟିକ କୃଷିରେ ପରିଣତ କରିବା ।
  • ଚିରପୋଷ୍ୟମାନ କୃଷି ବିକାଶକୁ ପ୍ରୋତ୍ସାହିତ କରିବ ।
  • ବିହନ ପ୍ରତିବଦଳ ହାର ବୃଦ୍ଧି, ଗୁଣାତ୍ମକ ଚାରା ଉପଲବ୍ଧତା, ସମନ୍ୱିତ ଖାଦ୍ୟସାର ପରିଚାଳନା, ସମନ୍ୱିତ ରୋଗପୋକ ପରିଚାଳନା, ଜଳ ପରିଚାଳନା, କୃଷି ଯାନ୍ତ୍ରିକୀକରଣ ଓ ଜ୍ଞାନକୌଶଳର ପ୍ରସାର ଦ୍ୱାରା ମୁଖ୍ୟ ଫସଲ ଗୁଡ଼ିକର ଉତ୍ପାଦକତା ଅନ୍ତତଃପକ୍ଷେ ଜାତୀୟ ହାର ସହିତ ସମକକ୍ଷ କରିବା ।
  • ବିଶେଷତଃ, ଉଚ୍ଚଜମି ଓ ମଧ୍ୟମ କିସମ ଜମିରେ ଫସଲ ବିବିଧତାକୁ ଉତ୍ସାହିତ କରିବ ।
  • ଶୁଷ୍କାଞ୍ଚଳ ଉଦ୍ୟାନକୃଷି ସମେତ ଉଦ୍ୟାନ ଫସଲ ଚାଷ ଉପରେ ଗୁରୁତ୍ୱ ଦେବ ।
  • କୃଷକମାନଙ୍କର ଆୟ ବୃଦ୍ଧି ପାଇଁ କୁକୁଡା ପାଳନ, ଗୋପାଳନ ଓ ମତ୍ସ୍ୟ ଉତ୍ପାଦନ ଉପରେ ଗୁରୁତ୍ୱ ।
  • ଆଧୁନିକ କୃଷି ପ୍ରଣାଳୀକୁ ଉତ୍ସାହିତ କରିବା ।
  • ଜୈବିକ କୃଷି ପାଇଁ ପ୍ରୋତ୍ସାହନ ଦେବା ।
  • ଲୋକମାନଙ୍କ ଭାଗିଦାରୀରେ ଜଳ ବ୍ୟବହାର ଦକ୍ଷତା ବୃଦ୍ଧି କରିବା ।
  • ଅମଳ ପରବର୍ତ୍ତୀ ପରିଚାଳନା, ବି ଣନ, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ ଦ୍ରବ୍ୟ ପ୍ରସ୍ତୁତି ଇତ୍ୟାଦି ପାଇଁ ଘରୋଇ, ସରକାରୀ, ଘରୋଇ-ସରକାରୀ ଭାଗିଦାରୀ (ଚଙ୍କଭକ୍ଷସମ ଚକ୍ସସଙ୍ଖବଗ୍ଧର ଚବକ୍ସଗ୍ଧଦ୍ଭରକ୍ସଗ୍ଦଷସକ୍ଟ୍ର) ଦ୍ୱାରା କୃଷିକ୍ଷେତ୍ରରେ (ଜମିରେ ଓ ଜମି ବାହାରେ) ଦୀର୍ଘ ମିଆଦୀ ପୁଞ୍ଜି ନିବେଶ ବୃଦ୍ଧିର ସୁବିଧା କରିବା ।
  • ଚୁକ୍ତିଭିତ୍ତିକ ଓ ଏକ ଚକିଆ ଚାଷକୁ ଉତ୍ସାହିତ କରିବା ।
  • କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଋଣ ବ୍ୟବସ୍ଥା କରିବା ।
  • ରାଜ୍ୟରେ ପ୍ରତିଯୋଗିତା ସୁଯୋଗ ଥିବା କୃଷିଜାତ ଦ୍ରବ୍ୟଗୁଡ଼ିକର ଉପଯୁକ୍ତ ବି ଣନ ସଂଯୋଗର ସୁବିଧା କରିବା ।
  • ବଜାର ସୁବିଧା ଓ ବଜାରଭିତ୍ତିକ ସୂଚନାର ଉନ୍ନତିକରଣ ।
  • ଜଳ ବିଭାଜିକା ଅଞ୍ଚଳରେ ପ୍ରାକୃତିକ ସମ୍ବଳର ପରିଚାଳନା, ଅଧିକ ଫସଲ ଉତ୍ପାଦନ, କୃଷି ଓ ଅଣକୃଷି ଆୟ ବୃଦ୍ଧି ନିମନ୍ତେ ସମନ୍ୱିତ ଜଳ ବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ।
  • ଜରୁରୀ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରିତ ଆଇନ୍‍ ଓ ନିଶ୍ଚିତ ଗୁଣାତ୍ମକ କାର୍ଯ୍ୟକ୍ରମ ନିମନ୍ତେ ଉପଯୁକ୍ତ ଅନୁଷ୍ଠାନ / ସୁଯୋଗ ସୃଷ୍ଟି କରିବା ।
  • କ୍ଷେତ୍ର ସଂପ୍ରସାରଣ ବ୍ୟବସ୍ଥାର ପୁନର୍ଗଠନ କରି କୃଷି ସଂପ୍ରସାରଣ କଳର ଭୂମିକା ଓ ଦାୟିତ୍ୱର ପୁନଃ ସଂଜ୍ଞା ନିରୂପଣ କରିବା ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 8/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate