অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆୟକର ଅଭିଯୋଗ ପାଇଁ ନୂଆ ଫର୍ମ ଇ-ନିବାରଣ

ଆୟକର ଅଭିଯୋଗ ପାଇଁ ନୂଆ ଫର୍ମ ଇ-ନିବାରଣ

ଅଭିଯୋଗର ସମାଧାନ

ଟିକସଦାତାମାନଙ୍କ ଅଭିଯୋଗର ତ୍ଵରିତ ସମାଧାନ ପାଇଁ ଆୟୁକର ବିଭାଗ ଖୁବ୍ ଶୀଘ୍ର ଏକ ନୂଆ ଫର୍ମ ପ୍ରଚଳନ କରିବାକୁ  ଯାଉଛି । ଇ-ନିବାରଣ’ ଭାବେ ନାମିତ ଏହି ଫର୍ମକୁ ଇ-ଆଇଟିଆର ( ଆୟକର ଦାଖଲ) ଫର୍ମ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି । ଏଥିରେ ଟିକସଦାତା ଆୟକର ରିଫଣ୍ଡ ଓ ଅନ୍ୟ କାର୍ଯ୍ୟ ନେଇ ଆୟକର ବିଭାଗ ସହ ଏସଏମଏସ୍ ଓ ଇ-ମେଲ୍ ରେ ଯୋଗାଯୋଗ କରିପାରିବେ ।

ଇ- ନିବାରଣ ଫର୍ମ

ପୃଷ୍ଠାର ଇ- ନିବାରଣ ଫର୍ମ ଫାଇଲ କରିବା ସମୟରେ ଟିକସଦାତାଙ୍କୁ ନିଜ ନାମ, ସ୍ଥାୟୀ ଆକାଉଣ୍ଟ ନମ୍ବର ( ପାନ୍), ମୋବାଇଲ, ନମ୍ବର ଓ ଇ- ମେଲ୍ ଦର୍ଶାଇବାକୁ ପଡିବ । ଏହା ଦ୍ଵାରା ସ୍ଵୟଂକ୍ରିୟ ବ୍ୟାବସ୍ଥାରେ ଫର୍ମ ପ୍ରେରଣକାରୀଙ୍କୁ ତାଙ୍କ ଅଭିଯୋଗର ସମାଧାନ ସମ୍ପର୍କରେ ଅବଗତ କରାଯାଇପାରିବ । ଫର୍ମକୁ ବିଭାଗର ୱେବ୍ ସାଇଟ୍ ରେ ଅନଲାଇନ୍ ଫାଇଲ୍ କରାଯାଇପାରିବ । ୨୬୦ରୁ ଉର୍ଦ୍ଧ୍ଵ ସହରରେ ଥିବା ଆୟକର ସମ୍ପର୍କ କେନ୍ଦ୍ରରେ ମଧ୍ୟଏହାକୁ ଦାଖଲ କରାଯାଇପାରିବ । ଫର୍ମରେ ଅଭିଯୋଗ ଲେଖିବା ପାଇଁ ଯଥେଷ୍ଟ ସ୍ଥାନ ରଖାଯିବା । ଯେକୌଣସି ଇଣ୍ଟରନେଟ୍ ସଂଯୋଗ ଥିବା କମ୍ପ୍ୟୁଟରରୁ ଏହାକୁ ପଠାଯାଇପାରିବ । ଫଳରେ ଟିକସଦାତାଙ୍କୁ ଅଭିଯୋଗ ଧରି ଆୟକର କାର୍ଯ୍ୟଲୟ ଚକ୍କର କାଟିବାକୁ ପଡିବ ନାହିଁ । ଅଭିଯୋଗର ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ପାଇଁ ଇ-ନିବାରଣ ପ୍ରୋଜେକ୍ଟକୁ ବିଭାଗର ସମସ୍ତ ଇଲେକ୍ଟ୍ରୋନିକ୍ ଡାଟାବେସ୍ ସହ ସଂଯୋଗ କରାଯିବ । ଏହି ଫର୍ମ ସମ୍ପର୍କରେ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଫର୍ମଦାଖଲ କରିବା ପରେ ଟିକସଦାତାଙ୍କୁ ବିଭାଗ ଏକ ସ୍ଵତନ୍ତ୍ର ଅଭିଯୋଗ ଆଇଡି ଦେବ । ଅଭିଯୋଗ ନିର୍ଦ୍ଧାରୀତ ସମୟରେ ସମାଧାନ ନ ହେବା କ୍ଷେତ୍ରରେ ଟିକସଡାଟା ଏହି ଆଇଡିକୁ ବିଭାଗ ସହ ଯୋଗାଯୋଗ ପାଇଁ ବ୍ୟବହାର କରିପାରିବେ ।

ଆଧାର

Sambad

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate