অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରାଜ୍ୟ କୃଷି ନୀତି ୨୦୧୩ (ଜଳ ବିଭାଜିକା ଉନ୍ନୟନ ଓ ବୃଷ୍ଟିପୃଷ୍ଟ କୃଷି)

ରାଜ୍ୟ କୃଷି ନୀତି ୨୦୧୩ (ଜଳ ବିଭାଜିକା ଉନ୍ନୟନ ଓ ବୃଷ୍ଟିପୃଷ୍ଟ କୃଷି)

ଜଳ ବିଭାଜିକା ଉନ୍ନୟନ

ରାଜ୍ୟ କୃଷି ନୀତି ୨୦୧୩ (ଜଳ ବିଭାଜିକା ଉନ୍ନୟନ ଓ ବୃଷ୍ଟିପୃଷ୍ଟ କୃଷି)ଜଳ ବିଭାଜିକା ଉନ୍ନୟନ ରାଜ୍ୟର ଏକ ପ୍ରମୂଖ କାର୍ଯ୍ୟକ୍ଷେତ୍ର । ସଫଳ ଜଳ ବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ ପ୍ରଦର୍ଶନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ । ଏହି ଉନ୍ନୟନ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଲା ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କରି ଜମିର ଗୁଣ ଓ କ୍ଷମତା ଅନୁଯାୟୀ ଏହାର ସଠିକ୍ ଉପଯୋଗ କରିବା । ଏହାଦ୍ୱାରା ଜଳ ବିଭାଜିକା ଅବବାହିକା ଅଞ୍ଚଳରେ ଯଥାଯଥ ଭାବରେ ସାମଗ୍ରୀକ ଉତ୍ପାଦକତା ବୃଦ୍ଧି କରାଯିବ । ଜଳ ବିଭାଜିକା ଉନ୍ନୟନ ପ୍ରକ୍ରିୟାରେ ବିଭିନ୍ନ ବିଭାଗର ସହଯୋଗ ମୂଳକ ସମ୍ପୃକ୍ତି ସହ କାର୍ଯ୍ୟ ଦକ୍ଷତା ଏକାନ୍ତ ଆବଶ୍ୟକ ।

ଜଳ ବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମରେ ଯୋଜନା କାର୍ଯ୍ୟକାରୀତା ଓ ତଦାରଖକୁ ସଠିକ୍ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ଜଳ ବିଭାଜିକା ଉନ୍ନୟନ ମିଶନ ନାମରେ ଏକ ସ୍ୱତନ୍ତ୍ର ମିଶନ ସ୍ଥାପନ କରିଛନ୍ତି ।

ଆନ୍ତର୍ଜାତୀକ ଉନ୍ନୟନ ବିଭାଗ ସହାୟତାରେ ପଶ୍ଚିମ ଓଡ଼ିଶା ଗ୍ରାମ୍ୟ ଜୀବିକା ପ୍ରକଳ୍ପ ନାମକ ଏକ “ଜଳ ବିଭାଜିକା ଯୁକ୍ତ” କାର୍ଯ୍ୟକ୍ରମ ସଫଳ ରୂପେ କାର୍ଯ୍ୟକାରୀ ହେଉଛି । ଏଥିରେ ଜଳ ବିଭାଜିକା ଅଞ୍ଚଳର ଉନ୍ନୟନ ସହ ଜୀବିକା ନିର୍ବାହ ଉପାଦାନକୁ ମଧ୍ୟ କାର୍ଯ୍ୟକାରୀ କରାଯାଉଛି । “ଜୀବିକା” ନାମକ ଏକ ଯୋଜନା ମାଧ୍ୟମରେ ରାଜ୍ୟରେ ଥିବା ସମସ୍ତ ଜଳ ବିଭାଜିକା ପ୍ରକଳ୍ପର ଏହି “ଜଳ ବିଭାଜିକା ଯୁକ୍ତ” କାର୍ଯ୍ୟକ୍ରମର ଜୀବିକା ନିର୍ବାହ ଉପାଦନକୁ ସମ୍ପ୍ରସାରିତ କରାଯିବ । ଜଳ ବିଭାଜିକା ଉନ୍ନୟନ ଯୋଜନାରେ ଅନ୍ତର୍ଭୁକ୍ତ ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟବହାରକାରୀ ଗୋଷ୍ଠୀ ଓ ସମ ଆଗ୍ରହୀ ଗୋଷ୍ଠୀ ଭଳି ବିଭିନ୍ନ ଗୋଷ୍ଠୀ ଭିତ୍ତିକ ସଂସ୍ଥା ଗୁଡ଼ିକୁ ଦୃଢ଼ୀଭୂତ କରାଯିବ । ଜଳ ବିଭାଜିକା ଅଞ୍ଚଳରେ ଜଳ ବିଭାଜିକା ସଂଗଠନ ଗୁଡ଼ିକୁ ବିହନ ଓ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରିବା ଦାୟୀତ୍ୱ ନ୍ୟସ୍ତ କରାଯିବ ।

ଜଳ ବିଭାଜିକା ସଂଗଠନ ଗୁଡ଼ିକ ଦ୍ୱାରା ଚାଷୀଙ୍କ ଫାର୍ମରେ ବ୍ୟକ୍ତିଗତ ଫାର୍ମ ପୋଖରୀ ଖନନ କରାଯିବ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ କ୍ଷେତ୍ରରେ ଏ ସୁବିଧା ବିନା ମୂଲ୍ୟରେ ଯୋଗାଇ ଦେବା ସ୍ଥଳେ ଅନ୍ୟ ଚାଷୀମାନଙ୍କୁ ଖନନ ଖର୍ଚ୍ଚର ଶତକଡ଼ା ୫୦ ଭାଗ ଅର୍ଥ ଜଳ ବିଭାଜିକା ସଂଗଠନ ନିକଟରେ ପୈଠ କରିବାକୁ ପଡ଼ିବ ।

ବୃଷ୍ଟିପୃଷ୍ଟ କୃଷି

ରାଜ୍ୟ କୃଷି ନୀତି ୨୦୧୩ (ଜଳ ବିଭାଜିକା ଉନ୍ନୟନ ଓ ବୃଷ୍ଟିପୃଷ୍ଟ କୃଷି)ଓଡ଼ିଶାର ବହୁ ଅଞ୍ଚଳରେ କୃଷି ବର୍ଷାଧାର ଉପରେ ନିର୍ଭର କରୁଥିବାରୁ ବୃଷ୍ଟି ପୁଷ୍ଟ କୃଷିର ବୈଷୟିକ ଜ୍ଞାନ କୌଶଳ ଆଗାମୀ ଦିନରେ କୃଷି କ୍ଷେତ୍ରର ଉନ୍ନୟନ ପାଇଁ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏ ସବୁ ଅଞ୍ଚଳ ରାଜ୍ୟର ପଛୁଆ ଅଞ୍ଚଳ ଭାବେ ମଧ୍ୟ ବିବେଚିତ, ଯେଉଁଠାରେ ଦାରିଦ୍ର୍ୟ ମାତ୍ରା ଅଧିକ । ଏଥିାଇଁ ରାଜ୍ୟର ଏହି ଅଞ୍ଚଳ ଗୁଡ଼ିକରେ ବର୍ଷାଧାରିତ କୃଷିର ଉନ୍ନୟନ ପାଇଁ ଏକ ସାମଗ୍ରିକ କାର୍ଯ୍ୟକ୍ରମ ହାତକୁ ନେବା ଆବଶ୍ୟକ । ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ ତଥା ଶୁଷ୍କାଞ୍ଚଳ ଫସଲ ଚାଷ ପାଇଁ ଅଞ୍ଚଳ ଭିତ୍ତିକ ଅନୁମୋଦିତ କୌଶଳମାନ ରହିଛି । ମାତ୍ର ଏହା ବିଭିନ୍ନ କାରଣ ଯୋଗୁଁ କୃଷକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରି ନାହିଁ ।

ଫସଲ ଅମଳ ବୃଦ୍ଧି ନିମନ୍ତେ ଅନୁମୋଦିତ ପଦ୍ଧତିକୁ ବ୍ୟାପକ ଭାବେ ଗ୍ରହଣ କରି ଜଳ ବିଭାଜିକା ଆଧାରିତ ଶୁଷ୍କାଞ୍ଚଳ ଉନ୍ନୟନ ନିମନ୍ତେ ଅଧିକ ପ୍ରୟାସର ଆବଶ୍ୟକତା ରହିଛି ।

ଏ ସବୁ ଅଞ୍ଚଳ ପାଇଁ ଉପଯୁକ୍ତ ଫସଲ ଓ କିସମ ଗୁଡ଼ିକୁ ଚିହ୍ନଟ କରାଯିବ । ସ୍ୱଳ୍ପ ଅବଧି ଓ ମରୁଡ଼ି ସହଣୀ କିସମ ସମ୍ବନ୍ଧୀୟ ପ୍ରତ୍ୟକ୍ଷ ଗବେଷଣା କରିବା ପାଇଁ ନିର୍ଦ୍ଧିଷ୍ଟ ପ୍ରଚେଷ୍ଟା କରାଯିବ । ବର୍ଷା ଜଳ ଅମଳ ଓ ଜଳ ବିଭାଜିକା ଉନ୍ନୟନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

ରାଜ୍ୟର ଉଚ୍ଚ ଜମିରେ ପ୍ରାୟ ୮ ଲକ୍ଷ ହେକ୍ଟର ଧାନ ଚାଷ ହୁଏ । ସେଥିରୁ ଅଧିକ ଲାଭ ମିଳି ନ ଥାଏ ଏବଂ ଏହା ପ୍ରାକୃତିକ ଦୁର୍ବିାକର ସମ୍ମୁଖୀନ ହୋଇଥାଏ । ଏହି ଭଳି ଜମିରେ ଅଳ୍ପ ଜଳ ଆବଶ୍ୟକ କରୁଥିବା ତୈଳବୀଜ, ଡାଲି ଜାତୀୟ ଫସଲ ଓ ଉଦ୍ୟାନ ଫସଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯିବ । ଫସଲ ବିବିଧିକରଣ ପାଇଁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇ ଦିଆଯିବ ।

ଆଧାର - କୃଷି ବିଭାଗ , ଓଡିଶା ସରକାର

Last Modified : 12/25/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate