অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍

ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ରେ ଇ-ଅଫିସ୍

ଉପକ୍ରମ

 

ଇ-ଗଭର୍ଣ୍ଣାସ୍ କୁ ସରକାର ବେଶ୍ ଗୁରୁତ୍ୱ ଦେଉଛନ୍ତି | ଏହାର ଅର୍ଥ ନୁହେଁ କେବଳ ଇଲୋକ୍ଟ୍ରୋନିକ୍ ଫର୍ମାଟ୍ ରେ ଅଫିସ୍ ବା ପ୍ରଶାସନିକ କାର୍ଯ୍ୟ କରିବା | ଇ-ଗଭର୍ଣ୍ଣାସ୍ ର ପ୍ରକୃତ ଲକ୍ଷ୍ୟ ହେଉଛି କିଭଳି ସାଧାରଣ ଲୋକଟିଏ ତୁରନ୍ତ ସରକାରୀ ସେବା ପାଇବ ଓ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ହେବ | ସାରା ଦେଶରେ ପାରମ୍ପରିକ ପଦ୍ଧତିରେ ଫାଇଲ୍ ଚାଷ ଛାଡି ଇ-ଅଫିସ୍ ଲାଗୁ କରିବାର ପ୍ରୟାସ ଜାରି ରହିଛି | ଓଡିଶା ମଧ୍ୟ ଏଥିରୁ ବାଦ୍ ପଡିନି | ଅନ୍ୟ ରାଜ୍ୟ ଭଳି ଓଡିଶା ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଇ-ଅଫିସରେ ପରିଣତ କରିଛି |

ଯୋଜନାର ରୂପରେଖ

ଏହି ନିକଟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଓ ଇପିକଲ୍ ର ଇ-ଅଫିସ୍ ଆରମ୍ଭ ହୋଇଛି | ଫାଇଲ୍ କାମ କିଭଳି କମ୍ପ୍ୟୁଟର ମାଧ୍ୟମରେ କରାଯାଇପାରିବ ସେଥିପାଇଁ ଏଥିରେ ବ୍ୟବସ୍ଥା ଅଛି | ଏଣିକି ଏହି ଦୁଇ ଅଫିସରେ ଫାଇଲ୍ ଗୁଡିକ କମ୍ପ୍ୟୁଟରିକୃତ ପ୍ରକ୍ରିୟାରେ ଗୋଟିଏ ଅଫିସରଙ୍କ ପାଖରୁ ଆଉ ଜଣେ ଅଫିସରଙ୍କୁ ଯିବ | କେଉଁଠି କିଏ ଖିଲାପି କରୁଛି, ତାହା ମଧ୍ୟ ଟ୍ରାକିଂ କରି ହେବ |

ଓଡିଶାର ମୁଖ୍ୟ ଶାସନ ସଚିବ ଏହି ଇ- ଅଫିସ୍ କୁ ଉଦଘାଟନ କରିବା ସମୟରେ କହିଥିଲେ ଅଧିକ ସ୍ୱଚ୍ଛ ପ୍ରଶାସନ, ତ୍ୱରିତ କାର୍ଯ୍ୟ ଓ ସମୟାନୁଯାୟୀ ସେବା ଯୋଗାଣ ଇ-ଅଫିସ ର ଲକ୍ଷ୍ୟ | ପ୍ରତ୍ୟେକ ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଅଫିସ୍ ମାନଙ୍କରେ ଏହି ବ୍ୟବସ୍ଥାର ତ୍ୱରାନ୍ୱିତ କରିବା ପାଇଁ ସାଧାରଣ ପ୍ରଶାନିକ ବିଭାଗର କାର୍ଯ୍ୟଧାରା ଆଧୁନିକିକରଣ ସଂସ୍ଥା(ସି.ଏମ୍.ଜି.ଆଇ) ଓ ଏନଆଇସିକୁ କୁହାଯାଇଛି | ସାରା ରାଜ୍ୟରେ ଇ-ଅଫିସ୍ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଉପରେ କାମ ବୋଝ କମିବ |

ପ୍ରଥମ ପର୍ଯ୍ୟାୟରେ ୨୦ଟି ଜିଲ୍ଲାରେ ଇ-ଅଫିସ୍ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହୋଇଛି | ୨୦୧୬ ଶେଷ ସୁଦ୍ଧା ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଇ-ଅଫିସ୍ ରେ ପରିଣତ କରାଯିବ | ସି.ଏମ୍.ଜି.ଆଇ ଓ ଏନଆଇସି ଏଦିଗରେ କାମ କରୁଛନ୍ତି |

ନିର୍ଦେଶକଙ୍କ ମତାମତ

ଉଦ୍ୟାନ କୃଷି ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଲେ, ଇ-ଅଫିସ୍ କାର୍ଯ୍ୟକାରୀ କରିବା ପାଇଁ ସବୁ କର୍ମଚାରୀ ତାଲିମ ପାଇଛନ୍ତି | ଏଥିରେ ନିର୍ଦ୍ଦେଶାଳୟର ୬୩ ଅଧିକାରୀ ଓ ୫ଟି ଉପବିଭାଗ ଏହି ବ୍ୟବସ୍ଥା ସହ ସମନ୍ୱିତ ହୋଇଛନ୍ତି | ଫଳରେ ଏବେ ଫାଇଲ୍ କାମ ଗୁଡିକ ସହଜରେ ହୋଇପାରିବ | ଇପିକଲ୍ ର ୫୦୦ ଟି ଫାଇଲ୍ କୁ ସ୍କାନିଂ କରି ଏଥିରେ ସ୍ଥାନିତ କରାଯାଇଛି | ତେଣୁ ଇ-ଅଫିସ୍ ମାଧ୍ୟମରେ ହିଁ ଏସବୁ ଫାଇଲ୍ ର ପ୍ରୋସେସିଂ ଚାଲିପାରିବ | ଅଧିକାରୀ ଓ କର୍ମଚାରୀମାନେ ଲଗ୍ ଇନ୍ କରି ଏହି କାମ କରିବେ | ଏହା ସେମାନଙ୍କ କାମକୁ ମଧ୍ୟ ସହଜ କରିବ ଏବଂ ଫାଇଲ୍ ହଜିବା ଭଳି ଘଟଣା ହେବ ନାହିଁ | ଇ-ଅଫିସ୍ ଫଳରେ ନଥିପତ୍ର ସଂଖ୍ୟା ଧିରେ ଧିରେ କମିଯିବ |

ଆଧାର

ଅଖଣ୍ଡ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate