অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବର୍ଷାଦିନିଆ ସବୁଜ ଗୋଖାଦ୍ୟ ଫସଲ

ସବୁଜ ଗୋଖାଦ୍ୟ ଫସଲ

କଥାରେ ଅଛି – ଗାଈ ମୁହଁରେ ଦେଲେ ଘାସ, କ୍ଷୀର ଦୁହିଁବ ବାରମାସ  । ତୀରଣ ସୁନ୍ଦର ଗାଈ   ।  ଗାଈ ଗୋରୁ ହେଉଛନ୍ତି ଗୃହପାଳିତ ତୃଣଭୋଜୀ ପ୍ରାଣୀ  । ସେମାନଙ୍କ ମୁଖ୍ୟ ଖାଦ୍ୟ ହେଲା ସବୁଜ ଘାସ  ।ଆଗରେ ଆମ ଲୋକମାନେ ଦେଶୀଗୋରୁଙ୍କୁ ଚାରଣ ଭୂମିରେ ଚରିବା ପାଇଁ ଛାଡି ଦେଉଥିଲେ । ସେଠାରେ ମିଳିଥିବା ତନ୍ତୁବହୁଳ ଘାସ ଖାଇ ସୀମିତ ପରିବାର ମଧ୍ୟରେ ଯେତିକି ଗାଈ କ୍ଷୀର ଦେଉଥିଲେ, ତାହା ସେମାନଙ୍କ  ପାଇଁ ଯଥେଷ୍ଟ ଥିଲା   । କ୍ରମଶଃ ଜଣସଂଖ୍ୟା ବୃଦ୍ଧି ସହିତ କ୍ଷୀରର ଆବଶ୍ୟକତା ବୃଦ୍ଧି ଯୋଗୁଁ କ୍ଷୀରର ଚାହିଦା ମେଣ୍ଟାଇବା ପାଇଁ କୃତ୍ରିମ ପ୍ରଜନନ ସେବା ସରକାର ଆରମ୍ଭ କଲେ  । ଯାହା ଫଳରେ ଆମ ରାଜ୍ୟର ପ୍ରତ୍ୟେକ ଗାଁଗହଳିରେ ଆଜି ଉନ୍ନତ  ଶଙ୍କର ଗାଈ  ଦେଖିବାକୁ ମିଳୁଛନ୍ତି  । ତେଣୁ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ରକ୍ଷା ସହ ପ୍ରଜନନ ଦକ୍ଷତା, କ୍ଷୀର ଉତ୍ପାଦନ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲାଗି ସବୁଜ ସରକାର ଉନ୍ନତ ଗୋପାଳନ ଓ ତାର ସବୁଜ ଘାସର ଚାହିଦା ପୂରଣ ପାଇଁ ଘରବାଡି ବା ଚାଷ ଜମିରେ ଅଧିକ ଅମଳକ୍ଷମ ସ୍ଵତନ୍ତ୍ର ଘାସ ନିମନ୍ତେ ଦୁଗ୍ଧ ଚାଷୀମାନଙ୍କୁ ସଦାସର୍ବଦା ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି  । ଏହା ସବୁଜ ଗୋଖାଦ୍ୟ ଫସଲ ବା ଘାସରେ ପ୍ରଚୁର ପରିମାଣର ପୃଷ୍ଟିସାର ଯୁକ୍ତ ଖାଦ୍ୟ ସହିତ ଭିଟାମିନ “କ “ ପ୍ରସ୍ତୃତ କରି ବିଟାକାରୋଟିନ, ଧାତବଲବଣ, ଯଥା – କ୍ୟାଲସିୟମ , ଫସଫରସ, ମାଗ୍ନେସିୟମ , ଲୌହ , କପର , କୋବାଲଟ ଆଦି ନିହିତ ଥାଏ  । ଏହି ସବୁଜ ଘାସ ଗାଈ ଖାଇବା ଦ୍ଵାରା ସେମାନଙ୍କ ଶରୀର ଚିକ୍କଣ ଦିଶେ  ।      ଗାଈବା ଛଡାଙ୍କର ଗରମ ଠିକ ସମୟରେ ଆସି ଗର୍ଭବତୀ ହୋଇଥାନ୍ତି  । ବର୍ଷକୁ ଗୋଟିଏ ଲେଖାଏଁ ବାଛୁରି ଦେବାକୁ ସକ୍ଷମ ହୋଇଥାନ୍ତି   ।

ବିଭିନ୍ନ ଋତୁ, ଜଳବାୟୁ , ମୃତ୍ତିକା, କିସମ ଜମିର ଅବସ୍ଥିତି ପାଣିର ସୁବିଧା ଆଦି ନେଇ ଭିନ୍ନ ଭିନ୍ନ ସବୁଜ ଖାଦ୍ୟ ଫସଲ କରାଯାଇଥାଏ   । ସେଗୁଡିକ ହେଲା – ଋତୁକାଳୀନ ଗୋଖାଦ୍ୟ ଫସଲ, ସବୁଦିନିଆ ଗୋଖାଦ୍ୟ ଫସଲ ସବୁଜ ଗୋଖାଦ୍ୟ ଗଛ   ।

ଋତୁକାଳୀନ ଗୋଖାଦ୍ୟ ଫସଲ

ସାଧାରଣତଃ ବର୍ଷା ଓ ଶୀତକାଳୀନ ସବୁଜ ଗୋଖାଦ୍ୟ ଫସଲକୁ ଋତୁକାଳୀନ ଗୋଖାଦ୍ୟ ଫସଲ ଭାବେ ଗ୍ରହଣ କରାଯାଏ  । ବର୍ଷାଦିନେ ବା ଖରିଫ ଋତୁରେ ସବୁଜ ଗୋଖାଦ୍ୟ ଫସଲ କରାଯାଉଥିବା ନାମଗୁଡିକ ହେଲା – ଶସ୍ୟଜାତୀୟ, ମକା, ବାଜରା, ବରଗୁଡି, ଡଙ୍ଗରାଣୀ, ଗୁଆଁର ଇତ୍ୟାଦି   ।

ସବୁଦିନିଆ ଗୋଖାଦ୍ୟ ଫସଲ

ଯେଉଁ ସବୁଜ ଗୋଖାଦ୍ୟ ଫସଲକୁ ବର୍ଷସାରା ଅମଳ କରି ଗୋରୁଙ୍କ ଖାଇବାକୁ ଦିଆଯାଏ  । ତାହାକୁ ସବୁଦିନିଆ ଗୋଖାଦ୍ୟ ଫସଲ ବୋଲି କୁହାଯାଏ  । ସାଧାରଣତଃ ଏହା ଦୁଇପ୍ରକାରର –

ଶସ୍ୟ ଜାତୀୟ : ସଙ୍କର ହାତିଆ, ଗିନି,ପାରା, ରୋଡଶ, ମୋଲାସେସ , ହିମିଲିକୋଲା ।

ଛୁଇଁ ଜାତୀୟ ସବୁଦିନିଆ ଘାସ : ଷ୍ଟାଲଲୋ, ସେଣ୍ଟ୍ରୋ , ସିରାଟ୍ରୋ   ।

ସବୁଜ ଗୋଖାଦ୍ୟ ଗଛ

ସୁବାବୁଲ, ଅଗସ୍ତି, ବାର୍ଡ, କଞ୍ଚନ , ଶିଶୁ ,  ଅର୍ଜୁନ  ଇତ୍ୟାଦି  ।  ବର୍ଷାଦିନ ଆରମ୍ଭରେ ଗାଈଫାର୍ମ  ବା ଗୁହାଳ ଛେଳିଘର ଏବଂ କୁକୁଡା ଘର ସହିତ ରହୁଥିବା ବାସସ୍ଥାନ ଚତୁଃପାର୍ଶ୍ଵରେ ଗଛ ଲଗାଇଲେ ଏହା ଆଗାମୀ ଦିନରେ ସବୁଜ ପତ୍ର ପ୍ରଦାନ , ଛାଇ, ଥଣ୍ଡା ପରିବେଶ ସୃଷ୍ଟି କରିବା ସହ ପ୍ରାଣୀମାନଙ୍କୁ ଅଂଶୁଘାତରୁ ମୁକ୍ତ ରଖିପାରିବ   ।

ଚାଷୋପଯୋଗୀ ମୃତ୍ତିକା ଜଳବାୟୁ

ହାତିଆ , ଘାସ ,  ଗିନି, ମକା , ବାଜରା , ଜୁଆର ଆଦି ଉଚ୍ଚ ନିଗିଡା ବାଲିଆ ଦୋରସା ମାଟିରେ ବେସ ଭଲ ହୁଏ   । ପାଣି ଜମିଥିବା ଖାଲୁଆ , ଓଦା ଓ ସନ୍ତସନ୍ତିଆ ସମତଳ ଅଞ୍ଚଳ ପାରା ଘାସ ଚାଷ ପାଇଁ ଉପଯୁକ୍ତ  । ବାଲିଆ ଦୋରସା ମାଟିରେ ବରଗୁଡି , ଗୁଆଁର , ଦୀନନାଥ ପ୍ରଭୁତି ଘାସ ଚାଷ କଲେ ସବୁଠୁ ଭଲ   ।  ଲୁଣା ମାଟି ଅଞ୍ଚଳରେ ବାଜରା , ରୋଡଶ , ଜୁଆରମ ଆଦି ଘାସ ଚାଷ କରିବା ଆବଶ୍ୟକ  । ଜଳଛାୟା ଅଞ୍ଚଳରେ ଷ୍ଟାଇଲୋ ଚାଷ କରିବା ଆବଶ୍ୟକ  । ଉଷ୍ଣ ଓ ଆର୍ଦ୍ର ଜଳବାୟୁ ସବୁଦିନିଆ ଓ କେତେକ ଋତୁକାଳୀନ ଘାସ ଚାଷ ପାଇଁ ଅନୁକୂଳ  । ଜଳବାୟୁ ମାଟିର ଉଷ୍ଣତା ଓ ଦୀନର ବ୍ୟବଧାନ  ସମୟ ଦୃଷ୍ଟିରୁ ବର୍ଷା ଓ ଖରାଦିନେ ସବୁଦିନିଆ ଘାସ ଚାଷରେ ଅଧିକ ଅମଳ ମିଳେ   ।

ବିହନ ପରିମାଣ ଓ ବୁଣିବା ପ୍ରଣାଳୀ

ପ୍ରତି ଏକର ପିଛା ଜମିରେ ହଟିଆ ଘାସ ଚାଷ ପାଇଁ 5000 ମୂଳ ବା କାଣ୍ଡ ଆବଶ୍ୟକ   । ସେହିପରି ମକା ଚାଷ ପାଇଁ 20 କେଜି , ଏମ.ପି ଚେର ବା ଜୁଆର -12 ରୁ 15 କେଜି , ବାଜରା -5 ରୁ 10 କେଜି , ବରଗୁଡି -12 ରୁ 16 କେଜି , ଗୁଆଁର -16 କେଜି  ଦରକାର   । ସବୁଦିନିଆ ଘାସ ତଥା ସଙ୍କର ହାତିଆ ଓ ଗିନି ଘାସ ଚାରାଗୁଡିକ ଧାଡିକୁ ଧାଡି ତିନି ଫୁଟ ଓ ଗଛକୁ ଗଛ 2.5 ବ୍ୟବଧାନରେ ଲଗାନ୍ତୁ    । ମକା ,  ବାଜରା , ବରଗୁଡି , ଗୁଆଁର ବିହନକୁ କାଟି ବୁଣିବା ଅପେକ୍ଷା ଧାଡି କରି ବୁଣିଲେ ଅଧିକ ଫସଲ ଆମଦାନି ହୋଇଥାଏ   ।  ସଙ୍କର ହତିଆ ଗିନି ଓ ପାରା ଘାସର ପ୍ରତି ଖଣ୍ଡରେ 2-3 ଗଣ୍ଡି ଥିଲେ ଭଲ  । ପ୍ରତି ମନ୍ଦାରେ 2 ଖଣ୍ଡ ଚାରା ଲଗାଇଲେ ପ୍ରତି ମନ୍ଦାରୁ ଘାସ ବଞ୍ଚିବା ଆସା ଠିକ ରହେ  । ଷ୍ଟାଇଲୋ ମଞ୍ଜିର ଉପର ଚୋପା ଟାଣ ଥିବାରୁ ଏଥିରେ ଭଲ ଭାବେ ଗଜା ହେବା ପାଇଁ ମଞ୍ଜିକୁ ପାଞ୍ଚ ମିନିଟ ଉଷୁମ ପାଣିରେ ରଖିବା ପରେ ରାତି ସାରା ଥଣ୍ଡା ପାଣିରେ ଭିଜାଇ ରଖନ୍ତୁ  । ସକାଳୁ ମଞ୍ଜିକୁ ଛାଣି କିଛି ସମୟ ଛାଇରେ ରଖିବା ପରେ ମଞ୍ଜିକୁ ଶୁଖିଲା ବାଲି ବା ଗୁଣ୍ଡ ମାଟି ସହ ମିଶାଇ ଜମିରେ ଧାଡିକୁ ଧାଡି 30 ସେମି ବ୍ୟବଧାନରେ ବୁଣନ୍ତୁ  । ମେ, ଜୁନ ଅତି ବେଶୀରେ ଜୁଲାଇ ମାସ ସବୁଦିନିଆ ଘାସ ଚାଷ ପାଇଁ ପ୍ରକୃଷ୍ଟ ସମୟ   ।

ଅମଳ ସମୟ

ସଙ୍କର ହାତିଆ , ଗିନି ଓ ପାରା ଘାସ ଲଗାଇବାର 60ଦିନ ପରେ ଓ ପ୍ରତି କଟାର 45 ଦିନ ବ୍ୟବଧାନରେ କଟାଯାଏ  । ସେହିପରି ମକା-45 ଦିନ ବ୍ୟବଧାନରେ କଟାଯାଏ   । ସେହିପରି ମକା -45 ରୁ 50 ଦିନ ,  ଏମପି ଚେର ବା ଜୁଆର -70 ରୁ 80 ଦିନ , ବାଜରା -60 ରୁ 65 ଦିନରେ ଅମଳ ମିଳିଥାଏ   । ମକା, ବାଜରା ଇତ୍ୟାଦି ଫୁଲ ଉଡାଇବା ପୂର୍ବରୁ ଗୋରୁଙ୍କୁ କାଟି ଖାଇବାକୁ ଦେବା ଆବଶ୍ୟକ  । ଷ୍ଟାଇଲୋ ଫସଲ ଅଢେଇ ମାସରେ ପ୍ରଥମ କଟା ଅମଳ ହୁଏ ଏବଂ ପ୍ରତି 60 ଦିନ ଅନ୍ତରରେ ତାର ପରବର୍ତ୍ତୀ ଅମଳ ମିଳିଥାଏ  । କଅଁଳିଆ  ଅବସ୍ଥାରେ ହାତିଆ ଘାସ ଗୋରୁଙ୍କୁ ଖାଇବାକୁ ଦେବା ଅନୁଚିତ    ।

ଅମଳ ପରିମାଣ  - ପ୍ରତି ଏକର ପିଛା ହତିଆ ଘାସ

400 ରୁ 500 କୁଇଣ୍ଟାଲ, ଗିନି ଘାସ -250 ରୁ 300 କୁଇଣ୍ଟାଲ,  ପାରାଘାସ -400 ରୁ 500 କୁଇଣ୍ଟାଲ, ମିଳୁଥିବା ବେଳେ ମକା 100 ରୁ 120 କୁଇଣ୍ଟାଲ,  ବରଗୁଡି -60 ରୁ 70 କୁଇଣ୍ଟାଲ, ଗୁଆଁର -70  ରୁ 80  କୁଇଣ୍ଟାଲ,  ଘାସ ବର୍ଷକୁ ମିଳିଥାଏ   ।

ଅନ୍ତଃ ଚାଷ

ମକା+ବରଗୁଡି +ଡଙ୍ଗରରାଣୀ ଟିଓସେଣ୍ଟ + ବାଜରା + ବରଗୁଡି /  ଦିନନାଥ + ବରଗୁଡି /ଗୁଆଁର ଆଦି ମିଶ୍ରିତ ଫସଲ ଚାଷ କଲେ ସନ୍ତୁଳିତ ସବୁଜ ଗୋଖାଦ୍ୟ ଭାବେ ଆମେ ଗୋରୁଙ୍କୁ ଖାଇବାକୁ ଦେଇପାରିବା  । ଗୋରୁଙ୍କୁ ଏହି ମିଶ୍ରିତ ସବୁଜ ଗୋଖାଦ୍ୟ ଦେବା ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହେ   ।

ଗୋଖାଦ୍ୟ  ପାଇଁ ଉପଯୋଗୀ ବୃକ୍ଷ

ଆମର ଏଠାରେ ଭଲ ଭାବେ ବଢିପାରୁଥିବା କେତେକ ଉପଯୋଗୀ ବୃକ୍ଷ ବା ଗଛଗୁଡିକ ହେଲା – ସୁବାବୁଲ , ଶିଶୁ , ଅଗସ୍ତି , ଅର୍ଜୁନ ଇତ୍ୟାଦି  । ସୁବାବୁଲ ବା କେଳି କଦମ୍ବ ପ୍ରାଣୀଙ୍କ ଖଦ୍ୟୋପଯୋଗୀ  ବୃକ୍ଷ ,ଯାହାର ଫଳ ମଞ୍ଜି ପତ୍ର ଡାଳ, ଛେଳି , ମେଣ୍ଢା ଗାଈ ଓ ମଇଁଷିମାନଙ୍କୁ ଖାଇବାକୁ ଦିଆଯାଇପାରିବ   ।

ଏହି ପତ୍ରରେ 20 ପ୍ରତିଶତ ପୃଷ୍ଟିସାର ନିହିତ ଥାଏ  । ବାବୁଲ ହେଉଛି ଏକ ମରୁଡି ସହନଶୀଳ ଗଛ   ।  ଏହା ଉଭୟ ଅମ୍ଳ ଓ କ୍ଷାରିୟ  ମାଟିରେ ଭଲ ବଢିପାରେ  । ଏହାର ପତ୍ର ଓ ଫଳକୁ ଛେଳି  ମେଣ୍ଢା ଙ୍କ ଖାଦ୍ୟ ରୂପେ ବ୍ୟବହାର ହୋଇପାରିବ  । ସେହିପରି ଶିରିଶ ଗଛ ସମସ୍ତ ପ୍ରକାର ଜଳବାୟୁ ଓ ମୃତ୍ତିକା ରେ ଭଲ ବଢିପାରେ  । ଏହାର ପତ୍ର ଓ କଅଁଳିଆ ଡାଳ ଅତ୍ୟନ୍ତ  ସୁସ୍ଵାଦୁ ଏବଂ ଏହାକୁ ଗୋରୁ , ଛେଳିମେଣ୍ଢାଖାଇବାକୁ ଭଲପାଆନ୍ତି  । ଏହି ଗଛର ଛାଇରେ ଗିନି ଘାସ ମଧ୍ୟ ଚାଷ କରାଯାଇପରେ   । ଅଗସ୍ତି ହେଉଛି ଏକ ମରୁଡି ସହନଶୀଳ ଗଛ ଏବଂ ଏହା ଖୁବଶୀଘ୍ର ବଢେ  । ଏହି  ଗଛ ବାୟୁମଣ୍ଡଳରୁ ଯବକ୍ଷାରଜାନ ଗ୍ରହଣ କରିବା ସହିତ ମୃତ୍ତିକାର ଦକ୍ଷତା ବୃଦ୍ଧି ବୃଦ୍ଧି କରେ  । ଏହାର ପତ୍ର ଓ ଫଳକୁ ସବୁଜ ଗୋଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ  । ଅର୍ଜୁନ ଗଛ ଆମ ରାଜ୍ୟର ନଦୀ ଓ ଝରଣା କୁଳଗୁଡିକରେ ଦେଖିବାକୁ ମିଳେ  ।  ଏହାର କଅଁଳିଆ ପତ୍ରକୁ ଛେଳି ଖାଇବାକୁ ଭଲ ପାଆନ୍ତି   ।

ରାଜ୍ୟରେ ସବୁଜ ଗୋଖାଦ୍ୟରେ ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ କେତେକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି  । ଆମ ରାଜ୍ୟର ମରୁଡି ପ୍ରପୀଡିତ 21 ଟି ଜିଲ୍ଲାରେ ଗୋପାଳନ ଦ୍ଵାରା ଅଧିକ ଲାଭବାନ ହେବା ପାଇଁ ଅତିରିକ୍ତ ତୃଣ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ  ଘାସ ଚାଷ ନିମନ୍ତେ ବର୍ତ୍ତମାନ ବାଜରା ଓ ବରଗୁଡି ମଞ୍ଜି ପ୍ୟାକେଟ ପ୍ରତ୍ୟେକ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଯୋଗାଇ ଦିଆଯାଇଛି  । ସେହିପରି ଜାତୀୟ ପ୍ରାଣୀଧନ ମିସନ ଅଧୀନରେ କେନ୍ଦ୍ର ସରକାରଙ୍କ ମାଡ୍ରାସ ଓ ହାଇଦ୍ରାବାଦ ଘାସ ମଞ୍ଜି ଉତ୍ପାଦନ ଫାର୍ମରୁ ପିଣ୍ଡବିହନ ଅଣାଯାଇ ଆମ ରାଜ୍ୟର ନବରଙ୍ଗପୁର ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାରେ ମକା ବରଗୁଡି ଚାଷ ଚାଷୀଙ୍କ ଦ୍ଵାରା କରାଯାଇ ପ୍ରମାଣିତ ବିହନ ଉତ୍ପାଦନ କରାଯାଉଅଛି  । ଏତତଦ୍ଵାରା, ରାଜ୍ୟ ସରକାର ଅଧୀନରେ ଥିବା ଘାସ ମଞ୍ଜି ଉତ୍ପାଦନ ଫାର୍ମରୁ 4320 ଟି ଘାସ ଅଛି । ବର୍ତ୍ତମାନ ଦୁଗ୍ଧ ଚାଷୀଙ୍କୁ ଯୋଗାଇଦିଆଯାଉଛି ଚାଷ ପାଇଁ ଘାସ ମୂଳ ବା କାଣ୍ଡ ଚାହୁଁଛନ୍ତି   । ସେମାନେ ରାଜ୍ୟ ସରକାରଙ୍କ ନିମ୍ନଲିଖିତ 13 ଟି ସବୁଜ ଘାସ ପ୍ରଦର୍ଶନ ଫାର୍ମରୁ ପାଇପାରିବେ ଯଥା  - ଲକ୍ଷ୍ମୀ ସାଗର (ଖୋର୍ଦ୍ଧା ) , ଗତିରାଉତ ପାଟଣା, ହଂସପଦା , ପୁରୀ ସଦର , ଶଗଡି , ବାରିମୂଲ ଇତ୍ୟାଦି ସ୍ଥାନରେ ମିଳିପାରିବ   । ତେବେ ମଞ୍ଜି ପାଇବାକୁ ହେଲେ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ   ।

ଆଧାର – ଉପନିର୍ଦ୍ଦେଶକ, ପ୍ରାଣୀରୋଗ ଗବେଷଣା ପ୍ରତିଷ୍ଠାନ , ଫୁଲନଖରା , କଟକ

Last Modified : 12/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate