অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇଲେକ୍ଟ୍ରୋନିକ କମର୍ସ

ଇଲେକ୍ଟ୍ରୋନିକ କମର୍ସ

ଇଲେକ୍ଟ୍ରୋନିକ କମର୍ସ (ସାଧାରଣତ ଇ-କମର୍ସ (e-commerce ବା e-comm) ଭାବେ ଜଣାଶୁଣା) ଅଥବା ଇଲେକ୍ଟ୍ରୋନିକ ବିପଣନ ଇଣ୍ଟରନେଟ କିମ୍ବା ଅନ୍ୟାନ୍ୟ କମ୍ପୁଟର ନେଟୱର୍କ ଜରିଆରେ କୌଣସି ଉତ୍ପାଦର କିଣାବିକାକୁ ବୁଝାଇଥାଏ । ଇଲେକ୍ଟ୍ରୋନିକ ଇ-କମର୍ସ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର, ସପ୍ଲାଇ ଚେନ ମାନେଜମେଣ୍ଟ, ଇଣ୍ଟରନେଟ ମାର୍କେଟିଂ, ଅନଲାଇନ ଟ୍ରାଞ୍ଜେକସନ ପ୍ରସେସିଂ, ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ (EDI), ଇନଭେଣ୍ଟରି ମାନେଜମେଣ୍ଟ ସିଷ୍ଟମ ଆଉ ସ୍ଵୟଂଚାଳିତ ଡାଟା କଲେକସନ ସିଷ୍ଟମ ଆଦି ଟେକନୋଲୋଜିର ବ୍ୟବହାର କରିଥାଏ । ଯଦିଓ ଏହା ଅନେକ ଗୁଡିଏ ଟେକନୋଲୋଜି ଯଥା; ଇ-ମେଲ, ମୋବାଇଲ ଉପକରଣ ଓ ଟେଲିଫୋନ ଆଦିର ବ୍ୟବହାର କରିଥାଏ ତେବେ ଆଧୁନିକ ଇଲେକ୍ଟ୍ରୋନିକ କମର୍ସ ସାଧାରଣତ ୱାର୍ଲଡ଼ ୱାଇଡ଼ ୱେବ ବ୍ୟବହାର କରି ଅର୍ଥ-ପରିବହନ (ଟ୍ରାଞ୍ଜେକସନ)ର ଜୀବନକାଳ ବ୍ୟବହାର କରିଥାଏ ।

ଇଲେକ୍ଟ୍ରୋନିକ କମର୍ସ ସାଧାରଣତ ଇ-ବିଜନେସର ଏକ ବିପଣନ ଭାଗ ଭାବରେ ପରିଗଣିତ ହୋଇଥାଏ । ଏହା ଆର୍ଥିକ ଓ ଅର୍ଥ ଦେବାରେ ସହଯୋଗ କରିବା ନିମନ୍ତେ ଡାଟା ବିନିମୟକୁ ନେଇ ଗଢ଼ା ।

ଇ-କମର୍ସ ତଳଲିଖିତ ଉପବିଭାଗରେ ବିଭାଜିତ

  • ଇ-ଟେଲିଂ ଅଥବା ୱେବସାଇଟ ମାନଙ୍କରେ "ଭର୍ଚୁଆଲ ଷ୍ଟୋରଫ୍ରଣ୍ଟ" ଅନଲାଇନ କାଟାଲଗମାନ, ବେଳେବେଳେ ଏହାକୁ ଏକାଠି କରି ଭର୍ଚୁଆଲ ମଲ ତିଆରି କରାଯାଇଥାଏ
  • ୱେବକଣ୍ଟାକ୍ଟରୁ ଜନସାଂଖିକ ଡାଟା ଏକାଠି କରିବା
  • ଇଲେକ୍ଟ୍ରୋନିକ ଡାଟା ଇଣ୍ଟରଚେଞ୍ଜ (EDI), ବିଜନେସ-ଟୁ-ବିଜନେସ ଡାଟା ବିନିମୟ
  • ଇ-ମେଲ ଓ ଫାକ୍ସ ଓ କ୍ରେତାମାନଙ୍କ ଠାରେ ପହଞ୍ଚିବା ନିମନ୍ତେ ମିଡ଼ିଆର ବ୍ୟବହାର (ଯଥା: ନିଉଜଲେତର)
  • ବିଜନେସ-ଟୁ-ବିଜନେସ କିଣାବିକା
  • ବିଜନେସ ଅର୍ଥ-ସରବରାହ (ଟ୍ରାଞ୍ଜେକସନ)

ସମୟକାଳ

ତଳେ ଇ-କମର୍ସର ସମୟକାଳ ଦିଆଯାଇଛି ।

  • ୧୯୭୯: ମାଇକେଲ ଆଲଡ୍ରିଚ ଅନଲାଇନ ସପିଂର ଉଦଭାବନ କରିଥିଲେ
  • ୧୯୮୧: ଇଂଲଣ୍ଡର ଥମସନ ହଲିଡେଜ ପ୍ରଥମ B2B ଅନଲାଇନ କିଣାବିକା
  • ୧୯୮୨: ମିନିଟେଲ, ଫ୍ରାନ୍ସ ସାରା ଫ୍ରାନ୍ସ ଟେଲିକମ ଦେଶସାରା ପ୍ରାଚିତ କରାଯାଇଥିଲା ଓ ଅନଲାଇନ ଅର୍ଡ଼ର ଦେବାପାଇଁ ବ୍ୟବହାର ହୋଇଥିଲା ।
  • ୧୯୮୪: ଗେଟ୍ସହେଡ଼ SIS/ଟେସକୋ ପ୍ରଥମ B2C ଅନଲାଇନ କିଣାବିକା କମ୍ପାନି ଓ ୭୨ ବର୍ଷୀୟା ଶ୍ରୀମତି ସ୍ନୋବଲ ପ୍ରଥମ ଘରୁ ଅନଲାଇନ ଯୋଗେ କିଣିଥିବା ପ୍ରଥମ କ୍ରେତା
  • ୧୯୮୪: ଜଏପ୍ରିଲ ୧୯୮୪ରେ କମ୍ପୁସର୍ଭ ଆମେରିକା ଓ କାନାଡ଼ାରେ ଇଲେକ୍ଟୋନିକ ମଲର ଆରମ୍ଭ କରିଥିଲା । ଏହା ପ୍ରଥମ ଇଲେକ୍ଟ୍ରୋନିକ ବଣିଜ ସେବା ।
  • ୧୯୮୫: ନିସାନ ଇଉ.କେ. ଡିଲରମାନଙ୍କ ଠାରୁ ନେଇ ଗରାଖମାନଙ୍କୁ କାର ଓ ଫାଇନାନ୍ସ କ୍ରେଡ଼ିଟ କାର୍ଡ଼ ବିକିଥାଏ ।
  • ୧୯୯୨: ଟିମ ବର୍ଣ୍ଣର୍ସ-ଲି ନେକ୍ସଷ୍ଟେପ କମ୍ପୁଟର ବ୍ୟବହାର କରି RoboBOARD/FXରେ ପ୍ରଥମ ୱେବ ବ୍ରାଉଜର, ୱାର୍ଲ୍ଡ ୱାଇଡ଼ ୱେବର କୋଡ଼ ଲେଖିଥିଲେ ।
  • ୧୯୯୨: ଟେରି ବ୍ରାଉନେଲ ପ୍ରଥମ ସମ୍ପୂର୍ଣ୍ଣ ଗ୍ରାଫିକାଲ, ଆଇକନ ପରିଚାଳିତ ବୁଲେଟିନ ବୋର୍ଡ଼ ସିଷ୍ଟମ ଅନଲାଇନ କିଣାବିକା ଆରମ୍ଭ କରିଥିଲେ ।
  • ୧୯୯୪: ନେଟସ୍କେପ ଅକ୍ଟୋବରରେ ମୋଜିଲାର କୋଡ଼ ନାମରେ ଏକ ନାଭିଗେସନ ବାଉଜର ଆରମ୍ଭ କରିଥିଲା । ପିଜା ହଟ ଏହାର ଵ୍ବସାଇଟରେ ଅନଲାଇନରେ ବିକିବା ଆରମ୍ଭ କରିଥିଲା । ପ୍ରଥମ ଅନଲାଇନ ବ୍ୟାଙ୍କ ଏହି ବର୍ଷ ଆରମ୍ଭ ହୋଇଥିଲା । ଅନଲାଇନରେ ଫୁଲ ବିକିବା ଓ ପତ୍ରିକା ବିକିବା ଏହି ବର୍ଷ ଆରମ୍ଭ ହୋଇଥିଲା । ପ୍ରାପ୍ତବୟସ୍କ ଭିଡିଓ ଆଦି କାର ଓ ସାଇକେଲ ଭଳି ଅନଲାଇନରେ ବିକାହେବା ଆରମ୍ଭ ହୋଇଥିଲା । ନେଟସ୍କେପ ୧.୦ ୧୯୯୪ର ଶେଷଭାଗରେ ଆରମ୍ଭ ହୋଇଥିଲା ।

ଆଧାର : ଇ- ବେପାର ବିଭାଗ, ଓଡିଶା

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate