ବର୍ତ୍ତମାନ, ନାଗରିକ ମାନଙ୍କ ଦ୍ଵାରା ଦିଆଯାଉଥିବା ଅନେକ ଦରଖାସ୍ତ ପାଇଁ ସେମାନଙ୍କ ଦସ୍ତଖତ ଦରକାର ପଡୁଛି । ପାରମ୍ପରିକ ଭାବେ କାଗଜ ଉପରେ କଳିରେ ହେଉଥିବା ଦସ୍ତଖତକୁ ଇଲେକ୍ଟ୍ରୋନିକ ଫର୍ମାଟ ରେ ରୂପାନ୍ତରିକରଣକୁ ଡିଜିଟାଲ ସିଗ୍ନେଚର କୁହାଯାଏ । ଏଥିରେ ଏକ କୋର୍ଡ଼ କରାଯାଇଥିବା ସୂଚନା ଥାଏ ଯାହାକି ଦସ୍ତଖତ କରିବାଲୋକ ପାଇଁ ଅନନ୍ୟ ଅଟେ ଓ ତାଙ୍କୁ ଡିଜିଟାଲ ସିଗ୍ନେଚର ସହ ଯୋଡି ଥାଏ । ସଂକ୍ଷେପରେ କହିବାକୁ ଗଲେ ହାତରେ କରାଯାଇଥିବା ଦସ୍ତଖତ ଓ ଡିଜିଟାଲ ସିଗ୍ନେଚର ଗୋଟିଏ କାମହିଁ କରିଥାନ୍ତି । ଏହି ଡିଜିଟାଲ ସିଗ୍ନେଚରର ବିଶେଷତ୍ଵ ହେଉଛି ଯେ ଏହା ଅଣ-ପରିତ୍ୟାଗି, ଅଖଣ୍ଡ ଓ ସତ୍ୟ । ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ଏହାକୁ ବୈଧାନିକ ଶୁଦ୍ଧତା ପ୍ରଦାନ କରିଛି ।
ଭରତ ସରକାର ଭାରତୀୟ ରାଜପତ୍ର ସଂଖ୍ୟା D.L. 33004/99 ତା: ୨୮/ ୦୧/୨୦୧୫ ରେ ଘୋଷଣା କଲେ ଯେ ଯେଉଁ ମାନଙ୍କର ଆଧାର ପରିଚୟ ପାତ୍ର ଥିବ, ସେମାନେ ଏହି ସେବା ପ୍ରଦାନ କରି ପାରିବେ । ଏହି ଯୋଜନାର ମୂଳ ଲକ୍ଷ ହେଲା, ନାଗରିକମାନେ ଏକ ବୈଧତାପୂର୍ଣ ଭାବେ ସେମାନଙ୍କ ଦସ୍ତଖତ ତୁରନ୍ତ ଦେଇପାରିବେ । ଏହାର ଦୁଇଟି ଆପତ୍ତି ବା ଆକ୍ଷେପ ହେଲା: ଦସ୍ତଖତ କରୁଥିବା ଲୋକର ସତ୍ୟତା ଓ (୨) ଦସ୍ତଖତ କରିବାର ବିଶ୍ଵସ୍ତ ପ୍ରଣାଳୀ । ପ୍ରଥମଟି ପାଇଁ ଆଧାର ଭିତ୍ତିକ ପ୍ରାମାଣିକରଣକୁ ଆୟୁଧ କରାଯାଉଥିବା ବେଳେ ଦ୍ଵିତୀୟଟି ପାଇଁ Public Key Infrastructure (PKI) ବ୍ୟବହାର କରାଯାଏ ।
ଆଧାରରେ ପଞ୍ଜୀକୃତ ବ୍ୟକ୍ତି ମାନେ ସେମାନଙ୍କ ନଥିପତ୍ର e-signସେବାରେ upload କରି ପାରିବେ ଓ ଡିଜିଟାଲ ଦସ୍ତଖତ ପାଇପାରିବେ । ପଶ୍ଚାତଭାଗରେ ଆଧାର ସେବାକୁ ବ୍ୟବହାର କରି ବ୍ୟବାହାରକାରୀଙ୍କ ମାନ୍ୟତା ସ୍ଥିର କରାଯାଏ ଓ ଗୋଟେ ଯୋଡି କୁଞ୍ଜି (ଗୋଟେ ସାର୍ବଜନୀକ ଓ ଅନ୍ୟଟି ବ୍ୟକ୍ତିଗତ) ସୃଷ୍ଟି କରାଯାଇଥାଏ । ବ୍ୟବାହାରକାରୀଙ୍କୁ digital ଦସ୍ତଖତ ସମ୍ବଳିତ ନଥିପତ୍ର ଓ digital ଦସ୍ତଖତ ପ୍ରମାଣପତ୍ର ମିଳିଥାଏ । C-DAC ଏହାର ଇ-ହସ୍ତାକ୍ଷର ଯୋଜନାରେ ଆଧାର ପରିଚୟ ପତ୍ର ଓ ପଞ୍ଜୀକୃତ ମୋବାଇଲ ନମ୍ବର ଥିବା ନାଗରିକ ମାନଙ୍କୁ ଅନ୍-ଲାଇନ ଇ-ଦସ୍ତଖତ କରିବାପାଇଁ ସୁବିଧା ପ୍ରଦାନ କରିଥାଏ ।
ମୁଖ୍ୟ ସୁବିଧା:
ଯେକୌଣସି ଜାଗାରେ ଯେକୌଣସି ସମୟରେ digital ଦସ୍ତଖତ ଦ୍ଵାରା ସୂଚନା ପ୍ରଦାନର ସରଳତା : ଇ-ଦସ୍ତଖତ ଏକ ଅନ୍-ଲାଇନ ସେବା ଯେଉଥିରେ କୌଣସି ଭୌତିକ ଡୋଙ୍ଗଲ ବ୍ୟବହାର ନକରି ଆଧାର-KYC ଭିତ୍ତିରେ ଦସ୍ତଖତକାରୀଙ୍କ ପ୍ରାମାଣିକତା ସିଦ୍ଧ କରିପାରେ ।
ଆଇନସମ୍ମତ ବୈଧ ଦସ୍ତଖତ ସୁଗମ କରାଇବା: ସୂଚନା ପ୍ରଯୁକ୍ତି ଅଧିନିୟମ ଅନୁଯାୟୀ ଇ-ଦସ୍ତଖତରେ ଗ୍ରାହକ ସହମତି, digital ଦସ୍ତଖତ ପ୍ରମାଣପତ୍ର ଉତ୍ପନ୍ନ, digital ଦସ୍ତଖତ ସୃଷ୍ଟି ଓ ସଞ୍ଜୁକ୍ତି, digital ଦସ୍ତଖତ ପ୍ରମାଣପତ୍ରର ଗ୍ରହଣିୟତା ଇତ୍ୟାଦି ସମ୍ପୃକ୍ତ । ଏଥିରେ API ବିନିର୍ଦେଶ ତଥା ଆଦର୍ଶ ଅନୁଜ୍ଞାପତ୍ର ଅନୁପାଳନ କରାଯାଇଥାଏ ଏବଂ digital ଲେଖାପରୀକ୍ଷା ଚିହ୍ନଟ କରାଯାଇ ନେଣ-ଦେଣର ବୈଧତା ରକ୍ଷା କରାଯାଏ ତଥା ସଂରକ୍ଷିତ କରାଯାଏ ।
ନମନୀୟ ଏବଂ କାର୍ଯାନ୍ଵିତ କରିବାପାଇଁ ସହଜ: ଆଧାର ଓ ଇ-KYC ସେବା ମାଧ୍ୟମରେ ଇ-ଦସ୍ତଖତରେ ବିନ୍ୟାସଗତ ପ୍ରାମାଣିକରଣ କରାଯାଏ ତଥା ଦସ୍ତଖତକାରୀଙ୍କ ଚିହ୍ନଟିକରଣ କରାଯାଏ । ଆଧାର ତଥ୍ୟାଧାରରେ ଥିବା ଏକ ପଞ୍ଜୀକୃତ ମୋବାଇଲ ନମ୍ବର ମାଧ୍ୟମରେ ବାୟୋମେଟ୍ରିକ ତଥା OTP ପ୍ରାମାଣିକରଣ ଦସ୍ତଖତ ବିକଳ୍ପ ଭାବେ ଅନ୍ତର୍ଭୁକ୍ତ । ଇ-ଦସ୍ତଖତ ମାଧ୍ୟମରେ ନିୟୁତାଧିକ ଆଧାରଧାରକ ମାନେ ଏକ ଆଇନ ସମ୍ମତ ତଥା ବୈଧ digital ଦସ୍ତଖତ ସେବା ପାଇପାରିଥାନ୍ତି ।
ଗୋପନୀୟତାକୁ ସମ୍ମାନ: ଇ-ଦସ୍ତଖତରେ ସମସ୍ତ ନଥିପତ୍ର ଜମା କରାନଯାଇ କେବଳ ବୃଦ୍ଧାଙ୍ଗୁଷ୍ଠୀ ଚିହ୍ନ ବ୍ୟବହାର କରାଯାଇ ଗୋପନୀୟତା ରକ୍ଷକରାଯାଇଥାଏ ।
ସୁରକ୍ଷିତ ଅନ୍-ଲାଇନ ସେବା: ଏ-ଦସ୍ତଖତ ସେବା ଏକ ଇ-ପ୍ରାମାଣିକତା ଦିଶାନିର୍ଦେଶାବଳି ପାଳନ କରେ । ଯେତେବେଳେ ଆଧାର ଏବଂ ଇ-KYC ବ୍ୟବହାର କରି ଦସ୍ତଖତକାରୀଙ୍କୁ ଚିହ୍ନଟ କରାହୁଏ, ସେତେବେଳେ ନଥିପତ୍ରରେ ଥିବା ଦସ୍ତଖତକୁ ବ୍ୟାକ-ଏଣ୍ଡ ସର୍ଭର ଦ୍ଵାରା ପ୍ରମାଣିତ କରାଯାଏ । ସୁରକ୍ଷା ଏବଂ ଦୁରୁପଯୋଗ ନିରାକରଣ ପାଇଁ ପ୍ରମାଣପତ୍ରଧାରୀଙ୍କ ବ୍ୟକ୍ତିଗତ କୁଞ୍ଜି Hardware Security Module ଦ୍ଵାରା ସୃଷ୍ଟି କରାଯାଏ ଓ ଥରେ ବ୍ୟବହାର ପରେ ତୁରନ୍ତ ନଷ୍ଟ କରିଦିଆଯାଏ ।
ଇ-ଦସ୍ତଖତ API ଏବଂ ମୁଖ୍ୟଦ୍ଵାର: ଇ-ଦସ୍ତଖତ Applications Programming Interfaces (API) ଏହାର ମୂଳ ଶିଳ୍ପବିଦ୍ୟା ସଙ୍ଘଟକ ସଜ୍ଞା ନିରୂପଣ କରିଥାଏ । ଏହା ଛଡା ଏହାର ବିଭିନ୍ନ ଉପାଦାନ ଯଥା ସେବା ପ୍ରଦାନକାରୀ, ପ୍ରାମାଣିକରଣ ଅଧିକାରୀ, ବିଶ୍ଵସ୍ତ ତୃତୀୟ ପକ୍ଷ ଇତ୍ୟାଦି ମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରେ । C-DAC ବର୍ତମାନ ଇ-ଦସ୍ତଖତ ମୁଖ୍ୟଦ୍ଵାର ପ୍ରଦାତା ଭାବେ କାର୍ଯ୍ୟ କରୁଛି ।
ଏହାକୁ କିଏ ଏବଂ କେଉଁଠାରେ ବ୍ୟବହାର କରାଯାଇପାରିବ
ଇ-ଦସ୍ତଖତ ର ବ୍ୟକ୍ତିଗତ ବ୍ୟବହାରକାରୀ, ବ୍ୟବସାୟୀ ଓ ସରକାରଙ୍କ ପାଇ ନମନୀୟ ପ୍ରଣାଳୀମାନ ଅଛି । ଯେଉଁଥିରେ ତଥ୍ୟ ସମାଧାନର ସଙ୍କଟ କମ ଥାଏ ଏବଂ ଏହା ପ୍ରମୁଖ ମହତ୍ତ୍ଵ ବହନ କରିନଥାଏ, ସେଥିପାଇଁ OTP ଭିତ୍ତିକ ଇ-ଦସ୍ତଖତ ଉପଯୋଗୀ । ଯେଉଁଥିରେ ତଥ୍ୟ ସମାଧାନର ସଙ୍କଟ ଅପେକ୍ଷାକୃତ ଭାବେ ମଧ୍ୟମ ଥାଏ, ସେଥିପାଇଁ biometric (ବୃଦ୍ଧାଙ୍ଗୁଷ୍ଠୀ ଚିହ୍ନ/ ଆଖିଡୋଳା) ସ୍ତରୀୟ ଚିହ୍ନଟପ୍ରକ୍ରିୟା ଉପଯୋଗୀ । ଅପେକ୍ଷାକୃତ ବୃହତ ବିତ୍ତୀୟ କାରବାର ହୁଏ କିମ୍ବା ଠକାମିର ଶିକାରହେବାର ଆଶଙ୍କା ଥାଏ ତଥା ବ୍ୟକ୍ତିଗତ ସୂଚନା ସକାଶେ ବିଦ୍ୱେଷପୂର୍ଣ୍ଣ ଅଭିଗମ୍ୟତାର ଆଶଙ୍କା ଥାଏ, ସେଠାରେ ଏହା ବ୍ୟବହୃତ ହୋଇଥାଏ ।
ଆଧାର - ଇ- ସାଇନ୍
Last Modified : 11/10/2021