অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବତକ ପାଳନ ଓ ତା’ର ଉପକାରିତା

ବତକ ର ଉପକାରିତା

 

• ବତକମାନେ ବର୍ଷକୁ ୨୬୦ ରୁ ୨୮୦ ଗୋଟି ଅଣ୍ଡା ଦେଇଥାନ୍ତି ।

• ରୋଗ ପ୍ରତିରୋଧକ କ୍ଷମତା ଅଧିକ ।

• ଅତି ସାଧାରଣ ଖାଦ୍ୟ ଯଥା :- ଅଗଣାରେ ପଡିଥିବା ଖାଦ୍ୟଶସ୍ୟ, ଶସ୍ୟକ୍ଷେତ୍ରର ପୋକ ଜୋକ, ମାଟି ମଧ୍ୟରୁ କେଞ୍ଚୁଆ, ପାଣି ଭିତରୁ ଗେଣ୍ଡା, ଛୋଟ ଛୋଟ ମାଛ ପ୍ରଭୃତି ସଂଗ୍ରହ କରି ସେମାନଙ୍କ ଖାଦ୍ୟର ଚାହିଦା ପୂରଣ କରିଥାନ୍ତି ଓ ଅଣ୍ଡା ଦେଇଥାନ୍ତି ।

• ଅଣ୍ଡାଦେବାର ଦ୍ଵିତୀୟ ବର୍ଷ ମଧ୍ୟ ଅଣ୍ଡା ଦେଇଥାନ୍ତି ।

• ଉନ୍ନତ ଧରଣର ଘର ଦରକାର ହୋଇନଥାଏ ।

• କୁକୁଡା ଚାଷ ପାଇଁ ଅନୁପଯୁକ୍ତ ସନ୍ତସନ୍ତିଆ ଜାଗା ବତକ ପାଇଁ ଉପଯୁକ୍ତ ।

• ମାଛ ଚାଷ ସହ ସଘନ ଚାଷ ସମ୍ଭବ ।

• କମ ଖର୍ଚ୍ଚରେ ଅଣ୍ଡା ଉତ୍ପାଦନ ସମ୍ଭବ ।

ପରିଚାଳନା ପଦ୍ଧତି

• ଉଭୟ ଅଣ୍ଡା ଉତ୍ପାଦନ ଓ ମାଂସ ପାଇଁ ପାଳନ କରାଯାଏ ।

• ଅଣ୍ଡା ଉତ୍ପାଦନ ପାଇଁ ଖାକି କ୍ୟାମ୍ପ ବେଲ/ଇଣ୍ଡିଆନ ରନର ଓ ମାଂସ ପାଇଁ ଧଳା ପେକିନ ବତକ ପାଳନ କରାଯାଏ ।

• ଖାକି କ୍ୟାମ୍ପବେଲ ୨୬୦-୨୮୦ ଗୋଟି ଅଣ୍ଡା ଦେଇଥାଏ ଓ ଧଳା ପେକିନ ବତକ ୮ସପ୍ତାହରେ ପ୍ରାୟ ୩କେଜି ଓଜନ ବଢିଥାଏ ।

• ବତକ ପାଳନ ପାଇଁ ଅଧା ଆବଦ୍ଧ ଓ ଅଧା ଖୋଲା ଘର ଦରକାର ହୋଇଥାଏ ଏବଂ ଲାଭଦାୟକ ହୋଇଥାଏ । ଘର ଅଗଣାରେ ୧୦-୨୦ ଟି ବତକ ନେଇ ପାଳନ କାଲେ ଲାଭଜନକ ହୋଇଥାଏ ।

• ବର୍ଷକୁ ଗୋଟିଏ ଅଣ୍ଡା ଦେଉଥିବା ବତକ ବର୍ଷକୁ ପ୍ରାୟ ୫୦-୬୦ କେଜି ସୁଷମ ଖାଦ୍ୟ ଦରକାର କରିଥାଏ । କିନ୍ତୁ ଅଧା ଆବଦ୍ଧ ଓ ଅଧା ଖୋଲା ପରିଚାଳନ ପଦ୍ଧତିରେ ମାତ୍ର ୮-୧୦ କେଜି ଦାନା ଦରକାର ହୋଇଥାଏ ଏବଂ ଏହା ସନ୍ଧ୍ୟା ସମୟରେ ଘରକୁ ଆସିବା ସମୟରେ ଦିଆଯାଇଥାଏ । ନିଜ ଅଞ୍ଚଳରେ ମିଳୁଥିବା ଶସ୍ୟ ସାମଗ୍ରୀକୁ ନେଇ ହାତ ତିଆରି ଦାନା ତିଆରି କଲେ ଭଲ ଲାଭ ମିଳିଥାଏ ।

• ବତକ ଛୁଆକୁ ତିନି ଚାରି ସପ୍ତାହ ପର୍ଯ୍ୟନ୍ତ ଅତ୍ୟନ୍ତ ଯତ୍ନର ସହ ଧାନ ଚଷୁ/କରତ ଗୁଣ୍ଡ ଉପରେ ବୃଡର ତଳେ ରଖି ବିଜୁଳି ଆଲୁଅ ସାହାଯ୍ୟରେ ଉତ୍ତାପ ଦେଇ ପାଳନ କରାଯାଏ ।

• ଜଳାଶୟ ପରିବର୍ତ୍ତେ ଛୋଟ ପାଣିକୁଣ୍ଡ ଟିଏ ବତକ ପାଇଁ ନିହାତି ଦରକାର କାରଣ ଏହା ଦ୍ଵାରା ବତକଟି ନିଜ ଥଣ୍ଟ ଓ ଆଖି ସଫା କରିଥାଏ ।

• ଫିମ୍ପି ଲାଗିଥିବା ଦାନା ବତକ ମାନଙ୍କୁ ଦିଅନ୍ତୁ ନାହିଁ ।

• ସୁଲଭ ମୂଲ୍ୟରେ ମିଳୁଥିବା ଦିନିକିଆ ବତକ ଛୁଆ ନେଇ ସଘନ ଚାଷ ଆରମ୍ଭ କରି ବେଶି ଲାଭବାନ ହୁଅନ୍ତୁ ।

ରୋଗ ଓ ତା’ର ପ୍ରତିକାର

ଯଦିଓ ବତକ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଅଧିକ ତଥାପି ସେମାନେ ବତକ ହଇଜା, ବତକ ପ୍ଲେଗ, ରୋଗରେ ଆକ୍ରାନ୍ତ ହୋଇଥାନ୍ତି ତେଣୁ ସେମାନଙ୍କୁ ନିମ୍ନଲିଖିତ ଟୀକା ଦେବା ସହ ପ୍ରତି ୪ମାସ ଅନ୍ତରରେ ପାଇପାରାଜିନ ଭଳି କୃମିନାଶକ ଔଷଧ ପ୍ରଦାନ କରାଯିବା ସହ ଲିଭର ଟନିକ, କ୍ୟାଲସିୟମ ଟନିକ ଓ ଖଣିଜ ଦ୍ରବଣ ଦେବା ବିଧେୟ ।

କ୍ର.ନଂ ଟିକାର ନାମ କେଉଁଠାରେ ଦିଆଯାଏ ବୟସ ୧ ବତକ ହଇଜା ଚମଡା ତଳେ ୩-୪ ସପ୍ତାହ-୧ମିଲି ଓ ପୁଣି ୪ସପ୍ତାହ ପରେ ୨ମିଲି ପ୍ରତି ବତକକୁ ୨ ବତକ ପ୍ଲେଗ ଚମଡା ତଳେ ୮-୯ ସପ୍ତାହ ପରେ ୨ମିଲି ପ୍ରତି ବତକକୁ

ଆଧାର – ବତକ ପ୍ରଜନନ କେନ୍ଦ୍ର, ଖପୁରିଆ, କଟକ, ବତକ ପ୍ରଜନନ କେନ୍ଦ୍ର, ଚିପିଲିମା, ସମ୍ବଲପୁର, ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡିଶା

Last Modified : 7/18/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate