ବତକ ପାଳନ କାହିଁକି ?
- ବତକର ଅଣ୍ଡା ଦେବା କ୍ଷମତା ଅଧିକ
- ବତକ ଅଣ୍ଡାର ଆକାର ବଡ ଓ ଏମାନେ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇ ପାରନ୍ତି ।
- ବତକ ଅଣ୍ଡାରେ ଅଧିକ ପରିମାଣର ପୃଷ୍ଟିସାର ଓ ଅନ୍ୟାନ୍ୟ ଖାଦ୍ୟପ୍ରାଣ ରହିଥାଏ ।
- ବତକ ପାଳନ ପାଇଁ କମ ମୂଳଧାନରେ ଆବଶ୍ୟକତା ଥାଏ ।
- ଅଳ୍ପ ଖର୍ଚ୍ଚରେ ବତକ ଘରଟିଏ କରାଯାଇ ପାରିବ ।
- ଏମାନଙ୍କର ରୋଗ ସୀମିତ ଏବଂ ରୋଗ ପ୍ରତିରୋଧକ ଶକ୍ତି ଅଧିକ
- ବତକମାନେ ଗାଁ ପୋଖରୀ ଏବଂ ଅନ୍ୟାନ୍ୟ ପ୍ରାକୃତିକ ପରିବେଶରୁ ସହଜ ଏ ଖାଦ୍ୟ ସଂଗ୍ରହ କରିପାରନ୍ତି ।
- ସମନ୍ଵିତ ଭାବେ ଧାନ ଓ ମାଛ ସହ ବତକ ପାଳନ କରାଯାଇ ପାରିଲେ ତାହା ଅଧିକ ଲାଭ ଦେଇଥାଏ ।
ବତକର ପ୍ରକାର ଭେଦ
- ଅଣ୍ଡାଦିଆ ବତକ
ଖାକି କ୍ୟାମ୍ଫବେଲ : ଦେହରେ ରଙ୍ଗ ଧୂସର ଆକାର ମାଧ୍ୟମରୁ ଛୋଟ ;ଅଣ୍ଡାଦାନ କ୍ଷମତା ଯଥେଷ୍ଟ ଅଧିକ (ବାର୍ଷିକ ୩୦୦ ରୁ ଅଧିକ)
ଦେଶୀ ବତକ : ଦେହର ରଙ୍ଗ ଧଳା- କଳା ମିଶ୍ରିତ ;ଓଜନ ମାଧ୍ୟମ (୨ ରୁ ୨.୫ କେଜି) ଏବଂ ଅଣ୍ଡାଦାନ କ୍ଷମତା ଆଶାନୁରୂପ ।
- ମାଂସ ଉପଯୋଗୀ ବତକ
ହ୍ଵାଇଟ ପେକନ : ରଙ୍ଗ ଧଳା ;ଆକାର ବଡ (୩ ରୁ ୩.୫ କେଜି) ;ଦୃତ ଶରୀର ବୃଦ୍ଧି କ୍ଷମତା ମାତ୍ର କମ ଅଣ୍ଡା ଦିଅନ୍ତି । ଏହା ମାଂସ ପାଇଁ ଉପଯୁକ୍ତ ।
ମୋତି /ମସ୍ଲୋଭି : ରଙ୍ଗ ଧଳା : କଳା ମିଶ୍ରିତ ;ଆକାର ଅପେକ୍ଷା କୃତ ବଡ ;କମ ପାଣି ଆବଶ୍ୟକ କରନ୍ତି ଏବଂ କମ ଅଣ୍ଡା ଦିଅନ୍ତି । ଏମାନଙ୍କର ମାଂସ ସ୍ଵାଦଯୁକ୍ତ ।
ବତକ ପାଳନର ପଦ୍ଧତି
- ୨୫ ରୁ ୩୦ ଟି ବତକ ବିଶିଷ୍ଟ ଗୋଟିଏ ୟୁନିଟ (ଦଳ) ପାଇଁ ଘର ଅଗଣା ବା ପୋଖରୀ ହୁଡାରେ ମାଟି ବା ନଡା ଛପର ଯୁକ୍ତ ଛୋଟ ଘରଟିଏ ତିଆରି କରିବାକୁ ପଡିବ ।
- ବତକ ପିଛା ୨-୨.୫ ବର୍ଗ ଫୁଟ , ହିସାବରେ ସ୍ଥାନ ନେଇ ୫-୬ ଫୁଟ ଉଚ୍ଚତା ବିଶିଷ୍ଟ କମ ଖର୍ଚ୍ଚରେ ଘରଟିଏ ତିଆରି କରିବା ଆବଶ୍ୟକ ।
- ଘର ମଧ୍ୟକୁ ବାୟୁ ଚଳଚଳ ପାଇଁ ବିପରୀତ କାନ୍ଥରେ ୨ ଟି ବଡ ଝରକାର ବ୍ୟବସ୍ଥା କରିବା ଉଚିତ ।
- ଘରର ଚଟାଣର ୧ ସେମି ବହଳର ବାଲି / ଚକ୍ଷୁ ପକାଇଲେ ଭଲ ।
ବୃଡ଼ିଂ
- ଦିନିକିଆ ବତକ ଛୁଆମାନଙ୍କୁ ୩ ରୁ ୪ ସପ୍ତାହ ପର୍ଯ୍ୟନ୍ତ ବୃଡ଼ିଂ କରାଯାଏ ।
- ବୃଡ଼ିଂ ସମୟରେ ବିଦ୍ୟୁତ ବଲବ ବା ଲଣ୍ଠନର ବ୍ୟବହାର କରି ଉଷ୍ମତାର ବନ୍ଦୋବସ୍ତ କରାଯାଏ ,।
- ଦାନାରେ ସମପରିମାଣର ପାଣି ମିଶାଇ ବତକମାନଙ୍କୁ ଦେବା ଦରକାର ।
- ବୃଡ଼ିଂ ସମୟରେ ଯଥେଷ୍ଟ ପରିଷ୍କାର ପାଇବା ପାଣିରେ ବ୍ୟବସ୍ଥା କରିବା ଦରକାର ।
- ବୃଡ଼ିଂ ସମୟରେ ମଧ୍ୟ ବତକ ଛୁଆମାନଙ୍କୁ କିଛି ସମୟ ପାଇଁ ଘର ଅଗଣାରେ ଚଲାବୁଲା ପାଇଁ ଛାଡିଲେ ଭଲ ।
- କଟାସ ବା ବଣୁଆ ଜନ୍ତୁ ଭଳି ଶତ୍ରୁଙ୍କ କବଳରୁ ବତକ ଛୁଆଙ୍କୁ ରକ୍ଷା କରିବା ପାଇଁ ତିକ୍ଷଣ ନଜର ଦେବା ଆବଶ୍ୟକ ।
- ଏକ ମାସ ପରେ ବତକ ଛୁଆ ମାନଙ୍କୁ ପୋଖରୀଙ୍କୁ ଛାଡିବା ଉଚିତ ।
- ୨୦ ରୁ ୩୦ ଟି ବତକ ବିଶିଷ୍ଟ ଗୋଟିଏ ୟୁନିଟ ପାଇଁ ପୋଖରୀରୁ ଯଥେଷ୍ଟ ଖାଦ୍ୟ ମିଳିଥାଏ ।
- ଘରର ବଳକା ପନିପରିବା ଚୋପା, ବଳକା ଖାଦ୍ୟ ତଥା ଅନ୍ୟାନ୍ୟ ଅନାବନା ଜିନିଷ ବତକ ମାନଙ୍କୁ ଦେବା ଆବଶ୍ୟକ ।
ଅଣ୍ଡା ଉତ୍ପାଦନ
- ଖାକି କ୍ୟାମ୍ଫବେଲ ଓ ଦେଶୀ ବତକ ଭଳି ଅଣ୍ଡା ଦିଆ ପ୍ରଜାତିର ବତକମାନେ ୫ ମାସ ବେଳକୁ ଅଣ୍ଡା ଆଦେବା ଆରମ୍ଭ କରିଥାନ୍ତି ।
- ଅଣ୍ଡା ଦେବା ସମୟରେ ବତକମାନଙ୍କୁ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ଖାଦ୍ୟ ଦେବା ଆବଶ୍ୟକ ।
- ଖାଦ୍ୟ ସହ କ୍ୟାଲସିୟମ , ଫାଶଫରସ ଏବଂ ଅନ୍ୟାନ କହଣିଜ ପଦାର୍ଥ ମିଶାଇ ଖାଇବାକୁ ଦେଲେ କ୍ରମାଗତ ଭାବେ ଅଣ୍ଡା ଉତ୍ପାଦନ ହୋଇଥାଏ ।
- ଏହି ସମୟରେ ବତକ ମାନଙ୍କୁ ଘରର ବଳକା , ଖାଦ୍ୟ , ବ୍ୟବହାର ଅନୁପଯୋଗୀ ପନିପରିବା ଇତ୍ୟାଦି ସିଝାଇ ଖାଇବକଉ ଦେବା ଆବଶ୍ୟକ ।
- ଅଣ୍ଡା ଦିଆ ବତକମାନଙ୍କୁ ପଥର ଚୂନ, ଶାମୁକା, ମାଛ କାଟି ଅବା ମାର୍ବଲ ଗୁଣ୍ଡ ଖାଦ୍ୟରେ ମିଶାଇ ଖାଇବାକୁ ଦେଲେ ଅଣ୍ଡା ଉତ୍ପାଦନ ଓ ଆକାର ବଢିବା ସଙ୍ଗେ ସାଗନେ ଅଣ୍ଡାର ଖୋଳପା ଟାଣ ।
- ବତକମାନେ ସାଧାରତଃ ରାତିରେ ବା ପାହାନ୍ତିଆ ସମୟ ଅଣ୍ଡା ଦେଇଥାନ୍ତି ।
- ଓସାରିଆ ମୁହଁ ଯୁକ୍ତ ମାଟି ହାଣ୍ଡି ବତକ ଘର କୋଣରେ ବସାଇଲେ ବତକମାନେ ତା ମଧ୍ୟରେ ଅଣ୍ଡା ଦେବା ପସନ୍ଦ କରିଥାନ୍ତି । ଏହାଦ୍ଵାରା ଅଣ୍ଡା ତଳେ ପଡି ଭାଙ୍ଗିବା ବା ଅଣ୍ଡା ମଇଳା ହେବାର ଭୟ ନ ଥାଏ ।
- ମାଈ ବତକ ଅଣ୍ଡା ଦେବା ଆରମ୍ଭ କାଲେ ଦଳରେ ଥିବା ଅଣ୍ଡିରା ବତକମାନଙ୍କୁ ବିକ୍ରି କରିଦେବା ଉଚିତ । ଏହା ଫଳରେ ମାଈ ବତକମାନଙ୍କୁ ପରିବେଶଋ ଅଧିକ ଖାଦ୍ୟ ମିଳିଥାଏ,ଏବଂ ଚାଷୀକୁ ଅଧିକ ଅଣ୍ଡା ମିଳେ ।
- ବତକ ଅଣ୍ଡା ଓଜନ ୬୦-୬୫ ଗ୍ରାମ ହୋଇଥାଏ ଯାହା କୁକୁଡା ଅଣ୍ଡା ଠାରୁ ଅଧିକ ।
- ବତକମାନେ ୨-୩ ବର୍ଷ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି ।
ରୋଗ ଓ ତା ନିରାକରଣ
ବତକମାନଙ୍କର ରୋଗ ଅତି ସୀମିତ ମାତ୍ର ସମୟ ସମୟରେ ପାଣିପାଗର ପରିବର୍ତ୍ତନ ଘାତିଳେ ଏବଂ ଆବଶ୍ୟକ ପରିମାଣରେ ପନୟ ନ ମିଳିଲେ ବତକ ମାନଙ୍କର ସାଧାରଣ ସ୍ୱାସ୍ଥ୍ୟର ଅବନତି ଘଟେ । ଅଣ୍ଡା ଦାନ କ୍ଷମତା କମିଯାଏ ଏବଂ ଅନ୍ୟାନ୍ୟ ରୋଗରେ ଅମଧ୍ୟ ଆକ୍ରାନ୍ତ ହୋଇଥାଆନ୍ତି ।
“ ଡକ ପ୍ଲେଗ “ ଏକ ମାରାତ୍ମକ ରୋଗ । ଏହାର ଲକ୍ଷଣ ଗୁଡିକ ହେଲା – ଘନ ଘନ ପତଳା ଓ ଦୁର୍ଗନ୍ଧ ମାଳ ସାଙ୍ଗକୁ ଜ୍ଵର ହେବ , ଅତି ଅଳ୍ପ ଆସାମୀ ମଧ୍ୟରେ ଆକ୍ରାନ୍ତ ବତକ ଦୁର୍ବଳ ହୋଇଯାଏ ଏବଂ ମରିଯାଏ । ଏହି ରୋଗ ଅତିଶୀଘ୍ର ଭାବେ ଅନ୍ୟ ଆଞ୍ଚଲକୁ ବ୍ୟାପିଯାଏ ଏବଂ ଏଥିରେ ମୃତ୍ୟୁ ହାର ଅଧିକ, ମାତ୍ର “ ଡକ ପ୍ଲେଗ” ବହୁତ କମ ସମୟ ରେ ଏ ସ୍ଥଳ ବିଶେଷରେ ପରିଲିଖିତ ହୋଇଥାଏ । ଏହି ରୋଗର ପ୍ରତିକାର ପାଇଁ ୩ ରୁ ୪ ମାସ ବୟସର ସମସ୍ତ ବତକକୁ ପ୍ଲେଗ ଟୀକା ଦେବା ଆବଶ୍ୟକ । ଏହା ବ୍ୟତୀତ ପୁରୁଣା କୁକୁଡା ଦାନା ବତକମାନଙ୍କୁ ଦେଲେ ସେଥିରେ ଥିବା ଅଫ୍ଲିଟକ୍ଵିନ ବତକମାନଙ୍କ ଠାରୁ ପକ୍ଷପାତ ରୋଗର ଲକ୍ଷଣ ଦେଖାଦେଇ ଥାଏ ଏବଂ ଅଚାନକ ଭାବେ ଅଣ୍ଡା ଦେବା ବନ୍ଦ ହୋଇଥାଏ ।
ଉପରୋକଟ ପ୍ରଣାଳୀର ବତକ ପାଳନ କରିପାରିଲେ ଗ୍ରାମଞ୍ଚଳରେ ଜଣେ ଚାଷୀ ୨୫ ରୁ ୩୦ ଟି ବତକ ବିଶିଷ୍ଟ ଗୋଟିଏ ୟୁନିଟରୁ ବାର୍ଷିକ ୧୪,୦୦୦ /- ରୁ ୧୬,୦୦୦ /- ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବ ।
ଆଧାର :- କେନ୍ଦ୍ରୀୟ ପକ୍ଷୀ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ଵର
Last Modified : 6/23/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.