ଓଡ଼ିଶା ପୋଲିସର ଏକ ସେବା । ଓଡ଼ିଶା ଅପରାଧ ରେକର୍ଡ ବ୍ୟୁରୋ ଦ୍ଵାରା ୩ ଅକ୍ଟୋବର ୨୦୧୫ରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହାକୁ ସେହି ଦିନ ଇଣ୍ଟରନେଟରେ ଉପଲବ୍ଧ କରାଯାଇଥିଲା । ଇ-ଏଫଆଇଆର ଦେଇ ଜନସାଧାରଣ ନିଜର ଅଭିଯୋଗ ପୋଲିସ ଷ୍ଟେଶନ ନଯାଇ ସିଧା ଇଣ୍ଟରନେଟ ମଧତମରେ ପୁଲିସ ନିକଟରେ ଉପସ୍ଥାପନ କରି ସହାୟତା ପାଇବା ପ୍ରକ୍ରିୟା ସହଜ କରିପାରିବେ ।
ପୋଲିସ ସେବା ୱେବସାଇଟ ପରିଦର୍ଶନ କରି ନିମ୍ନୋକ୍ତ ସୁବିଧାମାନ ହାସଲ କରିପାରିବେ ।
ଏହି ପ୍ରୋଜେକ୍ଟ ଅଧିନରେ ୫୮୧ ଟି ପୋଲିସ ଥାନା, ୩୭ ପୋଲିସ ନିୟନ୍ତ୍ରଣ କକ୍ଷ, ୧୦୯ ଏସଡିପିଓ, ଡିଏସେଆରପି, ଏସିପି, ପୋଲିସ କମିସନରେଟ ମୁଖ୍ୟାଳୟ, ୩୬ ପୋଲିସ ଜିଲ୍ଲା ମୁଖ୍ୟାଳୟ, ଅନୁସନ୍ଧାନ କେନ୍ଦ୍ର ନିର୍ଦ୍ଦେଶକ, ଆଇଜି ଅପରେସନ, ସ୍ଵତନ୍ତ୍ର ଆର୍ମ ପୋଲିସ, ଆର୍ଥିକ ଅପରାଧ ଶାଖା, ସ୍ଵତନ୍ତ୍ର ଟାସ୍କ ଫୋର୍ସ, ଅପରାଧ ତଦନ୍ତ ଶାଖା, ରାଜ୍ୟ ଫୋରେନସିକ ବିଜ୍ଞାନାଗାର ଏବଂ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ଏବଂ ବିଜୁ ପଟ୍ଟନାୟକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର, ଅରଗୁଳ ପୋଲିସ ପ୍ରଶିକ୍ଷଣ ମହାବିଦ୍ୟାଳୟ, ସିକ୍ସ ବାଟାଲିଅନ ସମେତ ୪୪ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଅନ୍ତର୍ଭୁକ୍ତ ଅଟେ ।
ଆଧାର : ଇ- ପ୍ରଶାସନ ସେବା
Last Modified : 5/11/2021