অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଛେଳି ପାଳନ ପାଇଁ ସ୍ଵତନ୍ତ୍ର ଯୋଜନା

ଉପକ୍ରମ

ଭାରତ ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ମାଧ୍ୟମରେ ଜାତୀୟ ପୁଷ୍ଟିସାର ଯୋଗାଣ ମିସନ କାର୍ଯ୍ୟକ୍ରମ ଜରିଆରେ ପୁଷ୍ଟିସାର ଉପଲବ୍ଧତାକୁ ଉନ୍ନିତ କରିବା ପାଇଁ ଛେଳିପାଳନକୁ ଗୁରୁତ୍ଵ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାଣୀପାଳନ ନିର୍ଦ୍ଦେଶାଳୟ ମାଧ୍ୟମରେ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ।

ସଘନ ଛେଳି ପାଳନ

ଯେଉଁଚାଷୀମାନେ ଦୀର୍ଘ ଏକ ବର୍ଷ ହେଲା ଅନ୍ତତଃ ଦଶଟି ଛେଳି ନିଜେ ପରିପାଳନ କରି ଆସୁଛନ୍ତି ,ସେହିଭଳି ଚାଷୀଙ୍କୁ ବଛାଯିବ ଏବଂ ୫୦ ଟି ମାଈ ଛେଳି ଓ ୩ଟି ବୋଦା ବିଶିଷ୍ଟ ଏକ ଫାର୍ମ କରିବା ପାଇଁ ସହାୟତା ପ୍ରଦାନ କରାଯିବ । ଉପରୋକ୍ତ ସଂଖ୍ୟକ ଛେଳି ଫାର୍ମ କରିବା ପାଇଁ ମୋଟ ଅଟକଳର ୫୦% ଖର୍ଚ୍ଚ ସରକାରୀ ରିହାତି ମିଳିବା ବେଳେ , ବାକି ୫୦% ଖର୍ଚ୍ଚ ଚାଷୀଟି ବହନ କରିବ । ସେହିପରି ଜଣେ ଉଦ୍ୟୋଗୀ ଚାହିଁଲେ ୯୫ଟି ମାଈ ଛେଳି ଓ ୫ଟି ବୋଦାବିଶିଷ୍ଟ ଫାର୍ମ କରିବା ପାଇଁ ସରକାରଙ୍କ ତରଫରୁ ମୋଟ ଯୋଜନା ଅଟକଳର ୨.୩୬ ଲକ୍ଷ ରୁ ୫୦% ଭାଗ ଅର୍ଥାତ ଟ ୧.୧୮ଲକ୍ଷ ଟଙ୍କା ସହାୟତା ପାଇବା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛେଳି ପାଳନ ପାଇଁ ଦାନାପ୍ରାପ୍ତ, କୃମିନାଶକ ଔଷଧ, ପ୍ରତିଷେଧକ ଟିକା, ଭିଟାମିନ ତଥା ଧାତୁସାର ସହିତ ଛେଳିମାନଙ୍କର ବୀମା କରିବାର ମଧ୍ୟ ବ୍ୟବସ୍ଥା ରଖାଯାଇଛି ।

ଛେଳିର ଉତ୍ପାଦିକାଗୁଣ ବୃଦ୍ଧି ପାଇଁ ଚାଷୀଙ୍କୁ ସହାୟତା

ଏ କାର୍ଜ୍ୟବିଧି ଅନୁସାରେ ୧୦ କିଲୋମିଟର ବ୍ୟାସାର୍ଦ୍ଧରେ ୧୫ରୁ ୨୦ଟି ଗାଁକୁ ନେଇ ଏକ ଛେଳି ପୁଞ୍ଜ ଗଠନ କରାଯିବ । ଏହି ପୁଞ୍ଜରେ ସରକାରଙ୍କ ତରଫରୁ ନିୟମିତ କୃମି ନାଶକ ଔଷଧ, ଭିଟାମିନ, ଖଣିଜ ଲବଣ ଦିଆଯିବା ସହିତ ବିଭିନ୍ନ ରୋଗ ପାଇଁ ପ୍ରତିଷେଧକ ଟିକା ସ୍ୱଳ୍ପ ସେବା ମୂଲ୍ୟ ବିନିମୟରେ ପ୍ରଦାନ କରାଯାଇଛି। କୃମିଛେଳିଙ୍କ ଦେଖାଶୁଣା ପାଇଁ ପ୍ରତି ପୁଞ୍ଜରେ ଛେଳି ପରିଦର୍ଶକ ନିଯୋଜିତ ହୋଇଛନ୍ତି ।

ଛେଳି ମେଣ୍ଢାଙ୍କ କୃମି ନିରାକରଣ କାର୍ଯ୍ୟକ୍ରମ

ଏହି ରାଜ୍ୟ ସରକାରଙ୍କ ଏକ ଯୋଜନା । ଛେଳି ମେଣ୍ଢାଙ୍କ କୃମିରୋଗ ନିୟନ୍ତ୍ରଣ କରି ଉତ୍ପାଦକତା ବୃଦ୍ଧି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ପ୍ରତି ଛ’ମାସ ଅନ୍ତରରେ ଛେଳି ଓ ମେଣ୍ଢାମାନଙ୍କର କୃମି ନିରାକରଣ ପାଇଁ ଶିବିରମାନ ଗ୍ରାମମାନଙ୍କରେ ଆୟୋଜନ କରାଯାଇ କୃମିନାଶକ ଔଷଧ ପ୍ରଦାନ କରାଯାଉଛି । ଏହି ଶିବିର ଦ୍ଵାରା ପ୍ରାଣିମାନଙ୍କର ସ୍ଵାସ୍ଥ୍ୟର ଉନ୍ନତି ହେବା ସହିତ ଅଧିକ ମାଂସ ଉତ୍ପାଦନ ହେଉଛି । ଏହି କାର୍ଯ୍ୟକ୍ରମଦ୍ଵାରା ମୁଖ୍ୟତଃ ନାମମାତ୍ର ଚାଷୀ, କ୍ଷୁଦ୍ର ଓ ଦାରିଦ୍ର୍ୟ ସୀମାରେଖାତଳେ ଥିବା ଚାଷୀ ବିଶେଷ ଉପକୃତ ହେଉଛନ୍ତି । ହାରାହାରି ବାର୍ଷିକ ୧୦ ଲକ୍ଷ୍ୟ ଛେଳିମେଣ୍ଢାଙ୍କର କୃମି ନିବାରଣ କରାଯାଉଛି । ଯୋଗାଯୋଗ: ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ /ପ୍ରାଣୀ ବିପଣନ ଅଧିକାରୀ, ନିର୍ଦ୍ଦେଶାଳୟ, କଟକ/ସ୍ଥାନୀୟ ପ୍ରାଣୀ ଚିକିତ୍ସକ

ଆଧାର: ସୂଚନା, ଶିକ୍ଷା ଓ ସମ୍ପ୍ରସାରଣ ପରିଚାଳନା ସମିତି

Last Modified : 4/29/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate