অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଇ – ଟିକେଟ୍ ବ୍ୟବସ୍ଥା

ଇ – ଟିକେଟ୍

ଐତିହ୍ୟସ୍ଥଳୀ ବୁଲିବାରେ ରୁଚି ରଖୁଥିବା ପର୍ଯ୍ୟଟକଙ୍କୁ ଏଣିକି ଆଉ ସଂରକ୍ଷିତ ପର୍ଯ୍ୟଟନୀସ୍ଥଳ ବୁଲିବା ପାଇଁ ଟିକେଟ୍ କାଉଣ୍ଟର ଆଗରେ ଧାଡି ବାନ୍ଧି ଛିଡା ହେବାକୁ ପଡିବ ନାହିଁ । ଅନ୍ଲାଇନ ଯୁଗରେ ପର୍ଯ୍ୟଟକଙ୍କୁ ଆହୁରି ସହଜ କରିବା ଉଦ୍ଦେଶ୍ୟ ନେଇ ଏଏସ୍ଆଇ ଆରମ୍ଭ କରିଛି ଇ-ଟିକେଟିଂ । ଏଥିରେ ସାମିଲ୍ ହୋଇଛି ଓଡ଼ିଶାର ୫ଟି ଐତିହ୍ୟସ୍ଥଳ । ପୁରୀ ଜିଲ୍ଲାର କୋଣାର୍କ, ଭୁବନେଶ୍ଵରର ଖଣ୍ଡଗିରି, ଉଦୟଗିରି, ରାଜାରାଣୀ ମନ୍ଦିର, ଯାଜପୁରର ବୌଦ୍ଧ  ପର୍ଯ୍ୟଟନସ୍ଥଳୀ ରତ୍ନଗିରି ଓ ଲଳିତଗିରି ବୁଲିବା ପାଇଁ  ଏଏସ୍ଆଇ ଆରମ୍ଭ କରିଛି ଇ-ଟିକେଟିଂ । ଏଥିସହିତ କୋଣାର୍କ ଓ ରତ୍ନଗିରି ସଂଗ୍ରହାଳୟକୁ ବୁଲିଯିବା ପାଇଁ ମଧ୍ୟ ଇ-ଟିକେଟିଂର ସହଯୋଗ ନେଇପାରିବେ ପର୍ଯ୍ୟଟକ । ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ରହି ପର୍ଯ୍ୟଟନସ୍ଥଳୀ  ସମ୍ପର୍କରେ ସୂଚନା ପାଇବା ସହିତ ବୁଲିବା ପାଇଁ ଟିକେଟ୍ କାଟି ଆସିପାରିବେ । ଆଉ ଟିକେଟ୍ କାଟିବାରେ ଝିନଝଟ ରହିବ ନାହିଁ ।  ଏହା ପର୍ଯ୍ୟଟକଙ୍କ ସମୟ ବଞ୍ଚାଇବାରେ ସହଯୋଗ କରିବ । ଏଥିସହିତ ବିଭିନ୍ନ ସମୟରେ ମାନୁଆଲ୍ ଟିକେଟ୍ ଜରିଆରେ ଜାଲିଆତ ହେଉଥିବା ଅଭିଯୋଗ ଉଠୁଥିବା ବେଳେ ଏ ଚିନ୍ତା ବି ରହିବ ନାହିଁ । ପର୍ଯ୍ୟଟକଙ୍କଠାରୁ ଯାହା ବି ଟିକେଟ୍ ବାବଦରେ ଅସୁଲ କରାଯିବ, ସମସ୍ତ ଦେୟ ସେହି ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନତି ପାଇଁ ବିନିଯୋଗ କରାଯିବ । ଠିକ୍ ସେହିପରି ଏହା ଏଏସ୍ଆଇ କର୍ମକର୍ତ୍ତାଙ୍କ କାର୍ଯ୍ୟକୁ ମଧ୍ୟ ହାଲୁକା କରିବା ସହିତ ଅନ୍ୟ ଦିଗରେ ନିୟୋଜିତ କରି ପର୍ଯ୍ୟଟନସ୍ଥଳୀର ଉନ୍ନତି ବାବଦରେ ଅଂଶୀଦାର କରାଯାଇପାରିବ ବୋଲି କହିଛନ୍ତି ଏଏସ୍ଆଇର ଭୁବନେଶ୍ଵର ସର୍କଲ୍ର ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ହେମସାଗର ନାୟକ । ଏଥିସହିତ ପର୍ଯ୍ୟଟନସ୍ଥଳୀମାନଙ୍କରେ ଆଗାମୀ ଦିନରେ ଇ-ଟିକେଟ୍ କିଓସ୍କୋ ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା ରହିଛି  ।

ପର୍ଯ୍ୟଟକଙ୍କ ପାଇଁ ଟୁର୍

ସଂପ୍ରତି ମାନ୍ଦା ସିଜିନ୍ ରେ କୋଣାର୍କକୁ ୩ ହଜାରରୁ ଊର୍ଦ୍ଧ୍ଵ ପର୍ଯ୍ୟଟକ ଆସୁଥିବା ବେଳେ ସିଜିନ୍ ସମୟରେ ପର୍ଯ୍ୟଟକ ସଂଖ୍ୟା ୬ ହଜାର ଛୁଇଁଯାଏ । ତେଣୁ ଟିକେଟ୍ କାଉଣ୍ଟର ସମ୍ମୁଖରେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍ ଲାଗେ । ଏହା ନିଶ୍ଚିତ ଭାବେ ଏଏସ୍ଆଇର କର୍ମଚାରୀଙ୍କ କାର୍ଯ୍ୟଭାର କମାଇବାରେ ସହାୟକ ହେବ । ଟୁର୍ ଅପରେଟର ବେଞ୍ଜାମିନ୍ ସାଇମନନଙ୍କ କହିବା ଅନୁଯାୟୀ ପୁରୀ – କୋଣାର୍କ ପ୍ୟାକେଜ୍ ପାଇଁ ବିଶେଷତଃ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଟୁର୍ ଅପରେଟରମାନେ ହିଁ ଟିକେଟ୍ କାଟିବା ଦାୟିତ୍ଵ ତୁଲାଉଥିଲେ । ଏହି ଇ-ଟିକେଟିଂ ବ୍ୟବସ୍ଥା କିନ୍ତୁ ବର୍ତ୍ତମାନ ଏହି ମୁଣ୍ଡବିନ୍ଧାରୁ ମୁକ୍ତି ଦେବ ବୋଲି ସେ କହିଛନ୍ତି । ଏବେ ଏଏସ୍ଆଇ ଅଧିନରେ ୭୮ଟି ଐତିହ୍ୟସ୍ଥଳୀ ଥିବା ବେଳେ ନିକଟରେ ପର୍ଯ୍ୟଟନସ୍ଥଳୀର ଉନ୍ନତି କଳ୍ପେ ଦେୟରୁ ୩ ଗୁଣା ବୃଦ୍ଧି କରାଯାଇଥିଲା ।

ଆଧାର – ଦୈନିକ ସମାଜ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate