অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଡିଆ ସମୟ ଓ ଗାଈର ଯତ୍ନ

ସାଧାରଣତଃ ଭଲ କ୍ଷୀର ଦେଉଥବା ଗାଈଟି ପାଇଁ ଗର୍ଭଧାରଣ ସମୟର ଉପଯୁକ୍ତ ଯତ୍ନ ବିଷୟରେ ସମସ୍ତେ ସଚେତନ ଥାଆନ୍ତି । ଲାଭଦାୟକ ଗୋପାଳନ ଲାଗି ଗାଈ ପିଛା ପ୍ରତିବର୍ଷକୁ ଗୋଟିଏ ବାଛୁରୀ ଓ ମଇଁଷି ପିଛା (୧୫) ମାସ ହିସାବରେ ଗୋଟିଏ ବାଛୁରୀ ପ୍ରସବ କରିବା ଆବଶ୍ୟକ । କିନ୍ତୁ ସ୍ଥଳବିଶେଷରେ ବିଭିନ୍ନ କାରଣବଶତଃ ଏହା ସମ୍ଭବ ହୋଇପାରି ନ ଥାଏ । ତେଣୁ ଗାଈଟିର ଜୀବନକାଳ ମଧ୍ୟରେ ସମୁଦାୟ ପ୍ରସବ ସଂଖ୍ୟା ୧-୨ ହିସାବରେ କମୁଥବା ବେଳେ କ୍ଷୀର ପରିମାଣ ମଧ କମିଯାଇଥାଏ । ଏତଦ୍ ବ୍ୟତୀତ ଗାଈ ପଡ଼ିଆ ଥବା (କ୍ଷୀର ଦେଉ ନ ଥବା) ସମୟରେ ଚାଷା ଭାଇମାନେ ଗାଈର ଖାଦ୍ୟ, ଚିକିତ୍ସା ତଥା ଅନ୍ୟାନ୍ୟ ଯନ୍ତ୍ରରେ ଅବହେଳା କରିବା ପରିଲକ୍ଷିତ ହୋଇଥାଏ । ଏହି ସମୟ ସାଧାରଣତଃ ଭଲ କ୍ଷୀର ଦେଉଥବା ଗାଈଙ୍କ କ୍ଷେତ୍ରରେ ଗର୍ଭାବସ୍ଥାର ଶେଷଭାଗକୁ ୬୦-୭୫ଦିନ ହୋଇଥାଏ । ପଡ଼ିଆ ସମୟରେ କ୍ଷୀର ମିଳୁ ନ ଥବା ଭାବି ଗାଈଟିର ପରିପାଳନରେ ଦୃଷ୍ଟି ନ ଦେବା ହେତୁ ଉଭୟ ଗର୍ଭସ୍ଥ ଶାବକ ତଥା ଗାଈ ପ୍ରତି କ୍ଷତି ପହଞ୍ଚଥାଏ । ଫଳରେ ପ୍ରସବ ପରେ ଆଶାନୁପାତିକ ଉପଯୁକ୍ତ ପରିମାଣର ଦୁଗ୍ଧ ମିଳିପାରି ନ ଥାଏ । । ତେଣୁ ଗୋପାଳକ ଭାଇମାନେ ଏହି ପଡ଼ିଆ ସମୟକୁ ବିଭିନ୍ନ ପରିପାଳ ନାମ୍ବକ ଦିଗ ପ୍ରତି ବିଶେଷ ଭାବରେ ଦୃଷ୍ଟି ଦେଲେ ଆର୍ଥକ ସ୍ତରରେ ଲାଭବାନ ହୋଇପାରିବେ ।

ପଡ଼ିଆ ସମୟର ଆବଶ୍ୟକତା

ଗାଈ ପ୍ରସବର ଦଶମାସ ପରେ ଭଲ, କ୍ଷୀର ଦେଉଥଲେ। ମଧ୍ୟ କୃତ୍ରିମ ହିସାବରେ କ୍ଷୀର ବନ୍ଦ କରିଦେବା ଆବଶ୍ୟକ । ଗାଈଟି ଯଦି ଗର୍ଭଧାରଣ କରିସାରିଥାଏ ତା' ହେଲେ ଅତିକମରେ ପ୍ରସବର ଦୁଇମାସ ପୂର୍ବରୁ କ୍ଷୀର ବନ୍ଦ କରାଇନୋବା ଦରକାର ।

କାରଣ

ପ୍ରସବ ପରେ ପ୍ରାକୃତିକ ଭାବେ କ୍ଷୀର ସୃଷ୍ଟି ହେତୁ ପୂର୍ବରୁ କ୍ଷୀର ସୃଷ୍ଟିକାରୀ କୋଷ ଓ ପହ୍ଲାର ବିଭିନ୍ନ ଅଂଶବିଶେଷକୁ ସାମୟିକ ବିରତି ଦେବା ବିଧେୟ ।

  • ପ୍ରସବର ପ୍ରାରମ୍ଭିକ ଅବସ୍ଥାରେ ଶାବକର ଖାଦ୍ୟ ପାଇଁ କ୍ଷୀରରେ ଉପଯୁକ୍ତ ଖାଦ୍ୟସାର ଓ ପୁଷ୍ଟିସାର ଶରୀରରେ ବହୁଳ ପରିମାଣରେ ଗଚ୍ଛିତ ହୋଇରହିବା ଦରକାର ।
  • ପଡ଼ିଆ ରହିବା ଫଳରେ ପ୍ରସବ ପରେ ଅଧକ ପରିମାଣର କ୍ଷୀର ମିଳିପାରେ ।
  • ପଡ଼ିଆ ନ ରହିବା ଫଳରେ ଗାଈଟି ଦୁର୍ବଳ ହେବା ସହ ବିଭିନ୍ନ ରୋଗ ଦ୍ଵାରା ଆକ୍ରାନ୍ତ ହୋଇଥାଏ ।
  • ପଡ଼ିଆ ରହିବା ଫଳରେ ପ୍ରସବ ପରେ କ୍ଷୀରର ଗୁଣାମ୍ବକ ମାନ ବୃଦ୍ଧି ହୋଇଥାଏ ।
  • ପ୍ରସବ ସମୟରେ ପଡ଼ିଆ ନ ରହିବା ଫଳରେ ମା' ଗାଈଟିର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେତୁ ପ୍ରଥମ ତିନିଦିନରେ ଶାବକକୁ ମିଳୁଥବା କଷ କ୍ଷୀରର ଉପଯୁକ୍ତ ମାନ କମିଥାଏ ।

ଗାଈର ଗର୍ଭସମୟରେ କ୍ଷୀରବନ୍ଦ କରିବାର ଉପାୟ

ସାଧାରଣତଃ ୬ମାସର ଗର୍ଭ ହୋଇଗଲା ପରେ କ୍ଷୀର ଦୁହିବା ଧୀରେ ଧୀରେ ବନ୍ଦ କରିଦେବା ଦରକାର । ମୁଖ୍ୟତଃ ଦୁଗ୍ଧଗ୍ରନ୍ଥି ଓ ଦୁଗ୍ଧ ପ୍ରସ୍ତୁତକାରୀ କୋଷର ପୁନର୍ବିନ୍ୟାସ ଓ ପ୍ରସବ ପରର କଷଷାର ଏବଂ ପରବର୍ତ୍ତୀ ସମୟରେ ଦୁଗ୍ଧର ପରିମାଣ ତଥା ଗୁଣାମ୍ବକ ମାନ ଉନ୍ନତି ପାଇଁ ଏହି ସମୟ ବିଶେଷ ଗୁରୁତ୍ବପୂର୍ଣ୍ଣ । କ୍ଷୀର ଦେଉଥବା ଗାଈଟିକୁ ହଠାତ୍ ପଡ଼ିଆ କରିବା ସାଧାରଣତଃ ଏକ ସହଜ ଉପାୟ ନୁହେଁ ।

ଭଲ କ୍ଷୀର ଦେଉଥବା ଗାଈଙ୍କ କ୍ଷେତ୍ରରେ ଗର୍ଭବସ୍ଥାର ଶେଷଭାଗକୁ ୬୦-୬୫ଦିନ ହୋଇଥାଏ | ପଡ଼ିଆ ସମୟରେ କ୍ଷୀର ମିଳୁ ନ ଥବା ଭାବି ଗାଈଟିର ପରିପାଳନରେ ଦୃଷ୍ଟି ନ ଦେବା ହେତୁ ଉଭୟ ଗର୍ଭସ୍ଥ ଶାବକ ତଥା ଗାଈ ପ୍ରତି କ୍ଷତି ପହଞ୍ଚଥାଏ | ଫଳରେ ପ୍ରସବ ପରେ ଆଶାନୁପାତିକ ଉପଯୁକ୍ତ ପରିମାଣର ଦୁର୍ ମିଳିପାରି ନ ଥାଏ |

ଗାଈଟିର କ୍ଷୀର ଦେଉଥବା ପରିମାଣ ଓ ପଡ଼ିଆ କରିବା ସମୟର ଆବଶ୍ୟକତାକୁ ଅନୁଭବ କରି ଠିକ୍ ପଦ୍ଧତି ମାଧମରେ ଗାଈଟିକୁ ପଡ଼ିଆ କରିବା ଜରୁରୀ ନଚେତ୍ ପହ୍ନାପ୍ରଦାହ ଓ ଅନ୍ୟାନ୍ୟ ରୋଗ ଦେଖୁବାକୁ ମିଳିଥାଏ । ସାଧାରଣତଃ ଗାଈକୁ ପଡ଼ିଆ କରିବା ପାଇଁ କେତେଗୋଟି ଉପାୟ ଅଛି ।

  • ଦିନେ ଛାଡ଼ି ଦିନେ କ୍ଷୀର ଦୁହିବା (୦-୫ ଲିଟର କ୍ଷୀର ଦେଉଥବା ଗାଈ) |
  • କ୍ଷୀର ଦୁହିବା ସମୟରେ ସମ୍ପୂର୍ଣ୍ଣ କ୍ଷୀର ନ ଦୁହି ପହ୍ନାରେ କିଛି ମାତ୍ରାରେ ଛାଡ଼ିଦେବା ବା ଦୁହୁଁଥବା କ୍ଷୀରର ପରିମାଣ କ୍ରମାଗତ ଭାବେ କମାଇ ଚାଲିବା (୧୦ ଲିଟର କ୍ଷୀର ଦେଉଥବା ଗାଈ) ।
  • ଦିନକୁ ଦୁଇଥର ବଦଳରେ ଥରେ ଲେଖାଏ ଦୁହିବା (୫-୧୦ ଲିଟର କ୍ଷୀର ଦେଉଥବା ଗାଈ) ।

ଉପର ଲିଖତ ଉପାୟଗୁଡ଼ିକୁ ଅବଲମ୍ବନ କରିବା ସହ ଗାଈର ଖାଦ୍ୟର ପରିମାଣ କ୍ଷୀର, କମୁଥବା ଅନୁପାତରେ କମାଇ ଦେବା ଦରକାର ।

ଆଧାର : ପ୍ରାଣୀ ଚିକିତ୍ସକ(ଡା: ସାରଦା ପ୍ରସନ୍ନ ସାହୁ ଡା: ଯତୀନ କୁମାର ସାହୁ)

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate